ଯେତେବେଳେ ଗର୍ଲଫ୍ରେଣ୍ଡର ଭୁଲ୍ ପାଇଁ ସଲମାନଙ୍କୁ ମାଗିବାକୁ ପଡିଥିଲା ସୁନୀଲ ସେଟ୍ଟୀଙ୍କ ଠାରୁ କ୍ଷମା ! ଜାଣନ୍ତୁ କଣ ଅଟେ ଏହି ମାମଲା ।

ଯେତେବେଳେ ଗର୍ଲଫ୍ରେଣ୍ଡର ଭୁଲ୍ ପାଇଁ ସଲମାନଙ୍କୁ ମାଗିବାକୁ ପଡିଥିଲା ସୁନୀଲ ସେଟ୍ଟୀଙ୍କ ଠାରୁ କ୍ଷମା ! ଜାଣନ୍ତୁ କଣ ଅଟେ ଏହି ମାମଲା ।

ସୁନୀଲ ସେଟ୍ଟୀ ବଲିଉଡର ଏକ ଏହିପରି କଳାକାର ଯିଏକି ପରଦାରେ ଆକ୍ସନ ସିନରେ ଧମାଲ ମଚେଇଛନ୍ତି ଓ ନିଜ କମେଡି ସିନରେ ଲୋକଙ୍କୁ ହସେଇଛନ୍ତି । ଇଂଣ୍ଡଷ୍ଟ୍ରୀରେ ସୁନୀଲଙ୍କୁ ‘ଆନ୍ନା’ କହି ଡାକନ୍ତି । ଆନ୍ନାର ଅର୍ଥ ହେଉଛି ଭାଇ ଓ ଇଣ୍ଡଷ୍ଟ୍ରୀରେ ସୁନୀଲ ସମସ୍ତଙ୍କ ସହିତ ଭାଇ ଭଳି ସମ୍ପର୍କ ରହିଛି । ସୁନୀଲ ଏକ ଭଲ କଳାକାର ହେବା ସଙ୍ଗେ ସଙ୍ଗେ ବନ୍ଧୁ ମାନଙ୍କ ବନ୍ଧୁ ମଧ୍ୟ ଥିଲେ କିନ୍ତୁ ଥରେ ଯଦି କାହା ସହିତ ମନ ମାଳିନ୍ୟ ହୋଇଯାଏ ତେବେ ସେ ତାହା ସହିତ କଥା ହେବା ପାଇଁ ପସନ୍ଦ କରନ୍ତି ନାହିଁ । ସୁପରଷ୍ଟାର ସଲମାନ ଖାନ୍ ଓ ସୁନୀଲ ସେଟ୍ଟୀଙ୍କ ବନ୍ଧୁତା ବହୁତ ଭଲ ଅଟେ । ଏପରି ଏକ ଦିନ ଆସିଥିଲା ଯେବେ ସୁନୀଲ ରାଗିଯାଇଥିଲେ ତାଙ୍କୁ ମନେଇବା ପାଇଁ ସଲମାନ ଖାନଙ୍କୁ କ୍ଷମା କରିବାକୁ ପଡିଥିଲା । ଆଜି ଆମେ ଆପଣଙ୍କୁ ଜଣାଇବୁ କଣ ଥିଲା ସେହି ମାମଲା ।

newstrend

ଏ କଥା ୯୦ ଦଶକର ଯେତେବେଳେ ସୁନୀଲ ସେଟ୍ଟୀ ନିଜର ପ୍ରଥମ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିଲେ । ଯାହାର ନାମ ‘ବଲଵାନ’ ଥିଲା ଏହି ଫିଲ୍ମ ପରେ ହିଁ ସୁନୀଲ ସେଟ୍ଟୀଙ୍କୁ ବହୁତ ସାରା ପ୍ରୋଜେକ୍ଟ ମିଳିବାରେ ଲାଗିଲା ଓ ସୁନୀଲ ମଧ୍ୟ ବହୁତ ଭଲ ଭଲ ଫିଲ୍ମଗୁଡିକୁ ସ୍ଵାକ୍ଷର କରିଥିଲେ । ଏହିପରି ଏକ ଫିଲ୍ମ ପାଇଁ ସୁନୀଲଙ୍କୁ ଗୋଟିଏ ଥର ମନେଇଥିଲେ ଓ କାହାଣୀ ଦେଖି ସୁନୀଲ ହଁ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସୋମି ଅଲିଙ୍କ ନାମ ଠିକ୍ କରାଯାଇଥିଲା ।

newstrend

ଯେତେବେଳେ ନିର୍ମାତା ଫିଲ୍ମର ଅଫର ନେଇ ସୋମି ଅଲିଙ୍କ ନିକଟକୁ ଯାଇଥିଲେ ତେବେ ସେ ହଁ କରିଥିଲେ । ସୋମି ଫିଲ୍ମ ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଯେପରି ସେ ଜାଣିଲେ କି ସୁନୀଲ ସେଠୀ ଏହି ଫିଲ୍ମର ହିରୋ ଅଟନ୍ତି ତେବେ ସେ ଫିଲ୍ମ କରିବା ପାଇଁ ମନା କରିଥିଲେ । ସୋମିଙ୍କ କହିବା ଥିଲା କି ସେ ସଂଗ୍ରାମୀ ସହ କାମ କରିପାରିବେନି । ଏପରି ମଧ୍ୟ ସୁନୀଲ ଓ ସୋମି ଦୁହେଁ ଗୋଟିଏ ସମୟରେ ହିଁ କାମ କରିବା ଆରମ୍ଭ କରିଥିଲେ । ଏତିକି ନୁହେଁ ଦୁହେଁ ସହପାଠୀ ମଧ୍ୟ ଥିଲେ । ଏପରି ହିଁ ସୋମିଙ୍କ ଏହି ମନୋଭାବ ଦେଖି ସୁନୀଲ ରାଗି ଯାଇଥିଲେ ।

newstrend

ଏହା ପରେ ସୁନୀଲ ସେଟ୍ଟୀ ‘ବକ୍ତ ହାମାରା ହେ’ ଓ ‘ଦିଲବଲେ’ ଭଳି ଫିଲ୍ମରେ କାମ କରିଛନ୍ତି । ଏହି ଫିଲ୍ମ ବଡ଼ ପରଦାରେ ଜବରଦସ୍ତ ସାବ୍ୟସ୍ତ ହୋଇଛି ଏବଂ ସୁନିଲଙ୍କ ନାମ ବଡ କଳାକାରଙ୍କ ନାମରେ ଜଣାଗଲା । ସେହିପଟେ ସୁନୀଲଙ୍କୁ ଋଜେକ୍ଟ କରିଥିବା ସୋମି କେବଳ ଗୋଟିଏ ଫିଲ୍ମ ‘ବୁଲନ୍ଦ’ ହି କରି ବସିଗଲେ । ସେଥିରେ ମଧ୍ୟ ସେଇ ଫିଲ୍ମ ବହୁତ ଦିନ ପର୍ଯ୍ୟନ୍ତ ରିଲିଜ୍ ହୋଇପାରିନଥିଲା । କିନ୍ତୁ ସୋମିଙ୍କ ପାଖରେ ସଲମାନ ଖାନ୍ ଥିଲେ । ଜଣାଇଦେଉଛୁ କି ସେହି ସମୟରେ ସୋମିଙ୍କ ପ୍ରେମ ସମ୍ପର୍କ ସଲମାନ ଖାନଙ୍କ ସହିତ ଚାଲୁଥିଲା ।

newstrend

ସଲମାନ ନିଜର ଗାର୍ଲଫ୍ରେଣ୍ଡର କିପରି ଧ୍ୟାନ ରଖନ୍ତି ଏ କଥା ସମସ୍ତେ ଜାଣିଛନ୍ତି । ଏହି ଭିତରେ ସୋମିଙ୍କୁ ଏକ ଫିଲ୍ମ ଅଫର୍ ହେଲା ‘ଅନ୍ତ’ ଯାହାକି ସୋମି ତୁରନ୍ତ ହଁ କହିଥିଲେ । ତାଙ୍କୁ କୁହାଯାଇଥିଲା କି ଏହି ଫିଲ୍ମରେ ତାଙ୍କ ଅପଜିଟ୍ ସୁନୀଲ ଅଛନ୍ତି । ହିଟ୍ ଫିଲ୍ମ ଖୋଜି ବସିଥିବା ଏହି ସୋମି ତୁରନ୍ତ ଏହି ଫିଲ୍ମକୁ ହଁ କହିଥିଲେ । ଯେତେବେଳେ ସୁନୀଲଙ୍କୁ ଏହି ଫିଲ୍ମ ଅଫର୍ କରାଗଲା ଓ ତାଙ୍କୁ କୁହାଗଲା କି ଫିଲ୍ମର ହିରୋଇନ ସୋମି ଅଲି ଅଟନ୍ତି । ସୁନୀଲ ସୋମିଙ୍କ ନାମ ଶୁଣିବା ମାତ୍ରେ ହିଁ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ ।

newstrend

ଏହାପରେ ସୁନୀଲଙ୍କୁ ପଚରାଗଲା କି ସେ ଏହି ଫିଲ୍ମ କାହିଁକି କରିବାକୁ ଚାହୁଁନାହାନ୍ତି ତେବେ ସେ ପୂର୍ବର ସବୁ କଥା କହିଥିଲେ । ଏହାପରେ ନିର୍ମାତା ସୋମିଙ୍କ ନିକଟକୁ ଗଲେ ଏବଂ କହିଲେ କି ସୁନୀଲ ତମ ସହ କାମ କରିବାକୁ ଚାହୁଁନାହାନ୍ତି ଓ ଯଦି ଫିଲ୍ମରେ ସୁନୀଲ ରହିବେନି ତେବେ ଏହି ଫିଲ୍ମ ପ୍ରସ୍ତୁତ ହେବନାହିଁ । ଏଭଳି ସ୍ଥିତିରେ ସୋମି ଚିନ୍ତାରେ ପଡିଗଲେ । ଯେତେବେଳେ ସଲମାନ ଏହି ବିଷୟରେ ଜାଣିବାକୁ ଚାହିଁଲେ ନିଜର ଗାର୍ଲଫ୍ରେଣ୍ଡ ପାଇଁ ସୁନିଲଙ୍କୁ କ୍ଷମା ମାଗିବାକୁ ଯାଇଥିଲେ । ସେ ଏହି ଫିଲ୍ମ ପାଇଁ ସୁନୀଲଙ୍କୁ ମନାଇଲେ ଓ ତା’ପରେ କହିଲେ କି ସେ ଏହି ଫିଲ୍ମ କରିବେ । ଏହା ପରେ ସୁନୀଲ ରାଜି ହେଲେ ଓ ସୋମିଙ୍କ ସହ ସେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *