ଯେତେବେଳେ ସୈଫ ଅଲି ଖାଁ ଓ ଅମୃତା ସିଂହ ଶେଷ ଥର ପାଇଁ ଦେଖା କରିଥିଲେ । ସାରା କଲେ ଖୁଲାସା ସେହି ରାତିରେ କଣ ହୋଇଥିଲା…

ସୈଫ ଅଲି ଖାଁ ନିଜର ଅତୀତ ଜୀବନକୁ ଭୁଲି ଆଗକୁ ବଢ଼ିଯାଇଛନ୍ତି । ସୈଫ ବର୍ତ୍ତମାନ ନିଜର ଦ୍ୱିତୀୟ ସ୍ତ୍ରୀ କରିନା କପୂର ଖାଁ ଓ ପୁଅ ତୈମୁର ଅଲି ଖାଁ ଙ୍କ ସହିତ ଖୁସିରେ ଜୀବନ ଅତିବାହିତ କରୁଅଛନ୍ତି । ଖୁବଶୀଘ୍ର ସୈଫ ଓ କରିନା ନିଜର ଦ୍ୱିତୀୟ ସନ୍ତାନକୁ ମଧ୍ୟ ସ୍ୱାଗତ କରିବାକୁ ଯାଉଛନ୍ତି ।

ସୈଫ ବର୍ତ୍ତମାନ କରିନାଙ୍କ ଖୁବ ଯତ୍ନ ନେଉଛନ୍ତି । ସେ ଅଧିକରୁ ଅଧିକ ସମୟ ବେବୋ ସହିତ ଅତିବାହିତ କରୁଛନ୍ତି ।

ସୈଫ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ଅଛନ୍ତି ସତ କିନ୍ତୁ ତାଙ୍କ ଅତୀତ ଜୀବନ ମଧ୍ୟ ଗତ ଦିନରେ ଖୁବ ଚର୍ଚ୍ଚାରେ ଥିଲା ।

ସାରା ଅଲି ଖାଁ ଙ୍କ ନାମ ‘ଡ୍ରଗ୍ସ ମାମଲା’ ରେ କଣ ପାଇଁ ଫଶିଲା, ସୈଫଙ୍କ ଅତୀତ ଜୀବନ ସହ ଜଡ଼ିତ କିଛି କଥା ଚର୍ଚ୍ଚାରେ ଛାଇ ରହିଛି ।

ସୈଫ ଅଲି ଖାଁ ଓ ଅମୃତା ସିଂହଙ୍କ ପ୍ରଥମ ଦେଖାରୁ ଆରମ୍ଭ କରି ତାଙ୍କ ପ୍ରେମ କାହାଣୀ, ପାରିବାରିକ ଅସୁବିଧା, ଝଗଡା ଓ ପରେ ଛାଡ଼ପତ୍ର ସହ ଜଡ଼ିତ ଏପରି କିଛି କଥା ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଏପରି ମାମଲା ମଧ୍ୟରୁ ଏକ ମାମଲା ହେଉଛି ସୈଫ ଅଲି ଖାଁ ଓ ଅମୃତା ସିଂହଙ୍କ ଏକ ସାକ୍ଷାତ ଘଟଣା ।

ଏହା ସମସ୍ତଙ୍କୁ ଜଣା ଯେ ସୈଫ ଅଲି ଖାଁ ଓ ଅମୃତା ସିଂହଙ୍କ ଛାଡ଼ପତ୍ର ବହୁତ ତିକ୍ତତା ର ସହିତ ହୋଇଥିଲା । ଏହି ଛାଡ଼ପତ୍ର ଦୁହିଁଙ୍କ ମଧ୍ୟରେ ଅନେକ ବର୍ଷ ଧରି ରହିଥିଲା । ସୈଫ ସହ ଅଲଗା ହେବା ପରେ ଅମୃତା ସିଂହ ତାଙ୍କଠାରୁ ପୁରାପୁରି ଦୂରେଇ ଗଲେ ।

ସୈଫ ଓ ଅମୃତା ଏହା ପରେ ଜନସାଧାରଣ ସ୍ଥାନରେ ଆଉ କେବେ ନଜର ଆସିଲେ ନାହିଁ ଏବଂ ଇବ୍ରାହିମ ଅଲି ଖାଁ ଙ୍କ ଯୋଗୁଁ ସର୍ବଦା ଜଡ଼ିତ ଥିଲେ ।

ଅମୃତା ସାରା ଓ ଇବ୍ରାହମ କୁ ନିଜ ବାପାଙ୍କ ଦ୍ୱିତୀୟ ବିବାହରେ ସାମିଲ ହେବା ପାଇଁ ମଧ୍ୟ ଅଟକାଇ ନଥିଲେ ।

ସେ ସାରା ହିଁ ଥିଲେ, ଯାହା ଫଳରେ ସୈଫ ଓ ଅମୃତା ପୁଣିଥରେ ଦେଖାକଲେ । ନିଜ ମାତାପିତାଙ୍କ ସାକ୍ଷାତର ସେହି ଘଟଣା ନିଜେ ସାରା ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ।

ସାରା ଅନୁଯାୟୀ ସୈଫ ଓ ଅମୃତା ଶେଷ ଥର ପାଇଁ ସେହି ସମୟରେ ଦେଖା କରିଥିଲେ ଯେତେବେଳେ ସେ ସାରାଙ୍କୁ ଛାଡ଼ିବା ପାଇଁ କଲମ୍ବିଆ ଯାଇଥିଲେ ।

ସାରା ନିଜ ଶିକ୍ଷା ପାଇଁ କଲମ୍ବିଆ ୟୁନିଭର୍ସିଟି ଯାଇଥିଲେ । ସେହି ସମୟରେ ଅମୃତା ସାରାଙ୍କୁ ଛାଡ଼ିବା ପାଇଁ ଯାଇଥିଲେ । ସେତେବେଳେ ସାରା ଓ ଅମୃତା ସହିତ ସୈଫ ମଧ୍ୟ ଯାଇଥିଲେ ।

ସାରା କହିଥିଲେ ଯେ, “ଯେତେବେଳେ ବାପା ମୋତେ କଲମ୍ବିଆ ଛାଡ଼ିବା ପାଇଁ ଯାଇଥିଲେ ସେହି ସମୟରେ ମୋ ମାଁ ମଧ୍ୟ ମୋ ସାଥିରେ ଥିଲେ । ସେହି ସମୟ ସତରେ ବହୁତ ଭଲ ଥିଲା । ସେଠାରେ ଆମେ ସାଥିରେ ରାତ୍ରିଭୋଜନ ମଧ୍ୟ କରିଥିଲୁ ।”

ସେହି ସମୟକୁ ମନେ ପକାଇ ସାରା ବହୁତ ଭାବୁକ ହୋଇଯାଇଥିଲେ । ସାରା ଆଗକୁ କହିଥିଲେ ଯେ, “ମୋତେ ଟିକିଏ ଝଲକ ମନେ ଅଛି ସେହି ରାତିରେ ମାଁ ମୋ ବିଛଣା ଠିକ କରୁଥିଲେ ଏବଂ ବାପା ଲେମ୍ପର ବଲବ ଲଗାଉଥିଲେ । ଏହି ସାମାନ୍ୟ ଓ ସୁନ୍ଦର ସ୍ମୃତିକୁ ମୁଁ ସର୍ବଦା ନିଜ ପାଖରେ ରଖିବା ପାଇଁ ଚାହେଁ । ତାପରେ ସେମାନେ ମୋତେ କଲେଜରେ ଛାଡ଼ି ଦେଇ ଚାଲିଗଲେ ।”

ଏଥିରୁ ସ୍ପଷ୍ଟ ଯେ, ସାରା ନିଜ ମାଁ ଓ ବାପା ଉଭୟଙ୍କ ଖୁବ ନିକଟରେ ଅଛନ୍ତି । ଏମିତିରେ ତାଙ୍କୁ କିଛି ବର୍ଷ ପରେ ଏକାଠି ଦେଖି ସାରା ବହୁତ ଭାବୁକ ହୋଇଯାଇଥିବେ ।

ବିବାହର ୧୩ ବର୍ଷ ପରେ ଯେତେବେଳେ ସୈଫ ଓ ଅମୃତା କଟୁତାର ସହିତ ନିଜ ବିବାହ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ସାରା ଓ ଇବ୍ରାହିମ ଦୁହିଁଙ୍କ ବୟସ ଅଳ୍ପ ଥିଲା ।

Be the first to comment

Leave a Reply

Your email address will not be published.


*