ଯେତେବେଳେ ଟ୍ରୋଲର୍ ମାନେ Neha Pendseଙ୍କ ସ୍ୱାମୀଙ୍କୁ କହିଲେ ମୋଟା, ଅଭିନେତ୍ରୀ ଦେଲେ ଉତ୍ତର ! କହିଲେ- ‘ମୁଁ ବି କୁମାରୀ ନୁହେଁ’…

ଯେତେବେଳେ ଟ୍ରୋଲର୍ ମାନେ Neha Pendseଙ୍କ ସ୍ୱାମୀଙ୍କୁ କହିଲେ ମୋଟା, ଅଭିନେତ୍ରୀ ଦେଲେ ଉତ୍ତର ! କହିଲେ- ‘ମୁଁ ବି କୁମାରୀ ନୁହେଁ’…

ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ଯେତିକି ବାହାରୁ ରଙ୍ଗୀନ ଲାଗିଥାଏ ସେତିକି ଭିତରୁ ରଙ୍ଗହୀନ ଅଟେ । ଆମକୁ ବାହାରୁ ଦେଖିଲେ ଯାହା ଲାଗିଥାଏ ତାହାର ଓଲଟା ନିଶ୍ଚିତ ମିଳିଯାଏ । ବାସ୍ତବରେ ଏଠାରେ କେତେବେଳେ କେଉଁ କଳାକାରର ଜୀବନ ରାତାରାତି ଚମକି ଯାଏ କାହାକୁ ବି ଜଣା ପଡ଼ି ନଥାଏ । କିନ୍ତୁ ଆକାଶରୁ ଭୂଇଁକୁ କେତେବେଳେ ଖସି ଯିବ କେହି ବି ଜାଣି ନାହାଁନ୍ତି । ଟିଭି ଦୁନିଆର ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଥରେ ରୁ ଅଧିକ ଥର ବିବାହ କରିଛନ୍ତି ଏବଂ ତାଙ୍କର ଅନେକଥର ଛାଡ଼ପତ୍ର ମଧ୍ୟ ହୋଇ ସାରିଛି । କିନ୍ତୁ ତାପରେ ବି ସେମାନଙ୍କୁ ଏକୁଟିଆ ବଞ୍ଚିବାକୁ ପଡ଼ୁଛି । ବାସ୍ତବରେ ଜଣେ ଛାଡ଼ପତ୍ର ପ୍ରାପ୍ତ ମଣିଷ ପାଇଁ ଏହି ଦୁନିଆରେ ରହିବା କଷ୍ଟକର ହୋଇ ଗଲାଣି, ଏକ ଛାଡ଼ପତ୍ର ପ୍ରାପ୍ତକୁ ସେ ମହିଳା ହେଉ କିମ୍ବା ପୁରୁଷ ଉଭୟଙ୍କୁ ଏହି ସମାଜ ଏକ ଅଲଗା ଦୃଷ୍ଟିରେ ଦେଖିଥାଏ । ଯେମିତି ସେମାନେ କିଛି ଭୁଲ୍ କରି ଦେଇଛନ୍ତି ।

ଛାଡ଼ପତ୍ର ପ୍ରାପ୍ତ ସ୍ୱାମୀଙ୍କୁ ନେଇ ହେଲେ ଟ୍ରୋଲ୍ :-

ବାସ୍ତବରେ ଏହି କାରଣରୁ ପୁଣିଥରେ ନିଜର ଜୀବନ ଆରମ୍ଭ କରିବାକୁ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଟିଭି ଜଗତରେ ମଧ୍ୟ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ବିବାହର କିଛି ସମୟ ପରେ ନିଜ ‘ପାର୍ଟନର୍’ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ଆଜି ସେମାନେ ଏକୁଟିଆ ନିଜର ଜୀବନ ବିତାଉଛନ୍ତି । ପରନ୍ତୁ ଆଜି ଆମେ ଟିଭି ଜଗତର ପ୍ରସିଦ୍ଧ ଅଭିନେତ୍ରୀ ନେହା ପେଣ୍ଡସେଙ୍କ ବିଷୟରେ ଯିଏକି ଲୋକପ୍ରିୟ ଶୋ’ ‘ଭାଭି ଜୀ ଘର୍ ପର୍ ହେ’ରେ ନଜର ଆସନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ନେହା ମଧ୍ୟ ୨୦୨୦ରେ ମୁମ୍ବାଇ ବେସ୍ଡ ବିଜନେସମ୍ୟାନ୍ ‘ଶାର୍ଦୁଲ୍ ସିଂହ ବ୍ୟାସ୍’ଙ୍କୁ ବିବାହ କରିଥିଲେ କିନ୍ତୁ ତାପରଠାରୁ ସେ ଚର୍ଚ୍ଚାକୁ ଆସି ଯାଇଛନ୍ତି । ବାସ୍ତବରେ ସେ ଯେଉଁ ବିଜନେସମ୍ୟାନଙ୍କୁ ବିବାହ କରିଛନ୍ତି ସେ ପୂର୍ବରୁ ଛାଡ଼ପତ୍ର ପ୍ରାପ୍ତ ବ୍ୟକ୍ତି ଅଟନ୍ତି । ତାଙ୍କର ଦୁଇ ଦୁଇଥର ଛାଡ଼ପତ୍ର ହୋଇ ସାରିଛି । ଏହା ଦ୍ଵାରା ନେହାଙ୍କୁ ଏହି ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ କରାଯାଉଛି । କେବଳ ସେତିକି ନୁହେଁ ଲୋକେ ତାଙ୍କ ବିବାହକୁ ଭୁଲ୍ ବୋଲି ମଧ୍ୟ କହନ୍ତି । ସେ ଜଣେ ଛାଡ଼ପତ୍ର ପ୍ରାପ୍ତ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି ଏଥିପାଇଁ ତାଙ୍କୁ ଏପରି ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି ।

କିନ୍ତୁ ଏକ ମିଡ଼ିଆ ହାଉସ୍ କୁ ଦେଇଥିବା ଇଣ୍ଟରଭିଉରେ ନେହା କହିଥିଲେ ଯେ ତାଙ୍କୁ ପୂର୍ବରୁ ଏହା ଜଣା ଥିଲା ଯେ ଶାର୍ଦୁଲଙ୍କର ଦୁଇ ଦୁଇ ଥର ଛାଡ଼ପତ୍ର ହୋଇ ସାରିଛି ଏବଂ ତାଙ୍କର ଏକ ଝିଅ ମଧ୍ୟ ଅଛି । କେବଳ ସେତିକି ନୁହେଁ ନେହାଙ୍କର ସମ୍ପର୍କକୁ ଭୁଲ୍ କହୁଥିବା ଲୋକଙ୍କ ମୁଁହ ମଧ୍ୟ ନେହା ବନ୍ଦ କରି ଦେଇଥିଲେ । ଆପଣଙ୍କୁ କହିରଖୁଛୁ ଯେ ସେ ନିଜ ବିଷୟରେ ମଧ୍ୟ ଏହା କହିଥିଲେ ଯେ ତାଙ୍କର ତିନି ତିନି ଥର ବ୍ରେକଅପ୍ ହୋଇଥିଲା ବୋଲି ଏବଂ ସେ ନିଜେ ମଧ୍ୟ ବର୍ଜିନ ନୁହଁନ୍ତି ବୋଲି କହିଥିଲେ । ମୋ ମାମଲାରେ ବିବାହ ପର୍ଯ୍ୟନ୍ତ କଥା ଆସୁ ଆସୁ ଲୋକେ ଗାୟେବ୍ ହୋଇ ଯାଉଥିଲେ । ଏସବୁ ପରେ ମୋତେ ଦୃଢ଼ ହେବାକୁ ପଡ଼ିଲା, କିନ୍ତୁ ବର୍ତ୍ତମାନ ଠିକ୍ ଅଛି ।

Leave a Reply

Your email address will not be published. Required fields are marked *