ଜୟା ବଚ୍ଚନ ନେଲେ ଐଶ୍ଵର୍ଯ୍ୟାଙ୍କ ସପକ୍ଷ, ସାମ୍ବାଦିକଙ୍କୁ ପଚାରିଲେ ଐଶ୍ଵର୍ଯ୍ୟା କଣ ଆପଣଙ୍କ ସାଙ୍ଗ ?

ଜୟା ବଚ୍ଚନ ନେଲେ ଐଶ୍ଵର୍ଯ୍ୟାଙ୍କ ସପକ୍ଷ, ସାମ୍ବାଦିକଙ୍କୁ ପଚାରିଲେ ଐଶ୍ଵର୍ଯ୍ୟା କଣ ଆପଣଙ୍କ ସାଙ୍ଗ ?

ବଲିଉଡରେ ବଚ୍ଚନ ପରିବାର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ହିନ୍ଦୀ ସିନେମାର ସବୁଠାରୁ ବଡ ହିରୋ ଅମିତାଭ ବଚ୍ଚନ ଏହି ପରିବାରର ଅଟନ୍ତି । ଏଥି ସହିତ ବଲିଉଡର ଅନ୍ୟତମ ସୁନ୍ଦର ତଥା ଶ୍ରେଷ୍ଠ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଏହି ପରିବାରର ବୋହୂ । ଏଥି ସହିତ ଜୟା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମଧ୍ୟ ବଚ୍ଚନ ପରିବାରର ଅଂଶ ଅଟନ୍ତି ।

ଅଭିନେତା ଅମିତାଭ ବଚ୍ଚନ ଗତ ୫୨ବର୍ଷ ଧରି ହିନ୍ଦୀ ସିନେମା ସହିତ ଜଡିତ ଅଛନ୍ତି । ଅମିତାଭ ବଚ୍ଚନ ୧୯୭୩ ମସିହାରେ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ । ଉଭୟ ଏକ ଝିଅ ଶ୍ୱେତା ଏବଂ ପୁଅ ଅଭିଷେକଙ୍କ ପିତାମାତା ଅଟନ୍ତି । ଅଭିଷେକ ୨୦୦୭ ମସିହାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ । ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କର ତାଙ୍କ ସ୍ୱାମୀ ଅଭିଷେକ ଏବଂ ତାଙ୍କ ଶ୍ୱଶୁର ଅମିତାଭ ଏବଂ ଶାଶୁ ଜୟାଙ୍କ ସହ ସମ୍ପର୍କ ବହୁତ ମଜବୂତ୍ ଅଟେ ।

ଐଶ୍ୱର୍ଯ୍ୟା ଏବଂ ଜୟା ବଚ୍ଚନଙ୍କ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ଉଦାହରଣ ଅନେକ ଥର ଦେଖିବାକୁ ମିଳିଛି । ଜୟା ତାଙ୍କ ବୋହୁ ଐଶ୍ୱର୍ଯ୍ୟାଙ୍କୁ ନିଜ ଝିଅ ପରି ଭଲପାଆନ୍ତି ଏବଂ ଐଶ୍ୱର୍ଯ୍ୟା ଶାଶୁ ଜୟାଙ୍କୁ ନିଜ ମା’ଙ୍କ ପରି ସମ୍ମାନ କରନ୍ତି । ପ୍ରାୟତ ଆୱାର୍ଡ ଶୋ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ । ଅନେକ ଥର ଗଣମାଧ୍ୟମ ସାମ୍ନାରେ ଜୟା ଐଶ୍ଵର୍ଯ୍ୟାଙ୍କ ସପକ୍ଷରେ କହୁଥିବାର ଦେଖିବାକୁ ମିଳେ ।

୨୦୧୩ରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଦ୍ୱାରା ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଜୟା ବଚ୍ଚନ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ଏହି ପାର୍ଟୀରେ ଯୋଗ ଦେଇଥିଲେ । ପାର୍ଟିରୁ ଫେରିବାବେଳେ ଫୋଟଗ୍ରାଫରମାନେ ଐଶ୍ୱର୍ଯ୍ୟା ଏବଂ ଜୟାଙ୍କ ଫୋଟ ଉଠାଇବା ଆରମ୍ଭ କରିଥିଲେ ଏବଂ ଅନେକ ଫୋଟଗ୍ରାଫର୍ ଉଭୟଙ୍କୁ ଫୋଟ ପାଇଁ ଅନୁରୋଧ କଲେ ।

କିଛି ଫୋଟଗ୍ରାଫର ଐଶ୍ୱର୍ଯ୍ୟାଙ୍କୁ ତାଙ୍କର ଡାକ ନାମ ‘ଐଶ’ରେ ଡାକିଥିଲେ ଯାହା ଜୟାଙ୍କୁ ଆଦୌ ପସନ୍ଦ ଆସିନଥିଲା ଏବଂ ସେ ଫୋଟଗ୍ରାଫରମାନଙ୍କ ଉପରେ ରାଗିଯାଇଥିଲେ । ଜୟା ରାଗିଯାଇ ଫୋଟଗ୍ରାଫରମାନଙ୍କୁ କହିଥିଲେ ଯେ ଐଶ କଣ ଡାକୁଛନ୍ତି ? ଐଶ୍ୱର୍ଯ୍ୟା କଣ ଆପଣଙ୍କ ସାଙ୍ଗ ?

ଜୟା ବଚ୍ଚନଙ୍କ କ୍ରୋଧ ଏତିକିରେ ଶାନ୍ତ ହୋଇନଥିଲା । ସେ କ୍ୟାମେରା ମ୍ୟାନଙ୍କୁ ରାଗିକି କହିଥିଲେ ଯେ, ଆପଣମାନେ ଐଶ୍ଵର୍ଯ୍ୟାଙ୍କୁ ଐଶ୍ଵର୍ଯ୍ୟା ମ୍ୟାମ୍ ବୋଲି ଡାକନ୍ତୁ । କ୍ୟାମେରା ମ୍ୟାନଙ୍କ ଉପରେ ଶାଶୁଙ୍କର ଏପରି ରାଗ ଦେଖି ଐଶ୍ୱର୍ଯ୍ୟା ମଧ୍ୟ ଟିକେ ଅସହଜ ହୋଇଗଲେ । ସାଙ୍ଗେ ସାଙ୍ଗେ ଐଶ୍ୱର୍ଯ୍ୟା ଜୟାଙ୍କୁ ଶାନ୍ତ କରିଥିଲେ ଏବଂ ଏହାପରେ ଦୁହେଁ ‘କାର୍’ରେ ବସି ଘରକୁ ଚାଲିଗଲେ ।

ଅନେକ ସମୟରେ ଏହି ଶାଶୁ ବୋହୁ ପରସ୍ପରର ପ୍ରଶଂସା କରୁଥିବାର ଦେଖାଯାଏ । ଅଭିଷେକ ଏବଂ ଐଶ୍ୱର୍ଯ୍ୟା, ଅମିତାଭ ଏବଂ ଜୟାଙ୍କ ସହ ମୁମ୍ବାଇରେ ରୁହନ୍ତି । ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କର ଝିଅଙ୍କ ନାମ ଆରାଧ୍ୟା । ଜେଜେବାପା ଜେଜେମାଙ୍କ ସହିତ ଆରାଧ୍ୟାଙ୍କର ସମ୍ପର୍କ ଖୁବ୍ ସ୍ୱତନ୍ତ୍ର ଅଟେ ।

ସାକ୍ଷାତକାରରେ ବୋହୂ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରି ଶାଶୁ ଜୟା ବଚ୍ଚନ କହିଛନ୍ତି ଯେ ସେ ଜଣେ ଦାୟିତ୍ୱବାନ୍ ବୋହୂ ଏବଂ ଜଣେ ଦାୟିତ୍ୱବାନ୍ ମାତା । ଐଶ୍ୱର୍ଯ୍ୟା ତାଙ୍କର ସମସ୍ତ କାର୍ଯ୍ୟ ନିଜେ କରିବାକୁ ପସନ୍ଦ କରନ୍ତି । ଜୟା ଏହା ମଧ୍ୟ କହିଥିଲେ ଯେ ତାଙ୍କ ନାତୁଣୀ ଆରାଧ୍ୟା ମିସ୍ ୱାର୍ଲ୍ଡକୁ ତାଙ୍କ ଦାଇତ୍ୱ ନେବାପାଇଁ ରଖିଛନ୍ତି ।

ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ପୂର୍ବରୁ ମଧ୍ୟ ଜୟା ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ବୋହୂ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ଏହା କହିଥିଲେ ଯେ ମୁଁ ଚାହୁଁଥିଲି ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ବିବାହ କରନ୍ତୁ । ମୁଁ ଏପରି ଏକ ଝିଅକୁ ବୋହୂ କରିବାକୁ ଚାହୁଁଥିଲି ଯିଏ ସଂସ୍କୃତି ଏବଂ ପରମ୍ପରାକୁ ସଠିକ୍ ଭାବେ ନିର୍ବାହନ କରିପାରିବ ।

ଜୟାଙ୍କ ୱାର୍କଫଣ୍ଟ ବିଷୟରେ କହିବାକୁ ସେ ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି । ସେ ବର୍ତ୍ତମାନ ରାଜନୀତିରେ ବ୍ୟସ୍ତ ଅଛନ୍ତି । ସେ ସପା ପକ୍ଷରୁ ସାଂସଦ ଅଛନ୍ତି । ଏଥି ସହିତ ଐଶ୍ୱର୍ଯ୍ୟାଙ୍କୁ ଶେଷଥର ପାଇଁ ୨୦୧୬ରେ ଚଳଚ୍ଚିତ୍ର ‘ଏ ଦିଲ୍ ହୈ ମୁଶ୍କିଲ୍’ରେ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *