ନାଲି ହାତରେ ଯେତେବେଳେ ଫରହାନଙ୍କ ଘରେ ଧରା ପଡ଼ିଥିଲେ ଶ୍ରଦ୍ଧା ! ଶକ୍ତି କପୁର୍ ହାତ ଟାଣି ଟାଣି ନେଇଥିଲେ…

ନାଲି ହାତରେ ଯେତେବେଳେ ଫରହାନଙ୍କ ଘରେ ଧରା ପଡ଼ିଥିଲେ ଶ୍ରଦ୍ଧା ! ଶକ୍ତି କପୁର୍ ହାତ ଟାଣି ଟାଣି ନେଇଥିଲେ…

ନିଜର ଅଭିନୟ, ଫ୍ୟାଶନ୍, ଷ୍ଟାଇଲ୍, ସୌନ୍ଦର୍ଯ୍ୟ ସହ ନିଜ ନିଜ ବିଚକ୍ଷଣ ଚାହାଣୀ ଦ୍ୱାରା କୋଟି କୋଟି ଲୋକଙ୍କର ହୃଦୟ ଜିତିଥିବା ଜଣାଶୁଣା ଶ୍ରଦ୍ଧା କପୁର୍ ଏପର୍ଯ୍ୟନ୍ତ ବଲିଉଡରେ ଅତ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଗତ କିଛିଦିନ ଧରି ଶ୍ରଦ୍ଧା କପୁରଙ୍କର ନାମ ବଲିଉଡ ଫୋଟଗ୍ରାଫର୍ ରୋହନ୍ ଶ୍ରେଷ୍ଠାଙ୍କ ସହ ଜଡିତ ହୋଇଛି । ସେ ଅନେକ ଅବସରରେ ରୋହନଙ୍କ ସହ ଦେଖା ଯାଇଛନ୍ତି । ଏଥିସହିତ ଯେତେବେଳେ ଶ୍ରଦ୍ଧା ନିଜର ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ଶର୍ମାଙ୍କ ବିବାହରେ ଯୋଗ ଦେବାପାଇଁ ମାଳଦ୍ଵୀପ ଯାଇଥିଲେ, ସେତେବେଳେ ମଧ୍ୟ ରୋହନ୍ ତାଙ୍କ ସହ ଥିଲେ ।

ସୋସିଆଲ୍ ମିଡ଼ିଆ ଏବଂ ଫିଲ୍ମ ଗଲିୟରରେ ମଧ୍ୟ ଶ୍ରଦ୍ଧା କପୁର୍ ଏବଂ ରୋହନ୍ ଶ୍ରେଷ୍ଠାଙ୍କର ସମ୍ପର୍କ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛି, କିନ୍ତୁ ଏପର୍ଯ୍ୟନ୍ତ ଏ ମାମଲାରେ ଶ୍ରଦ୍ଧାଙ୍କର କୌଣସି ବିବୃତ୍ତି ସାମ୍ନାକୁ ଆସିନାହିଁ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହାପୂର୍ବରୁ ଶ୍ରଦ୍ଧାଙ୍କର ନାମ ବଲିଉଡର ଜଣାଶୁଣା ଅଭିନେତା ତଥା ଗାୟକ ଫରହାନ୍ ଅଖତାରଙ୍କ ସହ ଜଡିତ ହୋଇସାରିଛି । ଏକଦା ଶ୍ରଦ୍ଧା ଫରହାନଙ୍କୁ ଦେଖା କରିବାପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ପଛରେ ପିତା ଶକ୍ତି କପୁର୍ ପହଞ୍ଚିଥିଲେ । ଆସନ୍ତୁ ଆପଣଙ୍କୁ ସେହି ମାମଲା ବିଷୟରେ ଜଣାଇବୁ ।

ଶ୍ରଦ୍ଧା ନିଜ କାମ ସହ ସଦା ସର୍ବଦା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ୩୪ ବର୍ଷୀୟା ଶ୍ରଦ୍ଧାଙ୍କର ସମ୍ପର୍କ ଆଦିତ୍ୟ ରାୟ କପୁରଙ୍କ ସହ ମଧ୍ୟ ରହିସାରିଛି । ଉଭୟେ ସୁପରହିଟ୍ ଚଳଚ୍ଚିତ୍ର “ଆଶିକି ୨”ରେ ଏକାଠି କାମ କରିଥିଲେ । ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ସାରିଥିବା ବେଳେ ପରେ ଏହି ସମ୍ପର୍କ ଶେଷ ହୋଇ ଯାଇଥିଲା ଏବଂ ଏହାପରେ ଶ୍ରଦ୍ଧାଙ୍କର ନାମ ଫରହାନ୍ ଅଖତାରଙ୍କ ସହ ଜଡିତ ହୋଇଥିଲା ।

ଅନେକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି କି ଏକଦା ଦୁଇ କଳାକାର ପରସ୍ପରକୁ ଡେଟ୍ କରୁଥିଲେ । ଏହି ସମୟ ମଧ୍ୟରେ ଦୁହେଁ ପରସ୍ପର ସହ ଦେଖା ମଧ୍ୟ କରୁଥିଲେ । ଏଭଳି ଭାବରେ ଏକଦା ଯେତେବେଳେ ଶ୍ରଦ୍ଧା ଫରହାନଙ୍କ ସହ ଦେଖା ହେବାପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ଶକ୍ତି କପୁର୍ ନିଜ ଝିଅର ପଛେ ପଛେ ତାଙ୍କ ଘରକୁ ଆସି ଯାଇଥିଲେ । ବାସ୍ତବରେ ଶକ୍ତି କପୁରଙ୍କର ଏହି ସମ୍ପର୍କ ପସନ୍ଦ ନଥିଲା । ଯେତେବେଳେ କି ପୂର୍ବ ସମୟର ଅଭିନେତ୍ରୀ ତଥା ଶ୍ରଦ୍ଧାଙ୍କର ମାଉସୀ ପଦ୍ମିନୀ କୋଲ୍ହାପୁରେ ମଧ୍ୟ ଏହି ସମ୍ପର୍କର ବିରୁଦ୍ଧରେ ଥିଲେ ।

ଥରେ ଯେତେବେଳେ ଶକ୍ତି କପୁର୍ ଏ ବିଷୟରେ ଜାଣି ପାରିଥିଲେ କି ତାଙ୍କ ଝିଅ ଶ୍ରଦ୍ଧା କପୁର୍ ଫରହାନ୍ ଅଖତାରଙ୍କ ଘରେ ପହଞ୍ଚି ଯାଇଛନ୍ତି, ତେବେ ତାଙ୍କୁ ଏହି କଥା ପସନ୍ଦ ଆସିନଥିଲା । ଶକ୍ତି କପୁର୍ ପଦ୍ମିନୀ କୋଲ୍ହାପୁରେଙ୍କୁ ନେଇ ସିଧାସଳଖ ଭାବରେ ଫରହାନଙ୍କର ଘରେ ପହଞ୍ଚି ଯାଇଥିଲେ ଏବଂ ଫରହାନଙ୍କ ଘରୁ ଶ୍ରଦ୍ଧାଙ୍କୁ ଟାଣି ଟାଣି ବାହାର କରିଥିଲେ । ଗଣମାଧ୍ୟମ ସମ୍ମୁଖକୁ ଏହି କଥା ଆସିବା ପରେ ଅତ୍ୟନ୍ତ ଚର୍ଚ୍ଚାରେ ରହିଥିଲା, କିନ୍ତୁ ଶକ୍ତି କପୁର୍ ଏହାକୁ ଏକ ଗୁଜବ ବୋଲି କହିଥିଲେ ।

କହିରଖୁଛୁ ଯେ, ୨୦୧୦ ମସିହାରେ ଶ୍ରଦ୍ଧା କପୁର୍ ନିଜ ଚଳଚ୍ଚିତ୍ର କ୍ୟାରିଅରର ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର “ତିନ୍ ପତି” ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧା ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ ଏବଂ ମାଧୱନଙ୍କ ସହ କାମ କରିଥିଲେ । ବଡ଼ ପରିଚୟ ତିଆରି କରିବାପାଇଁ ଶ୍ରଦ୍ଧା କପୁରଙ୍କୁ ତିନି ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ୨୦୧୩ ମସିହାରେ ଆସିଥିବା ଚଳଚ୍ଚିତ୍ର “ଆଶିକି ୨”ରୁ ତାଙ୍କୁ ବଡ଼ ପରିଚୟ ମିଳିଥିଲା । ଏହି ଚଳଚ୍ଚିତ୍ରଟି ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ସୁପରହିଟ୍ ଭାବରେ ପ୍ରମାଣିତ ହୋଇଥିଲା ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ଶ୍ରଦ୍ଧା କପୁର୍ ନିଜର ଆଗାମୀ ଚଳଚ୍ଚିତ୍ର ଶ୍ରୀଦେବୀଙ୍କର “ଚାଲବାଜ୍” ଏବଂ “ନାଗିନ୍”ର ରିମେକକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗତଦିନରେ ଚଳଚ୍ଚିତ୍ର “ନାଗିନ୍”ରୁ ତାଙ୍କ ପୋଷ୍ଟର୍ ସାମ୍ନାକୁ ଆସିଥିଲା । ଯେତେବେଳେ କି ଅଭିନେତା ଫରହାନ୍ ଅଖତାରଙ୍କର କାମ ବିଷୟରେ କହିବାକୁ ଗଲେ ତାଙ୍କ ଆଗାମୀ ଚଳଚ୍ଚିତ୍ର “ତୁଫାନ୍” ଅଟେ ।

Leave a Reply

Your email address will not be published. Required fields are marked *