ଯଦି ମହିଳାଙ୍କ ଠାରେ ଦେଖାଯିବ ଏହି ସବୁ ଲକ୍ଷଣ, ତେବେ ଜାଣିବେ ହେବ କଳିଯୁଗର ଅନ୍ତ !

ଯଦି ମହିଳାଙ୍କ ଠାରେ ଦେଖାଯିବ ଏହି ସବୁ ଲକ୍ଷଣ, ତେବେ ଜାଣିବେ ହେବ କଳିଯୁଗର ଅନ୍ତ !

ଆପଣ ନିଶ୍ଚିତ ଭାବରେ ନ୍ୟୁଜ୍ ଚ୍ୟାନେଲ୍ କିମ୍ବା ଖବରକାଗଜରେ ଅନେକ ଥର ପୃଥିବୀ ଧ୍ୱଂସ ହେବାର ଖବର ଶୁଣିଥିବେ କିନ୍ତୁ ଆଜି ଯାଏଁ ସେପରି କିଛି ହୋଇନାହିଁ । ପ୍ରତ୍ୟେକ ଧାର୍ମିକ ଗ୍ରନ୍ଥରେ ଏହା ଲେଖାଯାଇଛି ଯେ ଦିନେ ନା ଦିନେ ପୃଥିବୀ ଧ୍ୱଂସ ହେବ କିନ୍ତୁ ବିଭିନ୍ନ ଧର୍ମ ଗ୍ରନ୍ଥରେ ଏହାର ଭିନ୍ନ ଭିନ୍ନ କାରଣ ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଗୀତାରେ ସଂସାର ଏବଂ ବ୍ୟକ୍ତି ସହ ଜଡିତ ଅନେକ ଜିନିଷ ଲେଖାଯାଇଛି ଯାହା ସ୍ୱୟଂ ଭଗବାନ ବିଷ୍ଣୁ କହିଛନ୍ତି । ଭଗବାନ ବିଷ୍ଣୁ ହେଉଛନ୍ତି ଏହି ଜଗତର ରକ୍ଷକ ଯିଏ ଜଗତ ଚଳାଉଛନ୍ତି । ପ୍ରଭୁ ଶଙ୍କର ନିଜେ ବିଷ୍ଣୁଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି କାରଣ ବିଷ୍ଣୁ ତୀକ୍ଷ୍ଣ ବୁଦ୍ଧି ଯୁକ୍ତ ଅଟନ୍ତି । ଭଗବାନ ବିଷ୍ଣୁ ଗୀତାରେ କହିଛନ୍ତି ଯେ କଳି ଯୁଗର ଆରମ୍ଭ ଏବଂ ଅନ୍ତ କିପରି ହେବ । ଯେତେବେଳେ ମହିଳାମାନଙ୍କଠାରେ ଏହି ସବୁ ପରିବର୍ତ୍ତନ ଦେଖାଯିବ ଏହା ପରେ କଳି ଯୁଗର ସମାପ୍ତି ହେବ । କୁହାଯାଏ ଯେ ଏହି ଜଗତର ସମାପ୍ତି ମହିଳାଙ୍କ କାରଣରୁ ହେବ କିନ୍ତୁ ଏହି କଥାରେ କେତେ ସତ୍ୟତା ଅଛି ତାହା ଜାଣିବା ପାଇଁ ଆପଣଙ୍କୁ ଶ୍ରୀମଦ୍ ଭଗବତ୍ ଗୀତା ପଢ଼ିବାକୁ ହେବ ।

ଯେତେବେଳେ ନିମ୍ନଲିଖିତ ପରିବର୍ତ୍ତନ ମହିଳାମାନଙ୍କଠାରେ ଦେଖାଯିବ ସେତେବେଳେ କଳି ଯୁଗର ସମାପ୍ତି ହେବ

୧) ଭଗବାନ୍ ବିଷ୍ଣୁ କହିଛନ୍ତି ଯେ କଳି ଯୁଗର ଅନ୍ତ ପ୍ରଥମେ ମହିଳାଙ୍କ କେଶରୁ ଆରମ୍ଭ ହେବ । କେଶକୁ ମହିଳାଙ୍କର ସୌନ୍ଦର୍ଯ୍ୟ ବୋଲି ବିବେଚନା କରାଯାଏ । କଳି ଯୁଗରେ ସମସ୍ତ ମହିଳା ନିଜର କେଶ କାଟିବା ଆରମ୍ଭ କରିଦେବେ ।

୨) ଭଗବାନ୍ ବିଷ୍ଣୁ କହିଛନ୍ତି କଳିର ଅନ୍ତରେ ଲୋକମାନେ ନିଜର କେଶ ରଙ୍ଗ କରିବା ଆରମ୍ଭ କରିଦେବେ ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ, ସମସ୍ତେ ସେମାନଙ୍କର କେଶକୁ ରଙ୍ଗ କରିବା ଆରମ୍ଭ କରିବେ । କଳି ଯୁଗରେ କୌଣସି ବ୍ୟକ୍ତିଙ୍କର କଳା ଏବଂ ଲମ୍ବା କେଶ ରହିବ ନାହିଁ ।

୩) ଯେବେଠାରୁ ପୁଅ ନିଜ ପିତାଙ୍କ ଉପରେ ହାତ ଉଠାଇବା ଆରମ୍ଭ କରିବ ସେବେ ଆପଣ ଜାଣିବେ ଯେ କଳି ଯୁଗ ନିଜର ଚରମ ସୀମାରେ ପହଞ୍ଚି ସାରିଛି । ପ୍ରତ୍ୟେକ ଘରେ କଳି ଝଗଡା ହେବ, କେହି ଏକାଠି ରହିବେ ନାହିଁ ଏବଂ ଲୋକମାନେ ନିଜ ଘର ଲୋକଙ୍କୁ ହତ୍ୟା କରିବେ ।

୪) କଳି ଯୁଗରେ କେହି ବ୍ୟକ୍ତି ସତ୍ୟ କହିବେ ନାହିଁ । କୌଣସି ସ୍ୱାମୀ ନିଜ ସ୍ତ୍ରୀଙ୍କୁ କିମ୍ବା ପିଲାମାନେ ତାଙ୍କ ପିତାମାତାଙ୍କୁ ସତ୍ୟ କହିବେ ନାହିଁ । ଚାରି ପାର୍ଶ୍ୱରେ ସମସ୍ତେ ମିଥ୍ୟା କହିବେ ଏବଂ ସତ୍ୟର ଅସ୍ତିତ୍ଵ ରହିବ ନାହିଁ ।

୫) କଳି ଯୁଗରେ ଝିଅମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇଯିବେ, ନିଜ ଘରେ ସେମାନଙ୍କର ଶୋଷଣ ହେବ । ନିଜ ଘରର ଲୋକମାନେ ସେମାନଙ୍କ ସହିତ ବ୍ୟଭିଚାର କରିବେ । ବାପା-ଝିଅ, ଭାଇ-ଭଉଣୀ କୌଣସି ସମ୍ପର୍କ ମଧ୍ୟରେ ପବିତ୍ରତା ରହିବ ନାହିଁ ।

୬) କଳି ଯୁଗରେ ବିବାହ କେବଳ ଏକ ଚୁକ୍ତି ହୋଇ ରହିବ । କୌଣସି ପତି ପତ୍ନୀଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ରହିବ ନାହିଁ । ବିବାହ ପରି ପବିତ୍ର ବନ୍ଧନ ମଧ୍ୟ ଅପଵିତ୍ର ହୋଇଯିବ । କୌଣସି ବିବାହିତ ଦମ୍ପତିଙ୍କ ଜୀବନ ସଠିକ୍ ଭାବରେ ଚାଲିବ ନାହିଁ ।

୭) କଳି ଯୁଗରେ ଦୀର୍ଘାୟୁ ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମ୍ ହୋଇଯିବ । କଳି ଯୁଗରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ବୟସ ୨୦-୩୦ ବର୍ଷ ମଧ୍ୟରେ ହେବ ଏବଂ ବ୍ୟକ୍ତିଙ୍କର ଅକାଳ ଏବଂ ଯନ୍ତ୍ରଣାଦାୟକ ମୃତ୍ୟୁ ହେବ ।

୮) କଳି ଯୁଗରେ ଅସାଧୁତା ନିଜର କାୟା ବିସ୍ତାର କରିବ । ଲୋକମାନେ ପରସ୍ପରକୁ ଠକି ଟଙ୍କା ରୋଜଗାର କରିବେ । ଟଙ୍କା ଉପାର୍ଜନ ପାଇଁ ବ୍ୟକ୍ତି ଅନ୍ୟର ଅଧିକାର ଛଡ଼ାଇ ନେବ ଏବଂ ହତ୍ୟା କରିବାକୁ ମଧ୍ୟ ପଛାଇବ ନାହିଁ ।

୯) କଳି ଯୁଗରେ କୌଣସି ନିୟମ ରହିବ ନାହିଁ କିମ୍ବା କେହି କାହାକୁ ଭୟ କରିବେ ନାହିଁ । ସମସ୍ତେ ନିଜ ମନମୁଖୀ କାର୍ଯ୍ୟ କରିବେ । ଟଙ୍କା ଉପାର୍ଜନ ପାଇଁ ବ୍ୟକ୍ତି କିଛି ବି କରିବାକୁ ରାଜି ହୋଇଯିବେ ।

୧୦) ଚାରିଆଡେ ଦୁର୍ଭିକ୍ଷ ଏବଂ କ୍ଷୁଧା ବ୍ୟାପିଯିବ । ଲୋକମାନେ କ୍ଷୁଧା ଏବଂ ତୃଷ୍ଣାରେ ମରିବା ଆରମ୍ଭ କରିବେ । ଯେତେବେଳେ ଏହା ଘଟିବ ସେତେବେଳେ କଳିଯୁଗ ଏହାର ଚରମ ସୀମାରେ ପହଞ୍ଚି ସାରିଥିବ ।

୧୧) ଭଗବାନ୍ ବିଷ୍ଣୁ କହିଛନ୍ତି ଯେ ଯେତେବେଳେ ଜଣେ ୭ବର୍ଷର ଝିଅ ସନ୍ତାନକୁ ଜନ୍ମ ଦେବ ସେତେବେଳେ ଏହା ବୁଝିବାକୁ ହେବ ଯେ ବର୍ତ୍ତମାନ କଳି ଯୁଗ ଏହାର ଶେଷ ସୀମାରେ ଅଛି ଏବଂ ଖୁବ୍ କମ୍ ଦିନ ମଧ୍ୟରେ ଏହା ଶେଷ ହୋଇଯିବ ।

୧୨) ଭଗବାନ୍ ବିଷ୍ଣୁଙ୍କ ଅନୁଯାୟୀ ବ୍ରହ୍ମା, ବିଷ୍ଣୁ, ଏବଂ ଶିବ ଏକାକାର ହୋଇଯିବେ ଏବଂ ତିନିଜଣ ମିଳିତ ଭାବେ ଏହି ଯୁଗର ସମାପ୍ତ କରିବେ କାରଣ ସେମାନେ ଏହି ଜଗତ ସୃଷ୍ଟି କରିଛନ୍ତି ଏବଂ ସେମାନେ ଏହାକୁ ନଷ୍ଟ କରି ପାରିବେ ।

୧୩) ଭଗବାନ୍ ବିଷ୍ଣୁ କହିଛନ୍ତି ଯେ ଯେତେବେଳେ ସମସ୍ତେ ତ୍ରିଦେବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବେ ସେତେବେଳେ ଏହି ଯୁଗ ଶେଷ ହେବ । ଧ୍ୱଂସର ଆରମ୍ଭ ପ୍ରଥମେ ଜଳରୁ ହେବ, ତାପରେ ଅଗ୍ନି ଏବଂ ତାପରେ ବାୟୁ ଦ୍ୱାରା ହେବ ଏବଂ ଶେଷରେ ପୃଥିବୀର ଗୋଟିଏ ମୁଣ୍ଡରୁ ଆରମ୍ଭ ହୋଇ ଅନ୍ୟ ପ୍ରାନ୍ତରେ ଧ୍ଵଂସର ସମାପ୍ତି ଘଟିବ । ଏହାପରେ ଏକ ନୂତନ ଯୁଗର ଆରମ୍ଭ ହେବ ଏବଂ ପୁଣି ସତ୍ୟ ଆସିବ ।

Leave a Reply

Your email address will not be published. Required fields are marked *