ସାଉଥର ସୁପରଷ୍ଟାର ରଜନୀକାନ୍ତ କେବଳ ଦକ୍ଷିଣ ଭାରତରେ ନୁହେଁ ବରଂ ପୁରା ଦେଶର ସୁପରଷ୍ଟାର ଭାବେ ପରିଚିତ । ରଜନୀକାନ୍ତଙ୍କ ପାଇଁ ଲୋକ ପାଗଳ ହୁଅନ୍ତି ଓ ତାଙ୍କ ବନ୍ଧୁମାନଙ୍କ ପାଇଁ ସେ ଆଜି ତାଙ୍କ ଶୀର୍ଷରେ ପହଁଚିଛନ୍ତି । ରଜନୀକାନ୍ତ ବିଷୟରେ ଏକ କଥା ସବୁ ଲୋକ ଜାଣିଛନ୍ତି କି ସେ ସାଧାରଣ ଜୀଵନ ପରି ବଂଚିବା ପସନ୍ଦ କରନ୍ତି । ତାଙ୍କ ପାଖରେ କୋଟି କୋଟିର ସମ୍ପତି ଅଛି, କିନ୍ତୁ ତାଙ୍କ କପଡାରୁ ନେଇ ତାଙ୍କ ବ୍ୟବହାର ଯାଏ ସବୁକିଛି ସାଧାରଣ ଭାବେ ଦେଖିବାକୁ ମିଳେ । ଯଦି ରଜନୀକାନ୍ତଙ୍କୁ ଫିଲ୍ମ ଛଡା ଯଦି ଆଉ କେଉଁଠି ଦେଖିବେ ତେବେ ଆପଣମାନେ ଧୋକା ଖାଇଯିବେ । ହଁ ବନ୍ଧୁଗଣ ଏହିପରି କିଛି ଏକ ମହିଳା ସହ ହୋଇଛି । ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଏକ ମହିଳା ଦେଲେ ରଜନୀକାନ୍ତକୁ ୧୦ ଟଙ୍କା:-
ଏକ ମନ୍ଦିରରେ ରଜନୀକାନ୍ତ ପୂଜା କରିବାକୁ ଯାଇଥିଲେ । ସବୁ ଦିନ ଭଳି ସେ ସାଧାରଣ ଭଳି ସଫା କପଡା ପିନ୍ଧିଥିଲେ ଓ ଚେହେରାରେ କୋଣସି ମେକଅପ୍ ନଥିଲା । ପୂଜା କରିବା ପରେ ରଜନୀକାନ୍ତ ସିଡିରେ ଆରମ୍ କରୁଥିଲେ । ଏକ ମହିଳା ପୂଜା କରିବା ପରେ ସେହି ସିଡିରେ ଆସୁଥିଲା ବେଳେ ସେ ତାଙ୍କୁ ଚିନ୍ହି ପାରିଲେ ନାହିଁ ଓ ସେ ତାଙ୍କୁ ଭିକାରୀ ଭାବି ୧୦ଟଙ୍କା ଦେଲେ । ରଜନୀକାନ୍ତ କିଛି କହିଲେ ନାହିଁ ଓ ଚୁପଚାପ୍ ଟଙ୍କା ରଖିଲେ ।

ପୂଜା କରିଲା ପରେ ରଜନୀକାନ୍ତ ନିଜ ଗାଡି ପାଖକୁ ଗଲେ ସେତେବେଳେ ସେହି ମହିଳାର ହୋଶ୍ ଉଡ଼ିଗଲା । ସେ ବୁଝିପାରିଲେ କି ଯାହାକୁ ସେ ଭିକାରୀ ବୋଲି ଭାବୁଥିଲେ ଅସଲରେ ସେ ଦକ୍ଷିଣ ସିନେମାର ସବୁଠୁ ବଡ ସୁପରଷ୍ଟାର ଅଟନ୍ତି । ତାଙ୍କୁ ତାଙ୍କ ଭୁଲର ପ୍ରାୟଶ୍ଚିତ ହେଲା ଓ ସେ ତୁରନ୍ତ ରଜନୀକାନ୍ତ ପାଖକୁ ଗଲେ । ମହିଳା ନିଜର ଭୁଲ୍ ପାଇଁ କ୍ଷମା ମାଗିଲେ ଓ ପରେ ରଜନୀକାନ୍ତ ତାଙ୍କୁ ଏକ ହୃଦୟ ଛୁଇଁଲା ଭଳି କଥା କହିଲେ ।
ରଜନୀକାନ୍ତ ଦେଇଥିଲେ ଏକ ହୃଦୟସ୍ପର୍ଶୀ ଉତ୍ତର
ରଜନୀକାନ୍ତ କହିଲେ କି,’ମୋର ଜୀବନ ସାଧାରଣ ମଣିଷ ଭଳି ଅଟେ । ଯାହା ହେଲା ଭଲ ହିଁ ହେଲା । ଭଗବାନ ମଧ୍ୟ ଏହା ଚାହୁଁଥିଲେ କି ମୋ ପାଦ ଏହି ମାଟି ତଳେ ହି ରହୁ’। ଆଜି ଯେଉଁଠି ବଡ ଷ୍ଟାର ଗରିବଙ୍କୁ ଦେଖି ତାଙ୍କଠାରୁ ଦୁରେଇ ଯାଉଥିଲେ ଆଜି ସେଇଠି ରଜନୀକାନ୍ତ ଭଳି ଏତେ ବଡ ମେଗା ଷ୍ଟାର ନିଜେ ଗରିବ ହୋଇ ମହିଳାର ଟଙ୍କାକୁ ସ୍ୱୀକାର କଲେ । ରଜନୀକାନ୍ତ ଆଗକୁ ଚାଲିଗଲେ, କିନ୍ତୁ ଏହି ଘଟଣା ସେହି ମହିଳା ଉପରେ ଗଭୀର ପ୍ରଭାବ ପଡିଥିଲା । ସେହି ମହିଳାଙ୍କ ନାମ ଡ଼. ଗାୟତ୍ରୀ ଦେବ ଅଟେ । ସେ ଏକ ବହି ଲେଖିଲେ ଓ ଏଥିରେ ସେ ରଜନୀକାନ୍ତଙ୍କ ସହିତ ହୋଇଥିବା ଘଟଣା ବର୍ଣ୍ଣନା କରିଥିଲେ ।

ରଜନୀକାନ୍ତଙ୍କ କେବଳ ଏହି ସାଧାରଣ କଥା ନୁହଁ । ରଜନୀକାନ୍ତ ଓ ହ୍ରୀତିକ୍ ରୋଶନଙ୍କ ଏକ ଫିଲ୍ମରେ ମିଶି କାମ କରିଥିଲେ ଯାହାର ନାମ ‘ଭଗବାନ ଦାଦା’। ଏହି ଫିଲ୍ମରେ ହ୍ରୀତିକ୍ ରୋଶନ ବାଳ କଳାକାର ଥିଲେ । ଏହି ଫିଲ୍ମରେ ଏକ ବଡ଼ ମଜାଳିଆ ଘଟଣା ଘଟିଥିଲା । କଥା ହେଲା ହ୍ରୀତିକ୍ ଏକ ଛୋଟ ପିଲା ଥିଲେ ଓ ଫିଲ୍ମରେ ସେ ବହୁତ ଥର ଡାଇଲଗ୍ କହିବାରେ ଗଡ଼ବଡ଼ କରୁଥିଲେ । ଏହି ଫିଲ୍ମର ନିର୍ଦେଶକ ରାକେଶ ରୋଶନ କରୁଥିଲେ ଓ ଏହି ଫିଲ୍ମରେ ଅଭିନୟ ମଧ୍ୟ କରୁଥିଲେ । ଗୋଟେ ଦିନ ବହୁତ ଖାସ୍ ସିନ୍ ଶୂଟିଂ ହୋଉଥିଲା ଓ ହ୍ରୀତିକ୍ ପୁଣି ଗଡ଼ବଡ଼ କରିଥିଲେ । ସମସ୍ତେ ଜାଣିଥିଲେ କି ତାଙ୍କୁ ଆଜି ଗାଳି ଶୁଣିବାକୁ ପଡିବ । ଏହା ଦେଖି ରଜନୀକାନ୍ତ ତାଙ୍କ ପୁରା ଡାଇଲଗ ଭୁଲ୍ କହିଦେଲେ ଓ ହ୍ରୀତିକ୍ ଗାଳିରୁ ବଂଚି ଯାଇଥିଲେ ।
ପରଦାରେ ଚାଲେ ରଜନୀକାନ୍ତଙ୍କ ଯାଦୁ:-

ରଜନୀକାନ୍ତଙ୍କ ଜୀବନରେ ଏହିପରି ବହୁତ କିଛି କାହାଣୀ ଶୁଣିବାକୁ ମିଳେ । ଯଦି ଫିଲ୍ମର କଥା ପଡେ ତେବେ ଆଜି ମଧ୍ୟ ସିନେମାରେ ତାଙ୍କର ଯାଦୁ ଖେଳିଯାଏ । ତାଙ୍କ ହିଟ୍ ଫିଲ୍ମରୁ ଥାଲାପାଥି, ଲିଙ୍ଗା, କାଲା, ଚନ୍ଦ୍ରମୁଖୀ, ବିଲ୍ଲା, ବୀରା ସାମିଲ ଅଟେ । ୨୦୧୮ମସିହାରେ ଆସିଥିବା ଫିଲ୍ମ ‘ରୋବେର୍ଟ-୨’ ମଧ୍ୟ ବକ୍ସ ଅଫିସରେ ବହୁତ କମାଇ କରିଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର ନେଗେଟିଭ ଚରିତ୍ରରେ ଅଭିନୟ କରିଥିଲେ । ଏହି ବର୍ଷ ରାଜନିକାନ୍ତଙ୍କ ଫିଲ୍ମ ‘ଦରବାର’ ରିଲିଜ୍ ହୋଇଥିଲା ଯାହା ବକ୍ସ ଅଫିସରେ ଭଲ କମାଇଥିଲା ।