ସୁଶାନ୍ତଙ୍କ ରୁମରେ ତାଲା ଖୋଲିଥିବା ବ୍ୟକ୍ତି ସେହି ଦିନ କଣ ଦେଖିଥିଲେ ? ସ୍ଟିଙ୍ଗ ଅପରେସନରେ କରିଛନ୍ତି ଖୁଲାସା !

ସୁଶାନ୍ତଙ୍କ ରୁମରେ ତାଲା ଖୋଲିଥିବା ବ୍ୟକ୍ତି ସେହି ଦିନ କଣ ଦେଖିଥିଲେ ? ସ୍ଟିଙ୍ଗ ଅପରେସନରେ କରିଛନ୍ତି ଖୁଲାସା !

ଯେପରିକି ଆପଣ ସମସ୍ତେ ଜାଣିଛନ୍ତି ଯେ ଏହି ସମୟରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଯେକେହି ମଧ୍ୟ ଦୃଢ଼ ଉଦ୍ୟମ କରୁଛନ୍ତି ଏବଂ ଏହାକୁ ନଜରରେ ରଖି ବର୍ତ୍ତମାନ ସିବିଆଇ ଯାଞ୍ଚ ମଧ୍ୟ ହେଉଛି । ଗତ କିଛି ଦିନରୁ ସିବିଆଇ ସୁଶାନ୍ତଙ୍କ ସାଙ୍ଗ ଏବଂ ଘରେ କାମ କରୁଥିବା ଲୋକଙ୍କ ସହିତ ପଚରାଉଚୁରା କରୁଛି ଏବଂ ପ୍ରତିଦିନ କିଛି ନା କିଛି ନୂଆଁ ରହସ୍ୟର ପର୍ଦାଫାସ ହେଉଛି । ନିକଟରେ ଏକ ନ୍ୟୁଜ ଚ୍ୟାନେଲର ସ୍ଟିଙ୍ଗ ଅପରେସନ ଅନୁଯାୟୀ ସୁଶାନ୍ତଙ୍କ ରୁମର ତାଲା ଭାଙ୍ଗିଥିବା ବ୍ୟକ୍ତି ଜଣକ ଏକ ବଡ଼ ଖୁଲାସା କରିଛନ୍ତି ।

google

ତାଲାର ଚାବି ବନାଇଥିବା ବ୍ୟକ୍ତି ମୋହମ୍ମଦ ରଫୀ ଶେଖ କହିଛନ୍ତି ଯେ ସେ ଯେତେବେଳେ ସୁଶାନ୍ତଙ୍କ ରୁମର କବାଟ ଖୋଲିଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଚାରିଜଣ ଲୋକ ତାଙ୍କୁ ତୁରନ୍ତ ସେଠାରୁ ଯିବାକୁ କହିଥିଲେ । ରଫୀ କହିଛନ୍ତି ଯେ ଜୁନ୍ ୧୪ରେ ସିଦ୍ଧାର୍ଥ ପିଠାନି ତାଙ୍କୁ ଫୋନ କରି ଡାକିଥିଲେ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ନା ସେ କେଉଁ ସିଦ୍ଧାର୍ଥଙ୍କୁ ଜାଣିଥିଲେ ଏବଂ ନା ତାଙ୍କୁ ଏହା ଜଣାଥିଲା ଯେ ଏହି ଘର କୌଣସି ବଲିଉଡ଼ ଷ୍ଟାରଙ୍କର ଥିଲା । ସେହି ତାଲାକୁ ଭାଙ୍ଗିବା ପାଇଁ ହାତୁଡ଼ି ଏବଂ ଛୁରିର ବ୍ୟବହାର କରିବାକୁ ପଡିଥିଲା ।

google

ଚାବି ଵାଲା ହିଁ ଏହି କଥାକୁ ମିଡିଆ ସାମ୍ନାରେ ରଖିଥିଲେ ଯେ ସେହି ସମୟରେ ତାଙ୍କ ବ୍ୟତୀତ ଅନ୍ୟ ଚାରିଜଣ ଲୋକ ଉପସ୍ଥିତ ଥିଲେ । ରଫୀ ଶେଖ କହନ୍ତି ଯେ ତାଙ୍କୁ ସିଦ୍ଧାର୍ଥ କହିଥିଲେ ଯେ ତାଲା ଭାଙ୍ଗିବା ସମୟରେ ଯଦି ଭିତରୁ କୌଣସି ଶବ୍ଦ ଆସେ ତେବେ ତାଲା ଭାଙ୍ଗିବା ବନ୍ଦ କରିଦେବାକୁ । ଯେପରି ରଫୀ ତାଲା ଭାଙ୍ଗିଲେ ସିଦ୍ଧାର୍ଥ ତାଙ୍କୁ ୨୦୦୦ ଟଙ୍କା ଦେଇ ସେଠାରୁ ତୁରନ୍ତ ଚାଲିଯିବାକୁ କହିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ ରଫୀଙ୍କୁ ରୁମ୍ ଭିତରର କିଛି ମଧ୍ୟ ଦେଖିବାକୁ ଦେଇ ନଥିଲେ ।

google

ରଫୀ କହିଛନ୍ତି ଯେ ଯେଉଁଦିନ ଏହି ଘଟଣା ହୋଇଥିଲା ସେଦିନ କେହି ମଧ୍ୟ ଭୟଭୀତ ନଥିଲେ । ସମସ୍ତେ ସାଧାରଣ ଭାବରେ ବ୍ୟବହାର କରୁଥିଲେ । ସମସ୍ତେ ଏହା ଚାହୁଁଥିଲେ ଯେ ଯେପରି ମଧ୍ୟ ସେହି ତାଲା ଖୋଲିଯାଉ । ସ୍ଟିଙ୍ଗ ଅପରେସନ ସମୟରେ ଭିଡ଼ିଓରେ ରଫୀ କହିଛନ୍ତି ଯେ ସେତେବେଳେ କାହାକୁ ମଧ୍ୟ ଟଙ୍କାର କୌଣସି ଚିନ୍ତା ନଥିଲା କେବଳ ସେମାନେ ସୁଶାନ୍ତଙ୍କ ରୁମର ତାଲାକୁ ଖୋଲିବାକୁ ଚାହୁଁଥିଲେ । ନିଜର କାମ କରି ରଫୀ ନିଜ ଘରକୁ ଫେରି ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କୁ ପୋଲିସର କଲ୍ ଆସିଥିଲା ଯେତେବେଳେ ତାଙ୍କୁ ପୋଲିସ୍ କହିଥିଲା ଯେ ଆପଣ ଯେଉଁଠାରୁ ତାଲା ଖୋଲି ଆସିଛନ୍ତି ସେଠାକୁ ପୁଣି ଆସନ୍ତୁ । ଯେତେବେଳେ ରଫୀ ପୁଣିଥରେ ସୁଶାନ୍ତଙ୍କ ଘରେ ପହଁଚିଲେ ସେତେବେଳେ ତାଙ୍କୁ ଘଟଣା ବିଷୟରେ ଜଣା ପଡ଼ିଲା । ରଫୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖକୁ କୌଣସି ବୟାନ ଦେବାକୁ କୌଣସି ପ୍ରକାରର କଲ୍ ଆସିନାହିଁ ଏବଂ ଯଦି ସେପରି କୌଣସି କଲ୍ ଆସେ ତେବେ ସେ ନିଶ୍ଚୟ ଯିବେ ଏବଂ ପୁରା ସହଯୋଗ କରିବେ ।

Leave a Reply

Your email address will not be published. Required fields are marked *