ଶ୍ରୀଲଙ୍କା ଟୁର୍ ପାଇଁ ଭାରତୀୟ ଦଳର ଉପଅଧିନାୟକ, ହୋଇଥିବା ଭୁବନେଶ୍ୱର୍ କୁମାର୍ ଟୁର୍ ବେଳେ ମନେପକାଇଲେ ମହେନ୍ଦ୍ର ସିଂହ ଧୋନିଙ୍କୁ ! କାନ୍ଦି କାନ୍ଦି କହିଲେ ଏହି କଥା…

ଶ୍ରୀଲଙ୍କା ଟୁର୍ ପାଇଁ ଭାରତୀୟ ଦଳର ଉପଅଧିନାୟକ, ହୋଇଥିବା ଭୁବନେଶ୍ୱର୍ କୁମାର୍ ଟୁର୍ ବେଳେ ମନେପକାଇଲେ ମହେନ୍ଦ୍ର ସିଂହ ଧୋନିଙ୍କୁ ! କାନ୍ଦି କାନ୍ଦି କହିଲେ ଏହି କଥା…

ସୀମିତ ଓଭର୍ ସିରିଜ୍ ଖେଳିବା ପାଇଁ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାରେ ପହଞ୍ଚିସାରିଛି । ସୂଚନାଯୋଗ୍ୟ ଯେ ଜୁଲାଇ ୧୩ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏହାର ପ୍ରଥମ ମ୍ୟାଚ୍ ଖେଳିବ । ଏହି ଦ୍ୱିପାକ୍ଷିକ ମ୍ୟାଚରେ ପ୍ରଥମ ତିନିଟି ମ୍ୟାଚ୍ ୱାନଡେ ସିରିଜ୍ ଖେଳାଯିବ ଏବଂ ଏହାପରେ ତିନିଟି ଟିଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଏହି ସମୟରେ ଶ୍ରୀଲଙ୍କାରୁ ଭାରତୀୟ ଦଳ ଏକ ଭିଡିଓ ସେୟାର୍ କରିଛି । ଏହି ଭିଡିଓ ଭୁବନେଶ୍ୱର୍ କୁମାରଙ୍କ ସହ ସମ୍ବନ୍ଧିତ ଅଟେ ଯିଏକି ଶ୍ରୀଲଙ୍କା ଟୁର୍ ପାଇଁ ଭାରତୀୟ ଦଳର ଉପ ଅଧିନାୟକ ହୋଇଛନ୍ତି ।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶିଖର୍ ଧାୱନଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଭାରତୀୟ ଦଳ ଗତ ସୋମବାର ଦିନ ଶ୍ରୀଲଙ୍କାରେ ପହଞ୍ଚିଛି । ବର୍ତ୍ତମାନ ଖେଳାଳିମାନଙ୍କୁ କଲମ୍ବୋର୍ ତାଜ୍ ସମୁଦ୍ର ହୋଟେଲରେ ‘କୁଆରେଣ୍ଟିନ୍’ରେ ରଖାଯାଇଛି । ବୁଧବାର ଦିନ ବିସିସିଆଇ ଭୁଭିଙ୍କର ଏକ ଭିଡିଓ ସେୟାର୍ କରିଛି ଯେଉଁଥିରେ ଭୁଭି ତାଙ୍କର କିଛି ଇନଷ୍ଟାଗ୍ରାମ୍ ପୋଷ୍ଟକୁ ମନେ ପକାଇଛନ୍ତି ।

ଭୁଭି ତାଙ୍କର ୧୮୦ତମ ଇନଷ୍ଟା ପୋଷ୍ଟକୁ ଧୋନିଙ୍କ ପାଇଁ ଉତ୍ସାର୍ଗୀକୃତ କରିଛନ୍ତି ଏବଂ ଏହି ପୋଷ୍ଟରେ ଧୋନିଙ୍କ ପାଇଁ ଏକ ବିଶେଷ ବାର୍ତା ଦେଇଛନ୍ତି । ବିସିସିଆଇ ଟ୍ୱିଟରରେ ଏହି ଭିଡିଓଟି ସେୟାର୍ କ୍ୟାପସନରେ ଲେଖିଛି ଆଜି ସୋସିଆଲ୍ ମିଡିଆ ଦିବସରେ ଭୁବନେଶ୍ୱର କୁମାର୍ ତାଙ୍କର କିଛି ପ୍ରିୟ ଇନଷ୍ଟା ସ୍ମୃତିକୁ ତାଜା କରିଛନ୍ତି । ଭୁଭି ଏହି ପୋଷ୍ଟରେ ଏମଏସ୍ ଧୋନି ଏବଂ ତାଙ୍କ ପ୍ରିୟ କୁକୁର ବିଷୟରେ କହୁଛନ୍ତି । ଭୁବନେଶ୍ୱର କୁମାର ଭିଡିଓରେ କହିଛନ୍ତି ଯେ ମୁଁ ଭାବୁଛି ଯେ, “ସମସ୍ତେ ଜାଣନ୍ତି ଯେ ଧୋନି ଜଣେ କେତେ ଭଲ ଖେଳାଳୀ କିନ୍ତୁ ସେ ଜଣେ କେତେ ଭଲ ମଣିଷ ତାହା ଜଣାଇବାକୁ ମୁଁ ଏହି ପୋଷ୍ଟ ସେୟାର୍ କରିଛି । ସେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି । ଆପଣ ଯାହାକୁ ବି ଧୋନିଙ୍କ ବିଷୟରେ ପଚାରିବେ ସେମାନେ କହିବେ ଯେ ଧୋନି ଜଣେ ସାହାଯ୍ୟକାରୀ ବ୍ୟକ୍ତି । ସେ ସବୁବେଳେ ଯୁବକମାନଙ୍କୁ ମାର୍ଗଦର୍ଶନ ଦିଅନ୍ତି ।”

ମହେନ୍ଦ୍ର ସିଂ ଧୋନି ଗତ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ଘୋଷଣା କରିଥିଲେ । ଭୁଭି ଏଥିପାଇଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍ କରିଥିଲେ ଏବଂ ଲେଖିଥିଲେ, “ତୁମେ ଆମକୁ ଶିକ୍ଷା ଦେଇଥିଲ ଯଦି ଆମ ମନରେ ଦୃଢ଼ ଇଛା ଶକ୍ତି ଥାଏ ତେବେ ଆମର ସମସ୍ତ ସ୍ୱପ୍ନ ସାକାର ହୋଇପାରିବ । ତୁମ ସହିତ କ୍ରିକେଟର ଏକ ଅଂଶ ହେବା ଏକ ଗୌରବର ବିଷୟ । ମୁଁ ତୁମଠାରୁ ବହୁତ କିଛି ଶିଖିଛି ମାହୀ ଭାଇ ! ତୁମର ମାର୍ଗଦର୍ଶନ ମୋତେ କେବଳ କ୍ରିକେଟ୍ ନୁହେଁ ଜୀବନରେ ମଧ୍ୟ ସାହାଯ୍ୟ କରିଛି । ଅବସରର ଅନେକ ଅନେକ ଶୁଭେଚ୍ଛା ।”

Leave a Reply

Your email address will not be published. Required fields are marked *