ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୪ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଧନ ଲାଭର ଯୋଗ ରହିଛି ।

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୪ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଧନ ଲାଭର ଯୋଗ ରହିଛି ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (04 ଜାନୁୟାରୀରୁ 10 ଜାନୁୟାରୀ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା ନିମ୍ନରେ ଥିବା ୧୨ଟି ରାଶି ମାନଙ୍କ ବିଷୟରେ :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହରେ ଆପଣଙ୍କୁ ଧନ ରୋଜଗାର ମାମଲାରେ ସଫଳତା ମିଳିବ । କିଛି ଲୋକଙ୍କ ପାଇଁ ଯାତ୍ରା ଦୌଡ଼ ଭାଗ ପୂର୍ଣ୍ଣ ଏବଂ ଚାପପୂର୍ଣ୍ଣ ରହିପାରେ । ଭାଗିଦାରୀ ଏବଂ ପ୍ରତିଦିନର କାମ ସମୟ ପୂର୍ବରୁ ପୁରା ହେବ । ଏହାଦ୍ଵାରା ଆପଣଙ୍କୁ ଲାଭ ମଧ୍ୟ ହେବ ।  ଏହି ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବାର ସମ୍ଭାବନା ରହିଛି । ତେବେ ହୋଇପାରେ କାର୍ଯ୍ୟସ୍ଥଳରେ ଆପଣଙ୍କୁ ଆଶା ଅନୁରୂପକ ଫଳ ମିଳିବ ନାହିଁ । ଚିନ୍ତାରୁ ମୁକ୍ତି ମିଳିବ । ସାଥୀଙ୍କର କଥାକୁ ହୃଦୟରେ ଲଗାନ୍ତୁ ନାହିଁ । ଆପଣଙ୍କ ପ୍ରେମ ଜୀବନରେ ସାମାନ୍ୟ ପୂର୍ଣ ରହିବ । ଏହି ସପ୍ତାହରେ ଆପଣଙ୍କ କ୍ୟାରିଅରରେ ଉନ୍ନତି ହେବ । ଆପଣ ଆପଣଙ୍କ ସମସ୍ତ ଚେଷ୍ଟାରେ ସଫଳତା ହାସଲ କରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସାବଧାନତା ଅବଲମ୍ବନ କରନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଋଣ ନେଇଥିବା ବ୍ୟକ୍ତିଙ୍କ ସହ କିଛି ଝଗଡା ହୋଇପାରେ । ଯଦି ଆପଣ ଜମି ନେବାକୁ ଭାବୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଠିକ୍ ଅଟେ । ଟିକିଏ ଅଧିକ ପରିଶ୍ରମ କରି ଆପଣ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିପାରିବେ । ଆପଣ ଆପଣଙ୍କ ଗୁଣର ବ୍ୟବହାର କରି ଧନ ରୋଜଗାର କରିବାରେ ସଫଳ ହେବେ, ଆପଣଙ୍କ ପ୍ରତିଛବି ମଧ୍ୟ ଭଲ ରହିବ । କିଛି ଆର୍ଥିକ କଠିନତା ଚିନ୍ତିତ କରିବ । ଆପଣଙ୍କର କୌଣସି ସ୍ୱତନ୍ତ୍ର ଯୋଜନା ସଫଳ ହୋଇପାରେ । ଏହି ସପ୍ତାହରେ କିଛି ଜାତକଙ୍କ ଜୀବନରେ ପ୍ରେମର ଖୁସି ଆସିପାରେ । ରୋଜଗାରର ସନ୍ଧାନରେ ଜଡିତ ହୋଇଥିବା ଜାତକ ମନ ଲଗାଇ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରସ୍ତୁତ କରନ୍ତୁ, ସଫଳତା ମିଳିବ । ଋତୁକାଳୀନ ରୋଗ ହୋଇପାରେ, ସାବଧାନ ରୁହନ୍ତୁ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହରେ କାମକାର୍ଯ୍ୟ ପାଇଁ ଆପଣଙ୍କୁ ଯାତ୍ରାରେ ଯିବାକୁ ପଡିପାରେ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । ଆପଣଙ୍କର କୌଣସି ନିକଟତର ବ୍ୟକ୍ତିଙ୍କର ବିଚାର ମଧ୍ୟ ଆପଣଙ୍କୁ ପ୍ରଭାବିତ କରିପାରେ । ଶିକ୍ଷାର୍ଥି ମାନଙ୍କୁ ଗ୍ରହର ଅନୁକୁଳତାର ଲାଭ ମିଳିବ । ଭୌତିକ ସୁଖ ବୃଦ୍ଧି ହେବ । ନିଜର ଟେଲେଣ୍ଟ ବଳରେ ଆପଣ ବ୍ୟବସାୟର କୌଣସି ନୂତନ ରାସ୍ତା ବାହାର କରିପାରିବେ । ଜୀବନସାଥୀଙ୍କ ଠାରୁ ଉପହାର ମିଳିବାର ଯୋଗ ରହିଛି । ଛାତ୍ର ମାନଙ୍କୁ ସଫଳତା ମିଳିବ । ଚାକିରୀ କ୍ଷେତ୍ରରେ ଏହି ସପ୍ତାହ ଭଲ ରହିବ । ଥଣ୍ଡା ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହଟି ରାଜନୀତିଜ୍ଞ ମାନଙ୍କ କ୍ଷେତ୍ରରେ ବିଶେଷ ଲାଭଦାୟକ ସମୟ ହେବ । କୌଣସି ପ୍ରଭାବଶାଳୀ ବ୍ୟକ୍ତି ଆପଣଙ୍କ ପରିଶ୍ରମ ଦ୍ୱାରା ଖୁସି ହେବେ । ପୂର୍ବରୁ ହୋଇଥିବା କ୍ଷତିର କ୍ଷତିପୂରଣ ଏହି ସପ୍ତାହରେ ହୋଇପାରେ । ଶୁଣା କଥା ଉପରେ କେବେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ ଏବଂ ନିଜ ବିବେକ ଦ୍ୱାରା ସମସ୍ୟାର ସମାଧାନ ବାହାର କରିବାପାଇଁ ଚେଷ୍ଟା କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ଭଲ ସଫଳତାର ଅବସର ମିଳିବ ଏବଂ ମନ ନୂତନ କାର୍ଯ୍ୟ ଉପରେ କେନ୍ଦ୍ରିତ ହେବ । ପ୍ରେମ ମାମଲାରେ ଏହି ସପ୍ତାହ ହୃଦୟରେ ଆଘାତ ଲାଗିବାର ସମ୍ଭାବନା ରହିଛି । କ୍ୟାରିଅରରେ ଆପଣଙ୍କୁ ଉତ୍ଥାନପତନ ପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ପୁରୁଣା ରୋଗରୁ ମୁକ୍ତି ପାଇପାରିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହରେ ସଚେତନ ରହିବାର ଆବଶ୍ୟକତା ରହିଛି, ଚାପରେ ଆସି କୌଣସି ପ୍ରକାରର ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ । କାମକାର୍ଯ୍ୟ ବଢିବାର ଯୋଜନା ହେବ । ମନର କିଛି ଭାବନା ଆପଣଙ୍କ ପାଇଁ ଚିନ୍ତା ସୃଷ୍ଟି କରିପାରେ । ଚାକିରୀରେ ଆପଣଙ୍କୁ ନୂତନ ଦାୟିତ୍ଵ ମିଳିପାରେ । ରଚନାତ୍ମକ କାର୍ଯ୍ୟ ଦ୍ୱାରା ଲୋକପ୍ରିୟ ହେବେ । ବ୍ୟବସାୟ କାମରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଘର ପରିବାରରେ ଅନେକ ମାଙ୍ଗଳିକ ଆୟୋଜନ ସମ୍ଭବ ଅଟେ । ଜୀବନସାଥିଙ୍କ ଠାରୁ କୌଣସି ବଡ଼ ଖୁସିଖବର ଶୁଣିବାକୁ ମିଳିପାରେ । ପ୍ରତିଯୋଗୀ ପରୀକ୍ଷାରେ ଜଡିତ ହୋଇଥିବା ଜାତକ ମନ ଲଗାଇ ପ୍ରସ୍ତୁତ କରନ୍ତୁ, ଖୁବଶୀଘ୍ର କୌଣସି ଭଲ ଖବର ମିଳିବ । ଆପଣ ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇପାରନ୍ତି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କନ୍ୟା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଠିକ୍ ହେବ ଏହି ସପ୍ତାହ ଆପଣ ଆପଣଙ୍କ ମୁଣ୍ଡକୁ ଖୋଲା ରଖନ୍ତୁ । କୌଣସି କଥା କହିବା ପୂର୍ବରୁ ପ୍ରତ୍ୟେକ କଥାକୁ ନିଶ୍ଚିତ କରନ୍ତୁ । ଲାଭଦାୟକ ନିବେଶର ସୁଯୋଗ ମିଳିପାରେ । ନିଜର କାଯ୍ୟକୁ ପୂର୍ଣ୍ଣ କରିବା ପାଇଁ ସମୟ ବାହାର କରନ୍ତୁ । କୌଣସି ନୂଆ କାଯ୍ୟରେ ଆଗ୍ରହ ସହିତ ଉତ୍ସାହିତ ହେବେ । ଅନେକ ଦାୟିତ୍ୱ ମନକୁ କଷ୍ଟ ଦେବ । ଘର-ପରିବାରରେ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପ୍ରଶଂସାର ପାତ୍ର କରେଇବ । ଆପଣଙ୍କୁ ଆପଣଙ୍କ ପ୍ରକୃତ ପ୍ରେମ ମିଳିବାର ମଧ୍ୟ ସଂପୂର୍ଣ୍ଣ ସମ୍ଭାବନା ଅଛି । ସମ୍ପତ୍ତି ଏବଂ ବ୍ୟବସାୟ ସହିତ ଜଡିତ ବହୁତ ଲାଭ ହୋଇପାରେ । ସ୍ୱାସ୍ଥ୍ୟକୁ ନେଇ ଏହି ସପ୍ତାହଟିରେ ଆପଣଙ୍କ ପାଇଁ ବହୁତ ଭଲ ରହିବାର ସମ୍ଭାବନା ଅଛି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହ ଖର୍ଚ୍ଚରେ ବୃଦ୍ଧି ହେବାର ସମ୍ଭାବନା ଅଛି । ସବୁଜାଗାରେ ଅନ୍ୟର ଆଲୋଚନା କରନ୍ତୁ ନାହିଁ । କାଯ୍ୟକ୍ଷେତ୍ରରେ ଆପଣ ଭଲ ସଫଳତା ହାସଲ କରିପାରିବେ । କୌଣସି କାଯ୍ୟକୁ କରିବା ସମୟରେ କୌଣସି ପ୍ରକାରର ଖରାପ ଭାବନା ମନକୁ ଆଣନ୍ତୁ ନାହିଁ । ଆୟର କିଛି ନୂତନ ମାଧ୍ୟମ ଉପଲବ୍ଧ ହେବ । ନିଜର ସମସ୍ତ କାଯ୍ୟରେ ସଫଳତା ପ୍ରାପ୍ତ କରିବେ । ଶାସନ-ସରକାରଙ୍କ ସହ ଜଡିତ ଲୋକଙ୍କ ପାଇଁ ସମୟ ଅନୁକୂଳ ହେବ । ସମ୍ପର୍କୀୟଙ୍କ କଥାକୁ ଖରାପ ଭାବନ୍ତୁ ନାହିଁ । ସାଥୀଙ୍କ ଭାବନାକୁ ବୁଝନ୍ତୁ । ସାଥୀଙ୍କୁ ଆପଣଙ୍କ ଆବଶ୍ୟକ ଅଟେ । ଟଙ୍କାର ଆମଦାନୀରେ ଅସୁବିଧା ଆସିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହି ସପ୍ତାହ ସ୍ୱାସ୍ଥ୍ୟରେ ଅସୁବିଧା ହୋଇପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବିଛା ରାଶିର ବ୍ୟକ୍ତି ମାନେ ଏହି ସପ୍ତାହରେ ଆପଣଙ୍କ କାଯ୍ୟକ୍ଷେତ୍ରରେ ବୌଦ୍ଧିକ କ୍ଷମତାର ଲାଭ ଉଠାଇବେ । କୌଣସି ନୂଆ ପ୍ରୋଜେକ୍ଟରେ ନିବେଶ କରିବାକୁ ଭାବୁଛନ୍ତି ତେବେ ଏହା ସଠିକ ସମୟ ଅଟେ, ଲାଭ ମିଳିବାର ସମ୍ଭାବନା ଅଛି । ବ୍ୟବସାୟ କରୁଛନ୍ତି ତେବେ ଅତିରିକ୍ତ ଆୟ ଚକରରେ ପଡ଼ନ୍ତୁ ନାହିଁ । ଆପଣଙ୍କୁ ଆପଣଙ୍କ ଦୁର୍ବଳ ହେଉଥିବା ସାମାଜିକ ପ୍ରଭାବକୁ ଆହୁରି ଭଲ କରିବା ପାଇଁ ସଂଘର୍ଷ କରିବାକୁ ହେବ । ଭଲ ଭାବନା ଲକ୍ଷ୍ୟକୁ ସଫଳ କରିବ । ଦୁନିଆର ଭାଗଦୌଡ଼ରୁ ଦୂରରେ ରହିକି ସାଥୀଙ୍କ ସହିତ ସମୟ ବିତାଇପାରିବେ । ଛାତ୍ରମାନେ ନିଜ କ୍ୟାରିୟରର ସଫଳତାରେ ଖୁସି ହେବେ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ମୁଣ୍ଡବିନ୍ଧା ଏବଂ ଚର୍ମର ସମସ୍ୟା ଠାରୁ ଦୂରେଇ ରହିବା ଉଚିତ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହଟିରେ ଆପଣଙ୍କ କାଯ୍ୟରେ ଅସୁବିଧା ଆସିପାରେ କିନ୍ତୁ ଆପଣ ସଫଳତାର ଆଶା ରଖିପାରିବେ, ପ୍ରୟାସ ଜାରି ରଖନ୍ତୁ । ମନକୁ କିଛି ସୃଜନଶୀଳ ଏବଂ ଭଲ କାର୍ଯ୍ୟରେ ଲଗାନ୍ତୁ । ଆପଣଙ୍କ ସମ୍ମାନ ବଢିବ । ନିଜର କାର୍ଯ୍ୟ କରିବାର ପଦ୍ଧତିକୁ ବଦଳିପାରିବେ । ଏହି ସପ୍ତାହ ଆପଣଙ୍କୁ ଆପଣଙ୍କ ପ୍ରିୟ ଲୋକଙ୍କ ସହିତ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଜିନିଷ ଏବଂ ସ୍ଥିତି କର୍ମକ୍ଷେତ୍ରରେ ଭଲ ରହିବ । ବ୍ୟବସାୟରେ ଲାଭ ପ୍ରାପ୍ତ କରିବେ । ଅବିବାହିତ ଜାତକ ନିଜ ଭଲପାଇବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଏହି ସପ୍ତାହ ଆପଣଙ୍କୁ ଫୁର୍ତୀ ଅନୁଭବ ହେବ । ସତେଜଭରା ସପ୍ତାହ ରହିବ । ସ୍ୱାସ୍ଥ୍ୟ ପାଇଁ ବିଶେଷ ଯତ୍ନର ଆବଶ୍ୟକ ଅଟେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମକର ରାଶିର ବ୍ୟକ୍ତି ମାନଙ୍କ ପାଇଁ ଘର ପରିବର୍ତ୍ତନ କରିବାର ଯୋଗ ରହିଛି କିନ୍ତୁ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ । ଛୋଟ ଯାତ୍ରା ହେବାର ମଧ୍ୟ ଯୋଗ ହୋଇପାରେ । ପୁରୁଣା ଚେଷ୍ଟାର ଲାଭ ଏହି ଦିନ ଗୁଡିକରେ ମିଳିଯିବ । ପାରିବାରିକ ରୂପରେ କିଛି ସମସ୍ୟା ଆସିପାରେ । ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ଜୀବନସାଥୀଙ୍କ ଦ୍ଵାରା କରାଯାଇଥିବା କାମ ଯୋଗୁଁ ସମ୍ମାନ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ । କାର୍ଯ୍ୟକ୍ଷେତ୍ରରେ ବିରୋଧୀ ମାନଙ୍କର ସକ୍ରିୟତା ପ୍ରତି ସାବଧାନ ରୁହନ୍ତୁ । ପ୍ରେମ ଜୀବନରେ ସୁଖ ଶାନ୍ତି ଆସିବ । ଏହାସହ ରୋମାନ୍ସ ମଧ୍ୟ ଫେରି ଆସିବ । ବ୍ୟବସାୟ ଏବଂ କାର୍ଯ୍ୟକ୍ଷେତ୍ରରେ ଭଲ ଲାଭ ମିଳିପାରେ । ପେଟ ଏବଂ ମୋଟାପଣର ସମସ୍ୟା ଯୋଗୁଁ ଚିନ୍ତା ରହିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହଟିରେ ଆପଣଙ୍କ ମନରେ ଦ୍ଵନ୍ଦ ରହିବ । ଅନେକ ଦିନରୁ ରହିଯାଇଥିବା ମହତ୍ତ୍ୱପୂର୍ଣ୍ଣ କାଯ୍ୟ ସମାଧାନ ହେବ । ମନରେ ଆସୁଥିବା ବିଚାରକୁ ନିୟନ୍ତ୍ରଣରେ ରଖନ୍ତୁ । ନିଜ ବ୍ୟକ୍ତିତ୍ଵରେ ଅଳ୍ପ ପରିବର୍ତ୍ତନ ଆଣନ୍ତୁ, ଭାବନାରେ ନଆସି ଧୈଯ୍ୟ ଏବଂ ଶାନ୍ତିର ସହିତ ସମସ୍ୟାର ସମାଧାନ କରନ୍ତୁ । ଆପଣ ଆପଣଙ୍କ ଶତ୍ରୁ ମାନଙ୍କ ପ୍ରତି ସତର୍କ ରୁହନ୍ତୁ । ଆପଣଙ୍କ ବୈବାହିକ ଜୀବନ ଭଲ ରହିବ । ହଠାତ ଧନ ଲାଭ ହେବ । ପାରିବାରିକ ସମସ୍ୟାକୁ ସମାଧାନ ପାଇଁ କେନ୍ଦ୍ରିତ ହେବେ । ଜୀବନସାଥୀ ସହିତ ସମ୍ୱନ୍ଧରେ ମଜବୁତ ଆସିବ । କର୍ମକ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧି ହେବାର ଆଶା ଅଛି । ଏହି ସପ୍ତାହ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଅଟେ । ଆପଣଙ୍କୁ ରକ୍ତଚାପର ଧ୍ୟାନ ରଖିବା ଉଚିତ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମୀନ ରାଶିର ବ୍ୟକ୍ତି ବିଶେଷ ମାନେ ଯାତ୍ରାକୁ ଯିବାଦ୍ଵାରା ବ୍ୟବସାୟକୁ ନେଇ ନୂଆ ଯୋଜନା ମନକୁ ଆସିପାରେ । ଏହି ସପ୍ତାହରେ ଟଙ୍କା ରହିପାରେ । କିଛି ମାମଲାରେ ଭାଗ୍ୟର ସାଥ ମିଳିପାରିବ ନାହିଁ । ନିଜକୁ ଅସୁବିଧାରୁ ଦୁରେଇ ରଖିବା ପାଇଁ ପ୍ରତ୍ୟେକ ନିୟମ-କାନୁନକୁ ଆନ୍ତରିକତା ସହିତ ପାଳନ କରନ୍ତୁ । ଆପଣଙ୍କୁ ମିଳିଥିବା ସୁଯୋଗକୁ ସଂପୂର୍ଣ୍ଣ ଭାବେ ଖରାପ କରିଦେବେ ତେବେ ଏହି କ୍ଷତି ଆପଣଙ୍କୁ ସହିବାକୁ ହେବ । କୌଣସି ନୂତନ ଦିଗରେ ସକରାତ୍ମକ ଭାବନା ନିଶ୍ଚିତ ରଙ୍ଗ ଆଣିବ । ପ୍ରେମଜୀବନ ଭଲ ହେବାର ସମ୍ଭାବନା ଅଛି, ସାଥୀଙ୍କ ଭାବନାର ଯତ୍ନ ନିଅନ୍ତୁ । ଏହି ସପ୍ତାହ ଆପଣଙ୍କୁ ଚାକିରୀରେ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ ଅଟେ, ଅସାବଧାନତା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

Leave a Reply

Your email address will not be published. Required fields are marked *