ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଆର୍ଥିକ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଆର୍ଥିକ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ଓ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିନେବେ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୩୧ ମଇରୁ ୦୬ ଜୁନ୍)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଚଳିତ ସପ୍ତାହରେ ପରିବାର ବର୍ଗ, ନିକଟ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହ ସମ୍ପର୍କ ଭଲ ରହିବ । କର୍ମକ୍ଷେତ୍ରରେ କାରବାର ବୃଦ୍ଧି କରିବା ପାଇଁ ନୂଆ ନୂଆ ଯୋଜନାକୁ କାର୍ଯ୍ୟକାରୀ କରାଇବେ । ଏଥିନିମନ୍ତେ ପରିବାର ସଦସ୍ୟ, ନିକଟ ସମ୍ପର୍କୀୟ ଓ ବନ୍ଧୁବର୍ଗମାନେ ସହଯୋଗର ହାତ ବଢାଇବେ । ଆର୍ଥିକ ସ୍ଥିତିରେ ବିଶେଷ କିଛି ଅସୁବିଧା ହେବ ନାହିଁ କିନ୍ତୁ ମନେ ରଖନ୍ତୁ ସପ୍ତାହ ଶେଷ ଦୁଇ ଦିନରେ ଆର୍ଥିକ ନଣଦେଣ କରନ୍ତୁ ନାହିଁ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀ ପ୍ରଶଂସିତ ହେବେ ଓ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ନ୍ୟସ୍ତ କରିପାରନ୍ତି । କୌଣସ ଓ ବୁଦ୍ଧି ବଳରେ ସାମାଜିକ କ୍ଷେତ୍ରରେ ସ୍ଥଗିତ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିନେବେ । ତଥାପି ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଚରିତ୍ରରେ ଦାଗ ଲଗାଇବାକୁ ଚେଷ୍ଟା କରିବେ । ପାରିବାରିକ ସ୍ତରରେ ଉତ୍ତମ ବୁଝାମୁଣା ରହିବ । ଚକ୍ଷୁ ସମ୍ବନ୍ଧୀୟ କୌଣସି ରୋଗର ଶିକାର ହୋଇପାରନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦୀର୍ଘଦିନ ଧରି ଯେଉଁ ସମସ୍ୟା ଚାଲିଥିଲା ଚଳିତ ସପ୍ତାହରେ ସେହି ସମସ୍ୟାରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ । ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଏପରି କେତେକ ଅଧିନସ୍ଥ କର୍ମଚାରୀଙ୍କ ଆବଶ୍ୟକତାକୁ ବୁଝି ସାହାଯ୍ୟର ହାତ ବଢାଇବେ । କର୍ମକ୍ଷେତ୍ରରେ କାରବାର ବୃଦ୍ଧି ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିବେ, ତାହାକୁ ଗୁପ୍ତ ରଖନ୍ତୁ । ସପ୍ତାହର ପ୍ରାରମ୍ଭରେ ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରନ୍ତୁ, ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାରିବାରିକ ସ୍ତରରେ କେତେକ ସମସ୍ୟାକୁ ଭିତ୍ତି କରି ମନରେ ଚଞ୍ଚଳତା ରହିବ ନାହିଁ । ଏପରି କି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ମତପାର୍ଥକ୍ୟ ଦେଖାଦେଇପାରେ । ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତ ରହିଲେ ସପ୍ତାହର ଅନ୍ତରେ ପେଟ ସମ୍ବନ୍ଧୀୟ ରୋଗ ଦେଖାଦେଇପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆର୍ଥିକ ସମ୍ବନ୍ଧୀୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ଅଭିଜ୍ଞବ୍ୟକ୍ତି ବିଶେଷଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ କେତେକାଂଶରେ ଉପକୃତ ହୋଇପାରିବେ । ଅଫିସ ସମ୍ବନ୍ଧୀୟ ଫାଇଲ କାମକୁ ନେଇ ବ୍ୟସ୍ତବିବ୍ରତ ରହିବେ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ରୋଜଗାରର ଅନ୍ଵେଷଣ କରିବେ ଓ ଜଣେ ବନ୍ଧୁଙ୍କ ବଦାନ୍ୟତାରୁ ପରିଶେଷରେ ଲକ୍ଷ୍ୟସ୍ଥାନରେ ପହଞ୍ଚି ପାରିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ଆପଣ ସେସବୁକୁ ଗୁରୁତ୍ଵାରୋପ ଦେବେ ନାହିଁ । ସହଧର୍ମୀଙ୍କ ପ୍ରେରଣାରେ କେତେକ କାର୍ଯ୍ୟ ସାହାଯ୍ୟରେ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ସ୍ଵସ୍ଥ୍ୟାବସ୍ଥାରେ ଅବନତି ଯୋଗୁଁ ମନ ବିବ୍ରତ ରହିବ । ରକ୍ତଚାପ ଜନିତ ସମସ୍ୟା ଦେଖାଦେଇପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚଳିତ ସପ୍ତାହରେ ନିକଟ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହ ସମ୍ପର୍କ କିପରି ମଜବୁତ ରହିବ ସେ ବିଷୟରେ ଅଧିକ ପ୍ରଯତ୍ନ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ କଥାଗୁଡିକ ଗଣ୍ଠି ପକାଇ ବସିଲେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ବ୍ୟବସାୟ, ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିବ । କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କରିଲେ, ଉପକୃତ ମିଳିବ । ଅଫିସ୍ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବାରେ ସହକର୍ମୀଙ୍କ ସହଯୋଗ ଲୋଡିବେ । ବିନୟ ପୂର୍ଣ୍ଣ କଥା କହି ସାମାଜିକ ସ୍ତରରେ ଅଟକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ପାରିବାରିକ ସମସ୍ୟାକୁ ନେଇ ବୈବାହିକ ଜୀବନରେ ସାମୟିକ ମତପାର୍ଥକ୍ୟ ଦେଖାଦେଇପାରେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ କାର୍ଯ୍ୟର ଚାପରେ ଚିନ୍ତିତ ହୁଅନ୍ତୁ ନାହିଁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଅନ୍ୟମାନଙ୍କ ସହ କଥାବାର୍ତ୍ତରେ ସଂଯମତା ଆଚରଣ କରନ୍ତୁ ଅନ୍ୟଥା ସମ୍ପର୍କହାନୀର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ବିରୋଧୀମାନେ ନାନା ପ୍ରକାର ଅନ୍ତରାୟ ସୃଷ୍ଟି କରିବାକୁ ପ୍ରୟାସ କରିବେ । ଧୌର୍ଯ୍ୟହରା ନ ହୋଇ ପରିସ୍ଥିତିର ସମ୍ମୁଖୀନ କରିଲେ ଉପକୃତ ନିଶ୍ଚୟ ମିଳିବ । ସପ୍ତାହର ଶେଷ ଦୁଇ/ତିନି ଦିନ ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କୌଣସି କ୍ଷେତ୍ରରେ ବିନିଯୋଗ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ସମାଜରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ ହେବ, ଯାହାଫଳରେ ଉନ୍ନୟନ କାର୍ଯ୍ୟରେ ଉଗ୍ରଗତି ଘଟିବ । ଅନ୍ୟ ବ୍ୟକ୍ତିଙ୍କ ଉପସ୍ଥତିକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ସାମୟିକ ପିଠି ଯନ୍ତ୍ରଣା ଲାଗିରହିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦୟାକ ରହିବ । ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଦୀର୍ଘ ଦିନରୁ ମନରେ ଯେଉଁ ଆଶା ଆକାଂକ୍ଷା ରହିଥିଲା, ତାହାକୁ ପୂରଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ସମ୍ବନ୍ଧୀୟ କାରବାର ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ଆପଣଙ୍କ କାମକୁ ନେଇ ସମସ୍ତେ ପ୍ରଶଂସା କରିବେ । ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ସାମାଜିକ ସ୍ତରରେ ହାତକୁ ନେଇଥିବା କାର୍ଯ୍ୟରେ ସଂପୂର୍ଣ୍ଣ କରିବା ଫଳରେ ସମାଜରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ସହଧର୍ମୀଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବେ । ପାରିବାରିକ ସ୍ତରରେ ପରସ୍ପର ମଧ୍ୟରେ ସ୍ନେହ, ସଦ୍-ଭାବ ବଜାୟ ରହିବ । କାର୍ଯ୍ୟର ଚାପ ଅଧିକ ଯୋଗୁଁ ଥକ୍କାପଣ ଅନୁଭବ କରିପାରନ୍ତି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣଙ୍କ ଜୀବନରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ନାନା ପ୍ରକାର ପ୍ରତିରୋଧ କରିବେ । ଆରମ୍ଭ କରିବାକୁ ଥିବା ନୂତନ କାର୍ଯ୍ୟଟିକୁ ବାଧ୍ୟବାଦ୍ଧୋକତା ସହ ସ୍ଥଗିତ କରିବାକୁ ପଡିବ । ନିଜ ଆତ୍ମୀୟ ସ୍ଵଜନମାନେ ମଧ୍ୟ ବିଶ୍ଵାସଘାତ କରିପାରନ୍ତି । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟର ଚାପ ଅଧିକ ରହିବ । ସରକାର ସ୍ତରରୁ ଆଶା କରୁଥିବା ଆର୍ଥିକ ସହାୟତା ପାଇପାରିବେ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ଝଡ ଉଠିପାରେ । ସହଧର୍ମୀଙ୍କ ସହଯୋଗରେ କେତେକ ପାରିବାରିକ ସମସ୍ୟାର ସମାଧାନ ହୋଇପାରିବ । ଅନିୟମିତ ଖାଦ୍ୟପେୟ ଯୋଗୁଁ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣ ନିଜ କାର୍ଯ୍ୟକୁ ଠିକ୍ ଭାବରେ ସମାପନ କରିପାରିବେ । କର୍ମକ୍ଷେତ୍ରରେ ଆତ୍ମୀୟ ସ୍ଵଜନଙ୍କ ବ୍ୟତୀତ ବନ୍ଧୁମାନଙ୍କ ସହଯୋଗ ମିଳିବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବା କାରଣରୁ ଆର୍ଥିକ ସ୍ଥିତିରେ ସମ୍ୟକ ସୁଧାର ଆସିବ ଓ ଋଣ ପରିଶୋଧ କରିବା ପାଇଁ ଚିନ୍ତା କରିବେ । ଅଫିସିଆଲ୍ କାର୍ଯ୍ୟରେ ଚାପ ଅଧିକ ରହିବା ସହ କେତେକ ଈର୍ଷାନ୍ଵିତ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟରେ ମୁଣ୍ଡ ପୁରାଇ ଆପଣଙ୍କୁ ଜଟିଳ ପରିସ୍ଥିତିରେ ପକାଇବାକୁ ଚେଷ୍ଟା କରିବେ । ଜନସେବା ପରି କାର୍ଯ୍ୟରେ ନିଜକୁ ସାମିଲ କରିବାର ସୁଯୋଗ ପାଇବେ । ନିକଟ ସମ୍ପର୍କୀୟଙ୍କ ସହ ଭୁଲ ବୁଝାମୁଣା ଯୋଗୁଁ ସମ୍ପର୍କରେ ଯେଉଁ ଫାଟ ପଟିଥିଲା, ତାହାକୁ ସୁଧାରୀ ନେବେ । ଅପରିଚିତ ବ୍ୟକ୍ତିଙ୍କୁ ନିର୍ଭର କରି ଅସୁବିଧାରେ ପଡ଼ିପାରନ୍ତି । ବୈବାହିକ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଏହି ସପ୍ତାହରେ କାର୍ଯ୍ୟ ହାସଲ କରିବା ନିମନ୍ତେ ଅଧିକ ଖର୍ଚ୍ଚାନ୍ତ ବହନ କରିବାକୁ ପଡିବ । ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ମନରେ ସରସତା ରହିବ ନାହିଁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପାରସ୍ପରିକ ବିଶ୍ୱାସ ଯୋଗୁଁ ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ବଜାୟ ରହିବ । ଏପରିକି କର୍ମକ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । କିନ୍ତୁ କର୍ମକ୍ଷେତ୍ରରେ ଅନ୍ଧ ଭାବରେ ଅନ୍ୟକୁ ବିଶ୍ଵାସ କରି ଅସୁବିଧାରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଚଳିତ ସପ୍ତାହରେ ଅଫିସ କାମ ଅଧିକ ରହିଲେ ମଧ୍ୟ ଆପଣଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ କମ ହାସଲ କରିନେବେ । ସମାଜରେ ଆପଣଙ୍କ ପ୍ରତିପତ୍ତି ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସାନ୍ନିଧ୍ୟ ଲାଭ କରିବେ ଓ ପୂର୍ବରୁ ଲାଗିରହିଥିବା ଦ୍ଵନ୍ଦ ଆପଣା ଛାଏଁ ଦୂରେଇ ଯିବ । ଏହି ସପ୍ତାହରେ ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ମନର ଭାବନକୁ ବୁଝି ପରସ୍ପରକୁ ସାହାଯ୍ୟ କରିବେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ରହିଲେ ମଧ୍ୟ ସପ୍ତାହ ଅନ୍ତରେ ପେଟ ସମ୍ବନ୍ଧୀୟ ରୋଗ ଦେଖାଦେବାର ସମ୍ଭାବନା ରହିଛି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ବିବାହିତ ଜୀବନ ସୁଖମୟ ରହିବ । ଯଦି ଆପଣ ନିଜ କ୍ୟାରିୟରରେ କିଛି ପରିବର୍ତ୍ତନ ଆଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ ଧୌର୍ଯ୍ୟଧରି ସମୟର ଅପେକ୍ଷା କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମଧ୍ୟମ ଧରଣ ରହିବ । କିନ୍ତୁ କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । କର୍ମକ୍ଷେତ୍ର ଓ ଅଫିସରେ ସହକର୍ମୟଙ୍କ ସହ ସମ୍ପର୍କ ଭଲ ରହିବା ସହ ମିଳିମିଶି କାର୍ଯ୍ୟ କରିବେ ଏବଂ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ । ଆନୁଷ୍ଠାନିକ କାର୍ଯ୍ୟରେ ଲକ୍ଷ୍ୟ ହାସଲ ନିମନ୍ତେ ପରିଶ୍ରମ ଟିକେ ଅଧିକ କରିବାକୁ ପଡିବ । ପାରିବାରିକ ସ୍ତରରେ ସୁସ୍ଥ ବାତାବରଣ ରହିବ କିନ୍ତୁ ସପ୍ତାହର ଶେଷାର୍ଦ୍ଧରେ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉତ୍କଟ ରୂପ ନେଇପାରେ । ଜୀବନ ସାଥିଙ୍କ ମନୋର ଭାବନକୁ ବୁଝିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କ ରୁହନ୍ତୁ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଶାଶୁ ଶାଶ୍ଵରଙ୍କ ଅନୁକମ୍ପାରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବା ଯୋଗୁଁ ମନରେ ନାନା ପ୍ରକାର ଆଶାନ୍ତି ଲାଗିରହିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ଖାମଖିଆଲ ମନୋବୃତ୍ତି ଓ ଅସହନୀୟ କଥାବାର୍ତ୍ତା ଯୋଗୁଁ ମନରେ କ୍ଷୋଭ ଭାବ ଜାତ ହେବ । ଆର୍ଥିକ ରୋଜଗାର ବୃଦ୍ଧି ନିମନ୍ତେ ନାନା ପ୍ରକାର ଚେଷ୍ଟା କରିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ଆଧ୍ୟାତ୍ମିକ ଦିଗ ପ୍ରତି ମନ ଆକର୍ଷିତ ହେବ । ପ୍ରତ୍ୟେକ କ୍ଷେତ୍ରରେ ଜୀବାନାଥୀଙ୍କ ସମର୍ଥନ ପାଇବେ ଓ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ସ୍ଵାସ୍ଥ୍ୟକୁ ନେଇ ଯତ୍ନଶୀଳ ରୁହନ୍ତୁ, ଆଘାତ କିମ୍ବା ଛୋଟିଆ ଦୁର୍ଘଟଣା ହେବାର ସମ୍ଭବନା ରହିଛି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ସହ ସମ୍ପାଦନ କରିବାକୁ ଉଦ୍ୟମ ଜାରି ରଖିବେ । ମନରେ ଆନନ୍ଦ ରହିବା କାରଣରୁ କର୍ମକ୍ଷେତ୍ରରେ ମଧ୍ୟ ବିନଦ୍ଵିଧାରେ କାର୍ଯ୍ୟ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଗୁପ୍ତ ଶତ୍ରୁମାନଙ୍କ ଠାରୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ । ନଚେତ ଆପଣଙ୍କ କର୍ମକ୍ଷେତ୍ରରେ ସେମାନେ ଅସୁବିଧା ସୃଷ୍ଟି କରିପାରନ୍ତି । ବହୁ ପ୍ରତିକ୍ଷିତ କାର୍ଯ୍ୟଟି ଚଳିତ ସପ୍ତାହରେ ବନ୍ଧୁଙ୍କ ସହାୟତାରେ ସଂପୂର୍ଣ୍ଣ କରିନେବେ, ଯାହାଫଳରେ ମନରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଅଫିସରେ କାର୍ଯ୍ୟର ଚାପ ବୃଦ୍ଧି ପାଇବା ଫଳରେ ଅଫିସ ସମ୍ବନ୍ଧୀୟ କାର୍ଯ୍ୟଗୁଡିକ ସମାପନ କରିବାରେ ଇଚ୍ଛା ପ୍ରକାଶ କରିବେ ନାହିଁ । ସାମାଜିକ ସ୍ତରରେ ଉନ୍ନୟକ ମୂଳକ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ହସ ଖୁସିର ମୋହଲ୍ଲ ରହିବ । ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

Leave a Reply

Your email address will not be published. Required fields are marked *