WHO କହିଛି କେବେ ହେବ ମହାମାରୀ ସମାପ୍ତ ? ଲାଗିପାରେ ଏତେ ସମୟ, ହୋଇଯାନ୍ତୁ ସାବଧାନ…

ସମଗ୍ର ବିଶ୍ୱରେ ମହାମାରୀ କରୋନା ଭୂତାଣୁର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଲଗାତାର ଏହି କରୋନା ମହାମାରୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ହ୍ରାସ ବୃଦ୍ଧି ହେବାକୁ ଲାଗିଛି ଯାହା ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସ୍ କାରଣରୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଛାଡ଼ନ୍ତୁ, ଏହି ସବୁ ପରିବର୍ତ୍ତନ ସହିତ କେତେବେଳ ଯାଏ ଜୀଇଁବାକୁ ପଡ଼ିବ…

google

ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ, କିନ୍ତୁ ଯେତେବେଳେ ଏହି ପ୍ରଶ୍ନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କରାଗଲା ଯେ ବର୍ତ୍ତମାନର ସମୟରେ ଜାରି ରହିଥିବା ମହାମାରୀକୁ ସମାପ୍ତ ହେବା କେତେ ସମୟ ଲାଗିବ ? ଏହା ଉପରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୧୯୧୮ ମସିହାର “ସ୍ପେନିସ ଫ୍ଲୁ” ବିଷୟରେ ସୂଚନା ଦେଇ କହିଛି ଯେ ଯେଉଁ ପ୍ରକାର “ସ୍ପେନିସ ଫ୍ଲୁ”କୁ ସମାପ୍ତ ହେବା ପାଇଁ ଦୁଇ ବର୍ଷ ଲାଗିଯାଇଥିଲା, ଠିକ ସେହିପରି ବର୍ତ୍ତମାନ ଏହିପରି ଆଶା କରାଯାଉଛି ଯେ ଦୁଇ ବର୍ଷ ମଧ୍ୟରେ ଏହି ମହାମାରୀ ସମାପ୍ତ ହୋଇଯିବ ଏବଂ ଏହି ମହାମାରୀର ମୁକାବିଲା କରିବା ପାଇଁ ଭ୍ୟାକସିନ ନ ଆସିବା ଯାଏଁ ଲୋକେ ଖୁସିରେ ନିଶ୍ଵାସ ନେଇପାରିବେ ନାହିଁ ।

କେବେ ସମାପ୍ତ ହେବ କରୋନାର ପ୍ରକୋପ ?

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହା ବିଷୟରେ ବିସ୍ତୃତ ସୂଚନା ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଦ୍ରୋସ ଅଧାନୋମ ଘେବ୍ରେୟେସସ କହିଛନ୍ତି ଯେ ଯେଉଁ ପ୍ରକାର “ସ୍ପେନିସ ଫ୍ଲୁ”କୁ ସମାପ୍ତ ହେବା ପାଇଁ ଦୁଇ ବର୍ଷ ଲାଗିଥିଲା ଠିକ୍ ସେହିପରି ଭାବରେ କରୋନା ପ୍ରକୋପ ସମାପ୍ତ ହେବା ପାଇଁ ମଧ୍ୟ ଦୁଇ ବର୍ଷ ସମୟ ଲାଗିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ କହିଛନ୍ତି ଯେ, ଆମେ ଏହି ମହାମାରୀ ସହିତ ଲଢ଼ିବା ପାଇଁ ବର୍ତ୍ତମାନ ପ୍ରସ୍ତୁତ ହୋଇ ଯାଇଛୁ । ଆମର ପରସ୍ପରର ସମ୍ପର୍କ ଓ ମିଳାମିଶା ଅଧିକ ହୋଇଥିବା ଯୋଗୁଁ ଏହି ଭାଇରସ୍ ଦ୍ରୁତ ଗତିରେ ମନୁଷ୍ୟମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ଆମେ ଏହି ମହାମାରୀ ସହିତ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ବର୍ତ୍ତମାନ ଆମ ପାଖରେ ପୂର୍ବ ଅପେକ୍ଷା ଅଧିକ ସଂସାଧନ ସବୁ ରହିଛି । ଅଧିକ ସରଞ୍ଜାମ ରହିଛି, ଆମେ ଅଧିକ ଦୃଢ଼ତାର ସହ ଏହି ମହାମାରୀ ସହିତ ଲଢ଼ି ପାରିବୁ । ଏମିତିରେ ଏହି ଆଶା କରାଯାଉଛି ଯେ, ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ମହାମାରୀ ଉପରେ ବିଜୟ ହାସଲ କରିପାରିବା ।

ବର୍ତ୍ତମାନର ସମୟରେ କରୋନା ସ୍ଥିତି :

google

ଜଣାଇ ଦେଉଛୁ ଯେ ବର୍ତ୍ତମାନର ସମୟରେ ସମଗ୍ର ବିଶ୍ୱରେ ୨୨,୭୫୪,୦୬୩ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଯାଇଛି । ଏହି ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭,୯୩,୩୮୨ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ମହାମାରୀ ଯୋଗୁଁ ସବୁଠାରୁ ଅଧିକ ଆମେରିକା ପ୍ରଭାବିତ ହୋଇଛି । ଏହା ପରେ ବ୍ରାଜିଲ ଓ ପରେ ଭାରତ । ଭାରତରେ ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରୁ ସାମ୍ନାକୁ ଆସିଅଛି ।

Be the first to comment

Leave a Reply

Your email address will not be published.


*