କରୋନା ପାଇଁ ‘WHO’ର ନୂଆ ଗାଇଡ଼ଲାଇନ୍ ! ଏହିସବୁ ଖାଦ୍ୟ ଖାଇଲେ ବଢ଼ି ପାରେ ରୋଗ ପ୍ରତିରୋଧକ କ୍ଷମତା…

କରୋନା ପାଇଁ ‘WHO’ର ନୂଆ ଗାଇଡ଼ଲାଇନ୍ ! ଏହିସବୁ ଖାଦ୍ୟ ଖାଇଲେ ବଢ଼ି ପାରେ ରୋଗ ପ୍ରତିରୋଧକ କ୍ଷମତା…

ଭାରତରେ କୋବିଡ୍-19 ମାମଲା ଅଧିକ ବଢ଼ିବାରେ ଲାଗିଛି । ଦିଲ୍ଲୀ ହାଇକୋର୍ଟରେ ଏହାକୁ ଦ୍ୱିତୀୟ ପର୍ଯ୍ୟାୟ ନୁହେଁ ବରଂ ସୁନାମୀ କୁହାଯାଇଛି । ଏବେ ଏହି ଭୂତାଣୁ ଆହୁରି ଅଧିକ ଶକ୍ତିଶାଳୀ ହୋଇ ଫେରିଛି । ଏଥିରେ ସଂକ୍ରମଣର ଲକ୍ଷଣ ପୂର୍ବ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ପ୍ରଥମ ତୁଳନାରେ ଏହା ଅଧିକ ବେଗରେ ପ୍ରସାର ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛି ।

ଅଧିକ ଲୁଣ ସେବନ କରିବାକୁ ବାରଣ :-

ଏପରି ଖରାପ ସ୍ଥିତିରେ ପ୍ରତିଦିନ ୫ ଗ୍ରାମ୍ ପର୍ଯ୍ୟନ୍ତ ଲୁଣ ସେବନ କରିବା ଠିକ୍ ଅଟେ । ‘WHO’ର କହିବା କଥା ଯେ ଖାଦ୍ୟଭ୍ୟାସରେ ଅନସେଚୁରେଟଡ୍ ଫ୍ୟାଟ୍ ସାମିଲ୍ କରିବାକୁ । ଏହା ଖାସ୍ କରି ମାଛ, ଅଲିଭ୍ ତେଲ, ଫ୍ୟାଟି ମାଂସ, ନଡ଼ିଆ, ପନିର୍, ଘିଅ ଏବଂ କ୍ରିମରେ ମିଳିଥାଏ ।

ଅଧିକ ପାଣି ପିଅନ୍ତୁ ଏବଂ ଚିନିର ଉପଯୋଗ କମ୍ କରନ୍ତୁ :-

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ପ୍ରତିଦିନ ୮ ରୁ ୧୦ ଗ୍ଲାସ୍ ପାଣି ପିଇବାକୁ କହିଛି । ଯାହାଦ୍ୱାରା ‘ଡିହାଇଡ୍ରେସନ୍’ରୁ ବର୍ତ୍ତି ହେବ ଏବଂ ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିବ । ଏବଂ ପ୍ୟାକ୍ ହୋଇଥିବା ସଫ୍ଟ ଡ୍ରିଂକ୍ସକୁ ସେବନ ନକରିବାକୁ ପରାମର୍ଶ ଦେଇଛି କାରଣ ସେଥିରେ ଚିନିର ମାତ୍ରା ଖୁବ୍ ଅଧିକ ଥାଏ ।

ଆମିଷ ସେବନ କରିବା ହୋଇଥାଏ ଲାଭଦାୟକ :-

ଆମିଷ ଖାଦ୍ୟ ପଦାର୍ଥ ପ୍ରୋଟିନର ମାଧ୍ୟମ ହୋଇଥାଏ । ଗାଇଡ଼ଲାଇନ୍ ମୁତାବିକ ନାଲି ମାଂସ ସପ୍ତାହରେ ଥରେ ଦୁଇଥର ସେବନ କରିହେବ । ତାସହିତ ମାଛ, ଅଣ୍ଡା ଏବଂ କ୍ଷୀର ସହିତ ୧୬୦ ଗ୍ରାମ୍ ମାଂସ ଏବଂ ବିନ୍ସ ଦ୍ୱାରା ଶରୀରରେ ଜରୁରୀ ଖାଦ୍ୟ ପଦାର୍ଥର ଲେବଲ୍ ରହିବ ।

ଶସ୍ୟ ଜାତୀୟ ଖାଦ୍ୟ ଏବଂ ଡ୍ରାଇ ଫ୍ରୁଟ୍ ଖାଆନ୍ତୁ :-

‘WHO’ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାରର ଶସ୍ୟ ଜାତୀୟ ଖାଦ୍ୟ ଏବଂ ବାଦାମ୍ କୁ ପାୱାରଫୁଲ୍ ବୋଲି କହିଛି । ସଂଗଠନ କହିଛି ବ୍ୟକ୍ତିକୁ ପ୍ରତିଦିନ ୧୮୦ ଗ୍ରାମ୍ ଶସ୍ୟ ଜାତୀୟ ଖାଦ୍ୟ ଯେପରିକି ମକା, ଯଅ, ଗହମ, ବାଜରା, ବ୍ରାଉନ୍ ରାଇସ୍ କିମ୍ବା ଆଳୁର ସେବନ କରିବା ଉଚିତ । ପୁଣି ଖାଦ୍ୟଭ୍ୟାସରେ ଫଳ ଏବଂ ପନିପରିବା ବ୍ୟତୀତ, ବାଦାମ୍, ନଡ଼ିଆ, ପିସ୍ତା ଭଳି ନଟସ୍ କୁ ସାମିଲ୍ କରିବାକୁ ପରାମର୍ଶ ଦେଇଛନ୍ତି ।

ଫଳ ଏବଂ ପନିପରିବା ଅଧିକ ପ୍ରଭାବକାରୀ :-

ଆମକୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ନିଜ ଖାଦ୍ୟ ପାନୀୟରେ ଯେତିକି ପୋଷକ ତତ୍ତ୍ୱ ସାମିଲ୍ କରି ପାରିବୁ ସେତିକି କରିବା ଉଚିତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦେଶ ଦେଇଛି ଯେ ସଂକ୍ରମଣ ଠାରୁ ଦୂରରେ ରହିବାର ଅଛି ଯଦି, ପିଜୁଳି, ସେଓ, କଦଳୀ, ଷ୍ଟ୍ରୋବେରୀ, ଅଙ୍ଗୁର, ଅନାରସ, ଅମୃତଭଣ୍ଡା, ନାରଙ୍ଗୀ, ବିଟ୍, ଭଳି ଫଳକୁ ‘ଦୁଇ କପ୍’ରେ ସର୍ଭିଙ୍ଗ ଇଜ୍ ସହିତ ଖାଆନ୍ତୁ । ପୁଣି ପନିପରିବାରେ କଞ୍ଚା ଲଙ୍କା, ରସୁଣ, ଅଦା, କେଲ୍, ଧନିଆ, କଞ୍ଚା ଲଙ୍କା, କୋବି, ଫଳ 5 ସର୍ବିଙ୍ଗସ୍ ସହିତ ଖାଇବା ଉଚିତ ।

ଜରୁରୀ ଖାଦ୍ୟ ପ୍ରସ୍ତୁତି ଟିପ୍ସ :-

ବଜାରରୁ ପନିପରିବା ଘରକୁ ଆଣିଲେ ଭଲ ଭାବରେ ପାଣିରେ ଧୋଇବା ଆବଶ୍ୟକ । ଉପଯୋଗ କରିବା ପୂର୍ବରୁ ଏବଂ ପରେ ପ୍ରତ୍ୟେକ ବସ୍ତୁ କୁ ଭଲଭାବରେ ଧୋଇବାର ଅଭ୍ୟାସ କରିବା ଉଚିତ । ସମୟ ସମୟରେ ପରିଷ୍କାର ପରିଛନ୍ନତା ଅଭ୍ୟାସ ଭଲ ଅଟେ ।

Leave a Reply

Your email address will not be published. Required fields are marked *