ଶେଷରେ ଜଣାପଡିଗଲା, କିଏ ଥିଲେ ସେ ରହସ୍ୟମୟୀ ଯୁବତୀ ଯିଏ ସୁଶାନ୍ତଙ୍କ ମୃତ୍ୟୁ ଦିନ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ…

ଶେଷରେ ଜଣାପଡିଗଲା, କିଏ ଥିଲେ ସେ ରହସ୍ୟମୟୀ ଯୁବତୀ ଯିଏ ସୁଶାନ୍ତଙ୍କ ମୃତ୍ୟୁ ଦିନ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ…

ବଲିଉଡ଼ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରି ନାହିଁ କିନ୍ତୁ ପ୍ରତିଦିନ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ଖୁଲାସା ହେବାକୁ ଲାଗୁଛି, ଯାହା ସୁଶାନ୍ତଙ୍କ ଏହି ମାମଲାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି । ଏପରି ଆଶା କରାଯାଉଛି ଯେ, ଖୁବଶୀଘ୍ର ଏହି ମାମଲାରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବ । ରାଜପୁତଙ୍କ ପ୍ରେମିକା ରିୟା ପୂର୍ବରୁ ଏହି ମାମଲାକୁ ନେଇ ସନ୍ଦେହ ଘେରରେ ଅଛନ୍ତି, ଅନ୍ୟପଟେ ଏକ ମିଷ୍ଟ୍ରି ଗାର୍ଲ ବା ରହସ୍ୟମୟୀ ଯୁବତୀ ବିଷୟରେ ମଧ୍ୟ ଖୁଲାସା ହୋଇଛି । ଏପରି କୁହାଯାଉଛି ଯେ ଏହି ଯୁବତୀ ଜଣକ ସୁଶାନ୍ତଙ୍କ ମୃତ୍ୟୁ ଦିନ ଅର୍ଥାତ ୧୪ ଜୁନରେ ତାଙ୍କ ଘରକୁ ଯାଇଥିଲେ । ଆସନ୍ତୁ ଜାଣିବା, କିଏ ଅଟନ୍ତି ସେହି ମିଷ୍ଟ୍ରି ଗାର୍ଲ ବା ରହସ୍ୟମୟୀ ଯୁବତୀ ।

ଜାଣନ୍ତୁ କିଏ ଅଟନ୍ତି ସେହି ମିଷ୍ଟ୍ରି ଗାର୍ଲ (ରହସ୍ୟମୟୀ ଯୁବତୀ):

ମୁମ୍ବାଇ ପୋଲିସ ସୂଚନା ଅନୁଯାୟୀ ଯେଉଁ ରହସ୍ୟମୟୀ ଯୁବତୀ ବିଷୟରେ ଆଲୋଚନା କରାଯାଉଛି, ସେ ଆଉ କିଏ ନୁହଁନ୍ତି ସେ ହେଉଛନ୍ତି ରିୟାଙ୍କ ଭାଇ ଶୋବିକଙ୍କ ବନ୍ଧୁ ଜମିଲା । ଏହି ନୂତନ ଖୁଲାସାରୁ ବର୍ତ୍ତମାନ ରିୟା ଓ ତାଙ୍କ ଭାଇ ଉପରେ ସନ୍ଦେହ ସୃଷ୍ଟି ହେଉଛି । କୁହାଯାଉଛି ଯେ, ଏହି ମାମଲାରେ ମୁମ୍ବାଇ ପୋଲିସ ଶୋବିକ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛନ୍ତି । ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ଖବର ଶୁଣି ତାଙ୍କ ଘରେ ପ୍ରିୟଙ୍କା ଖେମାନି, ଜମିଲା ଓ ମହେଶ ଶେଟ୍ଟୀ ପହଞ୍ଚିଥିଲେ କିନ୍ତୁ ସେଠାରେ ଉପସ୍ଥିତ ପୋଲିସ ତାଙ୍କୁ ଭିତରକୁ ଯିବା ପାଇଁ ଦେଇନଥିଲେ । ଏହାପରେ ଶୋବିକଙ୍କ ବନ୍ଧୁ ଜମିଲା ସୁଶାନ୍ତଙ୍କ ଘରର ଚାକରଙ୍କୁ ଦେଖା କରି ଘରକୁ ଫେରି ଆସିଥିଲେ ।

ମହାରାଷ୍ଟ୍ର ସରକାର CBI ଯାଞ୍ଚକୁ କରୁଛନ୍ତି ବିରୋଧ…

ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଖୁବ୍ ଗମ୍ଭୀର ରୂପ ନେଇଛି । ଆପଣଙ୍କୁ ଅବଗତ କରାଇ ଦେଉଛୁ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବିହାର ଓ ମହାରାଷ୍ଟ୍ର ସରକାର ପରସ୍ପର ସମ୍ମୁଖକୁ ଆସିଯାଇଛନ୍ତି । ଗୋଟିଏ ପଟେ ଯେତେବେଳେ ବିହାର ସରକାର ଚାହେଁ ଯେ ଏହି ମାମଲାରେ CBI ଯାଞ୍ଚ କରାଯାଉ, ଅନ୍ୟପକ୍ଷରେ ମହାରାଷ୍ଟ୍ର ଉଦ୍ଧବ ଠାକରେଙ୍କ ସରକାରଙ୍କ ଅନୁଯାୟୀ, ଏହି ମାମଲାରେ CBI ଯାଞ୍ଚର କୌଣସି ଆବଶ୍ୟକ ନାହିଁ । ଏପରି ସ୍ଥଳେ ମହାରାଷ୍ଟ୍ର ସରକାର ରବିବାର ଦିନ ପୁଣିଥରେ ସୁଶାନ୍ତଙ୍କ ମାମଲାରେ CBIକୁ ହସ୍ତାନ୍ତର କରିବାକୁ ମନା କରିଦେଇଛନ୍ତି । କିନ୍ତୁ କିଛି ବଲିଉଡ଼ କଳାକାରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ପର୍ଯ୍ୟନ୍ତ ସମସ୍ତେ CBIକୁ ହସ୍ତାନ୍ତର କରିବା ପାଇଁ ଦାବୀ କରୁଛନ୍ତି ।

ଗୃହମନ୍ତ୍ରୀ କହଲେ, “ମୁମ୍ବାଇ ପୋଲିସ ଯାଞ୍ଚ କରିବାରେ ସମର୍ଥ…”

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅନୁସାରେ ଏହି ମାମଲାର ଅନୁସନ୍ଧାନ ମୁମ୍ବାଇ ପୋଲିସ ହିଁ କରିବେ । ମହାରାଷ୍ଟ୍ର ପୋଲିସ ସୁଶାନ୍ତ ମୃତ୍ୟୁ ମାମଲାର ଯାଞ୍ଚ କରିବା ପାଇଁ ସମର୍ଥ ଅଟନ୍ତି । ମୁମ୍ବାଇ ପୋଲିସର ତୁଳନା ସ୍କଟଲ୍ୟାଣ୍ଡ ୟାର୍ଡ଼ ସହିତ କରାଯାଏ । ରାଜ୍ୟର ଗୃହମନ୍ତ୍ରୀ ଆଗକୁ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ଏହି ମାମଲାର CBI ଅନୁସନ୍ଧାନ ବିରୁଦ୍ଧରେ ଅଛନ୍ତି । ଆମେ ଚାହୁଁ ଯେ ମୁମ୍ବାଇ ପୋଲିସ ଏହି ମାମଲାର ଯାଞ୍ଚ କରନ୍ତୁ ଓ ସତ୍ୟତା ପର୍ଯ୍ୟନ୍ତ ପହଞ୍ଚିନ୍ତୁ । ସେ କହିଛନ୍ତି ଯେ ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ଅଛି, ଦେଖିବା ଆଗକୁ କ’ଣ ହେଉଛି ?

ବିଜେପି ନେତା କହିଛନ୍ତି ଯେ, “ସୁଶାନ୍ତ ମାମଲାରେ ଠାକରେ ସରକାରଙ୍କ ଜଟିଳତା” :

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ର ସରକାର ରାଜନୀତି କ୍ଷେତ୍ରରେ ବହୁତ କଳହ ଓ ସଂଘର୍ଷ ଦେଖାଦେଇଛି । ଏହି ମାମଲାକୁ ଭିତ୍ତି ପ୍ରଦେଶ ନେତାମାନଙ୍କ ମଧ୍ୟରେ ଗମ୍ଭୀର ମତଭେଦ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ନାରାୟଣ ରାଣେ ଏହାକୁ ହତ୍ୟା ବୋଲି କହିଛନ୍ତି । ଏହା ସହିତ ସେ ମହାରାଷ୍ଟ୍ରର ଠାକରେ ସରକାରଙ୍କ ଭୂମିକା ଉପରେ ଅନେକ ଗମ୍ଭୀର ଆରୋପ କରିଛନ୍ତି । ଏପରି ସ୍ଥଳରେ ବର୍ତ୍ତମାନ ଦେଖିବା ଏହା ଯେ, ଏହି ମାମଲାର ଅନୁସନ୍ଧାନ କିଏ କରିବ ? ଏହା ବିଷୟରେ ସୁପ୍ରିମକୋର୍ଟର କୌଣସି ନିର୍ଣ୍ଣୟ ଆସିନାହିଁ । ଉଚ୍ଚତମ ନ୍ୟାୟାଳୟର ନିର୍ଣ୍ଣୟ ପରେ ହିଁ ସ୍ଥିର କରାଯିବ ଯେ, ଏହି ମାମଲାର ଯାଞ୍ଚ କିଏ କରିବ ?

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *