ଜଣେ ଯବାନ ୧୭ ବର୍ଷ ପରେ ନିଜ ଗାଁ ଫେରିବାରୁ ଗ୍ରାମବାସୀ କଲେ ଜୋରଦାର ସ୍ୱାଗତ । ସ୍ଵାଗତ ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ !

ଜଣେ ଯବାନ ୧୭ ବର୍ଷ ପରେ ନିଜ ଗାଁ ଫେରିବାରୁ ଗ୍ରାମବାସୀ କଲେ ଜୋରଦାର ସ୍ୱାଗତ । ସ୍ଵାଗତ ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ !

ଭାରତୀୟ ସୈନିକମାନଙ୍କୁ ଯେତେ ବି ପ୍ରଶଂସା କରାଯିବ ତାହା କମ୍ ହୋଇଥାଏ । ଏହି ଯବାନମାନେ ଦେଶ ସୀମାରେ ଦିନରାତି ଜଗି ରହି ଆମକୁ ସୁରକ୍ଷା ପ୍ରଦାନ କରନ୍ତି । ବୀର ଯବାନମାନଙ୍କ ଏହି ସେବା ବଦଳରେ ଆମର କର୍ତ୍ତବ୍ୟ ଯେ ଆମେ ସେମାନଙ୍କୁ ସେହି ମାନ-ସମ୍ମାନ ପ୍ରଦାନ କରିବା, ଯାହାର ସେମାନେ ଅଧିକାରୀ । ଏପରି ହିଁ ଗୋଟିଏ ଘଟଣା ଘଟିଛି ମଧ୍ୟପ୍ରଦେଶର ଏକ ଗାଁ ଜିରନରେ । ଏଠାରେ ଗାଁ ଲୋକେ ସେନାରୁ ଅବସରପ୍ରାପ୍ତ ଏକ ସୈନିକକୁ ଏପରି ସମ୍ମାନ କଲେ ଯେ ସମସ୍ତଙ୍କ ଆଖିରୁ ଲୁହ ଝରି ଆସିଲା ।

ବାସ୍ତବରେ ବାହାଦୂର ସିଂହ ଗତ ୧୭ ବର୍ଷରୁ ସେନାରେ ଦେଶ ସେବା କରୁଥିଲେ । ନିକଟରେ ସେ ଅବସର ନେଇ ନିଜ ଗ୍ରାମ ‘ଜିରନ’ ପହଞ୍ଚିଲେ । ଏଠାରେ ସମସ୍ତେ ନିଜ ହାତ ବିଛାଇ ଯବାନକୁ ସ୍ୱାଗତ ଜଣାଇଲେ । ଗ୍ରାମବାସୀଙ୍କୁ ଯେତେବେଳେ ଯବାନଙ୍କ ଆସିବା ଖବର ଜାଣିଲେ, ସେତେବେଳେ ସେ ତାଙ୍କ ସ୍ୱାଗତ ପାଇଁ ସବୁ ସ୍ଥାନରେ ଫୁଲ ବିଛାଇ ଦେଲେ ।

ଗ୍ରାମର ପ୍ରତି ଘରଲୋକେ ବାହାରି ତାଙ୍କୁ ସ୍ଵାଗତ ଜଣାଇବାକୁ ଲାଗିଲେ । ସବୁଠାରୁ ଭଲ ଦୃଶ୍ୟ ଏହା ଥିଲା କି ଯେତେବେଳେ ଗ୍ରାମବାସୀ ଭୂମିରେ ହାତ ବିଛାଇ ଯବାନଙ୍କୁ ଏହା ଉପରେ ଚାଲିବାକୁ କହିଲେ । ତାପର ସମସ୍ତ ଗ୍ରାମବାସୀ ଯବାନକୁ ନେଇ ଗ୍ରାମର ପ୍ରାଚୀନ ମନ୍ଦିରକୁ ଗଲେ । ଏଠାରେ ଯବାନ ଗ୍ରାମବାସୀଙ୍କ ସହିତ ଭଗବାନ ଗଣେଶଙ୍କ ଦର୍ଶନ କରି ତାଙ୍କର ଆଶୀର୍ବାଦ ଗ୍ରହଣ କଲେ ।

ଗ୍ରାମବାସୀଙ୍କ ଏପରି ସ୍ୱାଗତ ଦେଖି ଯବାନଙ୍କ ଆଖିରୁ ଲୁହ ଭରିଗଲା । ଯବାନ ବିଜୟ ବାହାଦୂର କହିଲେ ଯେ ଆମର ଗ୍ରାମ ସ୍ଵର୍ଗରୁ ମଧ୍ୟ ଭଲ ଅଟେ । ମୁଁ ନିଜର ୧୭ ବର୍ଷର ଚାକିରୀରେ ଅନେକ ସ୍ଥାନ ବୁଲିଲି କିନ୍ତୁ ଯେପରି ମାନ ସମ୍ମାନ ଓ ପ୍ରେମ ଗ୍ରାମରେ ମିଳିଛି ସେପରି କେଉଁଠି ଦେଖିବାକୁ ମିଳିନାହିଁ । ଆଜି ମୋତେ ଏହା ଅନୁଭବ ହେଲା ଯେ ସେନା ଓ ତାଙ୍କ ଯବାନ ପ୍ରତି ଲୋକଙ୍କ ମନରେ କେତେ ସମ୍ମାନ ରହିଛି ।

ଯବାନ ଆଗକୁ କହିଛନ୍ତି ଯେ ଆପଣ ସମସ୍ତଙ୍କ ଏହି ଭଲପାଇବା ଓ ମାନ ସମ୍ମାନକୁ ମୁଁ କେବେ ଭୁଲି ପାରିବି ନାହିଁ । ବର୍ତ୍ତମାନ ଠାରୁ ମୋର ଏହି ଲକ୍ଷ୍ୟ ରହିବ ଯେ ଆମର ଓ ନିକଟସ୍ଥ ଗ୍ରାମର ଲୋକଙ୍କୁ ସେନାରେ ଯିବାକୁ ତାଲିମ ଦେବି । ମୁଁ ତାଙ୍କୁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ସେନାରେ ଯିବା ପାଇଁ ପ୍ରସ୍ତୁତ କରିବି ।

ସେପଟେ ପୁଅ ବିଜୟଙ୍କ ଗ୍ରାମରେ ଏପରି ସମ୍ମାନ ଓ ସ୍ୱାଗତ ହେଉଥିବାର ଦେଖି ପିତା ଲାଲସିଂହ ଭାବୁକ ହୋଇଗଲେ । ତାଙ୍କ ଆଖି ଲୁହରେ ଭରି ଗଲା । ତାଙ୍କ ଆଖି ଲୁହ ଓ ଛାତି ଗର୍ବରେ ଫୁଲି ଉଠିଲା । ସେ କହିଲେ ଯେ ମୋର ଇଚ୍ଛା ଗ୍ରାମର ସମସ୍ତ ପୁଅ ସେନାରେ ଭର୍ତ୍ତି ହୁଅନ୍ତୁ ଓ ନିଜ ପିତା ଏବଂ ଦେଶର ନାମ ରଖନ୍ତୁ ।

ସୂଚନାଥାଉକି ଯବାନ ବିଜୟ ବାହାଦୂର ନିଜ ୧୭ ବର୍ଷର ଚାକିରୀରେ କାରଗିଲ, ସିୟାଚିନ ଗଲେସିୟର, ବଟାଲିକ, ଜାମ୍ମୁ କାଶ୍ମୀର, ଅରୁଣାଚଳ ପ୍ରଦେଶ, ଜୟପୁର କିମ୍ବା ସିମଲା ଭଳି ସ୍ଥାନ ମାନଙ୍କରେ ସେବା କରିଛନ୍ତି । ଏଠାରେ ସେ ଶତ୍ରୁ ମାନଙ୍କ ସହ ଦୃଢ଼ ମନୋବଳରେ ଲଢେ଼ଇ କରି ଦେଶକୁ ରକ୍ଷା କରୁଥିଲେ ।

Leave a Reply

Your email address will not be published. Required fields are marked *