କାମ ନମିଳିବା ହେତୁ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି ଟିଭି ଏବଂ ବଲିଉଡର ଏହି କଳାକାରମାନେ ! ଥିବା ଧନ ମଧ୍ୟ ହୋଇଗଲାଣି ଶେଷ…

କାମ ନମିଳିବା ହେତୁ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି ଟିଭି ଏବଂ ବଲିଉଡର ଏହି କଳାକାରମାନେ ! ଥିବା ଧନ ମଧ୍ୟ ହୋଇଗଲାଣି ଶେଷ…

ସମଗ୍ର ଦେଶରେ ‘କରୋନା ଭାଇରସ୍’ର ପ୍ରକୋପ ଲଗାତାର ଭାବରେ ଜାରି ରହିଛି । ଏଥି ସହିତ କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଦେଶରେ ଅଧିକ ହଲ୍-ଚାଲ୍ ସୃଷ୍ଟି କରିଛି । ଏହି ସଂକ୍ରମଣ ହେତୁ ଅନେକ ଲୋକ ବର୍ତ୍ତମାନ ସୁଦ୍ଧା ନିଜର ଆତ୍ମୀୟ ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଅନେକ ଲୋକ ଆର୍ଥିକ ସଙ୍କଟ ମଧ୍ୟ ଦେଇ ସଂଘର୍ଷ କରୁଛନ୍ତି । ଏଥିସହିତ ଏହି ମହାମାରୀର ବିସ୍ତାର ଟିଭି ଏବଂ ଚଳଚ୍ଚିତ୍ର ଜଗତରେ ମଧ୍ୟ ଦେଖିବାକୁ ମିଳିଛି । କରୋନା ଭାଇରସ୍ କାରଣ ହେତୁ ଟେଲିଭିଜନ୍ ଏବଂ ଚଳଚ୍ଚିତ୍ରର ସୁଟିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯେଉଁ କାରଣ ହେତୁ ଅନେକ କଳାକାର ମୁମ୍ବାଇ ଛାଡି ଦେଇଛନ୍ତି ତ ପୁଣି ଅନେକ ଏହି କଷ୍ଟ ସମୟରେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ।

ବନ୍ଦନା ସଜନାନୀ:

ନିକଟ ଅତୀତରେ ଇଶାନ୍ ଖଟ୍ଟରଙ୍କ ସାବତ ମାଁ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ବନ୍ଦନା ସଜନାନୀ ପ୍ରକାଶ କରିଛନ୍ତି କି ଏହି ମହାମାରୀ ସମୟରେ ତାଙ୍କର ସମସ୍ତ ସଞ୍ଚୟ ସମାପ୍ତ ହୋଇସାରିଛି ଏବଂ ସେ ତାଙ୍କ ପରିବାର ସହିତ ବହୁତ ଅସୁବିଧାରେ ଅଛନ୍ତି । ବାସ୍ତବରେ, ବନ୍ଦନା ସଜନାନୀ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଏବଂ ତାଙ୍କ ପରିବାର ଏହି ଆର୍ଥିକ ପରିସ୍ଥିତିକୁ ଦୂର କରିବା ପାଇଁ ସେମାନଙ୍କର ସମସ୍ତ ସଞ୍ଚୟ ଖର୍ଚ୍ଚ କରିସାରିଛନ୍ତି । ବନ୍ଦନା ଏହା ମଧ୍ୟ କହିଛନ୍ତି କି ତାଙ୍କର ଅଧିକାଂଶ ସଞ୍ଚୟ ‘ମେଡିକାଲ୍ ବିଲ୍’ରେ ଖର୍ଚ୍ଚ ହୋଇଯାଇଛି, ତାଙ୍କ ନବଜାତ ପୁତ୍ର ଗତ ବର୍ଷ କିଛି ମାସ ପାଇଁ ‘ICU’ରେ ଥିଲେ । ସେହି ସମୟ ମଧ୍ୟରେ ବନ୍ଦନା କେବଳ ଗୋଟିଏ ବିଜ୍ଞାପନରେ କାମ କରିବାକୁ ସକ୍ଷମ ହୋଇଥିଲେ ।

ଅୟୂବ୍ ଖାନ୍

ହିନ୍ଦୀ ସିନେମାର ଦିଗଜ୍ଜ ଅଭିନେତା ଦିଲୀପ୍ କୁମାରଙ୍କ ସମ୍ପର୍କୀୟ ଅୟୂବ୍ ଖାନ୍ ଟିଭି ଜଗତରେ ଏକ ଜଣାଶୁଣା ନାମ ଅଟନ୍ତି । ‘ଆମୀର୍ ଖାନ୍’ଙ୍କ ଅଭିନୀତ ଚଳଚ୍ଚିତ୍ର “ମେଲା” ଏବଂ “ଦିଲ ଚାହତା”ରେ ଅଭିନୟ କରିଥିବା ଅଭିନେତା ଅୟୂବ୍ ଖାନ୍ ମଧ୍ୟ ‘କରୋନା ଭାଇରସ୍’ କାରଣ ହେତୁ ଆର୍ଥିକ ସଙ୍କଟର ଶିକାର ହୋଇଛନ୍ତି । ନିକଟ ଅତୀତରେ ଏକ ସାକ୍ଷାତକାର ସମୟରେ ଅୟୂବ୍ ଖାନ୍ କହିଛନ୍ତି କି ଗତ ଦେଢ଼ ବର୍ଷ ଧରି ମୁଁ ଗୋଟିଏ ଟଙ୍କା ମଧ୍ୟ ରୋଜଗାର କରି ନାହିଁ । ମୋର ସଞ୍ଚିତ ଅର୍ଥରୁ ସବୁକିଛି ଚାଲିଥିଲା ​​ଏବଂ ବର୍ତ୍ତମାନ କେବଳ ଅଳ୍ପ କିଛି ଟଙ୍କା ବାକି ଅଛି । ଯଦି ପରିସ୍ଥିତିରେ ସୁଧାର ନଆସେ, ତେବେ ସାହାଯ୍ୟ ମାଗିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ । ଅୟୂବ୍ ଖାନ୍ ଏହା ମଧ୍ୟ ପ୍ରକାଶ କରିଛନ୍ତି କି ରୋଜଗାର ନକରିବା ହେତୁ ଏଥି ନିମନ୍ତେ ସେ ବହୁତ ଚାପଗ୍ରସ୍ତ ଅନୁଭବ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତି ଏହିପରି ଅଟେ କି, ଆପଣଙ୍କ ଯାହା ଅଛି ସେଥିରେ ବଞ୍ଚିବାକୁ ପଡିବ ।

ଅତୁଲ ବୀରକର

ଧାରାବାହିକ ତାରକ ମେହେଟ୍ଟାଙ୍କ “ଉଲଟା ଚାଶମା” ସମେତ ଅନେକ ଟିଭି ଶୋ’ରେ କାମ କରିଥିବା ଅଭିନେତା ଅତୁଲ ବୀରକର କଳାକାର ମଧ୍ୟ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି । ଅତୁଲ ବୀରକର୍ କହିଛନ୍ତି କି ଲକଡାଉନ୍ କେବଳ ମୋତେ ନୁହେଁ ବରଂ ସମସ୍ତଙ୍କୁ ପ୍ରଭାବିତ କରିଛି କିନ୍ତୁ ମୋର ମାମଲା ଅନ୍ୟ ମାନଙ୍କ ଠାରୁ ଟିକେ ଭିନ୍ନ ଅଟେ । ମୋ ଉପରେ ପିଲା ମାନଙ୍କ ଦାୟିତ୍ୱ ରହିଛି ଯେଉଁ ମାନେ ବର୍ତ୍ତମାନ ଏକ ଗମ୍ଭୀର ରୋଗ ସହ ଲଢେଇ କରୁଛନ୍ତି । ମୋ ପୁଅ ଅନ୍ୟ ସାଧାରଣ ପିଲାମାନଙ୍କ ପରି ଠିଆ ହୋଇପାରେ ନାହିଁ କିମ୍ବା କୌଣସି କାର୍ଯ୍ୟ କରିପାରେ ନାହିଁ । ସେ ସର୍ଵଦା ଶଯ୍ୟାରେ ଥାଆନ୍ତି । ଏହି କଷ୍ଟ ସମୟରେ ଅତୁଲଙ୍କୁ ମହମବତୀ ଏବଂ ଖବରକାଗଜ ବିକ୍ରି କରିବାକୁ ପଡୁଛି ।

ହିମାନୀ ଶିବପୁରୀ

ଟିଭିର ଭେଟେରାନ୍ ଅଭିନେତ୍ରୀ ହିମାନୀ ଶିବପୁରୀଙ୍କ ବିଷୟରେ ଯଦି କଥାବାର୍ତ୍ତା କରାଯାଏ ତେବେ ସେ ମହାମାରୀ ହେତୁ କାମ ବନ୍ଦ ହେବା ବିଷୟରେ ମଧ୍ୟ କହିଥିଲେ କି, ଅଭିନେତ୍ରୀ ମାନଙ୍କ ନିମନ୍ତେ କୌଣସି ପ୍ରୋଭିଡେଣ୍ଟ ଫଣ୍ଡର ବ୍ୟବସ୍ଥା ନଥାଏ । ଏହିପରି ପରିସ୍ଥିତିରେ ଯେତେଦିନ ପର୍ଯ୍ୟନ୍ତ ସୁଟିଂ ଚାଲିଛି ସେତେ ଦିନ ପର୍ଯ୍ୟନ୍ତ ସେମାନଙ୍କ ଗାଡି ଚାଲିଥାଏ । କିନ୍ତୁ ଯଦି ଥରେ ଶୁଟିଂ ବନ୍ଦ ହୋଇଯାଏ ତେବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ଞାତ ଥାଉ କି ଜଣାଶୁଣା ହିମାନୀ ଶିବପୁରୀ ‘ଦିଲୱାଲେ ଦୁଲ୍ହନିୟାଲେ ଜାୟେଙ୍ଗେ’, ‘ମେ ପ୍ରେମ କି ଦେୱାନୀ ହୁଁ’, ‘ହିରୋ ନଂ-୧, ‘ହମ୍ ଆପକେ ହେ କୌନ’, ‘ମେହେନ୍ଦି’ ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ଘନଶ୍ୟାମ ନାୟକ

ଏମାନଙ୍କ ବ୍ୟତୀତ SAB ଟିଭି ଧାରାବାହିକ ‘ତାରକ ମେହଟ୍ଟାଙ୍କ ଓଲଟା ଚାଶମା’ରେ ନଟ୍ଟୁ କାକା ଭୂମିକାରେ ଅଭିନୟ କରୁଥିବା ଘନଶ୍ୟାମ ନାୟକଙ୍କ ବିଷୟରେ ଯଦି କୁହାଯାଏ ତେବେ ସେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି କି କରୋନା ଭାଇରସ୍ ମହାମାରୀ ହେତୁ ଶୋ’ର ସୁଟିଂ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେ ଗତ ଏକ ମାସ ଧରି ଘରେ ଅଛନ୍ତି ଏବଂ ସୁଟିଂ ପାଇଁ ତାଙ୍କୁ କେବେ ଡକାଯିବ ତାହା ମଧ୍ୟ ତାଙ୍କୁ ଜଣାନାହିଁ ।

Leave a Reply

Your email address will not be published. Required fields are marked *