ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖିବାର ପ୍ରକୃତ ଅର୍ଥ କଣ ହୋଇଥାଏ ? ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖିବାର ପ୍ରକୃତ ଅର୍ଥ କଣ ହୋଇଥାଏ ? ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

ରାତିରେ ଶୋଇବା ବେଳେ ଅଧିକାଂଶ ଲୋକମାନେ ବିଭିନ୍ନ ସ୍ୱପ୍ନ ଦେଖିଥାନ୍ତି । କିଛି ସ୍ୱପ୍ନ ଏଭଳି ହୋଇଥାଏ ଯେ, ଯାହାକୁ ଦେଖିବା ମାତ୍ରେ ଆମେ ଡ଼ରି ଯାଇଥାଉ । ଆମ ଆଖି ଖୋଲି ଯାଇଥାଏ । ଆପଣ ଜୀବନରେ କେବେ ନା କେବେ ମୃତ ବ୍ୟକ୍ତିର ସ୍ୱପ୍ନ ନିଶ୍ଚୟ ରୂପେ ଦେଖିଥିବେ । ଆଜି ଆମେ ଜାଣିବା ସ୍ୱପ୍ନରେ ମୃତ ବ୍ୟକ୍ତିର ସ୍ୱପ୍ନ ଦେଖିବାର ପ୍ରକୃତ ଅର୍ଥ କଣ ଅଟେ ଏବଂ ଏହା କେଉଁ ସଙ୍କେତ ଦେଇଥାଏ ଓ ଆମେ ଏହା ମଧ୍ୟ ଜାଣିବା ଯେ, ଜୀବିତ ଥିବା ବ୍ୟକ୍ତିକୁ ସ୍ୱପ୍ନରେ ମୃତ ଶରୀର ରୂପେ ଦେଖିବାର ଅର୍ଥ କଣ ଅଟେ ।

google

ଶାସ୍ତ୍ର ଅନୁସାରେ ଆମ ସ୍ୱପ୍ନରେ ଯାହା କିଛିବି ଆସିଥାଏ, ତାର କିଛି ନା କିଛି ଅର୍ଥ ନିଶ୍ଚୟ ରହିଥାଏ ବା ତାହା ଆମକୁ କିଛି ସଙ୍କେତ ଦେଇଥାଏ । ପ୍ରଥମେ ଚାଲନ୍ତୁ ଜାଣିବା ସ୍ୱପ୍ନରେ ମୃତ ବ୍ୟକ୍ତି ଦେଖିବାର ୭ଟି ସଙ୍କେତ ବା ଅର୍ଥ ବିଷୟରେ ।

● ଯଦି ଆପଣଙ୍କ ପରିବାରରେ କେହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି, ଯଦି ସେ ସ୍ୱପ୍ନରେ ସୁସ୍ଥ ଭାବରେ ଦେଖା ଯାଇଥାନ୍ତି ତେବେ ଏହାର ଅର୍ଥ ହେଉଛି ତାଙ୍କର କୌଣସି ଭଲ ସ୍ଥାନରେ ଜନ୍ମ ହୋଇ ସାରିଛି । ଏହି ସ୍ୱପ୍ନ ମାଧ୍ୟମରେ ସେ ଆପଣଙ୍କୁ ଜଣାଇବାକୁ ଚାହୁଁଛନ୍ତି କି, ସେ ଅନ୍ୟ ସ୍ଥାନରେ ଜନ୍ମ ହୋଇ ସାରିଛନ୍ତି । ତାଙ୍କ ବିଷୟରେ ଭାବି ଆପଣ ଚିନ୍ତା କରନ୍ତୁ ନାହିଁ । ଏପରି ସ୍ବପ୍ନକୁ, ସ୍ୱପ୍ନ ଶାସ୍ତ୍ରରେ ଆଶସନା ସ୍ୱପ୍ନ ବୋଲି କୁହାଯାଏ ।

● ଯଦି କୌଣସି ସୁସ୍ଥ ବ୍ୟକ୍ତି ଆୟୁଷ ପୁରିବା ପରେ ମୃତ୍ୟୁ ହୋଇଥାନ୍ତି, ଯାହାଙ୍କୁ କିଛି ରୋଗ ହୋଇନଥିଲା ତାଙ୍କୁ ସ୍ୱପ୍ନରେ ଦେଖିଲେ ଏହାର ଅର୍ଥ ସେ ଆପଣଙ୍କ ଠାରୁ କିଛି ଚାହୁଁଛନ୍ତି । ଆପଣ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ସେହି ବ୍ୟକ୍ତିଙ୍କର ମୃତ୍ୟୁ ପୂର୍ବରୁ କିଛି ଇଚ୍ଛା ବାକି ରହିଯାଇଥାଏ, ତେଣୁ ତାଙ୍କ ଇଚ୍ଛାକୁ ଯଥାଶୀଘ୍ର ପୂରଣ କରିବାକୁ ଚେଷ୍ଟା କରନ୍ତୁ ।

google

● ଯଦି କୌଣସି ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖୁଛନ୍ତି କିନ୍ତୁ ସେ କିଛି କହୁ ନାହାଁନ୍ତି, ଯଦି ଏପରି ସ୍ୱପ୍ନ ଦେଖୁଛନ୍ତି, ତେବେ ଏହାର ଅର୍ଥ ଆପଣ କିଛି ଭୁଲ୍ କରୁଛନ୍ତି କିମ୍ବା ଭୁଲ୍ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେ ଏହା ଆପଣଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

● ଯଦି ଆପଣଙ୍କୁ ମୃତ ବ୍ୟକ୍ତି ଆଶୀର୍ବାଦ ଦେଉଛନ୍ତି, ଏହାର ଅର୍ଥ ହେଉଛି ଆପଣ ଯେଉଁ କାମ ମଧ୍ୟ କରୁଛନ୍ତି ଆପଣ ସେଥିରେ ସଫଳ ହେବେ ।

● ଯଦି ମୃତ ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ କିଛି ମାଗୁଛନ୍ତି, ତେବେ ଏହାର ଅର୍ଥ ତାଙ୍କର ବର୍ତ୍ତମାନ ମଧ୍ୟ ଆପଣଙ୍କ ଉପରେ ସ୍ନେହ ରହିଛି ।

google

● ଯଦି ଆପଣ ଆପଣଙ୍କ ମୃତ ନିଜ ବ୍ୟକ୍ତିଙ୍କୁ ନିଜ ଘରେ ଦେଖୁଛନ୍ତି, ସେ ଆପଣଙ୍କ ସହିତ କଥା ହେଉଛନ୍ତି, କିଛି କାର୍ଯ୍ୟ କରୁଛନ୍ତି ଏହାର ଅର୍ଥ ହେଉଛି, ସେ ବର୍ତ୍ତମାନ ମଧ୍ୟ ଆପଣଙ୍କ ଘରକୁ ମୋହ ଛାଡ଼ି ନାହାଁନ୍ତି ।

● କୌଣସି ଜୀବିତ ବ୍ୟକ୍ତିଙ୍କୁ ସବୁବେଳେ ସ୍ୱପ୍ନରେ ମୃତ ଭାବରେ ଦେଖିବା ସ୍ୱପ୍ନ ଶାସ୍ତ୍ର ଅନୁସାରେ ଜୀବିତ ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତି ଭାବରେ ଦେଖିବା ଦ୍ୱାରା ତାଙ୍କର ଆୟୁଷ ବଢ଼ି ଯାଇଥାଏ ।

Leave a Reply

Your email address will not be published. Required fields are marked *