ବିବେକ୍ ଓବରଏଙ୍କ ସ୍ତ୍ରୀଙ୍କ ଫଟୋ ଦେଖି ଐଶ୍ଚର୍ଯ୍ୟା ରାୟ ମଧ୍ୟ ହୋଇ ଯାଇଥିଲେ ଚକିତ ! ଦେଖନ୍ତୁ ଫୋଟ

ବଲିଉଡ଼ ଅଭିନେତ୍ରୀ ପ୍ରତିଦିନ କିଛି ନା କିଛି ଖବରରେ ଚର୍ଚରେ ରୁହନ୍ତି । ଏମାନଙ୍କ ମଧ୍ୟରୁ କିଛି ଏତେ ପ୍ରସିଦ୍ଧ ହୋଇଯାଆନ୍ତି ଯେ ତାଙ୍କୁ ପରିଚୟ ସୃଷ୍ଟି କରିବା କୌଣସି ଦରକାର ନାହିଁ ଏବଂ କିଛି ଗୋଟାଏ କିମ୍ବା ଦୁଇଟି ଚଳଚ୍ଚିତ୍ର ପରେ ଫ୍ଲପ୍ ହୋଇଯାଆନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ବିବେକ୍ ଓବରଏ । ବିବେକ୍ ଏପରି ଏକ ନାମ ଅଟନ୍ତି, ଯିଏ ବଲିଉଡରେ ସେତିକି କିଛି ଭଲ ହିଟ୍ ଚଳଚ୍ଚିତ୍ର ଦେଇନାହାନ୍ତି କିନ୍ତୁ ନିଜ ଅଭିନୟ ବଳରେ ଏକ ସମୟରେ ଖୁବ୍ ନାମ ଅର୍ଜନ କରିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ବିବେକ୍ ଓବରଏ ବଲିଉଡ଼ର ଜଣେ ଜଣାଶୁଣା ଅଭିନେତା ସୁରେଶ ଓବରଏଙ୍କ ପୁଅ ଅଟନ୍ତି, ବଲିଉଡ଼ରେ ବିବେକ୍ ୨୦୦୨ ମସିହାରେ ଆସିଥିବା ଚଳଚ୍ଚିତ୍ର ‘କମ୍ପାନୀ’ ଠାରୁ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ ।

google

ବିବେକ୍ ଓବରଏ ଥରେ ସେତେବେଳେ ଖବରରେ ଚର୍ଚ୍ଚାରେ ରହିଥିଲେ ଯେତେବେଳେ ସେ ବଲିଉଡ଼ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କୁ ଡେଟ୍ କରୁଥିଲେ ଏବଂ ଐଶ୍ଚର୍ଯ୍ୟାଙ୍କ ସହିତ ବ୍ରେକଅପ୍ ପରେ ବିବେକ୍ ଏରେଞ୍ଜ ମ୍ୟାରେଜ୍ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ସେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜଙ୍କ ଝିଅ ପ୍ରିୟଙ୍କାଙ୍କ ସହିତ ବିବାହ କରିଥିଲେ ଏବଂ ପ୍ରିୟଙ୍କା ଦେଖିବାକୁ ଖୁବ୍ ସୁନ୍ଦରୀ ଅଟନ୍ତି । ଏପରି ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ପ୍ରିୟଙ୍କା ଓ ବିବେକଙ୍କ ପ୍ରେମ କାହାଣୀ ବିଷୟରେ ଜାଣନ୍ତି । ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଓ ବିବେକଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ । ବିବେକ୍ ଓବରଏ ଅନେକ ଥର ସାମାଜିକ ଓ ସୈନିକ ମାନଙ୍କ ସହାୟତା କରୁଥିବାରୁ ଚର୍ଚ୍ଚାରେ ରୁହନ୍ତି । ଆସନ୍ତୁ ଆଜି ଆମେ ଆପଣଙ୍କୁ ବିବେକ୍ ଓବରଏଙ୍କ ସୁନ୍ଦରୀ ସ୍ତ୍ରୀଙ୍କ ସହିତ ସାକ୍ଷାତ କରାଇବାକୁ ଯାଉଛୁ ଯାହାଙ୍କ ସମ୍ମୁଖରେ ଐଶ୍ଚର୍ଯ୍ୟା ରାୟ ମଧ୍ୟ ଫିକା ପଡ଼ିଯିବେ । ବିବେକଙ୍କ ସ୍ତ୍ରୀଙ୍କ ଏହି ଫଟୋକୁ ଦେଖିବା ପରେ ଐଶ୍ଚର୍ଯ୍ୟାଙ୍କ ମଧ୍ୟ ହୋଶ୍ ଉଡ଼ିଯିବ ।

google

ବାସ୍ତବରେ ବିବେକଙ୍କ ମାତାପିତାଙ୍କ ଇଚ୍ଛା ଥିଲା ଯେ ବିବେକଙ୍କ ବିବାହ ଖୁବଶୀଘ୍ର ହୋଇଯିବ କାରଣ ସେ ନିଜ ଅତୀତକୁ ଭୁଲିଯାଆନ୍ତୁ ଏବଂ ଏକ ନୂତନ ଜୀବନ ଆରମ୍ଭ କରନ୍ତୁ । ବିବେକଙ୍କ ମାଁ ବିନା କାହାକୁ ନକହି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଘରକୁ ପ୍ରସ୍ତାବ ନେଇ ପହଞ୍ଚିଗଲେ । ଯେତେବେଳେ ବିବେକ ଏହା ବିଷୟରେ ଜାଣିଲେ ସେତେବେଳେ ସେ ପ୍ରିୟଙ୍କାଙ୍କ ସହିତ ଦେଖା କରିବା ପାଇଁ ପ୍ରସ୍ତୁତ ନଥିଲେ କିନ୍ତୁ ସମୟ ସହିତ ସବୁକିଛି ପରିବର୍ତ୍ତନ ହୋଇଯାଏ ଏବଂ ଏହି କାରଣରୁ ବିବେକ୍ ମଧ୍ୟ ନିଜ ମାଁଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ । ବିବେକ ସର୍ତ୍ତ ରଖି କହିଲେ ଯଦି ପ୍ରିୟଙ୍କା ମୋତେ ପସନ୍ଦ ଆସିବେ ତେବେ ମୁଁ ତାଙ୍କୁ ଏକ ବର୍ଷ ପାଇଁ ଡେଟ୍ କରିବାକୁ ଚାହେଁ ଏବଂ ଏକ ବର୍ଷ ପରେ ମୁଁ ବିବାହ କରିବି । ବିବେକଙ୍କ ମାଁ ଯେତେବେଳେ ଏହି ସର୍ତ୍ତ ମାନିଗଲେ ଏହା ପରେ ବିବେକ୍ ପ୍ରିୟଙ୍କାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ ।

google

ଆପଣଙ୍କୁ ଏହା ମଧ୍ୟ ଜଣାଇଦେଉଛୁ ଯେ ନିଜ ଏକ ଇଣ୍ଟରଭ୍ୟୁ ସମୟରେ ବିବେକ୍ କହିଲେ ଯେ “ପ୍ରିୟଙ୍କା ଆଦୌ ମେକଅପ୍ କରିନଥିଲେ । କାରଣ ସେ ନିଜକୁ ପୁରାପୁରି ସାଧାରଣ ରଖିବା ପାଇଁ ଚାହୁଁଥିଲେ । ମୁଁ ମୋ ଜେକେଟକୁ ଭୂମିରେ ରଖିଲି ଏବଂ ଆମେ ଦୁହେଁ ଏହା ଉପରେ ବସି ଘଣ୍ଟା ଘଣ୍ଟା ଧରି କଥା ହେଲୁ । ତା’ପରେ ମୁଁ ପ୍ରିୟଙ୍କାଙ୍କୁ ୪ ଜୁଲାଇକୁ ଦେଖା କଲି, ଓ ୭ ସେପ୍ଟେମ୍ବରକୁ ଆମ ନିର୍ବନ୍ଧ ହେଲା ଏବଂ ଶେଷରେ ୨୯ ଅକ୍ଟୋବରକୁ ବିବାହ ମଧ୍ୟ ହୋଇଗଲା ଏବଂ ଶେଷରେ ଏପରି ଭାବରେ ସେ ମୋ ଜୀବନକୁ ଆସିଗଲେ ଏବଂ ମୋର ଜୀବନସାଥୀ ହୋଇଗଲେ ।

Be the first to comment

Leave a Reply

Your email address will not be published.


*