ଯେତେବେଳେ ସମସ୍ତଙ୍କ ସାମ୍ନାରେ ଦୀପିକାଙ୍କୁ Kiss କରିଥିଲେ ସିଦ୍ଧାର୍ଥ । ଜାଣନ୍ତୁ କେଉଁ ବ୍ୟବହାର କାରଣରୁ ହୋଇଥିଲା ସେମାନଙ୍କ ବ୍ରେକ୍ ଅପ୍ !

ଯେତେବେଳେ ସମସ୍ତଙ୍କ ସାମ୍ନାରେ ଦୀପିକାଙ୍କୁ Kiss କରିଥିଲେ ସିଦ୍ଧାର୍ଥ । ଜାଣନ୍ତୁ କେଉଁ ବ୍ୟବହାର କାରଣରୁ ହୋଇଥିଲା ସେମାନଙ୍କ ବ୍ରେକ୍ ଅପ୍ !

ଦୀପିକା ପାଦୁକୋନଙ୍କ ନାମ ଏହିପରି ଅନେକ ଷ୍ଟାରଙ୍କ ସହିତ ଯୋଡ଼ିଥିବାର କଥା ଆପଣ ମାନେ ନିଶ୍ଚିତ ଶୁଣିଥିବେ । କିନ୍ତୁ ତାଙ୍କର ଯେଉଁ ସମ୍ପର୍କ ବିଷୟରେ ଅଧିକ ଚର୍ଚ୍ଚା ହୋଇଥାଏ ତାହା ହେଉଛି ସିଦ୍ଧାର୍ଥ ମାଲ୍ୟାଙ୍କ ସହିତ ତାଙ୍କର ସମ୍ପର୍କ । ଦୀପିକା ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସିଦ୍ଧାର୍ଥଙ୍କ ସହିତ ଅଫେୟାରରେ ରହିଥିଲେ । ଦିନେ ହଠାତ୍ ଏପରି ଏକ ଖବର ଆସିଲା ଯେଉଁ କାରଣରୁ ଦୁହିଁଙ୍କର ବ୍ରେକଅପ୍ ହୋଇ ଯାଇଥିଲା । ବ୍ରେକଅପ୍ ପଛରେ ଦୀପିକା ସିଦ୍ଧାର୍ଥଙ୍କ ନିମ୍ନ ସ୍ତରର ବ୍ୟବହାରକୁ ଦାୟୀ କରିଥିଲେ ।

google

ରଣବୀର କପୂରଙ୍କ ସହିତ ବ୍ରେକଅପ୍ ପରେ ଦୀପିକା ୨୦୧୦ରେ ସିଦ୍ଧାର୍ଥଙ୍କ ନିକଟତର ହୋଇଥିଲେ । ୨୦୧୨ରେ ଦୁହେଁ ଅଲଗା ହୋଇ ଯାଇଥିଲେ । ଏହି ଦୁଇ ବର୍ଷ ମଧ୍ୟରେ ଦୁହିଁଙ୍କୁ ଅନେକ ସ୍ଥାନରେ ସାଙ୍ଗରେ ଦେଖା ଯାଇଥିଲା । ସିଦ୍ଧାର୍ଥ ମାଲ୍ୟାଙ୍କ ବ୍ୟକ୍ତିଗତ ପାର୍ଟି ଠାରୁ ଆରମ୍ଭ କରି ସୋସିଆଲ ଇଭେଣ୍ଟରେ ମଧ୍ୟ ଦୀପିକା ନଜର ଆସିବାରେ ଲାଗିଥିଲେ ।

google

୨୦୧୧ରେ ଏକ ଆଇପୀଏଲ ମ୍ୟାଚ୍ ସମୟରେ ସିଦ୍ଧାର୍ଥ ଦୀପିକାଙ୍କୁ ଷ୍ଟାଡିୟମରେ ସମସ୍ତ ଦର୍ଶକଙ୍କ ଉପସ୍ଥିତିରେ କିସ୍ କରି ଦେଇଥିଲେ । ଏହି ଗୋଟିଏ କିସ୍ ହିଁ ବଡ଼ ହଙ୍ଗମା ସୃଷ୍ଟି କରିଥିଲା ।

google

୨୦୧୨ରେ ଦିନେ ଖବର ଆସିଲା ଯେ ଦୀପିକା ସିଦ୍ଧାର୍ଥଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ , କୌଣସି ଦିନ ସିଦ୍ଧାର୍ଥ ଦୀପିକାଙ୍କ ସହିତ ବେଙ୍ଗାଲୁରୁର ତାଜ୍ ହୋଟେଲ ଯାଇଥିଲେ । ସେଠାରେ ସେ ଦୀପିକାଙ୍କୁ କହିଥିଲେ ଯେ ସେ ସବୁ ବିଲ୍ ଭରି ଦିଅନ୍ତୁ ବୋଲି । ଏହି କଥାରେ ଦୀପିକା ଖୁବ୍ ବିରକ୍ତ ହୋଇଥିଲେ । ଦୀପିକା ନିଜର ଡାଇଟ୍ କୋକ୍ ସିଦ୍ଧାର୍ଥଙ୍କ ବିୟରରେ ମିଶାଇ ଦେଇଥିଲେ ଏବଂ କ୍ରୋଧିତ ହୋଇ ସେଠାରୁ ପଳାଇ ଯାଇଥିଲେ ।

google

ୟୂନରଲ ଟାଇମ୍ସ ସହିତ କଥାବାର୍ତ୍ତାରେ ଦୀପିକା କହିଥିଲେ ଯେ, ‘ ପ୍ରଥମେ ସେ ମୋତେ ଅଟରେ ଯିବାକୁ ବାଧ୍ୟ କରିଥିଲେ । ତା’ପରେ ମୁଁ ଯେତେବେଳେ ତାଙ୍କୁ ଏକ ଡ୍ରେସ୍ କିଣି ଦେବାକୁ କହିଲି ସେତେବେଳେ ସେ ମୋତେ ଏକ ସାଧାରଣ ମାର୍କେଟକୁ ନେଇ ଯାଇଥିଲେ । ସେହି ମାର୍କେଟରେ ମୁଁ ଏକ ଟୋପ୍ ପସନ୍ଦ କରିଥିଲି କିନ୍ତୁ ସିଦ୍ଧାର୍ଥ ସେହି ଦୋକାନୀ ସହିତ ବର୍ଗେନିଂ କରିବାରେ ଲାଗିଲେ । ମୋତେ ଏସବୁ ଦେଖି ବହୁତ ଖରାପ ଲାଗିଥିଲା । ତା’ପରେ ଯେତେବେଳେ ଆମେ ଦୁହେଁ ହୋଟେଲକୁ ଗଲୁ ସେତେବେଳେ ସେ ହୋଟେଲର ସବୁ ବିଲ ମୋତେ ହିଁ ଭରିବାକୁ କହିଥିଲେ । ‘

google

ଦୀପିକା କହିଥିଲେ ଯେ ‘ ସିଦ୍ଧାର୍ଥ ଙ୍କର ଏହି ପ୍ରକୃତି ଯୋଗୁଁ ତାଙ୍କ ଠାରୁ ଅଲଗା ହେବା ବ୍ୟତୀତ ମୋ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା । ‘

google

ଏହି ସମ୍ପୂର୍ଣ୍ଣ ମାମଲା ଉପରେ ସିଦ୍ଧାର୍ଥଙ୍କ କହିବା କଥା ଯେ, ‘ ସେ ଜଣେ ପାଗଳ ମହିଳା । ମୁଁ ତାଙ୍କୁ କହିଥିଲି ଯେ ଖାଲି ଥରେ ମୋ ବାପା ସବୁ କରଜ ଶେଷ କରି ଦିଅନ୍ତୁ ଏବଂ ସରକାର ତାଙ୍କୁ ଛାଡ଼ିଦେବା ପରେ ମୁଁ ତାଙ୍କର ସବୁ ଟଙ୍କା ଫେରାଇ ଦେବି । କିନ୍ତୁ ସେ ମାନିବାକୁ ହିଁ ରାଜି ନଥିଲେ । ‘

Leave a Reply

Your email address will not be published. Required fields are marked *