‘IAS’ ଇଣ୍ଟରଭିଉ ପ୍ରଶ୍ନ :- ତାହା କେଉଁ ଜିନିଷ ଯାହା ବିନା ସିଡିରେ ଚଢେ ଏବଂ ଓହ୍ଲାଏ ?

‘IAS’ ଇଣ୍ଟରଭିଉ ପ୍ରଶ୍ନ :- ତାହା କେଉଁ ଜିନିଷ ଯାହା ବିନା ସିଡିରେ ଚଢେ ଏବଂ ଓହ୍ଲାଏ ?

ଆଜିକଲି ଅଧିକାଂଶ ଛାତ୍ରଛାତ୍ରୀ ‘IAS’ ବା ‘IPS’ ହେବାର ସ୍ୱପ୍ନ ଦେଖୁଛନ୍ତି । ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି । ଅନେକ ଛାତ୍ର ମଧ୍ୟ ଅଛନ୍ତି ଯେଉଁମାନେ ‘UPSC’ ପ୍ରସ୍ତୁତିରେ ଦିନରାତି ଏକଜୁଟ୍ କରିଦେଉଛନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ୧୫ ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି । ‘UPSC’ ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ । ବହୁତ ଛାତ୍ରଛାତ୍ରୀ ‘IAS’ ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି କିନ୍ତୁ ସେଥିମଧ୍ୟରୁ ହାତଗଣତି ପିଲା ସଫଳତା ପାଉଛନ୍ତି ।

(Union Public Service Commission Examination)ର ୩ଟି ପର୍ଯ୍ୟାୟ ଅଛି । ପ୍ରଥମ ପର୍ଯ୍ୟାୟ ହେଉଛି ପ୍ରିଲିମିନାରୀ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ହେଉଛି ମେନ୍ ପରୀକ୍ଷା ଏବଂ ତୃତୀୟ ପର୍ଯ୍ୟାୟ ହେଉଛି ଇଣ୍ଟରଭିଉ । ତୃତୀୟ ପର୍ଯ୍ୟାୟଟି ସବୁଠାରୁ କଷ୍ଟସାଧ୍ୟ ଅଟେ କାରଣ ଏହି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଚିନ୍ତାଧାରା, ତର୍କ କ୍ଷମତା ଏବଂ ଦକ୍ଷତା ପରୀକ୍ଷା କରାଯାଇଥାଏ ।

‘IAS’ ଇଣ୍ଟରଭିଉରେ ଏପରି ପ୍ରଶ୍ନ ପଚରାଯାଏ ଯାହା ତୁରନ୍ତ ଉତ୍ତର ଦେବା ଅତ୍ୟନ୍ତ କଷ୍ଟକର । ଏହି ପ୍ରଶ୍ନଗୁଡ଼ିକ ଅପଣଙ୍କର ହୋସ୍ ଉଡାଇଦେବ । ତେବେ ଆସନ୍ତୁ ଜାଣିବା ‘IAS’ ଇଣ୍ଟରଭିଉରେ ପଚରାଯାଇଥିବା କିଛି ପ୍ରଶ୍ନ ଏବଂ ତା’ର ଉତ୍ତର ।

୧) ପାକିସ୍ତାନର ଲାହୋରରେ ଏକ ଶିଶୁ ଜନ୍ମ ଗ୍ରହଣ କରିଛି କିନ୍ତୁ ସେ ପାକିସ୍ତାନୀ ନୁହେଁ କିପରି ?

ଉତ୍ତର- ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ପିଲାଟି ୧୯୪୭ ମସିହା ପୂର୍ବରୁ ଜନ୍ମ ହୋଇଥିଲା । ସେତେବେଳେ ପାକିସ୍ତାନ ଗଠନ ହୋଇନଥିଲା ।

୨) କେଉଁ ପଦାର୍ଥ ଖାଇବା ପାଇଁ କିଣାଯାଏ କିନ୍ତୁ ଖିଆଯାଏ ନାହିଁ ?

ଉତ୍ତର- ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି “ପ୍ଲେଟ୍” ଯାହାକି ଖାଦ୍ୟ ଖାଇବା ପାଇଁ କିଣାଯାଇଥାଏ କିନ୍ତୁ ଏହାକୁ ଖିଆଯାଏ ନାହିଁ ।

୩) ନାରୀର ଏପରି କେଉଁ ରୂପ ଅଛି ଯାହା ତାଙ୍କ ସ୍ୱାମୀ କେବେ ଦେଖିପାରନ୍ତି ନାହିଁ ?

ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ମହିଳାଙ୍କ “ବିଧବା ରୂପ” ।

୪) ହିନ୍ଦୀରେ କମ୍ପ୍ୟୁଟରକୁ କ’ଣ କୁହାଯାଏ ?

ଉତ୍ତର- ଅଧିକାଂଶ ଲୋକ ପ୍ରତିଦିନ କମ୍ପ୍ୟୁଟର ବ୍ୟବହାର କରନ୍ତି କିନ୍ତୁ ହିନ୍ଦୀରେ କମ୍ପ୍ୟୁଟରକୁ କ’ଣ କୁହାଯାଏ ତାହା ଖୁବ୍ କମ୍ ଲୋକ ଜଣିଥିବେ । ଅଧିକାଂଶ ଲୋକ ଏହି ପ୍ରଶ୍ନ ଶୁଣିବା ପରେ ଚିନ୍ତାରେ ପଡିଯାଇଥାନ୍ତି । ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି କମ୍ପ୍ୟୁଟରକୁ ହିନ୍ଦୀରେ “ସଂଗଣକ” କୁହାଯାଏ ।

୫) କେଉଁ ଜୀବର ମୁଣ୍ଡ କାଟିବା ପରେ ମଧ୍ୟ ତାହା ଅନେକ ଦିନ ଜୀବିତ ରହିପାରେ ?

ଉତ୍ତର- ଅସରପା

୬) ଏପରି କେଉଁ ଇଂରାଜୀ ଶବ୍ଦ ଅଛି ଯାହାକୁ ସର୍ବଦା ସମସ୍ତେ ଭୁଲ୍ ପଢ଼ିଥାନ୍ତି ?

ଉତ୍ତର- ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି “worng” ।

୭) ଏପରି କେଉଁ ଜିନିଷ ଅଛି ଯାହା ବିନା ସିଡିରେ ଚଢିପାରେ ଏବଂ ଓହ୍ଲାଇପାରେ ?

ଉତ୍ତର- ଏହି ପ୍ରଶ୍ନ ଶୁଣିବା ପରେ ଆପଣ ସମସ୍ତେ ଭାବୁଥିବେ ଯେ ଏପରି କେଉଁ ଜିନିଷ ହୋଇପାରେ ଯାହା ବିନା ସିଡ଼ିରେ ଚଢ଼େ ଏବଂ ଓହ୍ଲାଏ ? ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି “ନିଶାଓଲ୍ହା ” ଯାହାକି ବିନା ସିଡିରେ ଚଢ଼େ ଏବଂ ଓହ୍ଲାଏ ।

Leave a Reply

Your email address will not be published. Required fields are marked *