ଏହି କାରଣରୁ ଅଜୟ ଦେବଗନଙ୍କୁ ଶାଶୂ ତନୁଜା ମାରିଥିଲେ ଚାପୁଡ଼ା !

ଏହି କାରଣରୁ ଅଜୟ ଦେବଗନଙ୍କୁ ଶାଶୂ ତନୁଜା ମାରିଥିଲେ ଚାପୁଡ଼ା !

କରୋନାର ପ୍ରଭାବ କମ୍ ହେବାର ନାମ ହିଁ ନେଉନାହିଁ । ସମଗ୍ର ଦୁନିଆରେ ପ୍ରତିଦିନ ହଜାର ହଜାର ଲୋକ ଏହି ଭୂତାଣୁର ଶିକାର ହେଉଛନ୍ତି । ଅନେକ ଲୋକ ଏହି କାରଣରୁ ମୃତ୍ୟୁବରଣ ମଧ୍ୟ କରି ସାରିଛନ୍ତି । ଭାରତରେ ମଧ୍ୟ ଏହି ଭୂତାଣୁ କବ୍ଜାରେ ଅନେକ ଲୋକ ଅଛନ୍ତି । ପୀଡ଼ିତ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ସରକାର ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଲକଡାଉନ ପରେ ଅନଲୋକର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ତଥାପି ସାଧାରଣ ଲୋକଙ୍କ ଭଳି ସେଲିବ୍ରିଟିଙ୍କ ସହିତ ଜଡ଼ିତ ଅନେକ କାହାଣୀ, ଘଟଣା ଏବଂ ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି । ଏହି ସମୟରେ ଅଜୟ ଦେବଗନଙ୍କୁ ନେଇ ଏକ ଘଟଣା ଭାଇରାଲ ହେଉଅଛି । ଏହି ଘଟଣା ଅଜୟ ଦେବଗନ ଏବଂ ତାଙ୍କ ଶାଶୂ ତନୁଜାଙ୍କ ବିଷୟରେ ଅଟେ । ତନୁଜା ନିଜେ ଏହି ଘଟଣାକୁ ତାଙ୍କର ଏକ ଇଣ୍ଟରଭ୍ୟୁରେ ସେୟାର କରିଥିଲେ ।

Google

ଅଜୟ ଦେବଗନଙ୍କ ଫିଲ୍ମ “ସିଙ୍ଘମ୍”ର ରିଲିଜକୁ ୯ ବର୍ଷ ପୁରିଯାଇଛି । ଏହି ଫିଲ୍ମ ୨୨ ଜୁଲାଇ ୨୦୧୧ରେ ରିଲିଜ୍ ହୋଇଥିଲା । ରୋହିତ ଶେଟ୍ଟୀଙ୍କର ଏହି ଫିଲ୍ମରେ କାଜଲ ଅଗ୍ରୱାଲ ମୁଖ୍ୟ ଭୂମିକାରେ ଥିଲେ । ଫିଲ୍ମ ମଧ୍ୟ ବକ୍ସଅଫିସରେ ଖୁବ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

Google

ଅଜୟ ଏବଂ କାଜଲଙ୍କ ବିବାହକୁ ୨୧ ବର୍ଷ ବିତିଯାଇଛି । ଅଜୟ ନିଜର ଶାଶୂ ତନୁଜାଙ୍କୁ ଖୁବ୍ ସମ୍ମାନ କରନ୍ତି । କିନ୍ତୁ ଥରେ ତାଙ୍କ ଶାଶୂ ତାଙ୍କର ଏକ କାମ ପାଇଁ ବିରକ୍ତ ହୋଇ ତାଙ୍କୁ ଚାପୁଡ଼ା ମାରି ଦେଇଥିଲେ ।

Google

ବାସ୍ତବ ଘଟଣା ହେଉଛି ଯେ, ବିବାହ ପରେ ଥରେ କାଜଲ ତାଙ୍କ ମାଆଙ୍କ ଘରକୁ ଯାଇଥିଲେ ଏବଂ ସେତେବେଳେ ଅଜୟ ତାଙ୍କ ସହିତ କଥା ହେବାକୁ ଫୋନ କରିଥିଲେ । ତନୁଜା କଲ୍ ଉଠାଇ ଥିଲେ ।

Google

ଅଜୟ ସେତେବେଳେ କିଛି ନକହି ସିଧାସଳଖ କହିଥିଲେ ଯେ ମୁଁ କାଜଲ ସହିତ କଥା ହୋଇପାରିବି କି । ତନୁଜା ତାଙ୍କ ସ୍ଵର ଜାଣି ପାରିଥିଲେ । ସେ ଝିଅ କାଜଲକୁ ଡାକିବେ ତାହା ପୂର୍ବରୁ ହିଁ ତାଙ୍କୁ ଅଜୟଙ୍କର ଏକ କଥା ବାଧା ଦେଇଥିଲା ।

Google

ତନୁଜା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ବିବାହର ୨-୩ ବର୍ଷ ହେବାପରେ ମଧ୍ୟ ଅଜୟ ତାଙ୍କୁ କୌଣସି ପ୍ରକାରର ସମ୍ବନ୍ଧୀତ କରୁନଥିଲେ ।

Google

ଏହି କାରଣରୁ ସେ ନିଜର ଜ୍ୱାଇଁ ଅଜୟଙ୍କୁ ଗାଳି ଦେଇ କହିଥିଲେ ଯେ, ଶୁଣ, ତୁମକୁ ପ୍ରଥମେ ମୋତେ ମାଆ, ଶାଶୂ ମାଆ କିମ୍ବା ତନୁଜା ଜୀ ମଧ୍ୟରୁ କୌଣସି ଗୋଟିଏ ନାମରେ ସମ୍ବନ୍ଧୀତ କରି ଡାକିବାକୁ ପଡ଼ିବ । ଅଜୟଙ୍କୁ ଏହି କଥା ବୁଝିବାରେ ଆଦୋୖ ବିଳମ୍ବ ହୋଇନଥିଲା ଏବଂ ସେ ନିଜର ଭୁଲକୁ ସୁଧାରି କହିଥିଲେ ଯେ, ‘ ଠିକ୍ ଅଛି ମାଆ । କଣ ମୁଁ କାଜଲଙ୍କ ସହିତ କଥା ହେଇପାରିବି କି ? ‘

Google

ଅଜୟ ଏବଂ କାଜଲ ୨୪ ଫେବୃଆରୀ ୧୯୯୯ରେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଅଛି । ଝିଅ ନ୍ୟାସା ଏବଂ ପୁଅ ୟୁଗ୍ । ବିବାହ ପରେ କାଜଲ ଫିଲ୍ମରେ ଖୁବ୍ କମ୍ ନଜର ଆସିଛନ୍ତି । ପୁଣି ଅଜୟଙ୍କ ବିଷୟରେ କହିଲେ ତାଙ୍କର କେତେକ ଫିଲ୍ମ ଆଗାମୀ ସମୟରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *