କଣ ଆପଣ ଜାଣନ୍ତି : ୭୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ମୁମତାଜ୍ ଆଜି କେଉଁ ଭଳି ପରିସ୍ଥିତିରେ ଅଛନ୍ତି ? କ୍ୟାରିୟର୍ ଶିଖରରେ ପାଦ ରଖିବା ସମୟରେ ବିବାହ କରି ବିଦାୟ ନେଇଥିଲେ ବଲିଉଡ଼ରୁ…

କଣ ଆପଣ ଜାଣନ୍ତି : ୭୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ମୁମତାଜ୍ ଆଜି କେଉଁ ଭଳି ପରିସ୍ଥିତିରେ ଅଛନ୍ତି ? କ୍ୟାରିୟର୍ ଶିଖରରେ ପାଦ ରଖିବା ସମୟରେ ବିବାହ କରି ବିଦାୟ ନେଇଥିଲେ ବଲିଉଡ଼ରୁ…

ହିନ୍ଦୀ ସିନେମାରେ ୬୦ ଓ ୭୦ ଦଶକରେ ଏପରି କିଛି ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଚର୍ଚ୍ଚା ଆଜି ମଧ୍ୟ ଚଳଚ୍ଚିତ୍ର ଜଗତରେ ହୋଇଥାଏ । ଏପରି ଏକ ସଦବାହାର ଓ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ମୁମତାଜ୍ । ସେ ବଲିଉଡ଼ର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଆସନ୍ତୁ ଆଜି ମୁମତାଜଙ୍କ ବିଷୟରେ କିଛି ଜାଣିବା…

ମୁମତାଜ୍ ନିଜ ସମୟର ବହୁତ ସୁନ୍ଦରୀ ଓ ଉତ୍ତମ ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ ଫିଲ୍ମୀ କ୍ୟାରିୟର୍ ଛୋଟ ଥିଲା, କିନ୍ତୁ ସେ ନିଜ ପ୍ରତିଭା ଦର୍ଶାଇବାରେ ସଫଳ ହୋଇପାରିଥିଲେ । ମୁମତାଜ୍ ବଲିଉଡ଼ରେ ନା କେବଳ ମୁଖ୍ୟ କଳାକାର ରୂପେ ବରଂ ଶିଶୁ କଳାକାର ଭାବେ ମଧ୍ୟ କାମ କରିଥିଲେ । ୩୧ ଜୁଲାଇ ୧୯୪୭ କୁ ମୁମତାଜଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା ।

ମାତ୍ର ୧୧ ବର୍ଷ ବୟସରେ ମୁମତାଜ୍ ହିନ୍ଦୀ ସିନେମାରେ ଏକ ଶିଶୁ କଳାକାର ଭାବେ ପଦାର୍ପଣ କରିଥିଲେ । ସେ ପ୍ରଥମ ଥର ପାଇଁ ଏକ ଶିଶୁ କଳାକାର ଭାବେ ୧୯୫୮ରେ ଆସିଥିବା ଚଳଚ୍ଚିତ୍ର ‘ସୋନେ କି ଚିଡ଼ିୟା’ରେ ନଜର ଆସିଥିଲେ । ସେପଟେ ଆଗକୁ ଯାଇ ୬୦ ଦଶକରେ ସେ ‘ସହ କଳାକାର’ ଭାବେ କିଛି ଚଳଚ୍ଚିତ୍ରରେ ନଜର ଆସିଥିଲେ । ୧୯୬୩ ମସିହାରେ ମୁମତାଜ୍ ପ୍ରଥମଥର ପାଇଁ ଦାରା ସିଂହଙ୍କ ସହ କାମ କରିଥିଲେ । ଦୁହେଁ ମୋଟ ୧୫ଟି ଚଳଚ୍ଚିତ୍ର ସାଥିରେ ଅଭିନୟ କରିଥିଲେ । ତନ୍ମଧ୍ୟରୁ ‘ଫୋଲାଦ୍’, ‘ବୀର ଭୀମସେନ୍’, ‘ଟାରଜନ୍ କସମ୍ ଟୁ ଦେହଲି’, ‘ସିକନ୍ଦର୍ ଏ ଆଜମ୍’, ‘ରୁସ୍ତମ୍ ଏ ହିନ୍ଦ’ ଓ ‘ଡାକୁ ମଙ୍ଗଳ ସିଂହ’ ଭଳି ଚଳଚ୍ଚିତ୍ର ଗୁଡ଼ିକ ସାମିଲ୍ ଥିଲା ।

କୁହାଯାଏ ଯେ, ସେହି ସମୟରେ ଚଳଚ୍ଚିତ୍ର ପାଇଁ ମୁମତାଜ୍ ଅଢେ଼ଇ ଲକ୍ଷ ଟଙ୍କା ଫି’ ଚାର୍ଜ କରୁଥିଲେ । ୧୯୬୯ରେ ଆସିଥିବା ଚଳଚ୍ଚିତ୍ର ‘ଦୋ ରାସ୍ତେ’ ମୁମତାଜଙ୍କୁ ପରିଚୟ ଦେଇଥିଲା । ଏହି ଚଳଚ୍ଚିତ୍ରରେ ମୁମତାଜ୍ ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍ ରାଜେଶ୍ ଖାନ୍ନାଙ୍କ ସହିତ କାମ କରିଥିଲେ । ଏହି ଚଳଚ୍ଚିତ୍ର ଆଜି ମଧ୍ୟ ମୁମତାଜଙ୍କ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ର ଯୋଗୁଁ ମୁମତାଜ୍ ରାତାରାତି ଏକ କଳାକାର ଭାବେ ପରିଚିତ ହୋଇଥିଲେ ।

ମୁମତାଜ୍ ନିଜର ଛୋଟ ଫିଲ୍ମୀ କ୍ୟାରିୟରରେ ‘ମେଳା’, ‘ଅପରାଧ’, ‘ନାଗିନ୍’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ । ୧୯୭୦ରେ ଆସିଥିବା ଚଳଚ୍ଚିତ୍ର ‘ଖୀଲୋନା’ ପାଇଁ ମୁମତାଜଙ୍କୁ ଫିଲ୍ମ ଫେୟାର୍ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହା ଫିଲ୍ମ ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଫେୟାର୍ ସମ୍ମାନ ଥିଲା ।

ରାଜେଶ୍ ଖାନ୍ନାଙ୍କ ସହ ଥିଲା ହିଟ୍ ଯୋଡ଼ି…

ଦାରା ସିଂହଙ୍କ ସହ ମୁମତାଜ ୧୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, କିନ୍ତୁ ରାଜେଶ୍ ଖାନ୍ନାଙ୍କ ସହ ମୁମତାଜଙ୍କ ଯୋଡ଼ିକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଥିଲେ । ଦୁହେଁ ୧୦ଟି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ।

ବିବାହ ପରେ ଯାଇଥିଲେ ବଲିଉଡ଼ରୁ ଦୂରେଇ…

୭୩ ବର୍ଷର ମୁମତାଜ୍ ଯେଉଁ ସମୟରେ ଯେତେବେଳେ ନିଜ କ୍ୟାରିୟର୍ ଶୀର୍ଷରେ ଥିଲେ, ସେତେବେଳେ ସେ ୧୯୭୪ରେ ବ୍ୟବସାୟୀ ମଧୁର ମାଧବାନୀଙ୍କୁ ବିବାହ କରି ନେଇଥିଲେ । ବିବାହ ପରେ ସେ ଧୀରେ ଧୀରେ ବଲିଉଡ଼ରୁ ଦୂରେଇ ଗଲେ । ୧୯୭୭ରେ ଆସିଥିବା ଚଳଚ୍ଚିତ୍ର ଆଇନା ପରେ ସେ ଆଉ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଲେ ନାହିଁ ।

ମୟୁରଙ୍କୁ ବାହା ହେବାପରେ ମୁମତାଜ୍ ବଲିଉଡ଼ ସଙ୍ଗେ ସଙ୍ଗେ ଭାରତକୁ ମଧ୍ୟ ଛାଡ଼ି ଦେଲେ । ସେ ବର୍ତ୍ତମାନ ଲଣ୍ଡନରେ ନିଜ ପରିବାର ସହ ଖୁସିରେ ରହୁଛନ୍ତି । ତାଙ୍କ ନିକଟରେ ଭାରତର ନାଗରିକତା ମଧ୍ୟ ଅଛି । ବିବାହ ପରେ ମୟୁର୍ ଓ ମୁମତାଜ୍ ଦୁଇଟି ଝିଅ ନତାଶା ଓ ତାନ୍ୟାଙ୍କ ମାତାପିତା ହେଲେ । ମୁମତାଜଙ୍କ ବଡ଼ ଝିଅ ନତାଶାଙ୍କ ବିବାହ ଅଭିନେତା ଫରଦୀନ ଖାଁଙ୍କ ସହ ହୋଇଛି । ଯେବେକି ମୁମତାଜଙ୍କ ଛୋଟ ଝିଅ ତାନ୍ୟା ବର୍ତ୍ତମାନ ମଧ୍ୟ ବିବାହିତା ଅଟନ୍ତି । ସେ ନିଜ ପିତାଙ୍କ ବ୍ୟବସାୟରେ ସହଯୋଗ କରନ୍ତି ।

Leave a Reply

Your email address will not be published. Required fields are marked *