ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଆଜି ନିଜର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଫେବୃୟାରୀ ୫, ୧୯୭୬ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ନିଜ ବାପା ଏବଂ ମା’ଙ୍କ ଶିଖାଇଥିବା ରାସ୍ତାରେ ଚାଲୁଥିବା ଅଭିଷେକ ବଚ୍ଚନ ମଧ୍ୟ ବୋଲିଉଡ଼ରେ କ୍ୟାରିଅର୍ ବନାଇବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ହିନ୍ଦୀ ସିନେମାରେ ରହିବାର ୨୦ ବର୍ଷରୁ ଊର୍ଦ୍ଦ୍ଵ ହୋଇଗଲାଣି କିନ୍ତୁ ସେ ନିଜ ମାତା ପିତାଙ୍କ ଭଳି ପରିଚୟ ବନାଇ ପାରିନାହାଁନ୍ତି ।
ଅମିତାଭ ବଚ୍ଚନଙ୍କ ପୁଅ ହୋଇଥିବା କାରଣରୁ ଅଭିଷେକ ପ୍ରାୟ ଚର୍ଚ୍ଚାରେ ରହନ୍ତି । ଇଣ୍ଡଷ୍ଟ୍ରିରେ ତାଙ୍କର ଅନେକ ସାଙ୍ଗ ଅଛନ୍ତି ଏବଂ ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ସହିତ ମଧ୍ୟ ତାଙ୍କର ବେଶ ଭଲ ସମ୍ପର୍କ । ଦୁହେଁ ଅନେକ ଫିଲ୍ମରେ ସାଥିରେ କାମ କରିଛନ୍ତି ଏବଂ ଦୁହେଁ ପ୍ରାୟ ସାଙ୍ଗରେ ଦେଖା ଯାଇଥାନ୍ତି ।
ଅଭିଷେକ ବଚ୍ଚନ ନିଜ ଫିଲ୍ମ କ୍ୟାରିଅରର ପ୍ରାରମ୍ଭ ୨୦୦୦ ମସିହାରୁ କରିଥିଲେ । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ରିଫ୍ୟୁଜି ଥିଲା । ଅଭିଷେକଙ୍କ ନାମ ଅନେକ ବଡ଼ ବଡ଼ ଅଭିନେତାଙ୍କ ମଧ୍ୟରେ ଆଦୌ ପରିଗଣିତ ହୋଇ ନଥାଏ । କିନ୍ତୁ ସେ କିଛି ଫିଲ୍ମରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଅଭିଷେକ ବଚ୍ଚନ ନିଜେ ଏହି କଥାର ଖୁଲାସା କରିଥିଲେ ଯେ ସେ ତାଙ୍କ ବାପା ଅମିତାଭ ବଚ୍ଚନଙ୍କୁ ଲୁଚାଇ ମଦ ପିଉଥିଲେ ଏବଂ ତାଙ୍କ ସହିତ ଅଜୟ ଦେବଗନ ମଧ୍ୟ ଥିଲେ ।
ସାଧାରଣତଃ ଦେଖାଯାଇଥାଏ ଯେ, ଫିଲ୍ମ କଳାକାରଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଜାଣିବା ପାଇଁ ଫ୍ୟାନମାନେ ଖୁବ୍ ଉତ୍ସୁକ ରହିଥାନ୍ତି । ଯେଉଁଠି ପ୍ରାୟତଃ ବୋଲିଉଡ଼ ଷ୍ଟାରମାନେ ମଧ୍ୟ ନିଜ ସହିତ ଜଡ଼ିତ ଅନେକ ରୋଚକ ତଥ୍ୟ ନିଜ ଫ୍ୟାନମାନଙ୍କ ସହିତ ସେୟାର୍ ମଧ୍ୟ କରିଥାନ୍ତି । ତେଣୁ ଏମିତିରେ ଥରେ ଅଭିଷେକ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟକ୍ତିଗତ କଥା ବିଷୟରେ ଖୁଲାସା କରିଥିଲେ ସେ କହିଥିଲେ ଯେ, ଥରେ ନିଜ ପିତାଙ୍କ ଠାରୁ ଲୁଚାଇ ସେ ମଦ ପିଇଥିଲେ ।
ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ, ଅଭିଷେକ ବଚ୍ଚନ ଥରେ ରିତେଶ ଦେଶମୁଖ ଏବଂ ସାଜିଦ୍ ଖାନଙ୍କ ଦ୍ଵାରା ହୋଷ୍ଟ କରାଯାଇଥିବା ଟିଭି ଶୋ ‘ୟାରୋ କେ ବାରାତ ମେ’ରେ ପହଞ୍ଚିଥିଲେ । ଏହି ସମୟରେ ହୋଇଥିବା ଏକ ମଜାଦାର ଘଟଣା ସେ ସେୟାର୍ କରିଥିଲେ । ଏହି ଘଟଣା ଅଭିଷେକ ବଚ୍ଚନଙ୍କ ପ୍ରାଥମିକ ଫିଲ୍ମ କ୍ୟାରିଅର୍ ସହିତ ଜଡ଼ିତ ଅଛି । ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ ଏବଂ ଅଜୟ ଦେବଗନଙ୍କ ସହିତ ଟିଭି ଶୋ ‘ୟାରୋ କେ ବାରାତ’ରେ ପହଞ୍ଚି ଥିଲେ ।
ଶୋ’ରେ ଅଭିଷେକ ଏକ ଘଟଣା ସେୟାର୍ କରି କହିଛନ୍ତି ଯେ, ‘ଯେତେବେଳେ ମେଜର ସାହବର ଶୁଟିଂ ହେଉଥିଲା ସେତେବେଳେ ମୁଁ ମଧ୍ୟ ସେହି ଫିଲ୍ମରେ ପ୍ରଡକ୍ସନ ବୋୟ ଭାବରେ ଥିଲି । ତେଣୁ ଏମିତିରେ ଅଷ୍ଟ୍ରେଲିଆରେ ଅଜୟ ଦେବଗନଙ୍କୁ ଏୟରପୋର୍ଟରୁ ଆଣିବା ଠାରୁ ଆରମ୍ଭ କରି ତାଙ୍କର ଅନ୍ୟାନ୍ୟ ଧ୍ୟାନ ରଖିବା ପର୍ଯ୍ୟନ୍ତ ସବୁ କାମ ମୋର ଥିଲା । ‘ଅଭିଷେକଙ୍କ ପରେ ଅଜୟ ଦେବଗନ କହିଲେ ଯେ” ଅଭିଷେକ ଯେତେବେଳେ ମୋତେ ହୋଟେଲ୍ ନେଇ ଆସିଲେ ସେହି ସମୟ ଦ୍ୱିପ୍ରହର ସମୟ ଥିଲା । ରୁମରେ ଜିନିଷପତ୍ର ରଖିବା ପରେ ମୁଁ ଡ୍ରିଙ୍କ ପାଇଁ ତଳକୁ ଚାଲିଗଲି, ସେତେବେଳେ ମୋ ସହିତ ଅଭିଷେକ ଥିଲେ । ମୁଁ ସେତେବେଳେ ତାଙ୍କୁ ପଚାରି ଥିଲି ଯେ କଣ ସେ ଡ୍ରିଙ୍କ ନେବ । ଅଭିଷେକ କହିଥିଲେ ଯେ ‘ନାହିଁ ସାର୍’ । ଏହାପରେ ମୁଁ ତାଙ୍କୁ ଆଉ ପଚାରି ନଥିଲି ଏବଂ ନିଜ ଡ୍ରିଙ୍କ ଶେଷ କରି ହୋଟେଲ୍ ଚାଲି ଯାଇଥିଲି ।”
ଅଜୟ ଦେବଗନ ଆହୁରି ମଧ୍ୟ କହିଛନ୍ତି ଯେ, “ସନ୍ଧ୍ୟାରେ ମୁଁ ପୁଣିଥରେ ଅଭିଷେକଙ୍କୁ ପଚାରିଲି ଯେ ସେ ଡ୍ରିଙ୍କ ନେବେ କି ନାହିଁ, ସେତେବେଳେ ସେ ପୁଣିଥରେ ମନା କରି ଦେଇଥିଲେ । କିନ୍ତୁ ଯେତେବେଳେ ମୁଁ ଆଗାମୀ ଦିନ ସନ୍ଧ୍ୟାରେ ଅଭିଷେକଙ୍କୁ ଡ୍ରିଙ୍କ ପାଇଁ ପଚାରିଲି ସେତେବେଳେ ଅଭିଷେକ କହନ୍ତି ଯେ – ‘ଯଦି ଆପଣ ବାପାଙ୍କୁ ନକହିବେ ତେବେ ମୁଁ ପିଇବି ।’ ଏହାପରେ ଅଭିଷେକ ନିଜ ପାଇଁ ବୋଡ଼କା ଅର୍ଡର କରିଥିଲେ ।”
ଅଜୟଙ୍କ ପରେ ଅଭିଷେକ ଆଉ ଏକ ଘଟଣା ଶୁଣାଇ କହିଲେ ଯେ, “ଯେହେତୁ ସେ ପ୍ରଥମଥର ପାଇଁ ପ୍ରଡକ୍ସନର ଏକ ଅଂଶ ଥିଲେ ଏବଂ ଅଜୟଙ୍କ ପାଇଁ ହୋଟେଲରେ ରୁମ୍ ବୁକ୍ କରିବାକୁ ଭୁଲି ଯାଇଥିଲେ । ତେଣୁ ଏମିତିରେ ମୁଁ ମୋ ନିଜ ରୁମ୍ ଅଜୟ ଦେବଗନଙ୍କୁ ଦେଇ ଦେଇଥିଲି ଏବଂ ସଡ଼କରେ ଶୋଇ ଯାଇଥିଲି । ଅଭିଷେକ ଆହୁରି ମଧ୍ୟ କହିଛନ୍ତି ଯେ, ସଡ଼କରେ ଶୋଇବା କାରଣରୁ ମୁଁ ପାଗଳ ହୋଇ ଯାଇଥିଲି, ଏହାପରେ ମୁଁ ଅଜୟଙ୍କ ସହିତ ମଦ ପିଇଥିଲି ।”
କହିରଖୁଛୁ ଯେ ଅଭିଷକେ ବଚ୍ଚନ ନିଜର ୨୦ ବର୍ଷର କ୍ୟାରିଅରରେ ‘ଗୁରୁ’, ‘ବଣ୍ଟି ଏବଂ ବବଲୀ’, ‘ଧୂମ ସିରିଜ’, ‘ହେପି ନ୍ୟୁ ଇୟର’, ‘ହାଉସଫୁଲ 3’, ‘ଯୁବା’, ‘ଜମୀନ’, ‘ଦଶ ଅର ବୋଲ ବଚ୍ଚନ’ ଭଳି ସୁନ୍ଦର ଫିଲ୍ମରେ କାମ କରିଛନ୍ତି । ୨୦୦୭ରେ ସେ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ ଏବଂ ୨୦୧୧ରେ ଦୁହେଁ ଆରାଧ୍ୟାଙ୍କ ପିତା ମାତା ହୋଇଥିଲେ ।