ଶାଗୁଣା ବା ଚିଲକୁ କେତେବେଳେ ଦେଖିଲେ କଣ ସଙ୍କେତ ମିଳିଥାଏ ? ଆସନ୍ତୁ ସେହି ବିଷୟରେ ଜାଣିବା ।

ଶାଗୁଣା ବା ଚିଲକୁ କେତେବେଳେ ଦେଖିଲେ କଣ ସଙ୍କେତ ମିଳିଥାଏ ? ଆସନ୍ତୁ ସେହି ବିଷୟରେ ଜାଣିବା ।

ଶାଗୁଣା ଏବଂ ଚିଲ ଦେଖିଲେ କେତେବେଳେ ଶୁଭ ସଙ୍କେତ ମିଳେ ତ’ କେତେବେଳେ ଅଶୁଭ ସଙ୍କେତ ମିଳେ । ଆଜିର ଏହି ଅନୁଛେଦରେ ଏ ବିଷୟରେ ଆମେ ସଂପୂର୍ଣ୍ଣ ରୂପେ ଜାଣିବା । ଆମ ଜୀବନ ପ୍ରତ୍ୟେକ ଦିନ ଘାତ ଓ ପ୍ରତିଘାତ ମଧ୍ୟ ଦେଇ ଗତି କରିଥାଏ । ଏହା ମଧ୍ୟରୁ କିଛି ଗୃହପାଳିତ ପଶୁ ଏବଂ ବନ ପଶୁ ପକ୍ଷୀମାନଙ୍କର ଅଦ୍ଭୁତ ଶବ୍ଦ ଏବଂ ରାତ୍ର କାଳରେ ତାଙ୍କୁ ଦେଖିବା, ଓ ସେହି ଘଟଣାରୁ ଶୁଭ, ଅଶୁଭ ଉଭୟର ନିର୍ଦ୍ଧିଷ୍ଟ ସଙ୍କେତ ଜଣା ପଡ଼ିଥାଏ । ତେବେ ଆଜି ଆମେ ଜାଣିବା ଶାଗୁଣା ଓ ଚିଲର କିଛି ଶୁଭ ଓ ଅଶୁଭ ବିଷୟରେ ।

୧) ଯଦି ଆପଣଙ୍କ ଘର ଚାଲ ଉପରେ ଶାଗୁଣା ବା ଚିଲ ବସିଥାଏ, ତେବେ ଏହା ବହୁତ ଅଶୁଭ ହୋଇଥାଏ । କାରଣ ଶାଗୁଣା ହେଉଛି ଶନିଦେବଙ୍କ ବାହନ । ଏଥିରୁ ଅନୁମାନ କରାଯାଇଥାଏ ଯେ, ଆପଣଙ୍କ ଘର ଉପରେ ଶନିଦେବଙ୍କ ବକ୍ରଦୃଷ୍ଟି ପଡ଼ିଛି । ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ଆଉ ଗୋଟିଏ ଆଶଙ୍କା ହେଉଛି ଏହା ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ୨ ରୁ ୩ ମାସ ମଧ୍ୟରେ କାହାର ମୃତ୍ୟୁ ହେବାର ସମ୍ଭାବନା ଥାଏ ।

୨) ଶାଗୁଣା ଯଦି ଆପଣଙ୍କ ଘର ପାଖରେ ଥିବା ଗଛ ଉପରେ ଡେଣା ମେଲାଇ ବସିଥାଏ, ତେବେ ଜାଣିବେ ଯେ, ପଡ଼ୋଶୀ ଘରର କେହି ଜଣେ ମୃତ୍ୟୁବରଣ କରିପାରନ୍ତି ।

୩) ଆପଣଙ୍କ ଘର ଉପରେ ଶାଗୁଣା ଦଳ ଯଦି ଗୋଲ ଆକାରରେ ବୁଲିଥାଏ, ଆପଣ ପାଳୁଥିବା ପଶୁର ମୃତ୍ୟୁ ସୁନିଶ୍ଚିତ ଅଟେ ।

୪) ବଣ ଜଙ୍ଗଲରେ ଶାଗୁଣା ଚିଲ ଏକତ୍ରିତ ଉଡ଼ିବା ଦୃଶ୍ୟ ଦେଖିଲେ ଜାଣିବେ ଯେ, ସେଠାରେ ଉଭୟ ଭୟଙ୍କର ପ୍ରାଣୀ ବାଘ କିମ୍ବା ସିଂହ ରହିଥିବାର ସୂଚନା ମିଳେ । ଶାଗୁଣା କିମ୍ବା ଚିଲ କୌଣସି ଜାଗାରେ ଉଡୁଥିଲେ ସେଠାରେ କୌଣସି ମନୁଷ୍ୟ ବା ପଶୁ ପକ୍ଷୀର ମୃତ ଦେହ ଥିବାର ସଙ୍କେତ ଦେଇଥାଏ । ଶାଗୁଣା ଏବଂ ଚିଲ ସର୍ବଦା ଅମଙ୍ଗଳର ବାହକ ତଥା ଶନି ଦେବଙ୍କ ବାହନ ।

Leave a Reply

Your email address will not be published. Required fields are marked *