‘ଅମିତାଭ ବଚ୍ଚନ୍’ଙ୍କ ପିଲାଦିନର ରୋଲ୍ କରୁଥିବା ଶିଶୁ କଳାକାର ଏପରି ଦେଖା ଯାଉଛନ୍ତି ! ଫିଲ୍ମ ନୁହେଁ ବରଂ ଏହି ଜରିଆରେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା…

‘ଅମିତାଭ ବଚ୍ଚନ୍’ଙ୍କ ପିଲାଦିନର ରୋଲ୍ କରୁଥିବା ଶିଶୁ କଳାକାର ଏପରି ଦେଖା ଯାଉଛନ୍ତି ! ଫିଲ୍ମ ନୁହେଁ ବରଂ ଏହି ଜରିଆରେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଷ୍ଟାର୍ ଅଛନ୍ତି ଯେଉଁମାନେ ଶିଶୁ କଳାକାର ଭାବରେ ନିଜର ‘କ୍ୟାରିଅର୍’ର ଆରମ୍ଭ କରିଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଲା ସେତେବେଳେ ସେ ନିଜର ଏତେ ଭଲ ପ୍ରଦର୍ଶନ ଦେଖାଇ ପାରି ନଥିଲେ । ଆଜି ଆପଣଙ୍କୁ ୭୦-୮୦ ଦଶକର ସେହି ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରୁଥିଲେ ଏବଂ ଲୋକପ୍ରିୟ ହୋଇଥିଲେ । କେବଳ ସେତିକି ନୁହେଁ ଏହି ବ୍ୟକ୍ତିଙ୍କୁ ଜୁନିୟର୍ ଅମିତାଭ ବଚ୍ଚନ ନାମରେ ମଧ୍ୟ ଲୋକେ ଜାଣିଥିଲେ । ଏହି ଅଭିନେତାଙ୍କ ନାମ ମୟୁର୍ ରାଜ୍ ବର୍ମା ଅଟେ । ତାଙ୍କ ଲୋକପ୍ରିୟତା କିଛି ଏପରି ଥିଲା ଯେ ସେ ତାଙ୍କ ସମୟର ସବୁଠାରୁ ଭଲ ଅଭିନୟ କରୁଥିବା ଶିଶୁ କଳାକାରଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।

ମୟୁର୍ ୭୦ ଏବଂ ୮୦ ଦଶକରେ ଅମିତାଭ ବଚ୍ଚନଙ୍କର ଅନେକ ଫିଲ୍ମରେ ତାଙ୍କ ପିଲାଦିନର ଚରିତ୍ରରେ ଅଭିନୟ କରିଥିଲେ ଏବଂ ଖୁବ୍ ନାମ ଅର୍ଜନ କରିଥିଲେ । ସେ ଶିଶୁ କଳାକାର ଭାବରେ ଅନେକ ଫିଲ୍ମରେ କାମ କରିଛନ୍ତି । ସେ ନିଜ ‘କ୍ୟାରିଅର୍’ର ପ୍ରାରମ୍ଭ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମୁକଦ୍ଦର୍ କା ସିକନ୍ଦର୍’ରୁ କରିଥିଲେ ।

ପ୍ରଥମ ଫିଲ୍ମ ମୟୁରଙ୍କୁ ରାତାରାତି ସୁପରଷ୍ଟାର୍ ବନାଇ ଦେଇଥିଲା । ଛୋଟ ଅମିତାଭ୍ ହୋଇ ସେ ଖୁବ୍ ଲୋକପ୍ରିୟ ହୋଇଥିଲେ । ଫିଲ୍ମ ‘ମୁକଦ୍ଦର୍ କା ସିକନ୍ଦର୍’ ପରେ ଅମିତାଭଙ୍କ ସବୁ ଫିଲ୍ମ ପାଇଁ ମୟୁରଙ୍କୁ ସାଇନ୍ କରାଯାଉଥିଲା ।

ମୟୁର ଫିଲ୍ମରେ ନିଜର କାମକୁ ଖୁବ୍ ଗମ୍ଭୀରତାର ସହିତ କରୁଥିଲେ । ଏବଂ ଏହି କାରଣ ଥିଲା ଯେ ସେ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଥିଲେ । ସେ ସାତ ବର୍ଷ ପରେ ଲାବାରିସ୍, ୟେ ରାସ୍ତେ ହେ ପ୍ୟାର୍ କେ, ଲୋଭ୍ ଈ ଗୋଆ, ସୌଗନ୍ଧ, ରାଜୁ ଚାଚା, ଅଂଶ, କୁଛ ଖଟ୍ଟି କୁଛ ମିଠି, ଉଁଚି ଉଡାନ୍ ଭଳି ଫିଲ୍ମରେ କାମ କରିଛନ୍ତି ।

ଫିଲ୍ମ ସହିତ ମୟୁର୍ ବୀଆର୍ ଚୋପଡ଼ାଙ୍କ ଲୋକପ୍ରିୟ ଶୋ’ ମହାଭାରତରେ ମଧ୍ୟ କାମ କରିଛନ୍ତି । ଏହି ‘ସିରିଏଲ୍’ରେ ମୟୁର୍ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ ।

ଅଭିମନ୍ୟୁଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ମୟୁର୍ ସେହି କଳାକାରଙ୍କ ମଧ୍ୟରେ ପରିଚିତ ଥିଲେ ଯିଏ ଏତେ ସଫଳ ଶୋ’ର ଅଂଶ ହୋଇ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ହୋଇ ପାରି ନଥିଲେ । ଏହି ଶୋ’ ପରେ ତାଙ୍କୁ ଆଉ କୌଣସି ବଡ଼ ପ୍ରୋଜେକ୍ଟରେ କାମ କରିବାକୁ ସୁଯୋଗ ମିଳି ନଥିଲା ।

ମହାଭାରତ ପରେ ମୟୁର୍ ଛୋଟ ବଡ଼ ପରଦା ଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଗଲେ । ସୂଚନା ଅନୁଯାୟୀ ମୟୁର୍ ‘ୱେଲସ୍’ରେ ପତ୍ନୀଙ୍କ ସହିତ ଇଣ୍ଡିୟାନା ନାମକ ଏକ ରେଷ୍ଟରାଣ୍ଟ ଚଳାନ୍ତି ଏବଂ ଏହି ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । କହିରଖୁଛୁ ଯେ ସେ ୨୦୦୭ରେ ଭାରତ ଛାଡ଼ି ଦେଇଥିଲେ ।

ମୟୁରଙ୍କ ସ୍ତ୍ରୀ ଜଣେ ପ୍ରସିଦ୍ଧ ଶେଫ୍ ଅଟନ୍ତି । ଏହାବ୍ୟତୀତ ‘ମୟୁର୍ ୱେଲସ୍’ର ଲୋକଙ୍କୁ ବଲିଉଡ ବିଷୟରେ ଅବଗତ କରାଇଥାନ୍ତି ଏବଂ ଏଥିପାଇଁ ୱର୍କସୋପ୍ ଏବଂ ଆକ୍ଟିଂଗ୍ କ୍ଲାସ୍ ମଧ୍ୟ ଚଲାନ୍ତି । ଆମେରିକାରେ ମୟୁରଙ୍କ କାରବାର କୋଟି କୋଟି ଟଙ୍କାର ଅଟେ ।

ରିପୋର୍ଟ ଅନୁଯାୟୀ ମୟୁରଙ୍କ ମା’ ଚାହୁଁଥିଲେ ଯେ ତାଙ୍କ ପୁଅ ଆକ୍ଟର୍ ହେଉ ବୋଲି । ସେ ନିଜ ପୁଅକୁ ଫିଲ୍ମ ଦେବାକୁ ଯାହା ସମ୍ଭବ ତାହା କରିଥିଲେ । ସେ ଜଣେ ଜର୍ଣ୍ଣାଲିଷ୍ଟ ଥିଲେ ଏବଂ ପ୍ରାୟତଃ ସବୁବେଳେ ଫିଲ୍ମ ଷ୍ଟାର୍ ମାନଙ୍କର ଇଣ୍ଟରଭିଉ ନେଉଥିଲେ । ଇଣ୍ଟରଭିଉ ସମୟରେ ପ୍ରଯୋଜକ ଏବଂ ନିର୍ଦେଶକଙ୍କୁ ନିଜ ପୁଅଙ୍କ ଫୋଟ ନିଶ୍ଚିତ ଦେଖାଉ ଥିଲେ ।

ଥରେ ସେ ନିର୍ଦେଶକ ପ୍ରକାଶ ମେହେରାଙ୍କ ଇଣ୍ଟରଭିଉ ନେଇଥିଲେ । ଇଣ୍ଟରଭିଉ ସମୟରେ ସେ ପ୍ରକାଶ ମେହେରାଙ୍କୁ ନିଜ ପୁଅଙ୍କ ଫୋଟ ଦେଖାଇ ଥିଲେ । ଏବଂ ସେହି ଠାରୁ ମୟୁରଙ୍କ ଭାଗ୍ୟ ଖୋଲି ଯାଇଥିଲା ଏବଂ ପ୍ରକାଶ ମେହେରା ମୟୁରଙ୍କୁ ମୁକଦ୍ଦର୍ ଫିଲ୍ମ ପାଇଁ ସାଇନ୍ କରାଇ ଥିଲେ ।

Leave a Reply

Your email address will not be published. Required fields are marked *