ମହାଭାରତ ନିର୍ମାଣ କରିବା ସମୟରେ ‘B.R.Chopra’ଙ୍କ ମନରେ ରହିଥିଲା ଏକ ମହତ୍ଵପୂର୍ଣ୍ଣ ଆଶା ଓ ଆକାଂକ୍ଷା ! ଯାହାକୁ ସେ ପୂରଣ କରି ପାରିଲେ ନାହିଁ…

ମହାଭାରତ ନିର୍ମାଣ କରିବା ସମୟରେ ‘B.R.Chopra’ଙ୍କ ମନରେ ରହିଥିଲା ଏକ ମହତ୍ଵପୂର୍ଣ୍ଣ ଆଶା ଓ ଆକାଂକ୍ଷା ! ଯାହାକୁ ସେ ପୂରଣ କରି ପାରିଲେ ନାହିଁ…

ଦେଶରେ କରୋନାର ଆତଙ୍କ ପୁଣିଥରେ ଦେଖିବାକୁ ମିଳିଛି । ଗତବର୍ଷ ମଧ୍ୟ ସରକାର କରୋନାକୁ ନିୟନ୍ତ୍ରଣ କରିବାପାଇଁ ସାରା ଦେଶରେ ଲକଡାଉନ୍ ଲଗାଇ ଦେଇଥିଲେ । ଏହି ସମୟ ମଧ୍ୟରେ ସରକାର ଲୋକମାନଙ୍କୁ ଘରେ ରଖିବାପାଇଁ ଟିଭିରେ ରାମାୟଣ ସହ ମହାଭାରତର ପ୍ରସାରଣ ଆରମ୍ଭ କରିଥିଲେ । ଏହି ଦୁଇଟି ସିରିଏଲ୍ ସେ ସମୟରେ ଟିଆରପି ମାମଲାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା ।

ଏହି ମହାଭାରତକୁ ‘Br-Chopra’ ନିର୍ମାଣ କରିଥିଲେ ଏବଂ ତାଙ୍କ ପୁଅ ରବି ଚୋପଡ଼ା ଏହାକୁ ନିର୍ଦ୍ଦେଶନା ଦେଇଥିଲେ । ୧୯୮୮ ମସିହାରେ ମହାଭାରତକୁ ପ୍ରସାରିତ କରାଯାଇଥିଲା । ବର୍ତ୍ତମାନ ‘Br-Chopra’ଙ୍କର ୧୦୭ ଜନ୍ମବାର୍ଷିକୀ ଅବସରରେ ଆମେ ଆପଣଙ୍କୁ ମହାଭାରତ ସହ ଜଡିତ କିଛି ଅଂଶ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିରଖୁଛୁ କି ‘Br-Chopra’ଙ୍କର ଜନ୍ମ ୧୯୧୪ ମସିହାରେ ହୋଇଥିଲା । ସେ ବଲିଉଡକୁ ଅତ୍ୟନ୍ତ ହିଟ୍ ଚଳଚ୍ଚିତ୍ର ଦେଇଥିଲେ ।

ଅଫସାନା ଚଳଚ୍ଚିତ୍ର ମାଧ୍ୟମରୁ ‘Br-Chopra’ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିସହିତ ତାଙ୍କ ଶେଷ ଚଳଚ୍ଚିତ୍ର ଭୁତନାଥ୍ ଥିଲା । ସେ ନୟା ଦୋର୍ (୧୯୫୭), କାନୁନ୍ (୧୯୬୦), ବକ୍ତ (୧୯୬୫), ହମରାଜ୍ (୧୯୬୭) ପରେ ୮୦ ଦଶକ ଶେଷ ହେଉ ହେଉ ଟେଲିଭିଜନ୍ ଧାରାବାହିକ ମହାଭାରତରେ କାମ କରିଥିଲେ । ‘Br-Chopra’ଙ୍କୁ ତାଙ୍କ ଉନ୍ନତ ଯୋଗଦାନ ପାଇଁ ଆଜି ମଧ୍ୟ ମନେ ପକାଯାଇଥାଏ । ତାଙ୍କର ପୂରା ନାମ ବଳଦେବ ରାଜ ଚୋପଡ଼ା ଥିଲା । ୟଶ୍ ଚୋପଡ଼ା ତାଙ୍କ ଛୋଟ ଭାଇ ଥିଲେ ।

୧୯୯୮ ମସିହାରେ ‘Br-Chopra’ଙ୍କୁ ଭାରତ ସରକାର ଦାଦା ସାହେବ୍ ଫାଲକେ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏଥିସହିତ ୨୦୦୧ ମସିହାରେ ପଦ୍ମଭୂଷଣ ଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କୁ ସବୁଠାରୁ ଅଧିକ ମହାଭାରତ ପାଇଁ ସ୍ମରଣ କରାଯାଇଥାଏ । ସେହି ସମୟରେ ସେ ୩୩ ବର୍ଷ ପୂର୍ବରୁ ୯ କୋଟି ଟଙ୍କା ଲଗାଇ ମହାଭାରତ ସିରିଏଲ୍ ନିର୍ମାଣ କରିଥିଲେ । ମହାଭାରତକୁ ଦର୍ଶକ ମାନଙ୍କ ଦ୍ୱାରା ବହୁମାତ୍ରାରେ ପସନ୍ଦ କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଯେଉଁ ମହାଭାରତକୁ ସମସ୍ତେ ପସନ୍ଦ କରିଥିଲେ ସେହି ମହାଭାରତ ‘Br-Chopra’ଙ୍କର ବାସ୍ତବତା ନଥିଲା । ‘Br-Chopra’ ସେହି ସମୟରେ ଚାହୁଁଥିଲେ କି ସେ ବଲିଉଡର ବଡ଼ ବଡ଼ କଳାକାର ମାନଙ୍କ ସହ ଏହି ମହାଭାରତକୁ ନିର୍ମାଣ କରନ୍ତୁ । କିନ୍ତୁ କୌଣସି କାରଣରୁ ତାଙ୍କର ଏହି ସ୍ଵପ୍ନ ପୂରଣ ହୋଇ ପାରିନଥିଲା । ଆପଣ ମହାଭାରତକୁ ଦେଖି ଗୋଟିଏ କଥା ଅନୁମାନ କରିଥିବେ କି ଏହାର ଆରମ୍ଭ ସମୟ ସ୍ୱରରୁ ହୋଇଥାଏ । ଏହି ସ୍ୱର ହରିଶ ଭିଭାନୀ ଦେଇଥିଲେ । କିନ୍ତୁ ‘Br-Chopra’ ଚାହୁଁଥିଲେ କି ଏହି ଲାଇନକୁ ଦିଲ୍ଲୀପ୍ କୁମାର୍ ସ୍ୱର ଦିଅନ୍ତୁ ।

ଏହିଭଳି ଭାବରେ ‘Br-Chopra’ ଦ୍ରୌପଦୀଙ୍କର ଚରିତ୍ର ସର୍ବପ୍ରଥମେ ଜୁହି ଚାୱଲାଙ୍କୁ ଦେଇଥିଲେ । ସେହି ସମୟରେ ଜୁହି ନିଜର ଡେବ୍ୟୁ ଚଳଚ୍ଚିତ୍ର ‘କୟାମତ୍ ସେ କୟାମତ୍ ତକ୍’ର ଶୁଟିଂ କରୁଥିଲେ । ଏହାବ୍ୟତୀତ ରାମା କୃଷ୍ଣନଙ୍କୁ ମଧ୍ୟ ଏହି ଚରିତ୍ର ଅଫର୍ କରାଯାଇଥିଲା । କିନ୍ତୁ ଉଭୟେ ଏହା କରିପାରିନଥିଲେ । ଏହିଭଳି ଭାବରେ ଏହି ଚରିତ୍ର ରୁପା ଗାଙ୍ଗୁଲିଙ୍କ ପାଖକୁ ଯାଇଥିଲା । ମହାଭାରତରେ ଅର୍ଜୁନଙ୍କ ଚରିତ୍ର ସର୍ବପ୍ରଥମେ ଜ୍ୟାକି ଶ୍ରଫଙ୍କୁ ଦିଆଯାଇଥିଲା । କିନ୍ତୁ ଏହାକୁ ଫିରୋଜ୍ ଖାନ୍ କରିଥିଲେ । ଅଡିସନରେ ଫିରୋଜ୍ ରିଜେକ୍ଟ ମଧ୍ୟ ହୋଇଥିଲେ ।

ଠିକ୍ ଏହିଭଳି ଭାବରେ ମହାଭାରତରେ ଅଭିମନ୍ୟୁର ଚରିତ୍ର ଗୋବିନ୍ଦା ଏବଂ ଚଙ୍କି ପାଣ୍ଡେଙ୍କୁ ଦିଆଯାଇଥିଲା । ସେ ଦୁହିଁଙ୍କ ପାଖରେ ସମୟ ନଥିଲା, ସେଥିପାଇଁ ଏହି ଅଫର୍ ଶେଷରେ ମୟୂରଙ୍କୁ ମିଳିଥିଲା । ଏହିଭଳି ଭାବରେ ମୁକେଶ୍ ଖାନ୍ନାଙ୍କୁ ମଧ୍ୟ ପ୍ରଥମେ ଦୁର୍ଯ୍ୟୋଧନଙ୍କର ଚରିତ୍ର ଦିଆଯାଇଥିଲା । କିନ୍ତୁ ତାଙ୍କେ ମନା କରିବାପରେ ଏବଂ ବିଜୟ ଘଟାଗେଙ୍କର ମନା କରିଦେବା ପରେ ତାଙ୍କୁ ପିତାମହଙ୍କର ଚରିତ୍ର ଦିଆଯାଇଥିଲା । କିନ୍ତୁ ମୁକେଶ ଖାନ୍ନା ଅର୍ଜୁନ କିମ୍ବା କର୍ଣ୍ଣ ହେବାକୁ ଚାହୁଁଥିଲେ ।

Leave a Reply

Your email address will not be published. Required fields are marked *