ଏପରି କ’ଣ କାରଣ ଥିଲା ଯେ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ସୋନିଆ ଗାନ୍ଧୀଙ୍କୁ କହିଥିଲେ, ଭୟ କର ନାହିଁ ! ମୁଁ ମଧ୍ୟ ଯୁବତୀ ଥିଲି…

ଏପରି କ’ଣ କାରଣ ଥିଲା ଯେ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ସୋନିଆ ଗାନ୍ଧୀଙ୍କୁ କହିଥିଲେ, ଭୟ କର ନାହିଁ ! ମୁଁ ମଧ୍ୟ ଯୁବତୀ ଥିଲି…

ଭାରତର ଗାନ୍ଧୀ ପରିବାର ପୈତୃକ ରାଜନୀତି ପାଇଁ ଜଣାଶୁଣା । ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ସହ ଆରମ୍ଭ ହୋଇଥିବା ରାଜନୀତି, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ବର୍ତ୍ତମାନ ରାହୁଲ୍ ଗାନ୍ଧୀଙ୍କ ନିକଟରେ ପହଞ୍ଚିଛି । ଏହି ପରିବାର କଂଗ୍ରେସ ଦଳରୁ ଦେଶକୁ ଭଲ ଭାବରେ ପରିଚାଳନା କରିଛନ୍ତି । ଏହି ପରିବାର ଭାରତ ଭଳି ବୃହତ୍ତମ ଗଣତାନ୍ତ୍ରିକ ଦେଶକୁ ତିନି ଜଣ ପ୍ରଧାନମନ୍ତ୍ରୀ ଦେଇଛନ୍ତି । ପ୍ରଥମ ପଣ୍ଡିତ ଜବାହରଲାଲ୍ ନେହେରୁ, ଦ୍ୱିତୀୟରେ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ ଏବଂ ତୃତୀୟ ରାଜୀବ ଗାନ୍ଧୀ । ପଣ୍ଡିତ ନେହେରୁଙ୍କ ଝିଅ ଇନ୍ଦିରା ଫିରୋଜ୍ ଖାନଙ୍କୁ ବିବାହ କରିଥିଲେ । ଇନ୍ଦିରାଙ୍କ ପୁଅ ରାଜୀବ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସହ ପ୍ରେମ ବିବାହ କରିଥିଲେ ।

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ପ୍ରଥମ ସାକ୍ଷାତ ପରେ ସେମାନେ ବନ୍ଧୁ ହୋଇଥିଲେ । ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେଲା । ଏହା ପରେ, ୨୫ ଫେବୃଆରୀ ୧୯୬୮ରେ ରାଜୀବ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଥରେ ଏକ ସାକ୍ଷାତକାର ସମୟରେ ସୋନିଆ ଗାନ୍ଧୀ ତାଙ୍କ ଶାଶୁ ଇନ୍ଦିରା ଗାନ୍ଧୀଙ୍କ ସହ ସମ୍ପର୍କ ଏବଂ ବନ୍ଧନ ବିଷୟରେ କହିଥିଲେ । ଇନ୍ଦିରା ଗାନ୍ଧୀ ୧୯୬୫ ମସିହାରେ ପ୍ରଥମଥର ପାଇଁ ରାଜୀବ ଗାନ୍ଧୀ ଏବଂ ସୋନିଆଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ।

ଏହାପରେ ହେବାକୁଥିବା ଶାଶୁ ଏବଂ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଡାକିଥିଲେ । ସୋନିଆ ଗାନ୍ଧୀ ତାଙ୍କୁ ଭେଟିବା ପୂର୍ବରୁ ବହୁତ ନର୍ଭସ୍ ଥିଲେ । ସୋନିଆ ତାଙ୍କ ସାକ୍ଷାତକାରରେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି, ସେ ପ୍ରଧାନମନ୍ତ୍ରୀ ନଥିଲେ, ତଥାପି ମୁଁ ନର୍ଭସ୍ ଏବଂ ବହୁତ ଭୟରେ ଥିଲି । ସେହି ସମୟ ମଧ୍ୟରେ ମୁଁ ଇଂରାଜୀକୁ ସଠିକ୍ ଭାବରେ ଜାଣି ନଥିଲି ଏବଂ ସେ ମୋ ସହିତ ଫରାସୀ ଭାଷାରେ କଥା ହେବା ଆରମ୍ଭ କଲେ । ଏହି ସାକ୍ଷାତ ସମୟରେ ସୋନିଆ ଗାନ୍ଧୀ ବହୁତ ନର୍ଭସ୍ ଥିଲେ । କିନ୍ତୁ ଇନ୍ଦିରା ତାଙ୍କୁ କହିଥିଲେ ଯେ ଭୟଭୀତ ହୁଅ ନାହିଁ, ମୁଁ ମଧ୍ୟ ଯୁବତୀ ଥିଲି ଏବଂ ମୁଁ ମଧ୍ୟ ପ୍ରେମ କରିଥିଲି । ତେଣୁ ମୁଁ ଏହା ବୁଝିପାରେ ।

ସୋନିଆ ଗାନ୍ଧୀ ଏହା ମଧ୍ୟ କହିଥିଲେ ଯେ, ଇନ୍ଦିରା ଗାନ୍ଧୀ ସେପରି ଦେଖାଯାଉ ନଥିଲେ, ଯେପରି ସେ ଥିଲେ । ସୋନିଆ କହିଥିଲେ ଯେ ଇନ୍ଦିରା ଗାନ୍ଧୀ ମୋର ଖାଦ୍ୟଠାରୁ ଆରମ୍ଭକରି ସବୁକିଛି ଜିନିଷର ଯତ୍ନ ନିଅନ୍ତି । ସେ ମୋ ମା’ଙ୍କ ପରି ମୋର ଯତ୍ନ ନେଉଥିଲେ । ମୋତେ ସବୁକିଛି ବିଷୟରେ ପଚାରୁଥିଲେ । ସେଗୁଡ଼ିକ ହେତୁ ମୁଁ କେବେ ଅନୁଭବ କରି ନଥିଲି ଯେ ମୁଁ ବାହାର ଦେଶରୁ ଆସିଛି ।

ଇନ୍ଦିରା ଗାନ୍ଧୀଙ୍କ ପ୍ରକୃତ ନାମ ପ୍ରିୟଦର୍ଶିନୀ ଥିଲା । ସେ ୧୯ ନଭେମ୍ବର ୧୯୧୭ରୁ ୩୧ ଅକ୍ଟୋବର ୧୯୮୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ସେ ପ୍ରଥମ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଥିଲେ । ସେ ୧୯୫୯ ରୁ ୧୯୬୦ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଜାନୁଆରୀ ୧୯୭୮ରେ ସେ ପୁନର୍ବାର ଏହି ପଦ ଗ୍ରହଣ କଲେ । ତାଙ୍କୁ ୧୯୭୨ରେ ଭାରତ ରତ୍ନ ପୁରସ୍କାର, ୧୯୭୨ରେ ବାଂଲାଦେଶର ସ୍ୱାଧୀନତା ପାଇଁ ମେକ୍ସିକୋ ଏକାଡେମୀ ପୁରସ୍କାର, ୧୯୭୩ରେ ଏଫଏଓର ଦ୍ୱିତୀୟ ବାର୍ଷିକ ପଦକ ଏବଂ ୧୯୭୬ ମସିହାରେ ନାଗରୀ ପ୍ରଚାର୍ଯ୍ୟ ସଭା ଦ୍ୱାରା ସାହିତ୍ୟ ବାଚସ୍ପତି (ହିନ୍ଦୀ) ପୁରସ୍କାର ବ୍ୟତୀତ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

୧୯୭୭ ସାଧାରଣ ନିର୍ବାଚନରେ ​​କଂଗ୍ରେସ ପ୍ରଥମଥର ପାଇଁ ପରାଜୟର ସମ୍ମୁଖୀନ ହୋଇଥିଲା । ୧୯୮୦ରେ କ୍ଷମତାକୁ ଫେରିବା ପରେ ଇନ୍ଦିରା ପଞ୍ଜାବର ବିଚ୍ଛିନ୍ନତାବାଦୀଙ୍କ ସହ ବଢୁଥିବା ବିବାଦରେ ଜଡିତ ଥିଲେ । ଯେଉଁଥିପାଇଁ ସେ ୧୯୮୪ରେ ନିଜର ଅଙ୍ଗରକ୍ଷୀଙ୍କ ଦ୍ଵାରା ରାଜନୈତିକ ସ୍ତରରେ ହତ୍ୟା ହୋଇଥିଲେ ।

Leave a Reply

Your email address will not be published. Required fields are marked *