ଯେତେବେଳେ କରିନା ଶାଶୁଙ୍କୁ ପଚାରିଲେ ଝିଅ ଓ ବୋହୂ ମଧ୍ୟରେ କଣ ଅନ୍ତର ରହିଛି ? ସୈଫଙ୍କ ମାଁ ଦେଇଥିଲେ ଏପରି ଉତ୍ତର…

ଯେତେବେଳେ କରିନା ଶାଶୁଙ୍କୁ ପଚାରିଲେ ଝିଅ ଓ ବୋହୂ ମଧ୍ୟରେ କଣ ଅନ୍ତର ରହିଛି ? ସୈଫଙ୍କ ମାଁ ଦେଇଥିଲେ ଏପରି ଉତ୍ତର…

ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଶାଶୁ ବୋହୂଙ୍କ ଯୋଡିରେ ଶର୍ମିଳା ଟେଗୋର୍ ଓ କରିନା କପୂର୍ ଖାଁଙ୍କ ଯୋଡ଼ି ମଧ୍ୟ ସାମିଲ୍ ଅଟେ । ଶର୍ମିଳା ଟେଗୋର୍ ଓ କରିନା କପୂର୍ ଖାଁଙ୍କ ପାଖାପାଖି ୮ ବର୍ଷରୁ ଶାଶୂ ବୋହୂର ସମ୍ପର୍କ ରହିଛନ୍ତି । କହିବାକୁ ଗଲେ ଏହା ଶାଶୂ ବୋହୂର ସମ୍ପର୍କ ଅଟେ କିନ୍ତୁ ଦୁହିଁଙ୍କ ମଧ୍ୟରେ ମାଁ ଝିଅ ଭଳି ସମ୍ପର୍କ ରହିଛି । ଯେଉଁଠି ଶର୍ମିଳା ନିଜ ବୋହୂ କରିନାଙ୍କୁ ଖୁବ୍ ଭଲପାଆନ୍ତି ଅନ୍ୟପଟେ କରିନାଙ୍କ ହୃଦୟରେ ମଧ୍ୟ ଶାଶୂଙ୍କ ପାଇଁ ବହୁତ ସମ୍ମାନ ରହିଛି ।

କରିନା କପୂର୍ ଖାଁ ବଲିଉଡ଼ର ଏକ ଜଣାଶୁଣା ଏବଂ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି । ଚଳଚ୍ଚିତ୍ର ଓ ନିଜ ଶୈଳୀ ସଙ୍ଗେ ସଙ୍ଗେ କରିନା ନିଜ ଚେଟ୍ ଶୋ’କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । କରିନାଙ୍କ ଚ୍ୟାଟ୍ ଶୋ’ରେ ବଲିଉଡ଼ କଳାକାର ମାନେ ଆସନ୍ତି, ଏପରି ଥରେ କରିନାଙ୍କ ଶୋ’କୁ ତାଙ୍କ ଶାଶୂ ଓ ଗତ ଯୁଗର ଅଭିନେତ୍ରୀ ଶର୍ମିଳା ଟେଗୋର୍ ମଧ୍ୟ ପହଞ୍ଚି ଥିଲେ । ଶୋ’ରେ କରିନାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଖୁବ୍ ଚର୍ଚ୍ଚା ହୋଇଥିଲା, ସେପଟେ ଶର୍ମିଳାଙ୍କ ଉତ୍ତର ମଧ୍ୟ ସମସ୍ତଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଥିଲା । ଆସନ୍ତୁ ଏହା ବିଷୟରେ ଜାଣିବା…

କରିନା କପୂରଙ୍କ ରେଡ଼ିଓ ଶୋ ‘ୱାଟ୍ ବୁମେନ୍ସ ୱାଣ୍ଟ’ର ଦ୍ୱିତୀୟ ସିଜନରେ ୨୦୧୯ରେ ଶର୍ମିଳା ଟେଗୋର୍ ପହଞ୍ଚିଥିଲେ । ଏ ସମୟରେ କରିନା ନିଜ ଶାଶୂଙ୍କୁ ପ୍ରଶ୍ନ କରିଥିଲେ ଯେ ଝିଅ ଓ ବୋହୂ ମଧ୍ୟରେ କଣ ଅନ୍ତର ରହିଛି ? ଶର୍ମିଳା ଏହାର ଏକ ସୁନ୍ଦର ଉତ୍ତର ମଧ୍ୟ ଦେଇଥିଲେ । ଶର୍ମିଳା ନିଜ ବୋହୂଙ୍କୁ କହିଥିଲେ, “ଝିଅ ସେ ଯିଏ ଆପଣଙ୍କ ସମ୍ମୁଖରେ ବଡ଼ ହୋଇଥାଏ । ତାର ପ୍ରକୃତି ଆପଣ ବୁଝିପାରନ୍ତି । ଆପଣ ଜାଣିଥାନ୍ତି ଯେ ତାଙ୍କୁ କେଉଁ କଥା ଉପରେ କ୍ରୋଧ ଆସେ ଏବଂ ତା କ୍ରୋଧକୁ କିପରି ଶାନ୍ତ କରିବା । କିନ୍ତୁ ଯେତେବେଳେ ଆପଣ ପ୍ରଥମ ଥର ପାଇଁ ବୋହୂ ସହିତ ଦେଖା କରନ୍ତି, ସେତେବେଳେ ସେ ଆଗରୁ ସବୁକିଛି ଜାଣିଥାନ୍ତି ଓ ଆପଣ ତାଙ୍କ ପସନ୍ଦ ନାପସନ୍ଦ ବିଷୟରେ କିଛି ଜାଣି ନଥାନ୍ତି । ଏହି କାରଣରୁ ତାଙ୍କ ସହିତ ଆପଣଙ୍କ ବୁଝାମଣା ହେବାରେ ସମୟ ଲାଗେ । କିନ୍ତୁ ବୋହୂ ନିଜ ଘରୁ ଆପଣଙ୍କ ଘରକୁ ଆସନ୍ତି, ତେବେ ତାଙ୍କର ନିଜ ପରିବାରରେ ସ୍ୱାଗତ କରିବା ଓ ତାକୁ ପରିବାର ସଦସ୍ୟଙ୍କ ସହ ଭଲ ଭାବରେ ମିଶାଇବା ଆପଣଙ୍କ ପ୍ରଥମ କର୍ତ୍ତବ୍ୟ ଅଟେ ।”

ଶର୍ମିଳା ନିଜ କଥା ଜାରି ରଖି ଆଗକୁ କହିଛନ୍ତି ଯେ, “ମୋତେ ମନେ ଅଛି, ଯେତେବେଳେ ମୁଁ ବିବାହ କରିଥିଲି । ମୁଁ ବଙ୍ଗାଳି ଅଟେ ଏବଂ ମୋତେ ଭାତ ବହୁତ ପସନ୍ଦ ଏବଂ ମୋ ପରିବାର ଲୋକେ ରୁଟି ଆଦି ସବୁ ଖାଦ୍ୟ ଖାଉଥିଲେ । ମୋତେ ମାଛ ଖୁବ୍ ପସନ୍ଦ କିନ୍ତୁ ଟାଇଗରକୁ ମାଛ ଆଦୌ ପସନ୍ଦ ନଥିଲା । ବିବାହରେ ଏପରି ବୁଝାମଣା କରିବାକୁ ପଡ଼େ, ଯାହା ଦେଖିବାକୁ ବହୁତ ସହଜ ଲାଗେ କିନ୍ତୁ ଏପରି ନଥାଏ ।”

ଜଣାଇଦେଉଛୁ ଯେ କିଛି ସମୟ ପୂର୍ବରୁ ଶର୍ମିଳା ଟେଗୋର୍ ଦିୟା ଜାୟସବାଲକୁ ଏକ ସାକ୍ଷାତକାର ଦେଇଥିଲେ । ଏ ସମୟରେ କରିନାଙ୍କ ଏକ ଭିଡ଼ିଓ ମଧ୍ୟ ସାକ୍ଷାତ ମଝିରେ ଦେଖାଯାଇଥିଲା । ଏଥିରେ କରିନା ନିଜ ଶାଶୂଙ୍କୁ ନେଇ କଥା ହୋଇଥିଲେ । କରିନା ଶର୍ମିଳାଙ୍କୁ କହିଥିଲେ, “ମୁଁ ‘ଯାତ୍ରା’ରେ ଅଛି । ଆଶା କରୁଛୁ ଯେ ଏହି ସରପ୍ରାଇଜ୍ ଆପଣଙ୍କ ଭଲ ଲାଗିଥିବ, ଯାହାକୁ ଦିୟା ପ୍ଲାନ୍ କରିଛନ୍ତି । ସେ ମୋତେ କହିଥିଲେ ଯେ, ମୁଁ ଆପଣଙ୍କ ପାଇଁ କିଛି କହିବି ଓ ଆପଣଙ୍କୁ ସରପ୍ରାଇଜ୍ ଦେବି । ଯେବେମଧ୍ୟ ଲୋକେ ମୋତେ ଆପଣଙ୍କ ବିଷୟରେ ପଚାରନ୍ତି ସେତେବେଳେ ମୁଁ ନର୍ଭସ୍ ହୋଇଯାଏ, କାହିଁକିନା ଯେତେବେଳେ ମୁଁ ଆପଣଙ୍କ ବିଷୟରେ କହେ, ଯାହାକୁ କି ସାରା ବିଶ୍ୱର ଲୋକ ଜାଣନ୍ତି, ସେତେବେଳେ ମୁଁ ବହୁତ ଭାଗ୍ୟବାନ୍ ଅନୁଭବ କରେ ।”

କରିନା ଭିଡ଼ିଓରେ ଆଗକୁ କହିଛନ୍ତି ଯେ, “ଆପଣ ଦୁନିଆର ସବୁଠାରୁ ଗ୍ରେସଫୁଲ୍ ବୁମେନ୍ ଅଟନ୍ତି । ମୁଁ ଏଠାରେ କହିବାକୁ ଚାହେଁ ଯେ ଆପଣ ବହୁତ ନରମ ହୃଦୟର ଓ ଯତ୍ନବାନ୍ ଅଟନ୍ତି । ଆପଣ କେବଳ ନିଜ ବନ୍ଧୁଙ୍କ ସହିତ ନୁହେଁ ବରଂ ନିଜ ନାତି ନାତୁଣୀ ଓ ନିଜ ବୋହୂ ପାଇଁ ମଧ୍ୟ ଛିଡ଼ା ରୁହନ୍ତି । ଆପଣ ସର୍ବଦା ମୋ ସହିତ ଜଡ଼ିତ ରୁହନ୍ତି ଏବଂ ଆପଣ ସର୍ବଦା ମୋତେ ଅନୁଭବ କରାଇଛନ୍ତି ଯେ ମୁଁ ଏ ପରିବାରର ଅଂଶ ଅଟେ । ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ । ଆଗକୁ ସେ କହିଛନ୍ତି ଯେ, “ମହାମାରୀ କାରଣରୁ ଚଳିତ ବର୍ଷ ଆମେ ଦେଖା କରିପାରି ନାହୁଁ ଏବଂ ଆପଣ ମଧ୍ୟ ଘରର ସବୁଠାରୁ ଛୋଟ ସଦସ୍ୟଙ୍କ ସହ ମିଳିପାରି ନାହାଁନ୍ତି । କିନ୍ତୁ ମୁଁ ଆପଣଙ୍କ ଆସିବା ଅପେକ୍ଷା କରିଛି କାରଣ ମୁଁ ଆପଣଙ୍କ ସହିତ ସମୟ ଅତିବାହିତ କରିପାରିବି ।”

Leave a Reply

Your email address will not be published. Required fields are marked *