୧୬ ଏପ୍ରିଲ, ରାମାୟଣରେ ପ୍ରସାରିତ ଏପିସୋଡ଼ରରେ ଏପରି କଣ ଥିଲା, ଯାହାଦ୍ୱାରା ସାରା ଜଗତରେ ପ୍ରଥମ ସ୍ଥାନରେ ଆସିଗଲା ରାମାୟଣ ? ଆପଣ ମଧ୍ୟ ଜାଣିବା…

ଯେଉଁ ଦିନଠାରୁ ଦୂରଦର୍ଶନରେ ପୁଣିଥରେ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶନାରେ ନିର୍ମିତ ରାମାୟଣ ପ୍ରସାରିତ ହୋଇଛି, ଏହା ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ସୋସିଆଲ ମିଡ଼ିଆରେ ମଧ୍ୟ ରାମାୟଣ ଖୁବ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରାମାୟଣ ଧାରାବାହିକର କଳାକାର ଏତେ ପ୍ରସିଦ୍ଧ ହୋଇଗଲେ ବର୍ତ୍ତମାନ ମଧ୍ୟ ଲୋକେ ଇଣ୍ଟରନେଟରେ ସେହି କଳାକାରମାନଙ୍କୁ ଖୋଜଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ସବୁ ଛୋଟ ବଡ଼ କଥାକୁ ଲୋକମାନେ ଜାଣିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଧାରାବାହିକର ଟିଆରପି ମଧ୍ୟ ବର୍ତ୍ତମାନ ବହୁତ ଭଲ ରହିଛି । ଏଥିମଧ୍ୟରେ ଆଉ ଗୋଟିଏ ନୂଆ ରେକର୍ଡ ରାମାୟଣ ନାମରେ ସାମିଲ ହୋଇଛି ।

ଡ଼ିଡ଼ି ଇଣ୍ଡିଆ କଲା ଟ୍ୱିଟ :

ଡ଼ିଡ଼ି ଇଣ୍ଡିଆର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ୱିଟ କରାଯାଇଛି, ଯେଉଁଥିରେ ଏହି ସୂଚନା ଦିଆଯାଇଛି ଯେ ଗତ ୧୬ ଏପ୍ରିଲ ଦିନ ରାମାୟଣର ଯେଉଁ ଏପିସୋଡ଼ ପ୍ରସାରିତ ହୋଇଥିଲା, ଦର୍ଶକଙ୍କ ମାମଲାରେ ଏହା ବିଶ୍ୱ ରେକର୍ଡ ଭାଙ୍ଗିଛି । ୧୬ ଏପ୍ରିଲରେ ପ୍ରସାରିତ ହୋଇଥିବା ଏପିସୋଡ଼କୁ ସାରା ପୃଥିବୀରେ ୭.୭ କୋଟି ଦର୍ଶକ ଦେଖିଛନ୍ତି । ଏପରି ଭାବେ ଏହି ପୌରାଣିକ ଧାରାବାହିକ ସବୁଠାରୁ ଅଧିକ ଦେଖାଯିବା ଧାରାବାହିକ ହୋଇଯାଇଛି । ଏହି ନୂତନ ରେକର୍ଡ ଏହା ସ୍ପଷ୍ଟ କରୁଛି ଯେ, ଧାର୍ମିକ ଧାରାବାହିକକୁ ବର୍ତ୍ତମାନ ମଧ୍ୟ ଦର୍ଶକମାନେ କେତେ ପସନ୍ଦ କରୁଛନ୍ତି । ସେମିତିରେ, କିଛି ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ରାମାୟଣର ଏହି ଏପିସୋଡ଼ରେ କଣ ଥିଲା ଯେ ଏତେ ବଡ ସଂଖ୍ୟାରେ ଦର୍ଶକମାନେ ଏହାକୁ ଦେଖିଛନ୍ତି ।

୧୫ ଏପ୍ରିଲ ଏପିସୋଡ଼ରେ :

Google

ବାସ୍ତବରେ ୧୫ ଏପ୍ରିଲ ଦିନର ଯେଉଁ ଏପିସୋଡ଼ ପ୍ରସାରଣ ହୋଇଥିଲା, ଏହା ଶେଷରେ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ଉପରେ ଶକ୍ତି ବାଣରେ ପ୍ରହାର କରଥିଲେ, ଯାହାଫଳରେ ଲକ୍ଷ୍ମଣ ମୂର୍ଛିତ ହୋଇ ଭୂମିରେ ଲୋଟି ପଡିଥିଲେ । ହନୁମାନ, ବିଭୀଷଣଙ୍କ ପରାମର୍ଶ ଅନୁସାରେ ତାଙ୍କ ଜୀବନ ରକ୍ଷା କରିବା ପାଇଁ ସୁଷେଣ ବୈଦ୍ୟକୁ ନେଇ ଆସନ୍ତି କିନ୍ତୁ ସୁଷେଣ ବୈଦ୍ୟ ପ୍ରଥମେ ଲକ୍ଷ୍ମଣଙ୍କ ଉପଚାର କରିବାକୁ ମନା କରିଦିଅନ୍ତି । ଯଦିଓ ରାମ ଓ ବିଭୀଷଣଙ୍କ ବାରମ୍ବାର ଅନୁରୋଧ କ୍ରମେ ଲକ୍ଷ୍ମଣଙ୍କୁ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ସୁଷେଣ ବୈଦ୍ୟ ଶ୍ରୀରାମକୁ କୁହନ୍ତି ଯେ, ଯଦି ନିଜ ଭ୍ରାତାଙ୍କୁ ଜୀବନ୍ତ ଦେଖିବା ପାଇଁ ଚାହଁନ୍ତି; ତେବେ ହିମାଳୟ ପର୍ବତରୁ ସଂଜୀବନି ବୁଟି ଆଣିବାକୁ ପଡ଼ିବ । ଏହାପରେ ଶ୍ରୀରାମ ଚନ୍ଦ୍ରଙ୍କ ଆଜ୍ଞା ନେଇ ପ୍ରଭୁ ହନୁମାନ ସଞ୍ଜିବନୀ ବୁଟି ଆଣିବା ପାଇଁ ହିମାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି ।

୧୬ ଏପ୍ରିଲର ଏପିସୋଡ଼ରେ :

Google

ପରେ ୧୬ ଏପ୍ରିଲର ଏପିସୋଡ଼ରେ ଏହା ଦେଖିବାକୁ ମିଳିଥିଲା ଯେ, ସଞ୍ଜୀବନୀ ବୁଟି ନ ମିଳିବାରୁ ହନୁମାନ ସମ୍ପୂର୍ଣ୍ଣ ହିମାଳୟ ପର୍ବତକୁ ନିଜ ହାତରେ ଉଠାଇ ଆଣନ୍ତି । ଏହାପରେ ସୁଷେଣ ବୈଦ୍ୟଙ୍କ ଚିକିତ୍ସାରେ ଲକ୍ଷ୍ମଣ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାନ୍ତି ଏବଂ ତାଙ୍କ ଚେତନା ଫେରିଆସେ । ଯେତେବେଳେ ଲଙ୍କା ପତି ରାବଣ ଓ ମେଘନାଦ ଏହି ବିଷୟରେ ଜାଣିଛନ୍ତି, ସେମାନେ କ୍ରୋଧରେ ଜର୍ଜରିତ ହୋଇଯାନ୍ତି । ଏହାପରେ ଅଜୟ ରଥକୁ ପ୍ରାପ୍ତ କରିବା ପାଇଁ ପିତାଙ୍କ ଆଜ୍ଞା ନେଇ ମେଘନାଦ ବାହାରି ପଡିଥିଲେ କିନ୍ତୁ ବିଭୀଷଣଙ୍କ ଠାରୁ ସୂଚନା ପାଇ ମେଘନାଦଙ୍କ ଯଜ୍ଞ ଭଙ୍ଗ କରିବା ପାଇଁ ନିଜ ସେନା ସମେତ ଲକ୍ଷ୍ମଣ ସେଠାକୁ ପହଞ୍ଚିଯାନ୍ତି ଏବଂ ଯୁଦ୍ଧ ପାଇଁ ମେଘନାଦଙ୍କୁ ପ୍ରରୋଚିତ କରନ୍ତି । କ୍ରୋଧିତ ହୋଇ ମେଘନାଦ ଲକ୍ଷ୍ମଣଙ୍କ ଉପରେ ମାୟାବୀ ବାଣର ପ୍ରୟୋଗ କରେ, କିନ୍ତୁ ସଫଳତା ନ ମିଳିବାରୁ ସେଠାରୁ ଉଭେଇ ଯାଏ ।

Be the first to comment

Leave a Reply

Your email address will not be published.


*