ସାପ୍ତାହିକ ରାଶିଫଳ : ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉନ୍ନତିର ଚରମ ଶିଖରରେ ପହଞ୍ଚିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ

ସାପ୍ତାହିକ ରାଶିଫଳ : ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉନ୍ନତିର ଚରମ ଶିଖରରେ ପହଞ୍ଚିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ

ସାପ୍ତାହିକ ରାଶିଫଳ : ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉନ୍ନତିର ଚରମ ଶିଖରରେ ପହଞ୍ଚିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (05 ଅପ୍ରେଲରୁ 11 ଅପ୍ରେଲ୍)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ କର୍ମକ୍ଷେତ୍ରରେ ଅବା ଅଫିସରେ ସହକର୍ମୀଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ କାରବାର ଭଲ ଥିଲେ ମଧ୍ୟ ସହକର୍ମୀଙ୍କ ସହ ମନାନ୍ତର ଯୋଗୁଁ ମନରେ ଚଞ୍ଚଳତା ରହିବ ନାହିଁ । କର୍ମକ୍ଷେତ୍ରରେ ସାମାନ୍ୟ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ଆପଣ ଯେଉଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେଥିରେ ନିଶ୍ଚିତ ସଫଳତା ପାଇବେ । ଅଫିସରେ ନିଜ କାର୍ଯ୍ୟକୁ ଗୁରୁତ୍ଵ ଦେବେ ଓ ସ୍ଥଗିତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ଯୋଗୁଁ ଉଚ୍ଚାଧିକାରୀ ମଧ୍ୟ ଆପଣଙ୍କ କାର୍ଯ୍ୟରେ ପ୍ରଶଂସିତ ହେବେ । ପରିବାରରେ କେତେକ ଅସ୍ଵାଭାବିକ ଘଟଣାର ସମ୍ମୁଖୀନ କରିବାକୁ ପଡିବ । ପାରିବାରିକ ସମସ୍ୟାକୁ ଭିତ୍ତି କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟ ମନାନ୍ତର ହୋଇପାରେ ଯାହାଫଳରେ ମନରେ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରନ୍ତୁ ନାହିଁ ବରଂ ନିଜ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀମାନେ ଆପଣଙ୍କ ସପକ୍ଷରେ ରହିବ । ଯଦି ଆପଣଙ୍କ କିଛି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି, ତେବେ ଚଳିତ ସପ୍ତାହଟି ଶେଷାର୍ଦ୍ଧରେ କାର୍ଯ୍ୟାରମ୍ଭ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । କିନ୍ତୁ ଯୋଜନାକୁ ଗୁପ୍ତ ରଖନ୍ତୁ । କାହା ସହିତ ଅଂଶୀଦାରରେ କୌଣସି କାରବାର ଅବା ନୂତନ କାର୍ଯ୍ୟାରମ୍ଭ କରନ୍ତୁ ନାହିଁ । ମନରେ ଏକାଗ୍ରତା ବଜାୟ ରଖନ୍ତୁ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଏହି ସପ୍ତାହରେ ବୈବାହିକ ଜୀବନରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ଓ ପରସ୍ପର ମଧ୍ୟରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଚଳିତ ସପ୍ତାହରେ ଏହି ରାଶିର ବ୍ୟକ୍ତିମାନଙ୍କ ପ୍ରୟାସ ଜାରି ରହିବ । ସପ୍ତାହରେ ମଧ୍ୟଭାଗରେ କାର୍ଯ୍ୟକୁ ସମ୍ୟକ ଆଶ୍ଵସ୍ତି ମିଳିବ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଧାର ଆସିବା ସହ ବାଧାବିଘ୍ନ ମଧ୍ୟ ଦୂର ହେବ । ଋଣ ଭାରରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ କୌଣସି ଗୁରୁ ଦାୟିତ୍ଵ ଅର୍ପଣ କରିପାରନ୍ତି, କାର୍ଯ୍ୟଭାର ମଧ୍ୟ ଅଧିକ ରହିବ । କିନ୍ତୁ ସହକର୍ମୀମାନଙ୍କ ଅସହଯୋଗ ଫଳରେ ମନରେ ବିତୁଷ୍ଣ ଭାବ ଜାତ ହେବ । ସାମାଜିକ ସ୍ତରରେ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକଙ୍କ ଆଦରଣୀୟ ହୋଇପାରିବେ । ଅଯଥା ବାଦବିବାଦ, ଯୁକ୍ତିତର୍କ କରନ୍ତୁ ନାହିଁ । ଆଇନଗତ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି । ଏହି ସପ୍ତାହରେ ପାରିବାରିକ ସୁଖଶାନ୍ତି ବଜାୟ ରହିଲେ ମଧ୍ୟ ଆପଣଙ୍କ ବୈବାହିକ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ । ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚଳିତ ସପ୍ତାହରେ, ଅତ୍ୟଧିକ ଖର୍ଚ୍ଚ ଦୁଶ୍ଚିନ୍ତାର କାରଣ ହେବ । ଲୋକମାନଙ୍କ କେତେକ ଗୁରୁତ୍ଵପୂର୍ଣ୍ଣ କାମଗୁଡିକ ସହଜରେ ଆପଣଙ୍କ ସମ୍ପାଦନ କରିବାରେ ସମର୍ଥ ହେବେ, ଯାହାଦ୍ୱାରା ସେମାନେ ଆପଣଙ୍କ ଉପରେ ବିଶ୍ଵାସ କରିନେବେ । କିନ୍ତୁ ବିବାଦୀୟ ପରିସ୍ଥିତିରେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା କରିବା ଆପଣଙ୍କ ସମାଧାନତା ଅବଲମ୍ବନ କରନ୍ତୁ, ଅନ୍ୟଥା ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ସାମାଜିକ ସ୍ତରରେ ଦୀର୍ଘର ଦିନର ଅଟକି ଥିବା କାର୍ଯ୍ୟକୁ ପୂରଣ କରିବା ଦ୍ଵାରା ସମାଜରେ ଆପଣଙ୍କ ଲୋକପ୍ରିୟତ ବୃଦ୍ଧି ପାଇବା ସହ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ । ଚଳିତ ସପ୍ତାହରେ, ଆପଣଙ୍କର ବିରୋଧୀମାନେ ସକ୍ରିୟ ହୋଇଉଠିବେ, ଆପଣଙ୍କ ଉନ୍ନତିପଥରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ନାନା ପ୍ରକାର ପ୍ରୟାସ କରିବେ । ଜୀବନ ସାଥିଙ୍କ ମନର ଭାବନକୁ ବୁଝିବେ ଓ ଜୀବନ ସାଥିଙ୍କ ସହ ଅଧିକ ସମୟ ଅତିବାହିକ କରିବେ । ଚଳିତ ସପ୍ତାହରେ ଆପଣ ବ୍ୟବସାୟ ସମ୍ବନ୍ଧୀୟ କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ପୂର୍ବ ଅପେକ୍ଷା ଭଲ ହେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ, ନିଜ ପରାକ୍ରମ ଦ୍ଵାରା ଦୁଃସାଧ୍ୟ କାର୍ଯ୍ୟ ମଧ୍ୟ ସମ୍ପାଦନ କରିପାରିବେ । କ୍ରୋଧର କାରଣରେ ନିଜର ପ୍ରିୟଜନଙ୍କୁ କଠୋର ବ୍ୟବହାର କରିବେ ଏବଂ ପରେ ଅନୁତାପ କରିବାକୁ ପଡିବ । କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ବଜାୟ ରହିବ । ଅଫିସରେ ଅଧିକାରୀମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ ଏବଂ ଆପଣ ଏକ ନୂତନ କାର୍ଯ୍ୟଭାର ମଧ୍ୟ ଗ୍ରହଣ କରିବାର ଯୋଗ ମଧ୍ୟ ରହିଛି । ପରିବାର ସଦସ୍ୟ ମଧ୍ୟ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଓ ବୃତ୍ତିଗତ କାର୍ଯ୍ୟରେ ଆପଣଙ୍କୁ ସହଯୋଗ କରିବେ । ସଠିକ ସମୟରେ କାମ ପୁରା ହେବା ଦ୍ୱାରା ମନକୁ ଆଶ୍ଵସ୍ତି ମିଳିବ । ସେୟାର ବଜାର ସହ ଜଡିତ ମାମଲାରେ କୌଣସି ବଡ଼ ନିଷ୍ପତ୍ତି ନ ନେବା ହିଁ ଭଲ ରହିବ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ସମାଜରେ କିଛି ଲୋକଙ୍କୁ ଭେଟିପାରନ୍ତି ଯାହାଦ୍ୱାରା ଆପଣଙ୍କ ଜୀବନରେ ଏକ ଗଭୀର ପ୍ରଭାବ ପଡିବ । ପ୍ରେମ ସମ୍ପର୍କରେ ଥିବା ଯୁଗଳ କିମ୍ବା ସ୍ଵାମୀ-ସ୍ତ୍ରୀଙ୍କ ପାଇଁ ସପ୍ତାହଟି ଭଲ ରହିବ । ଏହି ସପ୍ତାହ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆର୍ଥିକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଜୀବନର କେତେକ କଠିନ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ ଯେଉଁଥିକାରଣରୁ ଆପଣ ନିଜ ଦକ୍ଷତା ଉପରେ ବିଶ୍ୱାସ କରିବାକୁ ମଧ୍ୟ ଭୟ କରିପାରନ୍ତି । ପାରିବାରିକ ଜୀବନରେ ମତଭେଦ ଦେଖାଦେଇପାରେ । ସତର୍କତାର ସହ କାର୍ଯ୍ୟ କରିବା ଭଲ ହେବ, ଏହାଦ୍ଵାରା ଆପଣଙ୍କ ରାସ୍ତାରେ ଥିବା ଅସୁବିଧାକୁ ଏଡାଇ ପାରିବେ । ନିଜ କ୍ରୋଧକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହରେ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କରେ ମଧୁରତା ଆସିବ । ବ୍ୟବସାୟରେ ବାରମ୍ବାର ବିଫଳତା ଯୋଗୁଁ ଆପଣ ବିଚଳିତ ହେବେ । ଅଫିସରେ ବରିଷ୍ଠ କର୍ମଚାରୀ କିମ୍ବା ଉଚ୍ଚଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ମନମୁତାବକ ଲାଭ ପାଇବାର ଯୋଗ ରହିଛି । କାର୍ଯ୍ୟ ବ୍ୟସ୍ତତା ହେତୁ ମାନସିକ ଭାରସାମ୍ୟ ହୋଇପାରନ୍ତି କିନ୍ତୁ କର୍ମକ୍ଷେତ୍ରରେ କଠିନରୁ କଠିନ ପରିସ୍ଥିତିକୁ ମଧ୍ୟ ଆୟତ କରିବାରେ ସକ୍ଷମ ହେବେ । ଆର୍ଥିକ ସ୍ଥିତି ମଜବୁତ ରହିବା ଫଳରେ କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ମନସ୍ଥ କରିବେ । ନୂତନ ଯୋଜନାରେ ଜଡିତ ହେବାର ସୁଯୋଗ ମିଳିବ, ଯାହା ଆପଣଙ୍କ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ବନ୍ଧୁମାନଙ୍କର ସମ୍ପୂର୍ଣ୍ଣ ସହାୟତା ମିଳିବା ସହ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ପରାମର୍ଶରେ ସାମାଜିକ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସମର୍ଥ ହେବେ । ପ୍ରେମପୂର୍ଣ୍ଣ ବୈବାହିକ ଜୀବନ ଆପଣଙ୍କୁ ଖୁସି ରଖିବ । ଆପଣ ଭୂମି, ଘର କ୍ରୟ କରିପାରନ୍ତି କିମ୍ବା ସେୟାର ବଜାରରେ ବିନିଯୋଗ କରିପାରିବେ । ଚଳିତ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଚଳିତ ସପ୍ତାହରେ ବରିଷ୍ଠ ଅଧିକାରୀ ବର୍ଗ ଏବଂ ସମ୍ପର୍କୀୟମାନେ ସାହାଯ୍ୟର ହାତ ବଢାଇବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆପଣଙ୍କ କାର୍ଯ୍ୟକୁ ଅବରୋଧ କରିବାକୁ ଚେଷ୍ଟା କରିବେ । ବ୍ୟବସାୟର କୌଣସି ମାମଲାକୁ ନେଇ ଆପଣଙ୍କର ଚିନ୍ତା ରହିପାରନ୍ତି । ଅନ୍ୟମାନଙ୍କର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ । ଏହି ସପ୍ତାହରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବାର ଯୋଗ ରହିଛି । ତେଣୁ ଯଥାସମ୍ଭବ ଚେଷ୍ଟା କରନ୍ତୁ, ଖର୍ଚ୍ଚ ପରିମାଣ କମାଇବାକୁ । କୌଣସି କଥାର ଅଜ୍ଞାତ ଭୟ ଆପଣଙ୍କୁ ଚିନ୍ତିତ କରିପାରେ । କୋର୍ଟ କଚେରୀ ମାମଲାରେ ପରିସ୍ଥିତି ଆପଣଙ୍କ ପକ୍ଷେ ଅନୁକୂଳ ରହିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ପ୍ରେମପୂର୍ଣ୍ଣ ରହିବ । ବିବାଦୀୟ ମାମଲାରୁ ଦୂରେଇ ରହିବା ଆବଶ୍ୟକ, ନଚେତ ଅଯଥାରେ ଅପଦସ୍ଥ ହୋଇପାରନ୍ତି । କ୍ୟାରିଅରରେ ହଠାତ କିଛି ପରିବର୍ତ୍ତନ ଆସିପାରେ । ସ୍ଵସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଟିକିଏ ଦୁର୍ବଳ ହୋଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆପଣଙ୍କ ନିଜ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ କାରଣ ଆପଣଙ୍କ କଠୋର ଶବ୍ଦ ଆପଣଙ୍କ ପ୍ରିୟଜନଙ୍କ ମନକୁ ଆଘାତ ଦେଇପାରେ । ଯାହାଫଳରେ ପ୍ରିୟଜନଙ୍କ ସହ ମନାନ୍ତର ହେବାର ସମ୍ଭାବନା ରହିଛି । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନ ଉତ୍ଥାନପତନ ଲାଗିରହିବ । ଏପରିକି ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟରେ କ୍ଷତି ସହିବାକୁ ପଡିବ । ଠିକ ସେହିପରି ଚାକିରି କରୁଥିବା ବ୍ୟକ୍ତିମାନେ ମଧ୍ୟ ପ୍ରଥମାର୍ଦ୍ଧରେ ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । କିନ୍ତୁ ସପ୍ତାହର ମଧ୍ୟଭାଗରେ ବ୍ୟବସାୟରେ ଦେଖାଦେଇଥିବା ସମସ୍ୟା ଆପେଆପେ ଦୂରେଇ ଯିବ । ସମାଜର ଆନୁଷ୍ଟାନିକ କାର୍ଯ୍ୟରେ ସହଭାଗିତା କରିବେ । ଏହି ସପ୍ତାହ ପ୍ରେମ ଜୀବନରେ ଆପଣଙ୍କ ପାଇଁ ସ୍ମରଣୀୟ ରହିବ । କିନ୍ତୁ ମାଆଙ୍କ ସ୍ଵସ୍ଥ୍ୟାବସ୍ଥା ଜନିତ ଚିନ୍ତା ମନକୁ ବିଭ୍ରାନ୍ତ କରିପାରେ । ମେଡ଼ିକାଲ ଏବଂ ଆଇନ ପାଠ ପଢ଼ୁଥିବା ଛାତ୍ର ମାନଙ୍କ ପାଇଁ ଏହି ସପ୍ତାହର ସାତ ଦିନ ଭଲ ରହିବ । ରକ୍ତଚାପ ଏବଂ ଶ୍ୱାସ ରୋଗୀ ସାବଧାନତା ଅବଲମ୍ବନ କରନ୍ତୁ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣ ନିଜ ଜୀବନକୁ ଏକ ସରସ ଓ ସୁନ୍ଦର ଭାବରେ ଗଢି ତୋଳିବେ । ଚଳିତ ସପ୍ତାହରେ ସୁଖ ଏବଂ ସମୃଦ୍ଧିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଆଶାନୁରୁକ ଫଳ ପ୍ରାପ୍ତ କରିବେ । ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନଗୁଡିକ ସଠିକ୍ ଉତ୍ତର ପାଇପାରିବେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ରହିବ ଏବଂ ଲକ୍ଷ୍ୟ ପ୍ରାପ୍ତିର ଦ୍ଵାର ଉନ୍ମକ୍ତ ହେବ । ଆପଣଙ୍କ ପୂର୍ବ କାର୍ଯ୍ୟକଳାପ ଯୋଗୁଁ ସମାଜରେ ଚର୍ଚ୍ଚାର କେନ୍ଦ୍ର ସାଜିପାରନ୍ତି । ବ୍ୟବସାୟରେ ଆଶାତୀତ ଲାଭ ହେବାର ଯୋଗ ରହିଛି । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରିବା ପାଇଁ ମନସ୍ଥ କରିବେ କିନ୍ତୁ ସପ୍ତାହର ପ୍ରାରମ୍ଭରେ କରନ୍ତୁ ନାହିଁ । ଜୀବନ ସାଥୀଙ୍କ ନିକଟରେ ମନର ଭାବନକୁ ପରିପ୍ରକାଶ କରିପାରିବେ । ଏହି ସପ୍ତାହରେ ଜୀବନ ସାଥିଙ୍କ ସହ ନିକଟ କୌଣସି ବନ୍ଧୁଙ୍କ ଘରକୁ ଯାଇପାରନ୍ତି । ଶିକ୍ଷା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ବିଶେଷ ସଫଳତା ଅଛି । ସ୍ୱାସ୍ଥ୍ୟ ସଚେତନ ହେବାର ଆବଶ୍ୟକତା ଅଛି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ଲାଭଦାୟକ ରହିବ । ଆର୍ଥିକ ସ୍ଥିତି ବୃଦ୍ଧି ପାଇବ । ଚାକିରିରେ ଅଧିକାରୀବର୍ଗଙ୍କ ସହାୟତା ମିଳିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ମନ ସମୟରେ ଦ୍ଵନ୍ଦରେ ପଡ଼ିପାରନ୍ତି । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନେଲେ କ୍ଷତି ବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣ ଯଦି ଆପଣଙ୍କର ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିପାରିବେ, ତେବେ ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରିବ । ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟଗୁଡିକ ହଠାତ୍ ଅତି ସହଜରେ ସମ୍ପର୍ଣ୍ଣ କରି ଖୁସି ଅନୁଭବ କରିବେ । ବ୍ୟବସାୟ ଏବଂ ଚାକିରି ସହିତ ଜଡିତ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଦାମ୍ପତ୍ୟ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମନ୍ଵୟ ବଜାୟ ରହିବ । ପରସ୍ପର ସହମତରେ କାର୍ଯ୍ୟ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ, ଆପଣ ନିଜ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବେ । ଅଫିସ ଓ କର୍ମକ୍ଷେତ୍ରରେ ଅଧିକାରୀବର୍ଗ ଏବଂ ଘରେ ସଦସ୍ୟଙ୍କ ସହ ଯୁକ୍ତିତର୍କ କରିବା ଅର୍ଥ ସମସ୍ୟାର ଜାଲରେ ଛନ୍ଦି ହେବ ସହିତ ସମାନ । ଏହି ସପ୍ତାହରେ ଆପଣ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପ୍ରତ୍ୟେକ ସ୍ଥଳରେ ଆପଣ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ଦେଇ ଗତି କରିବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଉଦ୍ୟମ ଜାରି ରଖିବେ । କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ, ସହଯୋଗର ଅଭାବ ଅନୁଭବ କରିବେ ନାହିଁ । ଏପରି କି କେତେକ ସ୍ଥଳରେ ବନ୍ଧୁଙ୍କ ଦ୍ଵାରା ସମସ୍ୟାରୁ ମୁକ୍ତ ପାଇପାରିବେ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ, ଯାହାଫଳରେ କାର୍ଯ୍ୟଗୁଡିକ ତ୍ୱରାନ୍ୱିତ କରିପାରିବେ । ମନରେ କ୍ରୋଧ ସ୍ଵଭାବ ଜନ୍ମିବ, ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । କୌଣସି ଧାର୍ମିକ କାର୍ଯ୍ୟ କିମ୍ବା ଧାର୍ମିକ ସ୍ଥାନକୁ ଯିବାର ସୁଯୋଗ ମିଳିବ । ଯୁବକମାନଙ୍କୁ କ୍ୟାରିୟରରେ ଭଲ ବିକଳ୍ପ ମିଳିପାରେ । ପ୍ରେମ ଜୀବନରେ କୌଣସି ବିଶେଷ ପରିବର୍ତ୍ତନ ଆସିବ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

Leave a Reply

Your email address will not be published. Required fields are marked *