‘ଧର୍ମରୁ ବଡ଼ ଅଟେ ମାନବିକତା’ :- ଯେତେବେଳେ କରୋନା ଭୟରେ ଆପଣାର ଲୋକ ଗଲେ ଦୂରେଇ ସେତେବେଳେ ମୁସଲିମ୍ ମାନେ ହେଲେ ସାହାରା…

‘ଧର୍ମରୁ ବଡ଼ ଅଟେ ମାନବିକତା’ :- ଯେତେବେଳେ କରୋନା ଭୟରେ ଆପଣାର ଲୋକ ଗଲେ ଦୂରେଇ ସେତେବେଳେ ମୁସଲିମ୍ ମାନେ ହେଲେ ସାହାରା…

କରୋନା ମହାମାରୀ ଭୟରେ ଲୋକଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ମୃତ୍ୟୁ ମାମଲାରେ ମଧ୍ୟ ସମ୍ପର୍କୀୟ ଓ ଜ୍ଞାତି କୁଟୁମ୍ବ ମାନେ ଦୂରେଇ ରହୁଛନ୍ତି । ଏପରି ଏକ ମାମଲା ମେରଠା ଜିଲ୍ଲାର ରାମନଗର ସାହିରେ ଗୁରୁବାର ଦିନ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳାଙ୍କ ନିଧନ ହୋଇଗଲା ତେଣୁ ତାଙ୍କ ସମ୍ପର୍କୀୟମାନେ ତାଙ୍କ ନିକଟକୁ ଆସିଲେ ନାହିଁ । ସେତେବେଳେ ପଡ଼ୋଶୀ ଭାବେ ରହୁଥିବା ମୁସଲମାନ୍ ମାନେ ଆଗେଇ ଆସିଲେ ଏବଂ ଶବକୁ କାନ୍ଧରେ ପକାଇ ଅନ୍ତିମ ସଂସ୍କାର କରାଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ଉଦାହରଣ ସୃଷ୍ଟି କଲେ ।

ମୃତ୍ୟୁ ସମୟରେ ପୁତ୍ର ଓ ସ୍ୱାମୀ ବାହାରେ ଥିଲେ

ହାପୁଡ଼ ଅଡ୍ଡା ସ୍ଥିତ ରାମନଗର ସାହିରେ ରହୁଥିବା ସୁଷମା କିଛି ଦିନରୁ ରୋଗାକ୍ରାନ୍ତ ଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ଓ ତାଙ୍କ ନିଧନ ହୋଇଗଲା । ଘରେ ଚାକର ଓ ତାଙ୍କ ନାତି ବ୍ୟତୀତ ଆଉ କେହି ନଥିଲେ । ପୁଅ ନୋଏଡ଼ାରେ ଥିଲେ ଓ ସ୍ୱାମୀ କାମ ପାଇଁ କିଛି ଦିନରୁ ବାରଣାସୀ ଯାଇଥିଲେ ।

ବୃଦ୍ଧା ମହିଳାଙ୍କ ସାଧାରଣ ମୃତ୍ୟୁ ଘଟିଥିଲା ।

ପରିବାର ଲୋକେ ତାଙ୍କ ସମ୍ପର୍କୀୟ ମାନଙ୍କୁ ଡାକିଲେ କିନ୍ତୁ କେହି ଆସିଲେ ନାହିଁ

ବୁଧବାର ସକାଳରେ ସ୍ୱାମୀ ଓ ପୁଅ ଉଭୟ ମେରଠ ପହଞ୍ଚିଗଲେ ଏବଂ ସମ୍ପର୍କୀୟ ମାନଙ୍କୁ ସୂଚିତ କଲେ । କିନ୍ତୁ ସମ୍ପର୍କୀୟ ମାନେ କରୋନା ସଂକ୍ରମଣ ଭୟରେ ଅନ୍ତିମ ସଂସ୍କାରରେ ଆସିବା ପାଇଁ ମନା କରିଦେଲେ । ସେତେବେଳେ ତାଙ୍କ ସାହିର ମୁସଲମାନ୍ ସମାଜର ଲୋକମାନେ ଆଗେଇ ଆସିଲେ ଓ ମହିଳାଙ୍କ ସ୍ୱାମୀ ଓ ପୁତ୍ର ସହିତ ମିଶି ଅନ୍ତିମ ସଂସ୍କାରର ପ୍ରସ୍ତୁତି କଲେ ।

କାନ୍ଧରେ ପକାଇ ଶବକୁ ଶ୍ମଶାନରେ ପହଞ୍ଚାଇ ଦିଆଗଲା

ମୁସଲମାନ୍ ସମାଜର ଲୋକମାନେ ଶବକୁ କାନ୍ଧରେ ପକାଇ ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚାଇଲେ, ଯେଉଁଠାରେ ତାଙ୍କୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରାଗଲା । ଅନ୍ତିମ ସଂସ୍କାରରେ ତସଲିମ୍, ଶକିଲ୍ ଅହମଦ୍, ଜାବେଦ୍ ଆଦିଙ୍କ ଅନୁଯାୟୀ ଦୁଃଖର ଏହି ସମୟରେ ଯଦି ପଡ଼ୋଶୀ ପଡ଼ୋଶୀର କାମରେ ଆନସିବ ତେବେ ମାନବତା କେଉଁଠାରୁ ବଞ୍ଚିବ ?

Leave a Reply

Your email address will not be published. Required fields are marked *