ଘରର ଚାବିକାଠି କେଉଁଠାରେ ରଖିବା ଶୁଭ ଓ କେଉଁଠାରେ ରଖିବା ଅଶୁଭ ହୋଇଥାଏ ? ଜାଣି ନିଅନ୍ତୁ ନଚେତ ହୋଇଯିବ ସର୍ବନାଶ !

ଘରର ଚାବିକାଠି କେଉଁଠାରେ ରଖିବା ଶୁଭ ଓ କେଉଁଠାରେ ରଖିବା ଅଶୁଭ ହୋଇଥାଏ ? ଜାଣି ନିଅନ୍ତୁ ନଚେତ ହୋଇଯିବ ସର୍ବନାଶ !

ଅଧିକାଂଶ ମହିଳାଙ୍କ ପାଖରେ ନିଜ ଘରର ଚାବିକାଠି ଥାଏ । ଘରର ପୁରୁଷ ହୁଅନ୍ତୁ କିମ୍ବା ମହିଳା, ଯିଏ ମଧ୍ୟ ରୋଜଗାର କରନ୍ତୁ ନା କାହିଁକି କିନ୍ତୁ ଘରର ସବୁ ଦାୟିତ୍ୱ ମହିଳାଙ୍କ ହାତରେ ହିଁ ରହିଥାଏ । ତେଣୁ ଘରର ଧନ ରକ୍ଷା କରିବାର ଦାୟିତ୍ୱ ମହିଳାଙ୍କ ହାତରେ ହିଁ ଥାଏ । ତେଣୁ ସେମାନେ ଘରର ସବୁ ଚାବିକାଠିକୁ ଏକାଠି କରି ସମ୍ଭାଳି କରି ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଚାବିକାଠିକୁ ସମ୍ଭାଳି କରି ବିଶେଷ ସ୍ଥାନରେ ମଧ୍ୟ ରଖିବାର ଅଛି । ଯାହାକୁ ପାଳନ କରିଲେ, ଘରେ କେବେ ମଧ୍ୟ ଅଯଥାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇନଥାଏ । ଯଦି ଭୁଲ୍ ଦିଗରେ କିମ୍ବା ଭୁଲ୍ ଜାଗାରେ ଚାବିକାଠି ରଖାଯାଏ, ତେବେ ଟଙ୍କା ପଇସା ମାମଲାରେ ଆପଣ ବହୁତ ପଛରେ ରହିଯାଇ ପାରନ୍ତି । ଏବଂ ଗୃହରେ ସବୁବେଳେ ଅନାଟନ ଓ ଅଶାନ୍ତି ଲାଗିରହିଥାଏ । ତେବେ ଚାଲନ୍ତୁ ଏହି ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ମହିଳାମାନଙ୍କ ଅଣ୍ଟାରେ ଚାବିକାଠି ରହିବା ବହୁତ ଶୁଭ ହୋଇଥାଏ । ପ୍ରାଚୀନ କାଳରେ ମହିଳାମାନେ ଚାବିକାଠିକୁ ଅଣ୍ଟାରେ ରଖୁଥିଲେ । ଏହାକୁ ମଧ୍ୟ ଶୁଭ ବୋଲି ଧରାଯାଏ । ଯେଉଁ ମହିଳାମାନେ ଚାବିକାଠିକୁ ନିଜ ଅଣ୍ଟାରେ ରଖିଥାନ୍ତି, ମାତା ଲଷ୍ମୀ ତାଙ୍କ ଉପରେ ସବୁବେଳେ ପ୍ରସନ୍ନରେ ରହିଥାନ୍ତି । ଏବଂ ସେମାନଙ୍କ ସମସ୍ତ ମନସ୍କାମନା ମାତା ଲଷ୍ମୀ ପୂର୍ଣ୍ଣ କରିଥାନ୍ତି ।

google

ତକିଆ ତଳେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ । ଅଧିକାଂଶ ଲୋକମାନେ ଆଲମାରୀ ଚାବିକୁ ଶୋଇବା ତକିଆ ତଳେ ରଖିଥାନ୍ତି । ଏହାକୁ ତକିଆ ତଳେ ରଖିବା ବହୁତ ଅଶୁଭ ହୋଇଥାଏ । ଆପଣ ଯେତେ ମଧ୍ୟ ରୋଜଗାର କରିଲେ ମଧ୍ୟ ଆପଣ ଯଦି ଚାବିକାଠିକୁ ତକିଆ ତଳେ ରଖିବେ ତେବେ ଟଙ୍କା ଆପଣଙ୍କ ପାଖରେ ସ୍ଥିର ହୋଇ ରହିବନାହିଁ । ଟଙ୍କା କୌଣସି ନା କୌଣସି କାମରେ ଅଯଥାରେ ଖର୍ଚ୍ଚ ହୋଇଯାଇଥାଏ । ତେଣୁ ଭୁଲରେ ମଧ୍ୟ ଚାବିକାଠିକୁ ତକିଆ ତଳେ ରଖନ୍ତୁ ନାହିଁ ।

ସମସ୍ତଙ୍କ ନଜର ପଡୁଥିବା ସ୍ଥାନରେ ଚାବିକାଠି ରଖନ୍ତୁ ନାହିଁ । ଚାବିକାଠିକୁ ଆପଣ ଡ୍ରୋଇଙ୍ଗ ରୁମରେ ଟାଙ୍ଗିକି ରଖନ୍ତୁ ନାହିଁ । କାରଣ ଏହା ଉପରେ ସମସ୍ତଙ୍କର ନଜର ପଡ଼ିଥାଏ । ଏଭଳି କରିବା ଦ୍ୱାରା ଆପଣଙ୍କର ଟଙ୍କା ହଜିଯିବାର ବା ଚୋରି ହୋଇଯିବାର ସମ୍ଭାବନା ଅଧିକ ଥାଏ । ତେଣୁ ଚାବିକାଠିକୁ ଅନ୍ୟ ଲୋକଙ୍କ ନଜରରୁ ଦୁରେଇ ରଖନ୍ତୁ ।

google

ବାଥ୍ ରୁମ୍ କାନ୍ଥରେ ଭୁଲରେ ମଧ୍ୟ ଚାବିକାଠି ଟାଙ୍ଗିକି ରଖନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ୱାରା ଚନ୍ଦ୍ରମାର ଅଶୁଭ ଦୃଷ୍ଟି ଆପଣଙ୍କ ପରିବାର ଉପରେ ପଡ଼ିଥାଏ । ଯେଉଁ କାରଣରୁ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଯାଇଥାଏ । ତେଣୁ ବାଥ୍ ରୁମ୍ କାନ୍ଥରେ ଭୁଲରେ ମଧ୍ୟ ଚାବିକାଠି ଟାଙ୍ଗିକି ରଖନ୍ତୁ ନାହିଁ ।

google

ଶୋଇବା କକ୍ଷର ଉତ୍ତର ଦିଗର କାନ୍ଥରେ ଚାବିକାଠି ଟାଙ୍ଗିକରି ରଖିବା ବହୁତ ଶୁଭ ହୋଇଥାଏ । ଘରର ହେଉ ବା ସିନ୍ଦୁକର ଚାବିକାଠି ଏହାକୁ ଟାଙ୍ଗିକି ରଖିବାର ସଠିକ୍ ଦିଗ ହେଉଛି ଉତ୍ତର ଦିଗ । ଏହାକୁ ଟାଙ୍ଗିଲେ ମାତା ଲଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ହୋଇଥାଏ । ଯାହା ଦ୍ୱାରା ଘରେ କେବେ ମଧ୍ୟ ଟଙ୍କାର ଅଭାବ ହୋଇନଥାଏ ।

Leave a Reply

Your email address will not be published. Required fields are marked *