ଖୁବ୍ କମ୍ ବୟସରେ ବିଧବା ହୋଇଯାଇଥିଲେ ଅକ୍ଷୟ କୁମାରଙ୍କର ପ୍ରଥମ ହିରୋଇନ । ବର୍ତ୍ତମାନ ଅଭିନୟ ଜଗତ ଠାରୁ ଦୂରେଇ  ଯାଇ କରନ୍ତି ଏହି କାମ !

ଖୁବ୍ କମ୍ ବୟସରେ ବିଧବା ହୋଇଯାଇଥିଲେ ଅକ୍ଷୟ କୁମାରଙ୍କର ପ୍ରଥମ ହିରୋଇନ । ବର୍ତ୍ତମାନ ଅଭିନୟ ଜଗତ ଠାରୁ ଦୂରେଇ ଯାଇ କରନ୍ତି ଏହି କାମ !

୯୦ ଦଶକରେ ବଲିଉଡ଼ରେ ଅନେକ ଏପରି ହିରୋଇନ ଆସିଥିଲେ ଯେଉଁମାନେ ପରଦାରେ ନିଜର ପ୍ରତିଭାର ଯାଦୁ ଚଲାଇଛନ୍ତି ଏବଂ ଫିଲ୍ମକୁ ନିଜର ସାମ୍ୟର୍ଥ ମଧ୍ୟ ଦେଖାଇଛନ୍ତି । ସେଥିମଧ୍ୟରୁ ଅନେକ ହିରୋଇନ ଏପରି ଅଛନ୍ତି ଯେଉଁମାନେ ଖିଲାଡ଼ି କୁମାର ଅର୍ଥାତ ଅକ୍ଷୟ କୁମାରଙ୍କ ସହିତ ପରଦାରେ ରୋମାନ୍ସ ମଧ୍ୟ କରିଥିଲେ କିନ୍ତୁ ବଲିଉଡ଼ରେ ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିନଥିଲେ । ଏହିଭଳି ଜଣେ ଅଭିନେତ୍ରୀ ଥିଲେ ଶାନ୍ତିପ୍ରିୟା ଯିଏ ୨୬ ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଜଗତ ଠାରୁ ଦୂରରେ ଅଛନ୍ତି କିନ୍ତୁ ବିବାଦିତ ରିୟାଲିଟି ଶୋ “ବିଗ୍ ବୋସ୍”ରେ ସେ ନଜର ଆସିପାରନ୍ତି ।

newstrend

“ବିଗ୍ ବୋସ୍”ରେ ନଜର ଆସି ପାରନ୍ତି ଶାନ୍ତିପ୍ରିୟା :-

ଖବର ରହିଛି ଯେ ଶାନ୍ତିପ୍ରିୟା “ବିଗ୍ ବୋସ୍” ୧୪ରେ ଆସିପାରନ୍ତି । ଶାନ୍ତିପ୍ରିୟା କହିଛନ୍ତି ଯେ ତାଙ୍କୁ ବିଗ୍ ବୋସ୍ ଶୋ ଖୁବ୍ ପସନ୍ଦ ଆସିଥାଏ ଏବଂ ଦର୍ଶକ ମଧ୍ୟ ଏହି ଶୋ’କୁ ପସନ୍ଦ କରନ୍ତି । କିଏ ବା ବିଗ୍ ବୋସ୍ ଭଳି ପ୍ଲାଟଫର୍ମର ଅଂଶ ହେବାକୁ ନଚାହିଁବେ । ଶାନ୍ତିପ୍ରିୟା ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହିରୋଇନ ଥିଲେ ଏବଂ ତା’ପରେ ସେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ କିନ୍ତୁ ବଡ଼ ପରଦା ଠାରୁ ଦୂରେଇ ଯାଇଥିଲେ । ଶାନ୍ତିପ୍ରିୟା ଗତ ୨୬ ବର୍ଷରୁ ଲାଇମଲାଇଟ ଠାରୁ ଦୁରେଇ ରହିଛନ୍ତି ।

newstrend

ଶାନ୍ତିଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଏପରି ହୋଇଥିଲା ଯେ ସେ ପରିସ୍ଥିତି ଆଗରେ ଆତ୍ମହରା ହୋଇ ପଡ଼ିଥିଲେ । ଶାନ୍ତି ବଲିଉଡ଼ରେ ଡେବ୍ୟୁ କରିଥିଲେ ଏବଂ ୮ ବର୍ଷ ପରେ ୧୯୯୯ରେ ସେ ଅଭିନେତା ସିଦ୍ଧାର୍ଥ ରେଙ୍କୁ ବିବାହ କରିଥିଲେ । ସିଦ୍ଧାର୍ଥ ଫିଲ୍ମ ‘ ବଂଶ ‘ ଏବଂ ‘ ବାଜୀଗର ‘ରେ କାମ କରିଥିଲେ କିନ୍ତୁ ୨୦୦୪ ରେ ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କୁ ମେଜର ହୃଦଘାତ ଆସିଥିଲା ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସ୍ଵାମୀ ଏବଂ ଅଭିନେତା ସିଦ୍ଧାର୍ଥଙ୍କର ନିଧନ ହୋଇଥିଲା :-

newstrend

ନିଜ ସ୍ଵାମୀଙ୍କ ସହିତ ପ୍ରାୟ ୫ ବର୍ଷ ବିତାଇଥିବା ଶାନ୍ତି ତାଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କ ସହିତ ଜୀବନ ବିତାଉଥିଲେ । ସେତେବେଳେ ଦୁଇ ପିଲାଙ୍କର ପ୍ରତିପୋଷଣ ପାଇଁ ଶାନ୍ତିଙ୍କୁ ଏକୁଟିଆ ଅନେକ କଷ୍ଟର ସମ୍ମୁଖୀନ କରିବାକୁ ପଡିଥିଲା କିନ୍ତୁ ତାଙ୍କ ଭାଇ, ମାଆ ଏବଂ ଭଉଣୀ ଭାନୁପ୍ରିୟା ପିଲାଙ୍କୁ ସମ୍ଭାଳିବା ପାଇଁ ଖୁବ୍ ସାହାଯ୍ୟ କରିଥିଲେ । ଏହି ସମୟରେ ଶାନ୍ତି ଫିଲ୍ମ ଠାରୁ ଦୂରରେ ଥିଲେ ଏବଂ କେବଳ ସିରିଏଲ ଏବଂ ଫିଲ୍ମର ଛୋଟ ଛୋଟ ଭୂମିକାରେ କାମ କରିବାରେ ଲାଗିଥିଲେ ।

newstrend

ତାଙ୍କ ସ୍ଵାମୀ ଏବଂ ଅଭିନେତା ସିଦ୍ଧାର୍ଥ ରେ ବି ଶାନ୍ତାରାମଙ୍କ ନାତି ଥିଲେ । ଏହାପରେ ସେ ‘ ତିଳକ୍ ‘ ଏବଂ ‘ ମିଲେଟ୍ରି ରାଜ୍ ‘ ଭଳି ଅନେକ ଫିଲ୍ମରେ ଦେଖା ଯାଇଥିଲେ । କିନ୍ତୁ ସିଦ୍ଧାର୍ଥ ବଲିଉଡ଼ ରେ ନାମ କମେଇ ପାରିନଥିଲେ । ତାଙ୍କୁ ଅଧିକାଂଶ ଦର୍ଶକ ଫିଲ୍ମ ‘ ବାଜୀଗର ‘ରେ କାଜଲଙ୍କ ସାଙ୍ଗ ଏବଂ ଇନ୍ସପେକ୍ଟର କରନ୍ ସକ୍ସେନାଙ୍କ ଭୂମିକାକୁ ମନେ ପକାଇ ଚିହ୍ନିଥାନ୍ତି । ତାଙ୍କ ଉପରେ ପର୍ଯ୍ୟବେସିତ ଗୀତ “ଛୁପାନା ଭି ନେହିଁ ଆତା”କୁ ସମସ୍ତେ ପସନ୍ଦ କରିଥିଲେ ।

ପ୍ରଥମ ଫିଲ୍ମରୁ ହିଁ ସଫଳତା ମିଳିଥିଲା :-

newstrend

ଅନ୍ୟ ପକ୍ଷରେ ଯେତେବେଳେ ଶାନ୍ତିପ୍ରିୟା ଫିଲ୍ମ ‘ସୌଗନ୍ଧ’ ଚଳଚିତ୍ର କରିଥିଲେ । ସେଥିରେ ତାଙ୍କୁ ଏତେ ଖାସ୍ ସଫଳତା ମିଳି ନଥିଲା । ଏହା ପୂର୍ବରୁ ସେ ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭାଷାର ଫିଲ୍ମରେ କାମ କରିଥିଲେ । ପ୍ରଥମ ଫିଲ୍ମ ଫ୍ଲୋପ୍ ହେବା ପରେ ଶାନ୍ତିଙ୍କୁ ଫିଲ୍ମ ‘ ଫୁଲ ଅର ଅଙ୍ଗାର ‘, ‘ ବୀରତା ‘, ‘ ଏବଂ ଇକ୍କେ ପେ ଇକ୍କା ‘ ଭଳି କେତେକ ଫିଲ୍ମ ମିଳିଥିଲା ।

newstrend

ପୁଣି ତାଙ୍କ ଭଉଣୀ ଭାନୁପ୍ରିୟା ସାଉଥରେ ପ୍ରସିଦ୍ଧ ଅଟନ୍ତି । ସେ ୧୯୮୩ରେ ଫିଲ୍ମ ‘ ଦସ୍ତି ଦୁଷ୍ମନୀ ‘, ‘ ଇଂସାଫ କୀ ପୁକାର ‘, ‘ ଖୁଦଗର୍ଜ ‘, ‘ କସମ୍ ବର୍ଦୀ କୀ ‘ ଏବଂ ‘ ଭାଭୀ ‘ ଭଳି ବଲିଉଡ଼ ଫିଲ୍ମରେ କାମ କରିଛନ୍ତି । ବର୍ତ୍ତମାନ ଶାନ୍ତିପ୍ରିୟା ମଧ୍ୟ ଫେରିବା ସ୍ଥିତିରେ ରହିଛନ୍ତି । ସେହିପରି ଯଦି ବିଗ୍ ବୋସ୍ ସିଜନ ୧୪ ଆରମ୍ଭ ହୁଏ ତେବେ ସେଥିରେ ଶାନ୍ତିପ୍ରିୟା ନିଶ୍ଚିତ ନଜର ଆସିବେ ।

Leave a Reply

Your email address will not be published. Required fields are marked *