‘WHO’ର କରୋନା ଯାଞ୍ଚ ରିପୋର୍ଟ ହେଲା ଲିକ୍ ! କହିଲା କିପରି ସାରା ଦୁନିଆଁରେ ବ୍ୟାପିଲା ଏହି ଭୟଙ୍କର ଭୂତାଣୁ…

‘WHO’ର କରୋନା ଯାଞ୍ଚ ରିପୋର୍ଟ ହେଲା ଲିକ୍ ! କହିଲା କିପରି ସାରା ଦୁନିଆଁରେ ବ୍ୟାପିଲା ଏହି ଭୟଙ୍କର ଭୂତାଣୁ…

କରୋନା ଭୂତାଣୁର ଉତ୍ପତ୍ତି କିପରି ହୋଇଥିଲା ଏବଂ କେଉଁ ଭଳି ଭାବରେ ଏହି ଭୂତାଣୁ ସାରା ଦୁନିଆଁରେ ବ୍ୟାପିଗଲା, ଏହାର ଯାଞ୍ଚ କରିବାପାଇଁ ନିକଟରେ ‘WHO’ ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଦଳ ଚୀନ ଯାଇଥିଲା । ଏଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦଳ କରୋନା ବ୍ୟାପିବାର କାରଣ ଖୋଜିବାପାଇଁ ଚେଷ୍ଟା କରିଥିଲେ । ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦଳ ଦ୍ୱାରା ବର୍ତ୍ତମାନ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ସେଥିରେ ଏହି ଭୂତାଣୁ ବ୍ୟାପିବାର ମୂଖ୍ୟ କାରଣ ବାଦୁଡିକୁ ବିବେଚନା କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନର ସଂଯୁକ୍ତ ଯାଞ୍ଚ ରିପୋର୍ଟ ଲିକ୍ ହୋଇଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଏହି କଥା ସବୁଠାରୁ ଅଧିକ ଆଶଙ୍କା ରହିଛି କି ବାଦୁଡି ଦ୍ୱାରା କରୋନା ଭୂତାଣୁ ଅନ୍ୟ କୌଣସି ଜୀବ ନିକଟକୁ ଯାଇଅଛି ଏବଂ ସେଠାରୁ ମଣିଷ ମାନଙ୍କ ନିକଟକୁ ବ୍ୟାପିଅଛି । ଏଥିସହ ପରୀକ୍ଷାଗାରରୁ ଏହି ଭୂତାଣୁ ଲିକ୍ ହେବା ଦ୍ୱାରା ଏହି ରିପୋର୍ଟରେ କୁହାଯାଇଛି ଯେ, କରୋନା ଭୂତାଣୁର ପରୀକ୍ଷାଗାରରୁ ଲିକ୍ ହେବାର ଆଶଙ୍କା ଅତ୍ୟନ୍ତ କମ୍ ଅଟେ ।

ଏହି ପ୍ରକାରେ ବ୍ୟାପିଛି କରୋନା:-

ଗବେଷକମାନେ କରୋନା ଭୂତାଣୁ ବ୍ୟାପିବାର ଚାରୋଟି ପରିଦୃଶ୍ୟ ବିଷୟରେ କହିଛନ୍ତି ଏବଂ ଫଳାଫଳରେ କୁହାଯାଇଛି ଯେ, କରୋନା ଭୂତାଣୁ ବାଦୁଡି ଠାରୁ ଅନ୍ୟ କୌଣସି ଜୀବଜନ୍ତୁଙ୍କ ନିକଟକୁ ବ୍ୟାପିଛି ଏବଂ ସେମାନଙ୍କ ଠାରୁ ଏହା ମଣିଷ ମାନଙ୍କ ନିକଟକୁ ଆସିଛି । ବାଦୁଡି ଠାରୁ ସିଧାସଳଖ ଭାବରେ ମଣିଷ ମାନଙ୍କ ମଧ୍ୟରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ଅତ୍ୟନ୍ତ କମ୍ ଅଟେ । ଏଭଳି ପରିସ୍ଥିତିରେ କୋଲଡ୍ ଚେନ୍ ଖାଦ୍ୟ ମାଧ୍ୟମରେ କରୋନା ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଛି । କିନ୍ତୁ ଏହାର ମଧ୍ୟ ଆଶଙ୍କା କମ୍ ରହିଛି ।

‘ନ୍ୟୁଜ୍ ଏଜେନ୍ସି ଏପି’ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନର ରିପୋର୍ଟ ଦ୍ୱାରା ଏହା ସାର୍ବଜନୀକ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଯାଞ୍ଚ ରିପୋର୍ଟ ଅପେକ୍ଷାର ଅନୁରୂପ ଅଟେ କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ଉତ୍ତର ଏହି ରିପୋର୍ଟରେ ଦିଆ ଯାଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦଳ ପରୀକ୍ଷାଗାର ‘ଲିକ୍’ର ଅଧିସ୍ଵୀକୃତିକୁ ଛାଡି ବାକି ସମସ୍ତ କ୍ଷେତ୍ରରେ ଆହୁରି ଅଧିକ ଗବେଷଣାର ପ୍ରସ୍ତାବ ଦେଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟକୁ ଜାରି କରିବାରେ କଥିତ ଆକାରରେ ବିଳମ୍ବ କରାଯାଇଛି, ଯାହାଦ୍ୱାରା ଏହି ସନ୍ଦେହ ସୃଷ୍ଟି ହେଉଛି ଯେ ଚୀନ ପକ୍ଷ ଫଳାଫଳରେ ପରିବର୍ତ୍ତନ କରିବାପାଇଁ ଚେଷ୍ଟା କରିଛି, ଯାହାଫଳରେ ତା ଉପରେ କରୋନା ଭୂତାଣୁ ବ୍ୟାପିବାର ଅଭିଯୋଗ ନ ଲାଗିପାରୁ । ତେବେ ଏହି ରିପୋର୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ କହିଥିଲେ ଯେ, କିଛି ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଜାରି କରିଦିଆଯିବ । କିନ୍ତୁ ତା ପୂର୍ବରୁ ଏପି ହାତରେ ରିପୋର୍ଟ ଲାଗିଅଛି । କିନ୍ତୁ ହୋଇପାରେ କି ରିପୋର୍ଟରେ ବର୍ତ୍ତମାନ ଆଉ କିଛି ପରିବର୍ତ୍ତନ କରାଯାଇପାରେ । ଏହି ରିପୋର୍ଟକୁ ଜଣେ କୂଟନୈତିକ ଉପସ୍ଥାପନ କରିଛନ୍ତି, ଯିଏକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜେନେଭା କାର୍ଯ୍ୟାଳୟର ସଦସ୍ୟ ଅଟନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁକୁ ଦୁନିଆଁରେ ବ୍ୟାପିବାର ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି । କରୋନାର ପ୍ରଥମ ମାମଲା ଚୀନରୁ ସାମ୍ନାକୁ ଆସିଥିଲା । ସେହି ସମୟ ମଧ୍ୟରେ ଚୀନ୍ ଏହି ମାମଲାକୁ ଚାପିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଚୀନର ଭୁଲ୍ ଯୋଗୁଁ ଆଜି ଏହି ଭୂତାଣୁ ସାରା ବିଶ୍ୱରେ ବ୍ୟାପିସାରିଛି ଏବଂ ଏହି ଭୂତାଣୁର ଶିକାର ହୋଇ କୋଟି କୋଟି ଲୋକଙ୍କର ଜୀବନ ଯାଇସାରିଛି । ଦୁଃଖର ବିଷୟ ଏହା ଯେ, ବର୍ତ୍ତମାନ ମଧ୍ୟ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ପ୍ରତିଦିନ ବଢୁଅଛି । ଯେଉଁ ପ୍ରକାରେ ଏହି ଭୂତାଣୁ ସାରା ବିଶ୍ୱରେ ବ୍ୟାପିଛି, ତାକୁ ଦେଖି ଲାଗୁଛି ଯେ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଭୂତାଣୁ ଉପରେ ନିୟନ୍ତ୍ରଣ ପାଇବା କଷ୍ଟକର ଅଟେ ।

Leave a Reply

Your email address will not be published. Required fields are marked *