Coronaର ଦାରୁଣ ଦୁଃଖ କାହାକୁ କୁହନ୍ତି : ଏହି ଝିଅକୁ ପଚାରନ୍ତୁ ! ପ୍ରଥମେ ଭାଇ ପରେ ପିତାଙ୍କ ଶବକୁ ଦେଇଥିଲେ ମୁଖାଗ୍ନି !

Coronaର ଦାରୁଣ ଦୁଃଖ କାହାକୁ କୁହନ୍ତି : ଏହି ଝିଅକୁ ପଚାରନ୍ତୁ ! ପ୍ରଥମେ ଭାଇ ପରେ ପିତାଙ୍କ ଶବକୁ ଦେଇଥିଲେ ମୁଖାଗ୍ନି !

କରୋନା କାଳରେ ବହୁତଗୁଡିଏ ଲୋକ ନିଜ ସମ୍ପର୍କୀୟ ମାନଙ୍କୁ ହରେଇ ବସିଛନ୍ତି । ଏମିତିରେ ବହୁତ ଭୟାବହ ଫଟୋଗୁଡିକ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଅଛି । ବର୍ତ୍ତମାନ ମଧ୍ୟପ୍ରଦେଶର ଶାଜାପୁରର ଏହି ମାମଲାକୁ ଲକ୍ଷ୍ୟ କରନ୍ତୁ । ଏଠାରେ ସୋମବାରକୁ ୨୪ ବର୍ଷୀୟ ଝିଅ ନିଜ କାନ୍ଧରେ ପିତାଙ୍କ ଶବ ଉଠାଇଲେ ଏବଂ ମୁଖାଗ୍ନି ମଧ୍ୟ ଦେଲେ । ଦୁଃଖର ବିଷୟ ଏହିକିଯେ ଚାରି ଦିନ ପୂର୍ବରୁ ସେ ନିଜ ଭାଇକୁ ମୁଖାଗ୍ନି ମଧ୍ୟ ଦେଇଥିଲେ ।

ବାସ୍ତବରେ ୬୧ ବର୍ଷୀୟ ଅବଧେଶ କୁମାର୍ ସକ୍ସେନା ଶାଜାପୁରର MLB ସ୍କୁଲରେ ଅଧ୍ୟାପକ ଥିଲେ । ସେ ୧୫ ଦିନ ଆଗରୁ ନିଜ ଛୋଟ ଭାଇ ଓ ଭଣଜାର କରୋନା ଚିକିତ୍ସା କରାଇବା ପାଇଁ ଆସିଥିଲେ । ଏଠାରେ ସେ ମଧ୍ୟ ଏହି ‘ଭାଇରସ୍’ର ଶିକାର ହୋଇ ଯାଇଥିଲେ । ଖୁବଶୀଘ୍ର ଅବଶେଧକୁମାରଙ୍କ ସ୍ତ୍ରୀ, ଝିଅ ତନବୀ ଓ ପୁଅ ଶୁଭମ୍ (୩୨) ମଧ୍ୟ ସଂକ୍ରମିତ ହୋଇଗଲେ । ଶୁଭମଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲା ଏବଂ ତାଙ୍କ ନିଧନ ହୋଇଗଲା । ଏମିତିରେ ତନବୀ ଲୁହ ଭରି ରହିଥିବା ଆଖିରେ ଭାଇଙ୍କ ଚିତାକୁ ମୁଖାଗ୍ନି ଦେଲେ । ପରେ ସେ ଭାଇଙ୍କ ଦୁଃଖ ଭୁଲି ପିତାଙ୍କ ଦେଖାଶୁଣା ପାଇଁ ହସ୍ପିଟାଲକୁ ଆସିଲେ । ସେଠାରେ ତାଙ୍କ ମାଁ ଶାଜାପୁରର ଏକ ଲଜ୍ କୋଠାରୀରେ ଆଇସୋଲେଟ୍ ଥିଲେ ।

ଏଥି ମଧ୍ୟରେ ତନବୀଙ୍କ ପିତାଙ୍କ ନିଃଶ୍ଵାସ ମଧ୍ୟ ଅଟକିଗଲା । ଏମିତିରେ ତନବୀଙ୍କୁ ପିତାଙ୍କ ଶବକୁ ମଧ୍ୟ କାନ୍ଧରେ ଉଠାଇ ନେଇ ଯିବାକୁ ପଡ଼ିଲା । ଏହି ଅନ୍ତିମ ଯାତ୍ରାରେ ସମସ୍ତ ମହିଳା ଥିଲେ । ଘରର ସମସ୍ତ ବ୍ୟକ୍ତି ଚାଚା ଗୋପାଳଚନ୍ଦ୍ର ଓ ଭାଇ ଲବଲି ଇତ୍ୟାଦି ମଧ୍ୟ ସଂକ୍ରମିତ ହେବା କାରଣରୁ ଗୁନାର୍ ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ । ଏମିତିରେ ତନବୀଙ୍କ ସାହାଯ୍ୟକୁ ସହରର ଦୁଇଟି ଯୁବକ ମନୀଷ ସୋନି ଓ ଧର୍ମେନ୍ଦ୍ର ଶର୍ମା ଆସିଲେ ଏବଂ ତାଙ୍କ ପିତାଙ୍କ ଶବକୁ କାନ୍ଧରେ ପକାଇ ନେଲେ ।

ତନବୀ ଛୋଟ ବୟସରେ ନିଜ ସମ୍ପୂର୍ଣ୍ଣ ପରିବାରକୁ ଅସ୍ତବ୍ୟସ୍ତ ହେବାର ଦେଖି ନେଇଥିଲେ । ଯେତେବେଳେ ଭାଇ ଶୁଭମଙ୍କ ମୃତ୍ୟୁ ଘଟି ଥିଲା ସେତେବେଳେ ମଧ୍ୟ ତନବୀ ଏକୁଟିଆ ପରିବାର ପକ୍ଷରୁ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ଏହି ସମୟରେ ଶୁଭମଙ୍କ ସ୍ତ୍ରୀ ନେହା ସକ୍ସେନା ଓ ତାଙ୍କର ଦୁଇ ବର୍ଷର ଶିଶୁ ଶୁଭମଙ୍କ ଶେଷଥର ପାଇଁ ଚେହେରା ମଧ୍ୟ ଦେଖିନଥିଲେ । ପରେ ପିତାଙ୍କ ଶବଦାହ ସମୟରେ ମଧ୍ୟ କୌଣସି ପରିଜନ ଆସି ନଥିଲେ ଏବଂ କୌଣସି ସମ୍ପର୍କୀୟ ମଧ୍ୟ ଆସିନଥିଲେ । ସବୁକିଛି ତନବୀଙ୍କୁ ଏକୁଟିଆ କରିବାକୁ ପଡ଼ିଲା । ଯିଏ କେହି ମଧ୍ୟ ଏ ଦୃଶ୍ୟ ଦେଖିଲେ ତାଙ୍କ ଆଖି ଲୁହରେ ଭରିଗଲା ।

ଏହି କାହାଣୀ ଭଳି ଆହୁରି କିଛି ଦୁଃଖଦପୂର୍ଣ୍ଣ କାହାଣୀ ରହିଛି ଯାହା ପ୍ରତିଦିନ କୁଆଡେ ନା କୁଆଡ଼େ ଚାଲୁଛି । ଏଥିପାଇଁ ଭଲ ଏହିକିଯେ ଆପଣ ନିଜ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଏ ‘କରୋନା ଭାଇରସ୍’ରୁ ଅବହେଳା ହୁଅନ୍ତୁ ନାହିଁ ଏବଂ ସାବଧାନତା ଅବଲମ୍ବନ କରନ୍ତୁ । ଆଶା କରୁଛୁ ଯେ ଆପଣ ଘରେ ରହିବେ ଏବଂ ସୁରକ୍ଷିତ ରହିବେ ।

Leave a Reply

Your email address will not be published. Required fields are marked *