ଯେତେବେଳେ ଜୟା ବଚ୍ଚନଙ୍କର ଗୋଟିଏ ରାତ୍ରିଭୋଜନ ନିମନ୍ତ୍ରଣ ଭାଙ୍ଗି ଦେଇଥିଲା ରେଖା ଏବଂ ଅମିତାଭଙ୍କର ସମ୍ପର୍କ ! ଘରକୁ ଡାକି ଦେଇଥିଲେ ଚେତାବନୀ…

ଯେତେବେଳେ ଜୟା ବଚ୍ଚନଙ୍କର ଗୋଟିଏ ରାତ୍ରିଭୋଜନ ନିମନ୍ତ୍ରଣ ଭାଙ୍ଗି ଦେଇଥିଲା ରେଖା ଏବଂ ଅମିତାଭଙ୍କର ସମ୍ପର୍କ ! ଘରକୁ ଡାକି ଦେଇଥିଲେ ଚେତାବନୀ…

ହିନ୍ଦୀ ସିନେମାର ମହାନାୟକ ଅମିତାଭ୍ ବଚ୍ଚନ ଏବଂ ଅଭିନେତ୍ରୀ ରେଖାଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି, ଏହି କଥା ବିଷୟରେ ବର୍ଣ୍ଣନା କେବେ କେହି କରିନାହାଁନ୍ତି କିନ୍ତୁ ଯେବେ ମଧ୍ୟ ଦୁହିଁଙ୍କର ନାମ ସାମ୍ନାକୁ ଆସିଥାଏ, ତେବେ କୌଣସି ନା କୌଣସି କଥା ବାହାରକୁ ବାହାରି ଆସିଥାଏ । ଅମିତାଭ ଏବଂ ରେଖା ଅର୍ଥାତ ଦୁଇଟି ନାମ ଓ ଗୋଟିଏ କାହାଣୀ । ନିଜ ସମ୍ପର୍କକୁ ନେଇ ଉଭୟ ସଦା ସର୍ବଦା ଚୁପ୍ ରହିଥିଲେ ମଧ୍ୟ ଉଭୟଙ୍କର ପ୍ରେମ କାହାଣୀ ପ୍ରାୟତଃ ଶୁଣିବାକୁ ମିଳି ଯାଇଥାଏ ।

ବିବାହ ପରେ ମଧ୍ୟ ଉଭୟଙ୍କର ପ୍ରେମ ରହିଥିଲା:-

କହିରଖୁଛୁ ଯେ, ଉଭୟଙ୍କର ପ୍ରଥମ ସାକ୍ଷାତ ଦୋ ଅଞ୍ଜେ ଚଳଚ୍ଚିତ୍ରର ଶୁଟିଂ ସେଟରେ ହୋଇଥିଲା । ସେତେବେଳକୁ ଅମିତାଭ ବଚ୍ଚନ ଜଣେ ସୁପରଷ୍ଟାର୍ ଅଭିନେତା ହୋଇ ସାରିଥିଲେ । ଅନ୍ୟପକ୍ଷରେ ରେଖା ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗି ପଡ଼ିଥିଲେ । କୁହାଯାଏ କି ଏହି ଚଳଚ୍ଚିତ୍ରର ଶୁଟିଂ ସମୟରୁ ଅମିତାଭ ଏବଂ ରେଖାଙ୍କ ମଧ୍ୟରେ ପ୍ରେମର ଆରମ୍ଭ ହୋଇ ସାରିଥିଲା । କିନ୍ତୁ ସେହି ସମୟରେ ଅମିତାଭ ବଚ୍ଚନଙ୍କର ଜୀବନରେ ଜୟାଙ୍କର ପ୍ରବେଶ ହୋଇ ସାରିଥିଲା । ୧୯୭୩ ମସିହାରେ ଅମିତାଭ ଏବଂ ଜୟାଙ୍କର ବିବାହ ହୋଇ ସାରିଥିଲା । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଅମିତାଭ ଏବଂ ରେଖାଙ୍କୁ ପ୍ରେମର ନିଶା ଚଢି ସାରିଥିଲା ।

ଗୋଟିଏ ରାତି ରେଖାଙ୍କର ପରିବର୍ତ୍ତନ କରିଦେଇଥିଲା ଜୀବନ:-

ଅମିତାଭ ଏବଂ ରେଖା ଏକାଠି “ମିଷ୍ଟର୍ ନଟୱରଲାଲ୍”, “ସିଲସିଲା”, “ଦୋ ଅନଜାନେ”, “ନମକ୍ ହରାମ୍”, “ମୁକଦର୍ କା ସିକନ୍ଦର୍” ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଏକ ସମୟ ଥିଲା, ଯେତେବେଳେ ଏଭଳି କୌଣସି ଖବରକାଗଜ କିମ୍ବା ମ୍ୟାଗେଜିନ୍ ନଥିବ ଯେଉଁଥିରେ ଉଭୟଙ୍କର ପ୍ରେମ କାହାଣୀ ବିଷୟରେ ଛପା ହୋଇନଥିବ । କିନ୍ତୁ ଉଭୟଙ୍କର ସମ୍ପର୍କ ଯୋଗୁଁ ଜୟା ବଚ୍ଚନଙ୍କୁ ଅତ୍ୟନ୍ତ ସମସ୍ୟା ହେବାକୁ ଲାଗିଥିଲା । ସେ କେବଳ ଚାହୁଁଥିଲେ କି କୌଣସି ପ୍ରକାରର ତାଙ୍କର ହସୁଥିବା ଖେଳୁଥିବା ପରିବାର ବଞ୍ଚିଯାଉ । ଏଭଳି ପରିସ୍ଥିତିରେ ବିବାହିତ ବ୍ୟକ୍ତିଙ୍କୁ ଭଲ ପାଉଥିବା ରେଖା ଜୟା ବଚ୍ଚନଙ୍କର ଜୀବନରେ ଖଳନାୟିକା ହୋଇ ସାରିଥିଲେ । ତା’ପରେ ଦିନେ ରାତିରେ ଏଭଳି ହେଲା କି ରେଖା ଅମିତାଭ ବଚ୍ଚନଙ୍କର ଜୀବନରୁ ସଦା ସର୍ବଦା ପାଇଁ ଦୂରେଇ ଚାଲିଗଲେ ।

ଜୟା ରେଖାଙ୍କୁ ଫୋନରେ କହିଥିଲେ ଏହି କଥା:-

ବାସ୍ତବରେ ଦିନେ ଯେତେବେଳେ ଅମିତାଭ ବଚ୍ଚନ ନିଜର କୌଣସି ଚଳଚ୍ଚିତ୍ରର ଶୁଟିଂ କାମରେ ମୁମ୍ବାଇରୁ ବାହାରକୁ ଯାଇଥିଲେ, ସେତେବେଳେ ଜୟା ରେଖାଙ୍କୁ ଫୋନ୍ କରିଥିଲେ । ସେହି ସମୟରେ ଫୋନ୍ ଉଠାଇବା ପୂର୍ବରୁ ରେଖାଙ୍କର ଭୟ ରହିଥିଲା ଯେ ଜୟା ତାଙ୍କୁ କେତେ କଥା ଶୁଣାଇବେ କିନ୍ତୁ ଏଭଳି କିଛି ହୋଇନଥିଲା । ଜୟା ଫୋନ୍ କରି ରେଖାଙ୍କୁ ନିଜ ଘରକୁ ରାତ୍ରିଭୋଜନ ପାଇଁ ଡକାଇଥିଲେ । ଯାହାପରେ ରେଖା ଗଭୀର ଚିନ୍ତାରେ ପଡ଼ି ଯାଇଥିଲେ କି ତାଙ୍କ ସହ ସେହି ସବୁ ହେଉଥିଲା, ଯାହା ବିଷୟରେ ସେ କେବେ ମଧ୍ୟ ଆଶା କରିନଥିଲେ ।

ଫୋନରେ ଡକରା ଆସିବା ପରେ ଯେତେବେଳେ ରେଖା ରାତ୍ରିଭୋଜନ ପାଇଁ ଜୟାଙ୍କ ଘରକୁ ପହଞ୍ଚିଥିଲେ, ସେତେବେଳେ ଜୟା ରେଖାଙ୍କର ବହୁତ ଭଲ ଭାବରେ ସ୍ୱାଗତ କରିବା ସହ ଅନେକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲେ । କିନ୍ତୁ ଏହି କଥାବାର୍ତ୍ତା ମଧ୍ୟରେ ସେ ଅମିତାଭ ବଚ୍ଚନଙ୍କ ବିଷୟରେ ଆଦୌ କିଛି କହିନଥିଲେ । ରାତ୍ରିଭୋଜନ ପରେ ଯେତେବେଳେ ରେଖା ଘରକୁ ଫେରିବାକୁ ବାହାରିଥିଲେ, ସେତେବେଳେ ଜୟା ତାଙ୍କୁ ବିଦାୟ ଦେଇ ଏଭଳି ଏକ କଥା କହିଥିଲେ ଯାହାକୁ ଶୁଣି ରେଖାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଜୟା କବାଟ ପାଖରେ ରେଖାଙ୍କୁ କହିଥିଲେ ଯେ, ଯାହା କିଛି ବି ହୋଇଗଲେ ମଧ୍ୟ ମୁଁ ଅମିତଙ୍କୁ ଛାଡ଼ିବି ନାହିଁ ।

ଉଭୟଙ୍କର ଶେଷ ଚଳଚ୍ଚିତ୍ର ଥିଲା “ସିଲସିଲା”:-

ତା’ପର ଦିନ ସକାଳେ ଗଣମାଧ୍ୟମରେ ରେଖା ଏବଂ ଜୟାଙ୍କର ରାତ୍ରିଭୋଜନ କଥା ନିଆଁ ଭଳି ବ୍ୟାପି ଯାଇଥିଲା । ତେବେ ସେହି ଖବର ଉପରେ ରେଖା ଏବଂ ଜୟା ନା କିଛି କହିଥିଲେ ନା କିଛି ବର୍ଣ୍ଣନା କରିଥିଲେ । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ, ରେଖାଙ୍କୁ ନେଇ ଅମିତାଭ ଏବଂ ଜୟାଙ୍କ ମଧ୍ୟରେ ଏଭଳି କିଛି ନିଶ୍ଚିତ ଭାବରେ ହୋଇଥିଲା, ଯାହାକି ଅମିତାଭଙ୍କୁ ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଥିଲା କି ସେ କେବେ ମଧ୍ୟ ରେଖାଙ୍କ ସହ କାମ କରିବେ ନାହିଁ । “ସିଲସିଲା” ଚଳଚ୍ଚିତ୍ର ରେଖା ଏବଂ ଅମିତାଭ ଏକାଠି କାମ କରିଥିବା ଶେଷ ଚଳଚ୍ଚିତ୍ର ଥିଲା । ଯାହାପରେ ଉଭୟେ ଏକାଠି କେବେ ମଧ୍ୟ କାମ କରିନଥିଲେ ।

Leave a Reply

Your email address will not be published. Required fields are marked *