ବାରମ୍ୱାର ଚେଷ୍ଟା ପରେ ମଧ୍ୟ ଗର୍ଭ ନଷ୍ଟ ହେଉଥିଲେ କଣ କରିବେ ?

ବାରମ୍ୱାର ଚେଷ୍ଟା ପରେ ମଧ୍ୟ ଗର୍ଭ ନଷ୍ଟ ହେଉଥିଲେ କଣ କରିବେ ?

Pregnency Tips – ବାରମ୍ୱାର ଚେଷ୍ଟା ପରେ ମଧ୍ୟ ଗର୍ଭ ନଷ୍ଟ ହେଉଥିଲେ କଣ କରିବେ ?

ମମତାମୟୀ ମାଆ , ସେଂହମୟୀ ତାର ହୃଦୟ ସେଇଥି ପାଇଁ କୁହାଯାଏ ଦୁନିଆଁର ସବୁଠାରୁ ସୁନ୍ଦର ହେଉଛି ମାଆ । ମାଆ ତାକୁ କୁହାଯାଏ ଯିଏ ସବୁ ଦୁଖଃ କଷ୍ଟ ସହି ମଧ୍ୟ ୯ ମାସ ନିଜ ଗର୍ଭରେ ନିଜ ସନ୍ତାନକୁ ଧାରଣ କରି ଶେଷରେ ସନ୍ତାନକୁ ଜନ୍ମ ଦେଇଥାଏ । ମାଆ ନିଜର ସନ୍ତାନ ଉପରେ କୌଣସି ସମସ୍ୟା ନ ଆସୁ ସେଇଥି ପାଇଁ ସବୁବେଳେ ନିଜ ସନ୍ତାନକୁ ପଣତକାନିରେ ଘୋଡେଇ ରଖିଥାଏ । ଏହା ହେଉଛି ଗୋଟିଏ ନାରୀର ଜୀଵନର ପ୍ରକୃତ ମୂଲ୍ୟ ।

କିନ୍ତୁ ଅନେକ ଥର ଦେଖିବାକୁ ମିଳିଥାଏ , ପ୍ରତିଟି ମହିଳାଙ୍କୁ ଗର୍ଭବତୀ ହେବା ତଥା ମାଆ ହେବାର ସୌଭାଗ୍ୟ ଅର୍ଜନ ହୋଇନଥାଏ । ଏହା ପଛରେ ଅନେକ ଗୁଡ଼ିଏ କାରଣ ରହିଥାଏ । ଏହି କାରଣ ମଧ୍ୟରୁ ୯ ଟି ମୁଖ୍ୟ କାରଣ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଇବୁ ଯାହା ଜାଣିବା ଦ୍ବାରା ଆପଣ ଏହିସବୁ ଉପାୟ ଅବଲମ୍ଭନ କରି ମାଆ ହେବାର ସୌଭାଗ୍ୟ ଲାଭ କରିପାରିବେ । ଆସନ୍ତୁ ଜାଣିବା ସେହି କାରଣ ଗୁଡିକ ବିଷୟରେ ।

୧. ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ମାଆ ହେବାରୁ ବଂଚିତ ରହୁଥିଲେ ପ୍ରଥମେ ନିଜର ଥାଇରଏଡ଼ ପରୀକ୍ଷା କରନ୍ତୁ । କାରଣ ଅନେକ ସମୟରେ ଦେଖିବାକୁ ମିଳିଥାଏ,ଥାଇରଏଡ଼ ଯୋଗୁଁ ଗର୍ଭାଶୟରେ ଡିମ୍ବ ସୃଷ୍ଟି ହୋଇନଥାଏ ।

୨. ଉଭୟ ସ୍ୱାମୀ ସ୍ତ୍ରୀ ନିଜର ଡାଇବେଟିସ ଚେକଅପ କରନ୍ତୁ । କାରଣ ଉଭୟ ଙ୍କ ମଧ୍ୟରେ ଜଣଙ୍କର ମଧ୍ୟ ଡାଇବେଟିସ ଥିଲେ ଗର୍ଭବତୀ ହେବା କଷ୍ଟ ସାଧ୍ୟ ଅଟେ ।

୩.ମହିଳା ମାନଙ୍କର ଓଜନ ଅତ୍ୟଧିକ କିମ୍ବା ଅତିକମ ହେବା ଦ୍ବାରା ମଧ୍ୟ ଗର୍ଭାଶୟରେ ପିଲାଟି ରହିବାକୁ ସକ୍ଷମ ହୋଇନଥାଏ । ଏହାକୁ POSC ରୋଗ ବୋଲି ମଧ୍ୟ କୁହାଯାଏ । ତେଣୁ ନିଜ ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ଅଟେ ।

୪. ଅନେକ ସମୟରେ ପୁରୁଷ ମାନଙ୍କର ସ୍ପର୍ମ ଦୁର୍ବଳ ହେବା ଦ୍ବାରା ମହିଳା ମାନେ ଗର୍ଭଧାରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ ।ସାଧାରଣତଃ ଯେଉଁ ପୁରୁଷ ମାନେ ଅନିଦ୍ରା ରହିବା ଦ୍ବାରା ବା ଅଧିକ ତାପମାତ୍ରା ର ସ୍ଥାନରେ ରହିବା ଦ୍ବାରା ସ୍ପର୍ମ ଦୁର୍ବଳ ହୋଇଥାଏ ।

୫. ସହବାସ କରିବା ସମୟ ଠିକ ହୋଇନଥିଲେ ମଧ୍ୟ ଗର୍ଭବତୀ ହେବା ସମ୍ଭବ ହୋଇନଥାଏ । ତେଣୁ ଉଚିତ ସମୟରେ ନିଜ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ଯାହାକି ଆପଣଙ୍କ ସ୍ତ୍ରୀଙ୍କୁ ଗର୍ଭବତୀ ହେବାରେ ସାହଯ୍ୟ କରିବ ।

୬. ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କର ଓଜନ ସର୍ବଦା ନିୟନ୍ତ୍ରଣରେ ରହିବା ଆବଶ୍ୟକ ଅତ୍ୟଧିକ ଓଜନ କାରଣରୁ କିମ୍ବା ବହୁତ କମ ଓଜନ ହେବା ଦ୍ବାରା ପ୍ରଜନନ କ୍ଷମତା ହ୍ରାସ ପାଇଥାଏ ।

୭. ଗର୍ଭବତୀ ହେବାକୁ ଚାହୁଁଥିଲେ , ୩ ମାସ ପୁର୍ବରୁ ଗର୍ଭ ନିରୋଧକ ବଟିକା ସେବନ କରିବା ବନ୍ଦ କରନ୍ତୁ ।

୮. ନିଶା ଦ୍ରବ୍ୟ ସେବନ କରିବା ଦ୍ବାରା ଉଭୟ ପୁରୁଷ ଏବଂ ମହିଳା ମାନେ ଗର୍ଭଧାରଣ କ୍ଷମତା ହ୍ରାସ ପାଇଥାଏ । ତେଣୁ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ।

୯.ଗର୍ଭବତୀ ହେବାକୁ ଚାହୁଁଥିଲେ, ମହିଳା ମାନେ ନିଜର ପିରିୟଡ୍ସ ର ୧୧ ଦିନ ପରେ ୫ ଦିନ ଲଗାତାର ନିଜ ପତିଙ୍କ ସହ ଶାରୀରିକ ସଂପର୍କ ରଖନ୍ତୁ ଯାହାଫଳରେ ଆପଣ ଗର୍ଭବତୀ ହୋଇପାରିବେ ।

Leave a Reply

Your email address will not be published. Required fields are marked *