ଯାହା ସହ ବି ପ୍ରେମ ହେଲା ସେ କଲେ ପ୍ରତାରଣା ! ପରେ ବିବାହ କଲେ, କିନ୍ତୁ ଗୋଟିଏ କାରଣରୁ ଏହି ଅଭିନେତ୍ରୀ ମା’ ନହେବାକୁ ସ୍ଥିର କଲେ…

ଯାହା ସହ ବି ପ୍ରେମ ହେଲା ସେ କଲେ ପ୍ରତାରଣା ! ପରେ ବିବାହ କଲେ, କିନ୍ତୁ ଗୋଟିଏ କାରଣରୁ ଏହି ଅଭିନେତ୍ରୀ ମା’ ନହେବାକୁ ସ୍ଥିର କଲେ…

ଆୟେଶା ଜୁଲ୍କା ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖିଲାଡି’ ରିଲିଜ୍ ହେବାର ୨୯ ବର୍ଷ ପୂରଣ ହୋଇଛି । ଏହି ଚଳଚ୍ଚିତ୍ରଟି ଜୁନ୍ ୫,୧୯୯୨ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଦୀପକ ତିଜୋରୀ, ଶକ୍ତି କପୁର୍, ଜନି ଲିଭର୍, ଶିବା ମୁଖ୍ୟ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅବ୍ବାସ୍-ମସ୍ତାନ୍ । କହିରଖୁଛୁ ଯେ, ୯୦ ଦଶକରେ ନିଜ ଷ୍ଟାଇଲରେ ସମସ୍ତଙ୍କୁ ପାଗଳ କରିଥିବା ଆୟେଶା ଜୁଲ୍କା ବର୍ତ୍ତମାନ ଚଳଚ୍ଚିତ୍ରଠାରୁ ଦୂରରେ ବ୍ୟବସାୟ କରୁଛନ୍ତି । ସେ କ୍ୟାରିୟର୍ ଶିଖରରେ ଅଭିନୟ ଛାଡି ଘର ବସାଇଥିଲେ । ହଠାତ୍ ସେ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଯାଇଥିଲେ, ଯେଉଁଥିପାଇଁ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଆୟେଶା ୧୯୯୧ ମସିହାରେ ଚଳଚ୍ଚିତ୍ର ‘କର୍ବାନ୍’ରେ ସଲମାନ୍ ଖାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ । ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା ଏବଂ ସେ ବଲିଉଡରେ ମଧ୍ୟ ମାନ୍ୟତା ପାଇଥିଲେ । ଏହାପରେ ସେ ମଂସୁର୍ ଖାନଙ୍କ ନିର୍ଦ୍ଦେଶିତ ‘ଜୋ ଜୀତା ୱୋହି ସିକନ୍ଦର୍’ରେ ଅମୀର୍ ଖାନଙ୍କ ବିପକ୍ଷରେ ଅଭିନୟ କରିଥିଲେ ।

୪୮ ବର୍ଷୀୟା ଆୟେଶା କିଛି ଦିନ ପୂର୍ବରୁ ଇଟାଇମସକୁ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥିଲେ । ଆୟେଶା କହିଥିଲେ ଯେ ସେ ଅଳ୍ପ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ, ତେଣୁ ସେ ଏକ ସାଧାରଣ ଜୀବନ ଚାହୁଁଥିଲେ ଏବଂ ସେ ଏହାକୁ ଉପଭୋଗ ମଧ୍ୟ କରିଥିଲେ । ସେ ବିଶ୍ୱାସ କରନ୍ତି ଯେ ବଲିଉଡରୁ ଦୂରେଇ ରହିବା ତାଙ୍କର ନିଷ୍ପତ୍ତି ଠିକ୍ ଥିଲା ।

ମା’ ନହେବା ନିଷ୍ପତ୍ତି ଉପରେ ଆୟେଶା କହିଥିଲେ- ମୋର ସନ୍ତାନ ନାହିଁ କାରଣ ମୁଁ ପିଲା ଚାହୁଁ ନଥିଲି । ମୁଁ ମୋର କାର୍ଯ୍ୟ ଏବଂ ସାମାଜିକ କାର୍ଯ୍ୟରେ ବହୁତ ସମୟ ଏବଂ ଶକ୍ତି ବ୍ୟବହାର କରେ ଏବଂ ମୁଁ ଖୁସି ଯେ ପୁରା ପରିବାର ମୋ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ତାଙ୍କ ସ୍ୱାମୀଙ୍କୁ ପ୍ରଶଂସା କରି ଆୟେଶା କହିଛନ୍ତି ଯେ ସେ ଜଣେ ବହୁତ ଭଲ ବ୍ୟକ୍ତି ଏବଂ ସେ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । କହିରଖୁଛୁ ଯେ, ଆୟେଶା ୨୦୦୩ରେ ନିର୍ମାଣ ଟାଇକନ୍ ସମୀର ଭାସିଙ୍କୁ ବିବାହ କରିଥିଲେ ।

ଆୟେଶା ସେହି ଚଳଚ୍ଚିତ୍ର ବିଷୟରେ ମଧ୍ୟ କହିଥିଲେ ଯାହା ସେ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ପରେ ଏଥିରେ ଅନୁତାପ କରିଥିଲେ । ସେ କହିଥିଲେ- ଏପରି ଅନେକ ଫିଲ୍ମ ଅଛି ଯାହା ମୁଁ କରି ନାହିଁ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ମୁଁ ମଣରତ୍ନମର୍ ‘ରୋଜା’ ଛାଡି ଦେଇଥିଲି ଏବଂ ସେଥିପାଇଁ ମୁଁ ଆଜି ବି ଦୁଃଖିତ । ଏଥିସହିତ ନିର୍ମାତାମାନେ ତାଙ୍କୁ ବିକିନିରେ ଦେଖାଇବାକୁ ଚାହୁଁଥିବାରୁ ସେ ଫିଲ୍ମ ‘ପ୍ରେମ କୈଦୀ’ ଛାଡିଥିଲେ ।

ଚଳଚ୍ଚିତ୍ର ଖିଲାଡି ବଡ଼ ହିଟ୍ ହୋଇଥିଲା ଏବଂ ଅକ୍ଷୟ-ଆୟେଶା ରାତାରାତି ଷ୍ଟାର୍ ହୋଇଯାଇଥିଲେ । ଉଭୟଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​। ଉଭୟଙ୍କ ଅନ୍-ସ୍କ୍ରିନ୍ ଯୋଡି ଅଫ୍ ସ୍କ୍ରିନ୍ ମଧ୍ୟ ଦେଖାଦେଇଥିଲା । କିଛି ସମୟ ପାଇଁ ଦୁହେଁ ନିଜ ସମ୍ପର୍କ ବିଷୟରେ ଆଲୋଚନାରେ ରହିଥିଲେ, କିନ୍ତୁ ଏହି ସମ୍ପର୍କ ବେଶି ଦିନ ରହିଲା ନାହିଁ ଏବଂ ଭାଙ୍ଗିଗଲା ।

ଅରମାନ୍ କୋହଲିଙ୍କ ସହ ଆୟେଶାଙ୍କ ସମ୍ପର୍କ ମଧ୍ୟ ଦୀର୍ଘ ସମୟ ଧରି ଚାଲିଥିଲା । ଅରମାନଙ୍କ କାରଣରୁ ସେ ଫିଲ୍ମ ସାଇନ୍ କରିବା ମଧ୍ୟ କମ୍ କରିଦେଇଥିଲେ, କିନ୍ତୁ କିଛି ବର୍ଷପରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଆୟେଶାଙ୍କ ନାମ ନାନା ପାଟେକରଙ୍କ ସହ ବହୁତ ଚର୍ଚ୍ଚାରେ ରହିଥିଲା ।

ଆୟେଶା ଚଳଚ୍ଚିତ୍ରଠାରୁ ଏକ ଅଜ୍ଞାତ ଜୀବନ ଅତିବାହିତ କରୁଛନ୍ତି, ଯଦିଓ ଏହା ସତ୍ତ୍ୱେ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଚଳଚ୍ଚିତ୍ର ଛାଡିବା ପରେ ଆୟେଶା ବ୍ୟବସାୟ ଜଗତକୁ ଆସିଥିଲେ, ଯେଉଁଠାରେ ସେ ନାମ ସହିତ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି । ଆଜି ଆୟେଶା କୋଟି କୋଟି ସମ୍ପତ୍ତିର ମାଲିକାଣି ଅଟନ୍ତି ।

ଆଜିକାଲି ସେ ସୈମରକ୍ ଡେଭଲପର୍ସ ନାମକ ଏକ ବଡ ନିର୍ମାଣକାରୀ କମ୍ପାନୀ ପରିଚାଳନା କରୁଛନ୍ତି, ଯାହା ସେ ତାଙ୍କ ସ୍ୱାମୀ ସମୀର୍ ଭାସିଙ୍କ ସହ ଆରମ୍ଭ କରିଥିଲେ । ଏହି କମ୍ପାନୀ ମାଧ୍ୟମରେ ସେ ମୁମ୍ବାଇରୁ ଗୁଜୁରାଟ ପର୍ଯ୍ୟନ୍ତ ଅନେକ ଆବାସିକ, ବାଣିଜ୍ୟିକ ଏବଂ ଶିଳ୍ପ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏହା ସହିତ ସେ ଗୋଆରେ ଏକ ରିସୋର୍ଟ ମଧ୍ୟ ଚଳାନ୍ତି । ଅନନ୍ତା ନାମରେ ମୁମ୍ବାଇରେ ତାଙ୍କର ଏକ ସ୍ପା ବ୍ୟବସାୟ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *