ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୬ଟି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ପାରିବାରିକ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୬ଟି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ପାରିବାରିକ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୬ଟି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୨୬ ଅପ୍ରେଲରୁ ୦୨ ମଇ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଭଲ ରହିବ । କର୍ମକ୍ଷେତ୍ରରେ ଆଶାନୁରୁପକ ଫଳ ପାଇବେ । ଜମିଜାମା ସହ ଜଡିତ କୌଣସି କାରବାରରେ ଭଲ ମୁନଫା ମିଳିବାର ଯୋଗ ରହିଛି । ଦୃଢ ମନୋବଳ ନେଇ କାର୍ଯ୍ୟକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସମାପ୍ତ କରିବାକୁ ଚେଷ୍ଟା କରିବେ, ଏଥିନିମନ୍ତେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ମଧ୍ୟ ପାଇବେ । ଚାକିରି ଥିବା ଲୋକମାନେ କୌଣସି ଭଲ ଖବର ପାଇ ଖୁସି ହେବେ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ସପ୍ତାହର ଶେଷରେ ଆର୍ଥିକ ସ୍ଥିତି ମଜବୁତ ରହିବା ସହ ସମସ୍ତ ବାଧାବିଘ୍ନର ମଧ୍ୟ ଅବସାନ ଘଟି ଯାଇଥିବା । ଅତୀତର କେତେକ ଘଟଣାକୁ ନେଇ ପତି ଓ ପତ୍ନୀ ମଧ୍ୟରେ ଉତ୍ଥାନପତନ ଲାଗିରହିବ । ଯୁକ୍ତିତର୍କ କରିବେ ସମସ୍ୟା ବଢିବ ସିନା କମିବ ନାହିଁ । ଚଳଚ୍ଚିତ୍ର, ମିଡିଆ କ୍ଷେତ୍ରରେ ଥିବା ଲୋକମାନେ ଅତ୍ୟନ୍ତ ସୁଖଶାନ୍ତିରେ ଜୀବନ ଅତିବାହିତ କରିବେ । ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ, ଯେତେ ଭଲ କାମ କରିଲେ ମଧ୍ୟ ଅନ୍ୟମାନଙ୍କ ଦ୍ଵାରା ଅପମାନିତ ହେବାକୁ ପଡିବ । ସାର୍ଥକତା ସହ ନ ଚାଲିଲେ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଯଥାସମ୍ଭବ ଚେଷ୍ଟା କରନ୍ତୁ ଆର୍ଥିକ କାରବାର କିମ୍ବା ନେଣଦେଣ ଠାରୁ ଦୂରେଇ ରହିବା ପାଇଁ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ଅଧିକ ରହିବ । ପ୍ରତିଟି କାର୍ଯ୍ୟରେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । କୌଣସି ନୂତନ ବ୍ୟବସାୟ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ କେତେକ ସମସ୍ୟା ଯୋଗୁଁ ଆରମ୍ଭ କରିପାରିବେ ନାହିଁ । ପାରିବାରିକ ଜୀବନ ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ଓ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗରେ ଅଧିକ ଯନ୍ତ୍ରଣା ଭୋଗିପରାନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପ୍ରତ୍ୟେକ ଦୃଷ୍ଟିକୋଣରୁ ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଦୀର୍ଘ କେତେକ ଦିନରୁ ପରିବାର ସହ ଜଡିତ କେତେକ କାର୍ଯ୍ୟ ଅତି ସଂପୂର୍ଣ୍ଣ ହୋଇଯିବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ବ୍ୟବସାୟର ନିମନ୍ତେ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ପରିବାର ସଦସ୍ୟମାନେ ପରସ୍ପରର ଭାବନାକୁ ସମ୍ମାନ କରିବେ । ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବ୍ୟବସାୟ, ବାଣିଜ୍ୟ ଏପରି କି ବୃତ୍ତିଗତ କର୍ମରେ ପ୍ରତିଯୋଗିତା ମନୋଭାବ ଜାତ ହେବ । ଏହି ସପ୍ତାହରେ କୌଣସି ବିଷୟକୁ ଅଧିକ ଚିନ୍ତା କରି ରକ୍ତ ସମ୍ବନ୍ଧୀୟ ରୋଗର ଶିକାର ହୋଇପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପରିବାର ସଦସ୍ୟଙ୍କ ସ୍ନେହ, ଶ୍ରଦ୍ଧା ପାଇବା ଯୋଗୁଁ ମନ ଖୁସି ରହିବ । ବ୍ୟବସାୟ ବୃଦ୍ଧି ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ମତାମତ ନେଇ କାର୍ଯ୍ୟ କରନ୍ତୁ । ଅଫିସ ଅବା କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଉପରେ ଅତ୍ୟଧିକ କ୍ରୋଧ କରନ୍ତୁ ନାହିଁ । ଏହି ସପ୍ତାହରେ ଆପଣ ଅନେକ କ୍ଷେତ୍ରରୁ ଉପକୃତ ପାଇବାର ସମ୍ଭାବନା ରହିଛି । ତେଣୁ ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟ ସମ୍ବନ୍ଧିତ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଚ୍ଚୋଟତାର ସହ କାର୍ଯ୍ୟ କରିଲେ ମଧ୍ୟ ପରୋକ୍ଷ ଶତ୍ରୁତା କାରଣରୁ କେତେକ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିବ । ମନୋରଞ୍ଜନ କାର୍ଯ୍ୟକ୍ରମ ନିମନ୍ତେ ଅତ୍ୟଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ବୈବାହିକ ଜୀବନ ପ୍ରେମମୟ ରହିବ । ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ । କ୍ୟାରିୟରରେ ହଠାତ୍ କିଛି ପରିବର୍ତ୍ତନ ହୋଇପାରେ । ଏହି ସପ୍ତାହରେ, ପେଟ ସମ୍ବନ୍ଧୀୟ ରୋଗରେ ଅଧିକ ଯନ୍ତ୍ରଣା ଭୋଗିପରାନ୍ତି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଚଳିତ ସପ୍ତାହରେ ଆପଣଙ୍କୁ ବରିଷ୍ଠ ସହକର୍ମୀ ଓ ସମ୍ପର୍କୀୟମାନେ ସାହାଯ୍ୟର ହାତ ବଢାଇବେ । ଏହି ସପ୍ତାହରେ ଆପଣ ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟ ବାଣିଜ୍ୟରେ ଆର୍ଥିକ କାରବାର ଅତି ଶୋଚନୀୟ ରହିବ । ଅନ୍ୟପକ୍ଷରେ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ରାଜନୀତି ସହ ଜଡିତ ଥିବା ବ୍ୟକ୍ତି ବିଶେଷମାନେ ଉଚ୍ଚାଧିକାରୀଙ୍କ ସହ ଦେଖାସାକ୍ଷାତ କରିବେ । କୌଣସି ଘଟଣାକୁ କେନ୍ଦ୍ର କରି ମନରେ ଅଜ୍ଞାତ ଭୟ ଆପଣଙ୍କ ମନକୁ ବିଭ୍ରାନ୍ତ କରିବ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେବ । ଯାହାଫଳରେ ମାନସିକ ସ୍ତରରେ ଚିନ୍ତା ଲାଗିରହିବ । ନିଜକୁ ଶାନ୍ତ ରଖିବା ପାଇଁ ଆପଣ ଯୋଗ ଏବଂ ପ୍ରାଣାୟାମ କରିପାରିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ନୂତନ ରଣନୀତି ପ୍ରସ୍ତୁତ କରିବେ । ନୂତନ ଯୋଜନା ମାଧ୍ୟମରେ ବ୍ୟବସାୟରେ ଆଶାତୀତ ଫଳ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସମ୍ମାନ ଏବଂ ସମର୍ଥନ ପାଇବେ । ସରକାରୀ ସ୍ତରରେ ଅତି ସୁରୁଖୁରୁରୁରେ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବାରେ ସମର୍ଥ ହେବେ । କେତେକ ସମସ୍ୟାର ସମାଧାନ ପାଇଁ ଆପଣ ନିଜ ପ୍ରିୟ ଲୋକଙ୍କ ସାହାଯ୍ୟ ନେବାକୁ ପଡିବ । ଗୁପ୍ତ ଶତ୍ରୁମାନେ ଆପଣଙ୍କୁ ଅପଦସ୍ଥ କରିବା ପାଇଁ ଚେଷ୍ଟା କରିବେ । ପରିବାରରୁ ପୂର୍ଣ୍ଣ ସହଯୋଗ ମିଳିବ । ବିବାଦକୁ ଅଧିକ ବଢାଇବା ପରିବର୍ତ୍ତେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନରେ କିଛି ଦିନ ହେଲା ଲାଗିଥିବା କଳହ ଦୂର ହେବ । ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସହଯୋଗ କରିବେ । ଶାରୀରିକ ଦୃଷ୍ଟିକୋଣରୁ ସ୍ଵସ୍ଥ୍ୟାବସ୍ଥା ପ୍ରାୟତଃ ଭଲ ରହିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣଙ୍କ ଚିନ୍ତାଧାରା ଉନ୍ନତମାନର ରହିବ । ନିଜ ଇଚ୍ଛା ମୁତବକ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପାଦନ କରିବାକୁ ଚେଷ୍ଟା କରିବେ । ଅନ୍ୟମାନଙ୍କ ବ୍ୟକ୍ତିଗତ ଜୀବନରେ ମୁଣ୍ଡ ପୁରାନ୍ତୁ ନାହିଁ । ଅର୍ଥକୁ କେନ୍ଦ୍ର କରି କାହା ସହିତ ବିବାଦ ହୋଇପାରେ । ଏହି ସପ୍ତାହରେ ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ମାନସିକ ସ୍ତରରେ ବ୍ୟସ୍ତବିବ୍ରତ ହୋରାଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ଓ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସଂଘର୍ଷ ପରେ ହିଁ ସଫଳତା ମିଳିବ । ଚଳିତ ସପ୍ତାହରେ ଅଫିସରେ ଆୟୋଜିତ ବୈଠକରେ ବିରୋଧୀଙ୍କ ମନ୍ତବ୍ୟକୁ ମନିବାକୁ ବାଧ୍ୟ ହେବେ । ସମାଜର ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ସଠିକ୍ ପରାମର୍ଶ ପାଇବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ସନ୍ତାନ ସୁଖର ପ୍ରାପ୍ତି ହେବ । ଜୀବନସାଥୀର ସହଯୋଗ ପ୍ରାପ୍ତ ହେବ । ପେଟ ସମ୍ବନ୍ଧୀୟ ରୋଗରୁ ଚିନ୍ତିତ ରହିବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣଙ୍କ ମନ ଫୁର୍ତ୍ତି ରହିବ । ସମୟ ସହିତ ନିଜକୁ ମଧ୍ୟ ପରିବର୍ତ୍ତନ କରିନେବେ । କର୍ମକ୍ଷେତ୍ରରେ ପ୍ରତି ମନରେ ଆଗ୍ରହ ଜନ୍ମିବ । ବ୍ୟବସାୟ ବାଣିଜ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବ୍ୟବସାୟର ବିସ୍ତାର ପାଇଁ ଉଦ୍ୟମ ଜାରି ରଖିବେ । ଅଫିସରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବ ଓ ପରସ୍ପର ସହମତିରେ କାର୍ଯ୍ୟ କରିବେ । ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ । ନିଜର ଗୋପନୀୟ ତଥ୍ୟକୁ ଅନ୍ୟ କାହାରି ସହିତ ବାଣ୍ଟନ୍ତୁ ନାହିଁ ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡ଼ିକୁ ଭଲ ଭାବରେ ତଦାରଖ କରନ୍ତୁ । ପରିବାର ତରଫରୁ ଆପଣଙ୍କୁ ଯଥେଷ୍ଟ ସ୍ନେହାଶ୍ରଦ୍ଧା ମିଳିବ । ବୈବାହିକ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଉଭୟଙ୍କ ମଧ୍ୟରେ ପାରସ୍ପରିକ ସମଞ୍ଜସ୍ୟତା ଦେଖାଦେବ । ସ୍ୱାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ଏକ ଉତ୍କଟ ସମସ୍ୟା ରୂପେ ଦଣ୍ଡାୟମାନ ହୋଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ କୌଣସି କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ରାଜନୀତି ସହିତ ଜଡିତ ଲୋକମାନେ ଇଚ୍ଛାକୃତ ଫଳ ପାଇବେ । ଏହି ସପ୍ତାହରେ ଆପଣ ଅଯଥା ଟଙ୍କା ଖର୍ଚ୍ଚ ହୋଇପାରେ, ଯାହା ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିବ । ବ୍ୟବସାୟରେ କାରବାର ଭଲ ରହିବ । ଏହି ସପ୍ତାହରେ, ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ଧୌର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ଓ ଅହଂକାରକୁ ପରିତ୍ୟାଗ କରନ୍ତୁ, ନଚେତ୍ ବନ୍ଧୁଙ୍କ ସହିତ ସମ୍ପର୍କ ହାନୀ ହୋଇପାରେ । ଅଫିସରେ ନିଜ କାର୍ଯ୍ୟ ଦ୍ଵାରା ଉଚ୍ଚାଧିକାରୀଙ୍କୁ ନିଜ ପ୍ରତି ଆକର୍ଷିତ କରିନେବେ । ସାମାଜିକ କ୍ଷେତ୍ରରେ ଉନ୍ନୟନ ମୂଳକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିବ । ଜୀବନସାଥୀଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ଆପଣଙ୍କ ପାଇଁ ସ୍ମରଣୀୟ ହୋଇରହିବ । ସ୍ୱାସ୍ଥ୍ୟ ପ୍ରସଙ୍ଗରେ ସାବଧାନ ରୁହନ୍ତୁ ଓ ନିୟମିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣଙ୍କ ନିମନ୍ତେ ଉନ୍ନତିର ମାର୍ଗ ଉନ୍ମକ୍ତ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପ୍ରତ୍ୟେକ ସ୍ଥଳରେ ବନ୍ଧୁମାନେ ସହଯୋଗର ହାତ ବଢାଇବେ । କୌଣସି ନୂତନ ପରିଯୋଜନାକୁ କାର୍ଯ୍ୟକାରୀ କରିବେ । ଅଫିସରେ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ସାମାଜିକ ସ୍ତରରେ ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ । ପରିସ୍ଥିତିରେ ପଡି ଅନାବଶ୍ୟକ ଭାବରେ ଖର୍ଚ୍ଚ ପରିମାଣ ଦ୍ଵିଗୁଣା ହୋଇପାରେ । ଷ୍ଟକ୍ ମାର୍କେଟ, ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ, ଲାଭଦାୟକ ରହିବ । ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥୀଙ୍କ ମନର ଇଚ୍ଛାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ନିକଟ ସମ୍ପର୍କୀୟମାନେ ନିଜ ନିଜ ସ୍ଵାର୍ଥ ସାଧନ ନିମନ୍ତେ ଆପଣଙ୍କୁ ଫୁସୁଲାଫୁସୁଲି କରି, କାର୍ଯ୍ୟ ହାସଲ କରିନେବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଥକ୍କାପଣ ଓ ପିଠି ଯନ୍ତ୍ରଣା ଭଳି ଯନ୍ତ୍ରଣାର ସମ୍ମୁଖୀନ ହୋଇପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହଟି ଉଭୟ ସୁଖ ଓ ଦୁଃଖରେ ମିଶ୍ରଣରେ ଭରପୂର ରହିବ । ଆପଣଙ୍କ ବନ୍ଧୁଙ୍କ ସହଯୋଗରେ ଆପଣ ନିଜ ସମସ୍ୟା ଅତି ସହଜରେ ସମାଧାନ କରିନେବେ । କାହାରି ବ୍ୟକ୍ତିଗତ ମାମଲା କିମ୍ବା ବିବାଦୀୟ ପରିସ୍ଥତିର ମଧ୍ୟସ୍ଥତା କରନ୍ତୁ ନାହିଁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ସମ୍ଭବତଃ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଉଚ୍ଚ ପଦାଧିକାରୀଙ୍କ ଉତ୍ସାହ ଆପଣଙ୍କ ମନରେ କାର୍ଯ୍ୟ କରିବାର ଉତ୍ସାହକୁ ବଢାଇବ । ଅଟକି ରହିଥିବା କାର୍ଯ୍ୟ ସହଜରେ ପୂରଣ ହୋଇଯିବ । ଟଙ୍କା ପଇସା ସମ୍ବନ୍ଧୀୟ କାରବାରରେ ଅନ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଯଥାସମ୍ଭବ ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ଓ ନୀରବ ରହିବାକୁ ପ୍ରୟାସ କରନ୍ତୁ । ଜୀବନରେ ପ୍ରେମ କିମ୍ବା ରୋମାନ୍ସର ଅଭାବ ଅନୁଭବ ହେବ । ଏକାକୀ ଦିନ ବିତାଇବେ । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗର ପାଦୁର୍ଭାବ ପୁନଶ୍ଚ ଦେଖାଦେଇପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ମନରେ କଳ୍ପନା ତରଙ୍ଗ ସୃଷ୍ଟି ହେବ । ବୁଦ୍ଧିମତାର ସହ କାର୍ଯ୍ୟ କରିବା ଭଲ ହେବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ଚାକିରିରେ ପଦୋନ୍ନତିର ଯୋଗ ରହିଛି, ଏହା ସଙ୍ଗେ ସଙ୍ଗେ ଦାୟିତ୍ଵ ମଧ୍ୟ ବୃଦ୍ଧି ପାଇବ । ଯେକୌଣସି ଲୋକଙ୍କୁ ହଠାତ ବିଶ୍ଵାସ କରି ଆପଣ ଅସୁବିଧାକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ବକେୟା ଅର୍ଥ ଶୀଘ୍ର ମିଳିବାର ସମ୍ଭାବନା ରହିଛି । ଯଥାସମ୍ଭବ ସ୍ଥଗିତ କାର୍ଯ୍ୟକୁ ଏହି ସପ୍ତାହର ମଝିରେ ସମାପ୍ତ କରିବାକୁ ପ୍ରୟାସ କରିବେ ଓ ସଫଳତା ମଧ୍ୟ ହେବେ । ଆୟ ବୃଦ୍ଧି ସଙ୍ଗେ ସଙ୍ଗେ ସମାଜରେ ମାନସମ୍ମାନ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କରେ ମଧୁରତା ଆସିବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରାଦ୍ଧ ଅତୁଟ ରହିବ । ଚକ୍ଷୁ ସମ୍ବନ୍ଧୀୟ ସାମସ୍ୟା ଦେଖାଦେଇପାରେ ।

Leave a Reply

Your email address will not be published. Required fields are marked *