ସୁପରଷ୍ଟାର ଏବଂ ବଡ଼ ବିଜେନସ୍ ମ୍ୟାନଙ୍କୁ ବିବାହ କରି ଫିଲ୍ମ ଠାରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ ମାନେ ! ବର୍ତ୍ତମାନ ନିଜ ପରିବାରରେ ବ୍ୟସ୍ତ ।

ବଲିଉଡ଼ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଅଭିନୟକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି । ଏହି ଅଭିନେତ୍ରୀ ମାନେ ବଲିଉଡ଼କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି କିନ୍ତୁ ତଥାପି ହଠାତ୍ ସେମାନେ ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ । ଜାଣନ୍ତୁ ଯେ ଫିଲ୍ମ ଠାରୁ ଦୂରେଇ ଯାଇ ନିଜ ନିଜ ଜୀବନରେ କେଉଁଠାରେ ବ୍ୟସ୍ତ ହୋଇ ଯାଇଛନ୍ତି ଏହି ସୁପର ହଟ୍ ଅଭିନେତ୍ରୀ ମାନେ ।

ଈଶା କୋରିକର

google

ଫିଜା, ପ୍ୟାର୍ ଇସ୍କ ଏବଂ ମୋହବତ, ଦିଲ୍ କା ରିସ୍ତା, କ୍ୟା କୁଲ୍ ହେ ଭଳି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଈଶା କୋରିକର ୨୦୦୯ରେ ଟିମ୍ମୀ ନାରଙ୍ଗଙ୍କୁ ବିବାହ କରିଥିଲେ । ଏହାପରେ ସେ ଫିଲ୍ମ ଦୁନିଆକୁ ବିଦାୟ ଦେଇଥିଲେ । ଏବଂ ଇଶା ବର୍ତ୍ତମାନ ନିଜର ପରିବାର ସହିତ ବ୍ୟସ୍ତ ଅଛନ୍ତି । ସେ କିଛି ମରାଠୀ ଫିଲ୍ମରେ ନଜର ଆସିଛନ୍ତି ।

ସଂଗୀତା ବିଜଲାନୀ

google

୧୯୯୬ରେ ପୂର୍ବ କ୍ରିକେଟର ମୋହମ୍ମଦ ଅଜହରଉଦ୍ଦୀନ ବିବାହ କରିବା ପରେ ଅଭିନେତ୍ରୀ ସଂଗୀତା ବିଜଲାନୀ ମଧ୍ୟ ଫିଲ୍ମ ଠାରୁ ଦୂରେଇ ଯାଇଥିଲେ । ୧୯୮୮ରେ ଫିଲ୍ମ ‘ କାତିଲ୍ ‘ ଠାରୁ ସେ ନିଜର ଡେବ୍ୟୁ କରିଥିଲେ । ଏହାବ୍ୟତୀତ ସେ ‘ ହଥିୟାର ‘ ( ୧୯୮୯ ), ‘ ତ୍ରିଦେବ ‘ ( ୧୯୮୯ ), ‘ ଜୁର୍ମ ‘ ( ୧୯୯୦ ), ‘ ଇଜ୍ଜତ୍ ‘ ( ୧୯୯୧ ) ଏବଂ ‘ ଯୁଗାନ୍ଧର ‘ ( ୧୯୯୩ ) ଭଳି ଅନେକ ଫିଲ୍ମରେ କାମ କରିଥିଲେ । ସଂଗୀତାଙ୍କ ନାମ ସଲମାନ ଖାନଙ୍କ ସହିତ ମଧ୍ୟ ଯୋଡ଼ି ଥାଏ । କିନ୍ତୁ ସେ ବର୍ତ୍ତମାନ ଏକୁଟିଆ ରହି ଜୀବନକୁ ଉପଭୋଗ କରୁଛନ୍ତି ।

ଟ୍ଵିଙ୍କଲ ଖାନ୍ନା

google

୨୦୦୧ ରେ ଟ୍ଵିଙ୍କଲ ଖାନ୍ନା ଅକ୍ଷୟ କୁମାରଙ୍କୁ ବିବାହ କରି ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ସେ ବିବାହ ପରେ ନିଜ ପିଲାଙ୍କର ଦେଖାଶୁଣା କରୁଛନ୍ତି ଏବଂ ଇଣ୍ଟେରିୟର ଡ଼ିଜାଇନିଂରେ ବ୍ୟସ୍ତ ଅଛନ୍ତି । ସେ ଜଣେ ପ୍ରଯୋଜକ ମଧ୍ୟ ଅଟନ୍ତି ।

ଅସିନ୍ ଶର୍ମା

google

ଗଜନୀ ଅଭିନେତ୍ରୀ ଅସିନ୍ ଶର୍ମା ମଧ୍ୟ ମାଇକ୍ରୋମେକ୍ସର କୋ – ଫାଉଣ୍ଡର ରାହୁଲ ଶର୍ମାଙ୍କୁ ବିବାହ କରି ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ । ତାଙ୍କର ଫିଲ୍ମ ‘ ଗଜନୀ ‘ ( ୨୦୦୮ ) ଠାରୁ ସେ ବଲିଉଡ଼ରେ ନିଜର ଡେବ୍ୟୁ କରିଥିଲେ । ଏହାବ୍ୟତୀତ ସେ ‘ ଲଣ୍ଡନ ଡ୍ରିମ୍ସ ‘, ‘ ରେଡ୍ଡୀ ‘, ‘ ହାଉସଫୁଲ – ୨ ‘, ‘ ବୋଲ୍ ବଚ୍ଚନ ‘, ‘ ଖିଲାଡ଼ି – ୭୮୬ ‘, ‘ ଅଲ୍ ଇଜ୍ ୱେଲ୍ ‘ ଭଳି ଫିଲ୍ମରେ କାମ କରିଛନ୍ତି । ଅସିନ ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହନ୍ତି ଏବଂ ସେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ଖୁସି ଅଛନ୍ତି ।

ମିନାକ୍ଷୀ ଶେଷାଦ୍ରି

google

୧୯୮୩ରେ ପେଣ୍ଟର ବାବୁ ଠାରୁ ଡେବ୍ୟୁ କରିଥିବା ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି ନେ ମେରୀ ଜଙ୍ଗ, ଡକୈତ, ଦିଲୱାଲା , ଘର୍ ହୋ ତ ତୋ ଏସା, ଘାୟଲ ଭଳି ଫିଲ୍ମରେ କାମ କରିଛନ୍ତି । ସେ ୧୯୯୫ରେ ବେଙ୍କର ହରୀଶ ମୈସୂରଙ୍କୁ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ଆମେରିକାରେ ରହୁଛନ୍ତି । ଏହା ପରଠାରୁ ସେ ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ।

ନମୃତା ଶିରୋଡକର

google

ନମୃତା ଶିରୋଡକର ମଧ୍ୟ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିବା ପରେ ସେ ଆଉ ଫିଲ୍ମ ଦୁନିଆକୁ ଫେରି ନଥିଲେ । ସେ ବର୍ତ୍ତମାନ ନିଜ ପରିବାର ସହିତ ବ୍ୟସ୍ତ ଅଛନ୍ତି । ସେ କଚ୍ଚେ ଧାଗେ ( ୧୯୯୯ ), ‘ ବାସ୍ତବ ‘ ( ୧୯୯୯ ), ‘ ପୁକାର ‘ ( ୨୦୦୦ ), ‘ ବ୍ରାଇଡଡ୍ ଆଣ୍ଡ ପ୍ରିଜ୍ୟୁଡିସ ‘ ( ୨୦୦୪ ), ‘ ଅସ୍ଥିତ୍ଵ ‘ ( ୨୦୦୦ ), ତେରା ମେରା ସାଥ ରହେ ‘ ( ୨୦୦୧ ) ସହିତ ଅନେକ ଫିଲ୍ମରେ କାମ କରିଥିଲେ ।

ଗାୟତ୍ରୀ ଯୋଶୀ

google

ଶାହରୁଖଙ୍କ ସହିତ ସ୍ଵଦେଶରେ ଆସିଥିବା ଅଭିନେତ୍ରୀ ଗାୟତ୍ରୀ ଯୋଶୀ ମଧ୍ୟ ଫିଲ୍ମ ଠାରୁ ଦୂରେଇ ଅଛନ୍ତି । ସେ ୨୦୦୫ ରେ ବେବେକ୍ ଅବରୋୟଙ୍କୁ ବିବାହ କରିଥିଲେ ।

Be the first to comment

Leave a Reply

Your email address will not be published.


*