ପ୍ରଧାନମନ୍ତ୍ରୀ ବୀମା ଯୋଜନା କ’ଣ ଅଟେ, କିପରି ସୁବିଧା ମିଳିଥାଏ, କେଉଁ ମାନେ ଏହାର ଲାଭ ପାଇ ପାରିବେ ! ଜାଣନ୍ତୁ…

ପ୍ରଧାନମନ୍ତ୍ରୀ ବୀମା ଯୋଜନା କ’ଣ ଅଟେ, କିପରି ସୁବିଧା ମିଳିଥାଏ, କେଉଁ ମାନେ ଏହାର ଲାଭ ପାଇ ପାରିବେ ! ଜାଣନ୍ତୁ…

ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଏକ ସାମାଜିକ ସୁରକ୍ଷା ଯୋଜନା ଅଟେ । ଏହା ମୂଳ ରୂପରେ ଏକ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯୋଜନା ଅଟେ ଯାହା ଦୁର୍ଘଟଣା ହେତୁ ମୃତ୍ୟୁ କିମ୍ବା ବିକଳାଙ୍ଗତାରୁ କିଞ୍ଚିତ ମାତ୍ରାରେ ସୁରକ୍ଷା ଯୋଗାଇଥାଏ । ଏହାର ଉପକାରିତା କଣ ଅଟେ, ଆସନ୍ତୁ ଜାଣିବା…

ମନୁଷ୍ୟ ଜୀବନ ପାଣି ଫୋଟକା । କେତେବେଳେ କଣ ହେବ କେହି କହି ପାରିବେ ନାହିଁ । ଧାରା ପୃଷ୍ଟରେ ଜନ୍ମ ହୋଇଥିବା ପ୍ରାଣୀ ଦିନେ ନା ଦିନେ ମୃତ୍ୟୁ ବରଣ କରିଥିଏ । କିନ୍ତୁ ମୃତ୍ୟୁ ମଧ୍ୟରୁ ଆକସ୍ମିକ ମୃତ୍ୟୁ ଅନ୍ୟତମ ଅଟେ । ମୃତ୍ୟୁ ବରଣ କରିଥିବା ପୀଡିତ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ନିମନ୍ତେ ଭାରତ ସରକାର ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା (PMSBY) ନାମକ ଏକ ସାମାଜିକ ସୁରକ୍ଷା ଯୋଜନା ଲୋକଙ୍କୁ ପ୍ରଦାନ କରୁଛନ୍ତି । ଏହା ମୂଳ ରୂପରେ ଏକ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯୋଜନା ଅଟେ, ଯାହା ଦୁର୍ଘଟଣା ହେତୁ ମୃତ୍ୟୁ କିମ୍ବା ବିକଳାଙ୍ଗତାରୁ ସୁରକ୍ଷା ଯୋଗାଇଥାଏ ।

ଯୋଗ୍ୟତା

* ବ୍ୟକ୍ତିର ବୟସ ୧୮ ରୁ ୭୦ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍

* ବ୍ୟକ୍ତିଙ୍କ ନିକଟରେ ଏକ ସଞ୍ଚୟ ବ୍ୟାଙ୍କ ଖାତା ରହିବା ଉଚିତ୍ ଏବଂ ପଲିସିର ପ୍ରିମିୟମ୍ ରିହାତି ପାଇଁ ଏକ ଅଟୋ ଡେବିଟ୍ ନିର୍ଦ୍ଦେଶ ସେଟ୍ କରିବା ଉଚିତ୍ ।

ଆପ୍ଲିକେସନ୍

ଏହି ସାମାଜିକ ସୁରକ୍ଷା ଯୋଜନାକୁ ସକ୍ରିୟ କରିବା ନିମନ୍ତେ, ଆକାଉଣ୍ଟଧାରୀଙ୍କୁ ପ୍ରଥମେ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିରେ ଲଗ୍ଇନ୍ କରିବାକୁ ପଡିବ ଯେଉଁଠାରେ ତାଙ୍କର ଏକ ସଞ୍ଚୟ ଖାତା ରହିଛି ଏବଂ ଏହି ଅନୁସାରେ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ ।

ବୀମା କଭର

ବୀମା କଭର୍ :- ଜୁନ୍ ମାସ ୧ ତାରିଖ ଠାରୁ ମଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏକ ବର୍ଷ ଅବଧି ସକାଶେ ଏହି ଯୋଜନା ଅନ୍ତର୍ଗତ ସର୍ବମୋଟ ବୀମାଭୁକ୍ତ ରାଶି ହେଉଛି ୨ ଲକ୍ଷ ଟଙ୍କା ।

ପ୍ରିମିୟମ୍ ଦେୟ

ପଲିସି ପାଇଁ ଦେୟ ପ୍ରିମିୟମ୍ ବାର୍ଷିକ ମାତ୍ର ୧୨ ଟଙ୍କା ଅଟେ ଏବଂ ଏହା ସ୍ୱୟଂଚାଳିତ ଭାବରେ ବ୍ୟାଙ୍କ ଆକାଉଣ୍ଟରୁ ଡେବିଟ୍ ହୋଇ ଯାଇଥାଏ । ପ୍ରତିବର୍ଷ, ମଇ ମାସ ୨୫ ତାରିଖ ଠାରୁ ୩୧ ତାରିଖ ମଧ୍ୟରେ, ବ୍ୟାଙ୍କ ଖାତାରୁ ନବୀକରଣ ପ୍ରିମିୟମ୍ ମଧ୍ୟ କଟାଯିବ, ଯେତେବେଳ ପର୍ଯ୍ୟନ୍ତ ଆକାଉଣ୍ଟଧାରୀ ବାତିଲ୍ କରିବାକୁ ନିର୍ଦ୍ଦେଶ ନ ଦେଇଛନ୍ତି ।

ମନେ ରଖିବାକୁ ଥିବା କିଛି ଜିନିଷ

* ଜଣେ ବ୍ୟକ୍ତି କେବଳ ଗୋଟିଏ ବ୍ୟାଙ୍କ ଖାତା ମାଧ୍ୟମରେ ଏହି ‘ସ୍କିମ୍’ର ଲାଭ ପାଇ ପାରିବେ ।

* ଯଦି କୌଣସି ବ୍ୟକ୍ତି ଜୁନ୍ ମାସ ୧ ତାରିଖ ପରେ କିମ୍ବା ଏହି ଯୋଜନାରେ ଯୋଗ ଦିଅନ୍ତି, ତେବେ ବୀମା କଭର୍ ସେହି ତାରିଖ ଠାରୁ ଆରମ୍ଭ ହେବ, ଯେତେବେଳେ ଖାତାରୁ ପ୍ରିମିୟମ୍ ପରବର୍ତ୍ତୀ ବର୍ଷର ମଇ ମାସ ୩୧ ପର୍ଯ୍ୟନ୍ତ ଡେବିଟ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *