ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ୪ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ୪ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ୪ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ସ୍ଥଗିତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଓ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୦୩ ମଇରୁ ୦୯ ମଇ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଚଳିତ ସପ୍ତାହରେ ଦୀର୍ଘ ସମୟରୁ ଲାଗିଥିବା ବାଦବିବାଦ, ସଂଘର୍ଷ ଆଦି ଦୂର ହେବ ଓ ସମ୍ପର୍କରେ ଦୃଢତା ଆସିବ । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସପ୍ତାହ ଆରମ୍ଭରେ କିଛି ସମସ୍ୟା ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ବୁଝି ବିଚାରୀ ପଦକ୍ଷେପ ନିଅନ୍ତୁ । ସପ୍ତାହର ପ୍ରଥମ ଦୁଇ ଦିନ କର୍ମକ୍ଷେତ୍ରରେ ସାମୟିକ କେତେକ ବ୍ୟତିକ୍ରମ ଯୋଗୁଁ କର୍ମକ୍ଷେତ୍ର ପ୍ରତି ଆଗ୍ରହ ଜନ୍ମିବ ନାହିଁ । ପଶ୍ଚ୍ୟାନ୍ତରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ହେବ । ଚାକିରୀରେ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଲୋକଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସାମାଜରେ ଜନକଲ୍ୟାଣ କାର୍ଯ୍ୟରେ ଯୋଗଦେଇପାରନ୍ତି । ପ୍ରେମ ସମ୍ବନ୍ଧରେ ମନରେ ଦୃଢ଼ତା ଆସିବ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବନା ବଢ଼ିବ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିନ୍ତୁ ଓ ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ । ଅଯଥା ଚିନ୍ତା ମାନସିକ ସନ୍ତୁଳନରେ ବ୍ୟାହତ ସୃଷ୍ଟି କରିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଚଳିତ ସପ୍ତାହରେ କେତେକ ବିରିଷ୍ଠ ଓ ସମାଜର ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ କରିବେ । ବ୍ୟବସାୟମାନଙ୍କ ସପ୍ତାହଟି ଅନୁକୂଳ ରହିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ ବଳାଇବେ । କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୟୋସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ବ୍ୟବସାୟରେ ଆଶାତୀତ ସଫଳତା ପାଇବେ । ସ୍ଥଗିତି ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ନିକଟ ସମ୍ପର୍କୀୟ ଓ ବନ୍ଧୁମାନେ ସାହାଯ୍ୟ କରିବେ । ସାମାଜିକ କାର୍ଯ୍ୟକଳାପରେ ଭାଗ ନେବାର ସୁଯୋଗ ମିଳିବ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସପ୍ତାହର ମଝିରେ କରିବାକୁ ପ୍ରୟାସ କରନ୍ତୁ । ପରିବାରର କେତେକ ସମସ୍ୟାକୁ କେନ୍ଦ୍ର କରି ମନରେ ସରସତା ରହିବ ନାହିଁ । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗରେ ପୁନଶ୍ଚ ପୀଡିତ ହୋଇପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବ୍ୟବସାୟିକ ଉଦ୍ୟୋଗରେ କୈଶଳ ଏବଂ ବୁଦ୍ଧି ଦ୍ଵାରା ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ । ପ୍ରତିଯୋଗିତା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦୂରଦୃଷ୍ଟି ଏବଂ ବୁଝାମଣା ସହିତ କାର୍ଯ୍ୟ କରିବ । ବ୍ୟବସାୟ ପାଇଁ ନୂତନ ଲୋକଙ୍କ ସହ ଯୋଗାଯୋଗ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ କୌଣସି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇପାରେ । ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିପାରନ୍ତି । ବେରୋଜଗାରୀମାନେ ଚାକିରୀ ସହ ଜଡ଼ିତ ଇଣ୍ଟରଭିୟୁରେ କୃତକାର୍ଯ୍ୟ ହେବେ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ଅନ୍ୟାୟ ବିରୋଧରେ ସ୍ଵର ଉତ୍ତୋଳନ କରିବେ, ସମାଜର କିଛି ବ୍ୟକ୍ତି ଆପଣଙ୍କୁ ସହଯୋଗ କରିବେ । ପାରିବାରିକ ଓ ବୈବାହିକ ଜୀବନରେ ସୁଖଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଈର୍ଷାପରାୟଣ ଏବଂ ଅବିଶ୍ୱାସୀ ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ । ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ମାଧ୍ୟମ ଫଳ ପ୍ରଦାନ କରିବ । ବିପରୀତ ପରିସ୍ଥିତି ସୃଷ୍ଟି ହେବା ସମୟରେ ନିଜ ରାଗ ଉପରେ ନିୟତ୍ରଣ ରଖନ୍ତୁ । ବୃତ୍ତିଗତ ଜୀବନରେ ଲାଭଦାୟକ ପରିବର୍ତ୍ତନ ଆସିବ, ଯାହା ସମୃଦ୍ଧିର ମାଧ୍ୟମ ବୃଦ୍ଧି କରିବ । ଯେଉଁ ଲୋକ ଆପଣଙ୍କ ସହିତ ସହଯୋଗର କାମ କରୁଛନ୍ତି ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଧାର୍ମିକ କାମରେ ଟଙ୍କା ଖର୍ଚ ହେବ । ସମୟର ମହତ୍ତ୍ୱକୁ ବୁଝିସୁଝି କାର୍ଯ୍ୟ କରନ୍ତୁ ଏବଂ ଭବିଷ୍ୟତ ପାଇଁ ନିଷ୍ପତ୍ତି ନିଅନ୍ତୁ । ଚାକିରି କ୍ଷେତ୍ରରେ ଉଚ୍ଚାଧିକରୀଙ୍କ ସହ ସମ୍ପର୍କ ଭଲ ରହିବ । କୌଣସି ଦସ୍ତାବିଜ ବା ଦଲିଲକୁ ଭଲ ଭାବରେ ପଢି ଦସ୍ତକ୍ଷତ କରନ୍ତୁ । ଜୀବନସାଥୀ ସହିତ କୌଣସି କଥାକୁ ନେଇ ବିବାଦ ଲାଗିପାରେ, ଯାହାଫଳରେ ସମ୍ପର୍କର ଦୂରତା ବଢିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତିଜ୍ଞା ଏବଂ ପ୍ରତିଶ୍ରୁତି ପୂରଣ ବ୍ୟକ୍ତିଗତ ସମ୍ପର୍କରେ ଆନନ୍ଦ ଆଣିଦେବ । ଘରେ ସୌହାର୍ଦ୍ଦ୍ୟ ଏବଂ କର୍ମକ୍ଷେତ୍ରରେ ସୌହାର୍ଦ୍ଦ୍ୟ ହେତୁ, ଆପଣ ଦାୟିତ୍ବ ପୂରଣ କରିବାକୁ ଏବଂ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ପରିବାର ଏବଂ ସାଙ୍ଗମାନଙ୍କ ସହିତ ସୁଖଦ ସମୟ ବିତାଇବେ । ଆପଣ ଅତ୍ୟଧିକ ସମ୍ପର୍କ ଏବଂ ନାଟକୀୟତା ପାଇଁ ଆଗ୍ରହୀ ନୁହଁନ୍ତି । ଅର୍ଥପୂର୍ଣ୍ଣ ସମ୍ପର୍କ ଖୋଜିବେ । ପ୍ରେମର ଆରମ୍ଭ ହେବ ଯେଉଁଠାରେ କୌଣସି ସର୍ତ୍ତ ନାହିଁ । ଆପଣ ଆରାମଦାୟକ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । କୌଣସି ଅନାବଶ୍ୟକତା ଠାରୁ ଦୂରେଇ ରୁହନ୍ତୁ । ଏହି ସପ୍ତାହରେ ଆପଣ ବ୍ୟବସାୟକୁ କେନ୍ଦ୍ର କରି ଦୂର ସ୍ଥାନକୁ ଯାତ୍ରା କରିବେ । ବିନା ସ୍ଵାର୍ଥରେ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବେ । ନିଜ ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ ଏବଂ ଆପଣଙ୍କ ମନର ଭାବକୁ ଜୀବନସାଥିକୁ ଜଣାଇବେ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ନିଜକୁ ଆପଣ ସତେଜତା ଏବଂ ସୁଖ ଅନୁଭବ କରିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ ଏବଂ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏକ ବିଶେଷ ବନ୍ଧୁଙ୍କ ସହିତ ସଂଯୋଗ ବଜାୟ ରହିବ ଏବଂ ଭଲ ସମୟ ବିତାଇବେ । ପରିସ୍ଥିତିକୁ ଅତ୍ୟଧିକ ବିଶ୍ଳେଷଣ କରିବା ଦ୍ଵାରା ଦ୍ଵନ୍ଦ ସୃଷ୍ଟି ହେବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ଅନୁଭବ ହେବ । ପ୍ରେମ ସବନ୍ଧ ପାଇଁ ଏହି ସପ୍ତାହ ବହୁତ ଅନୁକୂଳ ରହିବ । ଅଫିସର ବାତାବରଣ ଆପଣଙ୍କ ଫେବରରେ ହୋଇପାରେ । ଆପଣଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାର ଶକ୍ତି ବଳରେ ଆପଣ ସଫଳତା ହାସଲ କରିବେ । ଆପଣଙ୍କ ବନ୍ଧୁତ୍ଵର ପରିସର ବୃଦ୍ଧି ପାଇପାରେ । କିଛି ନୂଆ ସ୍ଥାନକୁ ଯିବାର ସମ୍ଭାବନା ରହିଛି ଏବଂ ନୂତନ ଲୋକଙ୍କୁ ଭେଟି ଲାଭନୀତ୍ୱ ହେବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସହଧର୍ମୀଙ୍କ ସହଯୋଗ ପାଇବେ । ଚକ୍ଷୁ ସମ୍ବନ୍ଧୀୟ ସାମସ୍ୟା ଦେଖାଦେଇପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଧୂମପାନ କରୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହି ସପ୍ତାହରେ ଅଧିକ ପରିଶ୍ରମ କରିବେ । ବ୍ୟବସାୟ ବାଣିଜ୍ୟରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହାକୁ ଏକାକୀ ହିଁ ସମ୍ମୁଖୀନ କରିବେ ଓ ସମସ୍ୟାର ସମାଧାନ ମଧ୍ୟ କରିବାରେ ସମର୍ଥ ହେବେ । ଘର, ଜମିଜମା, ଆଦି କିଣିବା ପାଇଁ ଚଳିତ ସପ୍ତାହଟି ଭଲ ସମୟ ଅଟେ । ଈର୍ଷାପରାୟଣ ସହକର୍ମୀ ଆପଣଙ୍କ ସ୍ଥାନ ପାଇବାକୁ ଚେଷ୍ଟା କରିବେ, କିନ୍ତୁ ସଫଳ ହେବେ ନାହିଁ । ବ୍ୟକ୍ତିଗତ ସମ୍ପର୍କ ଦୃଢ ଏବଂ ନିୟନ୍ତ୍ରଣରେ ରହିବ । ସମ୍ପର୍କ ଉପରେ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବ । ସରକାରୀ କର୍ମଚାରୀଙ୍କ ପାଇଁ ସମୟ ଭଲ ରହିବ । ଭାବିଥିବା କାମ ପୁରା ହେବାକୁ ଟିକେ ସମୟ ଲାଗିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଜନିତ ସାମାନ୍ୟରେ ସମକ୍ୟ ଉନ୍ନତି ପରିଲକ୍ଷିତ ହେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ସବୁ ଆର୍ଥିକ ସମସ୍ୟାରୁ ମୁକ୍ତିମିଳିବ । ପରିବାରର ସଦସ୍ୟ କୌଣସି ଜିନିଷ ପାଇଁ ଦାବି କରିପାରନ୍ତି । ଆପଣଙ୍କୁ ନିଜ ପରିଶ୍ରମରେ ବହୁତ ବଡ ସଫଳତା ମିଳିବ । ବ୍ୟବସାୟରେ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ତରବାରିଆ ହୋଇ କୌଣସି ପଦକ୍ଷେପ ବା ନିଷ୍ପତ୍ତି ନିଅନ୍ତୁ ନାହିଁ । ରାଜନୀତିର ଲୋକମାନେ ସେମାନଙ୍କ ସଫଳତାରେ ଖୁସି ହେବେ । ସମାଜରେ ଜନକଲ୍ୟାଣ ନିମନ୍ତେ କିଛି ଭଲ ଏବଂ ବଡ କାମ କରିବେ । ବ୍ୟବସାୟ ସୁଯୋଗ ମଙ୍ଗଳ କରିବ, ଲାଭଦାୟକତା ନିଶ୍ଚିତ କରିବ । ସମ୍ପତ୍ତି କିମ୍ବା ଘରେ ବିନିଯୋଗ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ ଏବଂ ପ୍ରେମ ସହିତ ବ୍ୟକ୍ତିଗତ ସମ୍ପର୍କ ମଜବୁତ ହେବ । ବ୍ୟକ୍ତିଗତ ସମ୍ପର୍କ ପ୍ରତିବଦ୍ଧତା ଏବଂ ସମୟ ଆବଶ୍ୟକ କରେ। ଅତ୍ୟଧିକ ଶାରୀରିକ ପରିଶ୍ରମରୁ ଦୂରେଇ ରୁହନ୍ତୁ, ନଚେତ୍ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଯତ୍ନର ସହ ଗାଡି ଚଲାନ୍ତୁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ସବୁ ଚିନ୍ତା ଶେଷ ହୋଇଯିବ ଏବଂ ସୁଖ ସମୃଦ୍ଧିରେ ବୃଦ୍ଧି ହେବ । ଅତ୍ୟାଧିକ କାର୍ଯ୍ୟଚାପ ଯୋଗୁଁ ମାନସିକ ଭାରସାମ୍ୟ ହୋରାଇପାରନ୍ତି ଓ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କୁ ଆର୍ଥିକ ଲାଭର ସମ୍ଭାବନା ଅଛି । ପ୍ରଶାସନିକ ସେବା ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ଅସ୍ଥିର ସ୍ଵଭାବ ପାଇଁ ଆପଣଙ୍କ ପ୍ରିୟଙ୍କ ସହିତ ମତଭେଦ ହୋଇପାରେ । ଯେଉଁ ବ୍ୟକ୍ତି ନିଜ ଜୀବନରେ କୌଣସି ସାଥି ଆସିବା ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ଏହି ସପ୍ତାହ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହେବ । ନକାରାତ୍ମକ ପରିସ୍ଥିତିରେ ଜଡ଼ିତ ହେବା ପରିବର୍ତ୍ତେ ଆଗକୁ ବଢନ୍ତୁ । ଶାରୀରିକ ବିଷୟକୁ ଅଣଦେଖା କରନ୍ତୁ ନାହିଁ, ବରଂ ସମୟ ଦେଇ ସମାଧାନ କରନ୍ତୁ । ବ୍ୟକ୍ତିଗତ ସଂପର୍କରେ ପ୍ରେମ ରହିବ । ପୁରୁଣା ରୋଗ ଚିନ୍ତିତ କରିପାରେ । ଆଘାତ ମଧ୍ୟ ଲାଗିପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କର ଅଟକିଥିବା ମାମଲା ଆଗକୁ ଯିବ ଏବଂ ଖର୍ଚ ଆପଣଙ୍କ ମନରେ ରହିବ । ଦୀର୍ଘ ସମୟରୁ ଭୁଲ ବୁଝାମୁଣା ଯୋଗୁଁ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ପାଚେରୀ ସୃଷ୍ଟି ହୋଇଥିଲା, ସେହି ଭୁଲ ବୁଝାମୁଣାକୁ ନେଇ ଅନୁତାପ କରିବେ ଓ ସେହି ସମ୍ପର୍କୀୟଙ୍କ ସହ ପୁନଃସମ୍ପର୍କ ସୃଷ୍ଟି ହୋଇପାରିବ । ଆପଣଙ୍କୁ ନିଜର ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିପାରେ । ଜମିଜମା, ଗୃହ କିଣିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସହକର୍ମୀମାନେ ବିଶ୍ୱାସଘାତକ କରିପାରନ୍ତି, ତେଣୁ ସତର୍କତାର ସହ କର୍ମକ୍ଷେତ୍ରରେ ଜଗି ରହି କାର୍ଯ୍ୟ କରନ୍ତୁ ଓ ନିଜର କାର୍ଯ୍ୟକଳାପ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ପାରିବାରିକ ପରିସ୍ଥିତି ଏବଂ ବ୍ୟକ୍ତିଗତ ଯୋଜନା ଏକ ସକରାତ୍ମକ ଦିଗରେ ଗତି କରିବ କାର୍ଯ୍ୟ କିମ୍ବା ବାସସ୍ଥାନ ବଦଳାଇବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଥକ୍କାପଣ ଓ ଅନିଦ୍ରା ଯୋଗୁଁ ଅସୁସ୍ଥା ଅନୁଭବ କରିପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ ଆପଣଙ୍କ ଜୀବନକୁ ନୂଆ ଖୁସି ଆସିବ । ଆପଣଙ୍କ ପରିବାରର ପୁରୁଣା ଲୋନକୁ ସୁଝିବାରେ ଆପଣ ସଫଳ ହେବେ । ବ୍ୟବସାୟ ଦୃଷ୍ଟିକୋଣରୁ ଆପଣଙ୍କୁ ବହୁତ ଧନ ଲାଭ ହେବ । ଆପଣଙ୍କ ପ୍ରଗତି ପାଇଁ ନୂଆ ରାସ୍ତା ଖୋଲିବ । ଅଫିସ କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ, ଅଯଥା କଥାବାର୍ତ୍ତା କିମ୍ବା ଯୁକ୍ତିତର୍କ କରିବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହି ସପ୍ତାହରେ କୌଣସି ବି ପରିବର୍ତ୍ତନ ନୂଆ ସଫଳତା ଆଣିବ । ନିଜ ପ୍ରିୟଜନଙ୍କୁ କିଛି ରାଗି କୁହନ୍ତୁ ନାହିଁ ନହେଲେ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିପାରେ । ରୋଜଗାରରେ କିଛି ଆକସ୍ମିକ ସଫଳତା ମିଳିପାରେ । ପରିବାରରେ ଭାଇ ଭଉଣୀଙ୍କ ସହ ଚାଲିଥିବା ମତଭେଦ ଦୂର ହେବ । କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ଭଲ ଖବର ପ୍ରାପ୍ତି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବା ସହ ଆପଣ ସତେଜତା ଏବଂ ସୁଖ ଅନୁଭବ କରିବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ, ଆପଣ ଆର୍ଥିକ କାରବାର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିପାରନ୍ତି ଏବଂ ପରିବାରର ଆବଶ୍ୟକତା ମଧ୍ୟ ପୂରଣ କରିବାରେ ସକ୍ଷମ ହେବେ । ବ୍ୟବସାୟୀଙ୍କ ପାଇଁ ଏହି ସପ୍ତାହ ଭଲ ଅଛି । କାର୍ଯ୍ୟକ୍ଷେତ୍ରରେ ନିଜର କ୍ଷମତାର ଭରପୁର ଲାଭ ଉଠାଇବେ । କାର୍ଯ୍ୟ ଏବଂ ବ୍ୟବସାୟରେ ପ୍ରଗତି ପାଇଁ ପରିଶ୍ରମ କରିବାକୁ ପଡିବ । ଅଫିସରେ ଉଚ୍ଚଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ । ସାମାଜିକ କ୍ଷେତ୍ରରେ ଜନହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ । ଜୀବନ ସାଥୀଙ୍କ ଠାରୁ ସମର୍ଥନ ପାଇବେ । ବୈବାହିକ ଜୀବନରେ ସମ୍ପର୍କ ସୁଦୃଢ ରହିବ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ସମସ୍ୟା ଭଲ ରହିବ ଯଦିଓ ଆପଣ ଅବହେଳା କରିବା ଉଚିତ୍ ନୁହେଁ । ସପ୍ତାହ ଶେଷରେ ହଠାତ୍ କୌଣସି ଭଲ ଖବର ସମଗ୍ର ପରିବାରକୁ ଖୁସି କରିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

Leave a Reply

Your email address will not be published. Required fields are marked *