ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୪ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ସ୍ଥଗିତ ଥିବା କାର୍ଯ୍ୟକୁ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୪ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ସ୍ଥଗିତ ଥିବା କାର୍ଯ୍ୟକୁ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୪ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ସ୍ଥଗିତ ଥିବା କାର୍ଯ୍ୟକୁ ପୂରଣ କରିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (08 ଫେବୃୟାରୀରୁ 14 ଫେବୃୟାରୀ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣଙ୍କୁ ଶୁଭ ଖବର ମିଳିପାରେ । ଆପଣ ନୂତନ ପ୍ରକଳ୍ପ ଉପରେ କାମ କରିବେ ଏବଂ ଆପଣଙ୍କ କାର୍ଯ୍ୟରେ ଲୋକଙ୍କ ଠାରୁ ଅଜସ୍ର ପ୍ରଶଂସା ମଧ୍ୟ ମିଳିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ସହକର୍ମୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ମିଳିଥିବା ସହଯୋଗ ଆପଣଙ୍କ ଉତ୍ସାହରେ ବୃଦ୍ଧି କରିବ । ଚଳିତ ସପ୍ତାହର କାର୍ଯ୍ୟକୁ ନେଇ ଆପଣ ନିଜ ପରିବାର ସଦସ୍ୟଙ୍କ ଠାରୁ ପରାମର୍ଶ ନେଇପାରନ୍ତି । କାର୍ଯ୍ୟର ବୋଝ ଅଧିକ ରହିବା ଫଳରେ ସାମୟିକ ମାନସିକ ବିବ୍ରତ ହୋଇପାରନ୍ତି । ସମାଜରେ ଆପଣଙ୍କ ପ୍ରତିଛବି ଭଲ ରହିବ । ଅଫିସରେ ପଦୋନ୍ନତିର ଯୋଗ ରହିଛି । ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ସହଯୋଗ ଏବଂ ସମର୍ଥନ ମିଳିବ । ପ୍ରେମ ସମ୍ପର୍କ ପାଇଁ ସମୟ ବିପରୀତ ରହିପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହଟି ଭଲ ରହିଲେ ମଧ୍ୟ ପୁରୁଣା ରୋଗକୁ ଚିନ୍ତିତ ରହିବେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଭୂମି ପ୍ରାପ୍ତି କିମ୍ବା ହଠାତ୍ ଧନ ଲାଭର ଯୋଗ ରହିଛି । ମନର ଗୁପ୍ତା କଥାକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରନ୍ତୁ ନାହିଁ । ଶିକ୍ଷା ଏବଂ ପ୍ରତିଯୋଗିତା ପାଇଁ ସମୟ ଅନୁକୂଳ ଏବଂ ସଫଳତା ସୂଚକ ରହିଛି । ଅର୍ଥ ସମ୍ଭାନ୍ଧୀୟ ନେଣଦେଣ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ କୌଣସି ଭୁଲ ନିଷ୍ପତ୍ତି ନେଇ ପରବର୍ତ୍ତୀ ସମୟରେ ଅନୁତାପ କରିବେ । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, କୌଣସି ମଧ୍ୟ ନିଷ୍ପତ୍ତି ନେବା ପୂର୍ବରୁ ବୟସ୍କ କିମ୍ବା ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଚାକିରୀ ଦୃଷ୍ଟିକୋଣରୁ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ । ଜୀବନସାଥୀଙ୍କ ସହ ଭଲ ସମ୍ପର୍କ ରହିବ । ନିଜ ପ୍ରେମ ପୂର୍ଣ୍ଣ ସ୍ୱଭାବ କାରଣରୁ ଲୋକଙ୍କ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବେ । ଚଳିତ ସପ୍ତାହରେ ଖର୍ଚ୍ଚାନ୍ତ ଅଧିକ ହେବାର ସମ୍ଭାବନା ରହିଛି । ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ଆପଣ ଆପଣଙ୍କ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଚାକିରୀ କ୍ଷେତ୍ରରେ ପରିସ୍ଥିତି ଯେପରି ସୃଦୂଢ ରହିବ ସେହି ବିଷୟରେ ବନ୍ଧୁ କିମ୍ବା ସାଥିମାନଙ୍କ ସହ ଆଲୋଚନା କରିପାରନ୍ତି । ବ୍ୟବସାୟରେ ବିକାଶ ସହିତ ଆୟ ବୃଦ୍ଧି କରିବା ପାଇଁ ପ୍ରୟାସ କରିବେ । ସେୟାର ବଜାରରେ ପୁଞ୍ଜି ନିବେଶ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଆଶା ଠାରୁ ଅଧିକ ସଫଳତା ମିଳିବ । କର୍ମସ୍ଥଳରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ଓ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ହେବେ । ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ଜନ୍ମିବ ଏବଂ ଲକ୍ଷ୍ୟ ପ୍ରାପ୍ତିର ଦ୍ଵାର ଉନ୍ମକ୍ତ ହେବ । ଆପଣଙ୍କ ପୂର୍ବ କାର୍ଯ୍ୟକଳାପ ଯୋଗୁଁ ସମାଜରେ ଚର୍ଚ୍ଚାର କେନ୍ଦ୍ର ସାଜିପାରନ୍ତି । ବୈବାହିକ ଜୀବନ ରୋମାଞ୍ଚକର ରହିବ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ରୁହନ୍ତୁ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହ ଆପଣଙ୍କୁ ପୂର୍ଣ୍ଣ ଉତ୍ସାହତ ସହିତ କାର୍ଯ୍ୟ କରିବେ । ବ୍ୟବସାୟରେ ଆମଦାନୀ ରପ୍ତାନି ଭଲ ରହିବ । ବିଦେଶ ଯାତ୍ରା ପାଇଁ ଭଲ ସମୟ ଅଟେ । କର୍ମକ୍ଷେତ୍ରରେ ହଠାତ୍ କୌଣସି ଗୁରୁ ଦାୟିତ୍ଵ ବହନ କରିବେ, ଯାହାଫଳରେ ଆପଣଙ୍କ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇପାରେ । ଏହି ସପ୍ତାହ ଆପଣଙ୍କୁ ପୂର୍ଣ୍ଣ ଉତ୍ସାହତ ସହିତ କାର୍ଯ୍ୟ କରିବେ । ଚାକିରୀର ସନ୍ଧାନ କରୁଥିବା ଯୁବକମାନଙ୍କୁ ଭଲ ଚାକିରୀ ମିଳିବାର ଯୋଗ ରହିଛି । ସହଧର୍ମୀଙ୍କ ଭାବନାକୁ ସମ୍ମାନ କରନ୍ତୁ । ପାରିବାରିକ ସ୍ଥିତିକୁ ନେଇ ଆପଣଙ୍କ ସହଧର୍ମୀ ଭାବପ୍ରବଣତା ମଧ୍ୟରେ ରହିବେ । ଆର୍ଥିକ ସ୍ଥିତିରେ ମଜବୁତ ରହିବ । କୌଣସି ସମସ୍ୟା କାରଣରୁ ମାନସିକ ଚାପ ଦେଇ ଗତି କରିପାରନ୍ତି । ଯୋଗ-ଧ୍ୟାନ ଦ୍ଵାରା ଚାପରୁ ମୁକ୍ତି ପାଇପାରିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନୋବଳ ଦୃଢ ରହିବ । ଚଳିତ ସପ୍ତାହରେ ବରିଷ୍ଠ ଅଧିକାରୀ, ସହକର୍ମୀ ଓ ସମ୍ପର୍କୀୟମାନେ ସାହାଯ୍ୟର ହାତ ବଢ଼ାଇବେ । କିନ୍ତୁ କେତେକ ଈର୍ଷାପରାୟଣ ଓ ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଚଳିତ ସପ୍ତାହରେ ଆପଣ ଅନ୍ୟମାନଙ୍କ କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁ ନୁହେଁ । ବ୍ୟବସାୟ ବାଣିଜ୍ୟରେ କେତେକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । ଜହଫଳରେ ଆୟରେ କିଛିଟା ମାତ୍ରାରେ ହ୍ରାସ ହୋଇପାରେ ଏବଂ ଖର୍ଚ୍ଚଭାର ବୃଦ୍ଧି ହେବାର ସମ୍ଭାବନା ରହିଛି । କୌଣସି ବିଷୟକୁ ନେଇ ମନରେ ଭୟ ଜାତ ହୋଇପାରେ । ବାଦ-ବିବାଦରୁ ଦୂରରେ ରୁହନ୍ତୁ । କ୍ୟାରିୟରରେ ହଠାତ କିଛି ପରିବର୍ତ୍ତନ ହୋଇପାରେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମପୂର୍ଣ୍ଣ ସମ୍ପର୍କ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଅଳ୍ପ ଦୁର୍ବଳ ହୋଇପାରେ । ଆଲର୍ଜି ଦ୍ୱାରା ମଧ୍ୟ ବିବ୍ରତ ହୋଇପାରନ୍ତି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଚଳିତ ସପ୍ତାହରେ ଆପଣ ନିଜକୁ ଫୁର୍ତ୍ତି ଓ ସତେଜତା ଅନୁଭବ କରିବେ । ଏହି ସପ୍ତାହ କପଟୀ ଅବା ଛଳନାପୂର୍ଣ୍ଣ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜ ବ୍ୟବସାୟକୁ ଭିତ୍ତି କରି ଅନ୍ୟତ୍ର ଯାତ୍ରାର କରିପାରନ୍ତି । ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ ଏବଂ ବ୍ୟବସାୟ ସମ୍ବନ୍ଧୀୟ କୌଣସି ନୂଆ ଚୁକ୍ତି/ରାଜିନାମା କରିପାରନ୍ତି । ସପ୍ତାହର ଶେଷାର୍ଦ୍ଧରେ ଚାକିରି କରୁଥିବା କର୍ମଜୀବିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି । ପୁରୁଣା ବିନିଯୋଗରୁ ଆପଣଙ୍କୁ ଲାଭ ମିଳିପାରେ । ଅଯଥା କଥାରେ ଆପଣଙ୍କ ସମୟକୁ ନଷ୍ଟ କରନ୍ତୁନାହିଁ । କ୍ରୋଧିରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଏହାଦ୍ଵାରା ଆପଣ ଅସୁବିଧାରେ ପଡ଼ିପାରନ୍ତି । ବୈବାହିକ ଜୀବନ ସୁଖମୟ ରହିବ ଏବଂ ପ୍ରେମରେ ସଫଳତା ମିଳିବ । ବାହାରର ଖାଦ୍ୟଦ୍ରବ୍ୟ ସେବନ କରନ୍ତୁ ନାହିଁ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ଅବସ୍ଥା ଦୃଢ଼ ଓ ସୁରକ୍ଷିତ ରହିବ ଏବଂ କୌଣସି ପୁରୁଣା ଋଣ ମଧ୍ୟ ପରିଶୋଧ କରିପାରିବେ । ଯେକୌଣସି ମନ୍ଦିରରେ ଏକ ଉପଯୋଗୀ ସାମଗ୍ରୀ ଦାନ କରନ୍ତୁ । ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ବୈବାହିକ ଜୀବନରେ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଆପଣଙ୍କ ସମସ୍ତ କାମ ଉତ୍ସାହ ଏବଂ ଶକ୍ତିର ସହ କରିବା ଦ୍ଵାରା ଅଧିକ ଆୟର ସମ୍ଭାବନା ରହିବ । ଚାକିରୀ କରୁଥିବା ଲୋକମାନେ ଅଧିକ କାମ ଯୋଗୁଁ ବ୍ୟସ୍ତ ରହିବେ କିନ୍ତୁ ଆର୍ଥିକ ଉନ୍ନତିର ଯୋଗ ରହିଛି । ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ସମାଧାନ ହୋଇଯିବ ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ଭଲ ରହିବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣ ନିଜର ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ପ୍ରୟାସ କରିବେ । ବନ୍ଧୁ ଓ ସହଯୋଗୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପ୍ରଶାସନ ଓ ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ବ୍ୟବସାୟରେ ଆର୍ଥିକ ନେଣଦେଣ ପ୍ରତି ବିଶେଷ ସତର୍କତା ରହିବା ଆବଶ୍ୟକ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ମନମାଲ୍ୟନ ଯୋଗୁଁ କାର୍ଯ୍ୟାଳୟରୁ ସମ୍ପର୍କ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି । ଆପଣଙ୍କ ଭିତରେ ଥିବା ସୃଜନଶୀଳତା ଗୁଣ ଯୋଗୁଁ ସମାଜରେ ଲୋକପ୍ରିୟତ ବଢିବ । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରନ୍ତୁ ନାହିଁ । ବୈବାହିକ ଜୀବନ ପ୍ରେମମୟ ରହିବ । ଏହି ସପ୍ତାହ ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତି ସଙ୍କଟାପର୍ଣ୍ଣ ରହିବ । ଆବଶ୍ୟକ ମେଣ୍ଟାଇବା ପାଇଁ ଧାରା କରଜ ମଧ୍ୟ କରିବାକୁ ପଡିପାରେ । ପେଟ ସମ୍ବନ୍ଧୀୟ ରୋଗରେ ଅଧିକ ଯନ୍ତ୍ରଣା ଭୋଗିପରାନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହଟି ଆପଣଙ୍କ ନିମନ୍ତେ ଉତ୍ଥାନପତନ ରହିବ । ବିଗତଦିନରୁ ଚାଲିଥିବା ବିବାଦର ସମାଧାନ ପାଇଁ ଏହା ଉପଯୁକ୍ତ ସମୟ ଅଟେ । କିନ୍ତୁ ବୃତ୍ତିଗତ ସାମ୍ମୁଖ୍ୟରେ, ଠିକ୍ ସମୟରେ ସମାଧାନ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ । କୌଣସି କଥାରେ ପ୍ରତିବାଦ ନ କରି ବରଂ ମୁଣ୍ଡପୋତି ସହ୍ୟ କରିନିଅନ୍ତୁ । ବିବାଦକୁ ଅଧିକ ବଢାଇବା ପରିବର୍ତ୍ତେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସ୍ଥିତି ମାନ୍ଦା ରହିବ । ଚାକିରୀ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ପରିଶ୍ରମ ଅନୁସାରେ ସଫଳତା ମିଳିବ ନାହିଁ । ଆର୍ଥିକ ଜନିତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ସହଧର୍ମୀଙ୍କ ଠାରୁ ସହଯୋଗ ପ୍ରେରଣା ପାଇବେ, ଯାହାଫଳରେ ମନୋବଳ ଦୃଢ ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହ ଆପଣଙ୍କ ପାଇଁ ଟିକିଏ ଆହ୍ୱାନପୂର୍ଣ୍ଣ ହୋଇପାରେ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମକୁ ନେଇ ଚିନ୍ତିତ ରହିବେ । ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ନାନା ପ୍ରକା ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଅଫିସ କାର୍ଯ୍ୟକୁ ନେଇ ରାଜ୍ୟ ବାହାରକୁ ଯିବାକୁ ପଡିପାରେ । ସମାଜର ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବେରୋଜଗାର ଥିବା ବ୍ୟକ୍ତିବିଶେଷଙ୍କୁ କର୍ମକ୍ଷେତ୍ରରେ ନିଯୁକ୍ତି ମିଳିବାର ସୂଚନା ରହିଛି । କୌଣସି ବିବାଦୀୟ ମାମଲାରେ ମାଧସ୍ଥତା କରନ୍ତୁ ନାହିଁ । ଯେଉଁ କାମ ପାଇଁ ମନରେ ଅଜସ୍ର ଆଶଙ୍କା ଉପୁଜୁଥିଲା, ସେହି କାମଗୁଡିକ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି ଅତି ସହଜରେ ସଂପୂର୍ଣ୍ଣ କରିପାରିବେ । ପ୍ରେମ ଜୀବନ ମାମଲାରେ ଆପଣଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ବୈବାହିକ ଜୀବନ ସୁଖଦମୟ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଚଳିତ ସପ୍ତାହଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଯେଉଁ ବ୍ୟକ୍ତିମାନେ ହୀରା, କୋଇଲା, ଖାଦ୍ୟ ସାମଗ୍ରୀ ଆଦି ବ୍ୟବସାୟ କରନ୍ତି, ସେହି ବ୍ୟବସାୟୀମାନେ ଆଶାତୀତ ଲାଭ ପାଇବେ । କୌଣସି ସ୍ୱତନ୍ତ୍ର କାମକୁ ନେଇ ବିଶୃଙ୍ଖଳା ରହିବ । ଧନ ଏବଂ ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ନ୍ୟାୟାଳୟ ସମ୍ବନ୍ଧୀୟ ମାମଲାରେ ବ୍ୟସ୍ତ ରହିପାରନ୍ତି । କିଛି ମାମଲାରେ ନିଜର ଅଭ୍ୟାସ ଯୋଗୁଁ ଚିନ୍ତାରେ ପଡିପାରନ୍ତି । ଦୀନ, ଦରିଦ୍ରମାନଙ୍କୁ ପୁରୁଣା କପଡା ଦାନ କରନ୍ତୁ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ । ଚାକିରୀ ଏବଂ ବ୍ୟବସାୟ ମାମଲାରେ ଏହି ସପ୍ତାହ ବହୁତ ଶୁଭ ରହିବ, ନିଜ ଲକ୍ଷ୍ୟକୁ ପାଇବାରେ ସଫଳ ହେବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଚଳିତ ସପ୍ତାହରେ ଖଳ ସ୍ଵଭାବର ଲୋକମାନଙ୍କ ସହ ମିଶି କିଛି ଭୁଲ କାମ କରିପାରନ୍ତି । ଏହି ସପ୍ତାହରେ ଆପଣ କାମରେ ଅତ୍ୟଧିକ ବ୍ୟସ୍ତ ଥିବାରୁ ପରିବାରକୁ ଅଧିକ ସମୟ ଦେବାରେ ସକ୍ଷମ ହେବ ନାହିଁ । ଚାକିରୀ କରୁଥିବା ବ୍ୟକ୍ତି ବିଶେଷମାନେ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ସମାଜରେ ଜନକଲ୍ୟାଣ ଭଳି କିଛି ଭଲ ଏବଂ ବଡ କାମ କରି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ । ବ୍ୟବସାୟରେ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବେ । ଆର୍ଥିକ ସ୍ଥିତି ଭଲ ରହିବା ଫଳରେ ପୁରୁଣା ରଣରୁ ମୁକ୍ତି ପାଇବେ । ରାଜନୀତିର ଲୋକମାନେ ସେମାନଙ୍କ ସଫଳତାରେ ଖୁସି ହେବେ । ଆପଣ ନିଜ ମନର ଭାବନକୁ ନିଜ ଜୀବନସାଥିଙ୍କ ସହ ସେୟାର କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ପେଟ ଯନ୍ତ୍ରଣା ଜନିତ ସମସ୍ୟାର ଦେଖାଦେଇପାରେ । ଟିକିଏ ନିଜର ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *