ସାପ୍ତାହିକ ରାଶିଫଳ : ମାସର ଶେଷ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭୋଳାନାଥଙ୍କ ଅପର କୃପା ! ପୂରଣ

ସାପ୍ତାହିକ ରାଶିଫଳ : ମାସର ଶେଷ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭୋଳାନାଥଙ୍କ ଅପର କୃପା ! ପୂରଣ

ସାପ୍ତାହିକ ରାଶିଫଳ : ମାସର ଶେଷ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭୋଳାନାଥଙ୍କ ଅପର କୃପା ! ପୂରଣ ହେବ ମନୋବାଞ୍ଛା ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୩୦ ନଭେମ୍ବରରୁ ୦୬ ଡିସେମ୍ବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହ ଆପଣଙ୍କୁ ବଡ ସଫଳତା ମିଳିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆପଣ ଅତୁଳନୀୟ ସଫଳତା ହାସଲ କରିବେ । ଅଫିସରେ ଆପଣଙ୍କ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ମନରେ ଆଶା ବାନ୍ଧିଥିବା ନୂତନ ଲକ୍ଷ୍ୟ ପଥରେ ଅଗ୍ରସର ହେବେ । ବ୍ୟବସାୟ ସମନ୍ଧୀୟ କେତେକ କାମ ନିମନ୍ତେ ଆପଣଙ୍କ ମନରେ ଏକ ନୂତନ ଧାରଣା ଆସିବ, କିନ୍ତୁ କାର୍ଯ୍ୟର ଚାପ ଅତ୍ୟଧିକ ହେତୁ ଆପଣଙ୍କ ଚାପ ସାମାନ୍ୟ ବ୍ୟସ୍ତତା ଅନୁଭବ କରିବେ । ବେରୋଜଗାର ଥିବା ବ୍ୟକ୍ତିଙ୍କୁ ଏହି ସପ୍ତାହରେ ଏକ ଭଲ ଚାକିରିର ସୁଯୋଗ ମିଳିପାରେ । ଦାମ୍ପତ୍ୟ ଜୀବନରେ ପ୍ରେମର ଅଭାବ ଅନୁଭବ କରିବେ । ସ୍ୱାସ୍ଥ୍ୟ ସମସ୍ୟାରେ ଉତ୍ଥାନପତନ ଲାଗିରହିବା ଫଳରେ ସାମାନ୍ୟ ଚିନ୍ତିତ ରହିବେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅଫିସରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ଆପଣଙ୍କ ପଦୋନ୍ନତିର ହେବାର ଯୋଗ ରହିଛି । ପ୍ରତ୍ୟେକ କ୍ଷେତ୍ରର ଭଲ ପ୍ରଦର୍ଶନ ଦ୍ୱାରା ଆପଣ ଓ ଆପଣଙ୍କ ପରିବାର ସଦସ୍ୟମାନେ ମଧ୍ୟ ଖୁସି ଅନୁଭବ କରିବେ । ଏହି ସପ୍ତାହରେ ଘରର ପରିବେଶ ଶାନ୍ତଶିଷ୍ଟ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗୁ ଦେବା ନିମନ୍ତେ ଆପଣଙ୍କ ମନରେ ଆଗ୍ରହ ଜନ୍ମିବା । ବ୍ୟବସାୟ ସମ୍ବନ୍ଧିତ କେତେକ କାର୍ଯ୍ୟ ନିମନ୍ତେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଦୀର୍ଘ ଦିନରୁ ଅଟକିଥିବ କାର୍ଯ୍ୟକୁ ଆପଣ ଏହି ସପ୍ତାହରେ ପୂରଣ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଧୌର୍ଯ୍ୟ କାର୍ଯ୍ୟ କରନ୍ତୁ, ଧୀରେ ଧୀରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଜୀବନ ସାଥିଙ୍କୁ ପର୍ଯ୍ୟାପ୍ତ ସମୟ ଦେଇପାରିବେ ନାହିଁ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରମାନେ ସଫଳତା ପାଇବେ । ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ କାରଣ ପ୍ରତିକୂଳ ବଶତଃ କେତେକ କାର୍ଯ୍ୟ ନିମନ୍ତେ ମୁଣ୍ଡବିନ୍ଧା ପରି ସମସ୍ୟାର ସମ୍ମୁଖିନ ହୋଇପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସମ୍ଭାବନା ଅଛି । ବ୍ୟବସାୟ ବାଣିଜ୍ୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡିବ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । କେତେକ ଜରୁରୀ କାର୍ଯ୍ୟକୁ ପୂର୍ଣ୍ଣ କରିବା ନିମନ୍ତେ ଆର୍ଥିକର ସମ୍ନା କରିବାକୁ ପଡ଼ିବ । ଆପଣଙ୍କ ପାରିବାରିକ ଓ ବୈବାହିକ ଜୀବନ ଭଲ ରହିବ । ଆପଣ ନିଜ ସାଙ୍ଗ ସାଥିମାନଙ୍କ ସହିତ ସୁଖଦ ସମୟ ବିତାଇ ପାରନ୍ତି । ସପ୍ତାହର ଶେଷାର୍ଦ୍ଧରେ ଭାଗ୍ୟଉଦୟ ହେବାକୁ ପ୍ରବଳ ଯୋଗ ଅଛି । ଭାଗ୍ୟର ସହଯୋଗ ମିଳିବ ଫଳରେ ସମସ୍ତ କାର୍ଯ୍ୟକୁ ପୂରଣ କରିବା ପାଇଁ ମନରେ ତତ୍ପର ପ୍ରକାଶ ପାଇବ । ଏହି ସପ୍ତାହରେ ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରଇବ । ପ୍ରେମିକାର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଏହି ସପ୍ତାହରେ ଚାକିରି କରୁଥିବା କର୍ମଜୀବିମାନଙ୍କ ପ୍ରୋମସନ୍ ହେବାର ପ୍ରବଳ ଯୋଗ ରହିଛି । ପେଟ ବ୍ୟଥା ଓ ମୁଣ୍ଡ ବ୍ୟଥା ହେବାର ବହୁତ ସମ୍ଭାବନା ଅଛି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆପଣ ପରିବାର ପାଇଁ ସମୟ ଦେବାରେ ସକ୍ଷମ ହେବେ ନାହିଁ । ଏହି ସପ୍ତାହରେ, କହିରି ସହିତ ମଧ୍ୟ ଅଯଥା କଥାବାର୍ତ୍ତା କିମ୍ବା ଯୁକ୍ତିତର୍କ କରନ୍ତୁ ନାହିଁ । ବ୍ୟବସାୟୀମାନଙ୍କୁ ବହୁତ ଧାଆଁ ଦଉଡ କରିବାକୁ ପଡିବ । ସପ୍ତାହର ପ୍ରଥମାର୍ଦ୍ଧରେ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ରହିବ । ପରିବାରରେ ଉଭୟ ମାଆ ଓ ବାପାଙ୍କ ଆଶୀର୍ବାଦ ପାଇବେ ଓ ଦୁହେଁଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ କରି କର୍ମକ୍ଷେତ୍ରରେ ଆଗକୁ ବଢିବେ । ଏହି ସପ୍ତାହରେ ଆପଣ ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବ ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ପରସ୍ପର ସହିତ ଭୁଲ୍ ବୁଝାମୁଣା ଯୋଗୁଁ ଦାମ୍ପତ୍ୟ ଜୀବନରେ ମନାନ୍ତର ଦେଖାଦେଇପାରେ । ଏହି ସପ୍ତାହରେ ଆପଣଙ୍କ ନିଜ କ୍ୟାରିଅର୍ ଏକ ନୂତନ ଦିଗଦର୍ଶନ ପାଇବ । ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପଦୋନ୍ନତିର ଯୋଗ ରହିଛି । ପାଣିପାଗର ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବୟସ୍କମାନଙ୍କ ସହଯୋଗରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣଙ୍କ ଦ୍ୱାରା ସମାପ୍ତ ହେବ । ବ୍ୟବସାୟ ସହ ଜଡିତ ନୂତନ ଲୋକମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆପଣ ଏକ ସୁଯୋଗ ପାଇବେ । ନୂତନ ଲୋକଙ୍କୁ ଭେଟିବା ଅର୍ଥ ସପ୍ତାହର ମଧ୍ୟ ଭାଗରେ ଆପଣ ଲାଭଦାୟକ ହେବାର ପ୍ରବଳ ସମ୍ଭାବନା ରହିଛି । ବ୍ୟବସାୟରେ ହଠାତ୍ ଲାଭ ପାଇବେ । ଅଫିସରେ ଯେକୌଣସି ଜଟିଳ ବିଷୟ ଏହି ସପ୍ତାହରେ ସମାଧାନ କରିପାରିବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ପରିବାରରେ ଶାନ୍ତିଶିଷ୍ଟ ବଜାୟ ରହିବ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଚଳିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଦିଗପ୍ରତି ଆକର୍ଷିତ ହେବେ । ଆପଙ୍କ ବ୍ୟବହାର ଓ ଆଚରଣ ଯୋଗୁଁ ଲୋକଙ୍କ ଦ୍ଵାରା ପ୍ରଶଂସିତ ହେବ । ଆପଣ ନିଜର ଆର୍ଥିକ ସ୍ଥିତିର ବୃଦ୍ଧି ନିମନ୍ତେ ଉପ୍ରାଣ ଉଦ୍ୟମ କରିବେ । ପରିବାରର ଜଣେ ସଦସ୍ୟଙ୍କ ସମସ୍ୟା ଆପଣଙ୍କ ମନକୁ ବିଭ୍ରାନ୍ତ କରିପାରେ । ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ଅବା ପରିବାରର ବୟୋସ୍କ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅଯଥା କଥାଗୁଡିକ ଚିନ୍ତା କରି ମାନସିକ ଉତ୍ତେଜନା ମଧ୍ୟରେ ଅଧିକାଂଶ ସମୟ ରହିବେ । ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଦାମ୍ପତ୍ୟ ଜୀବନରେ ସୁଖଦ ଫଳାଫଳ ପାଇବ । ଜୀବନ ସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଦୃଢ ରହିବ । ପାଣିପାଗର ପରିବର୍ତ୍ତନ ଯୋଗୁଁ ଅସ୍ଵାଭାବିକ ଭାବେ ଥଣ୍ଡା, ଜ୍ଵର ଦେଖାଦେଇପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ, ଆପଣଙ୍କ ନାନାଦି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେଣୁ ସଂଯମତା ସହିତ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ସାକାରାତ୍ମକ ପ୍ରତିଫଳନ ପାଇବେ । ଆପଣ ଚଳିତ ସପ୍ତାହରେ ପ୍ରଚାର ଓ ପ୍ରସାର ମାଧ୍ୟମରେ ନିଜ ବ୍ୟବସାୟର ବିସ୍ତାର କରିବେ ଓ ଉପକୃତ ମଧ୍ୟ ହେବେ । ବ୍ୟବସାୟ ସମ୍ବନ୍ଧରେ ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ସପ୍ତାହରେ ଆପଣଙ୍କ ନିଜ ପରିବାର ଓ ନିଜ ଜୀବନ ସାଥିଙ୍କ ପାଇଁ କିଛି ସମୟ ଦେବା ଦରକାର । ଅବିବାହିତମାନଙ୍କ ଜୀବନରେ ପ୍ରେମର ଆଶା ସଞ୍ଚାର ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ମସଲା ଓ ତେଲ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଅନ୍ଧଭାବରେ କାହାରୀକୁ ବିଶ୍ଵାସ କରିବା ଅର୍ଥ ନିଜେ ଠକାମିରେ ପଡିବ । ତେଣୁ କାହାରୀକୁ ମଧ୍ୟ ଅଧନ ଭାବରେ ବିଶ୍ଵାସ କରନ୍ତୁ ନାହିଁ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ମିତ୍ରତାର ଛଳରେ ଆପଣଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବେ ଓ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା ମଧ୍ୟ କରିବେ । ତେଣୁ ସତର୍କତାର ସହ ଚାଲିବା ଭଲ ହେବ ଏବଂ ମନର ଭାବନକୁ ଅନ୍ୟମାନଙ୍କ ସମ୍ମୁଖୀନ ପ୍ରକାଶ ନ କରିବା ଭଲ ହେବ, ଅନ୍ୟଥା ଶତ୍ରୁମାନେ ଆପଣଙ୍କ ଦୁର୍ବଳତାର ସୁଯୋଗ ନେଇପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟୀମାନେ କିଛି ଅସୁବିଧାର ସମ୍ମୁଖୀନ ହେବେ କିନ୍ତୁ ସପ୍ତାହ ଶେଷରେ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସଫଳତା ପାଇବା ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ ଏବଂ କେତେକ କ୍ଷେତ୍ରରେ କାର୍ଯ୍ୟ ହାସଲ ନିମନ୍ତେ ଧାଆଁ ଦଉଡ ହେବାକୁ ପଡିବ । ଛୋଟିଆ ଛୋଟିଆ କଥାରେ ଜୀବନ ସାଥିଙ୍କ ସହ କଠୋର ବ୍ୟବହାର ଯୋଗୁଁ ଦୁହେଁଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ ଅନୁଭବ କରିବେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆକସ୍ମିକ ଭାବେ ଆର୍ଥ ଲାଭର ସମ୍ଭବନା ରହିଛି । ପରିବାରରେ ସୁଖଦ ବାତାବରଣ ରହିବ ଓ ଘରେ କୌଣସି ଛୋଟିଆ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ଯାହାଫଳରେ ଅତିଥି ଓ ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ମିଳିବ । ଚଳିତ ସପ୍ତାହର ଶେଷରେ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଅଧିନସ୍ଥ କର୍ମଚାରୀମାନେ ବିଶ୍ଵାସଘାତ କରିପାରନ୍ତି । ଆପଣ ନିଜର କଠିନ ପରିଶ୍ରମ ଏବଂ ଦକ୍ଷତା ବଳରେ ସଫଳତା ହାସଲ କରିବେ । ଆୟ ବୃଦ୍ଧି ସଙ୍ଗେ ସଙ୍ଗେ ସମାଜରେ ମାନସମ୍ମାନ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ଏହି ସପ୍ତାହରେ ଆପଣ ବ୍ୟବସାୟକୁ କେନ୍ଦ୍ର କରି ଦୂର ସ୍ଥାନକୁ ଯାତ୍ରା କରିବେ । ନିଜ ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ ଏବଂ ଆପଣଙ୍କ ମନର ଭାବକୁ ଜୀବନସାଥିକୁ ଜଣାଇବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସହଧର୍ମୀଙ୍କ ସହଯୋଗ ପାଇବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ, ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଚଳିତ ସପ୍ତାହଟି ମକର ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ । ଭାଇ ଓ ସମ୍ପର୍କୀୟଙ୍କ ସହିତ ପ୍ରେମ ସମ୍ପର୍କ ନିବିଢ ରହିବ । ସ୍ଥଗିତି ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ନିକଟ ସମ୍ପର୍କୀୟ ଓ ବନ୍ଧୁମାନେ ସାହାଯ୍ୟ କରିବେ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସପ୍ତାହର ମଝିରେ ଶେଷ ହୋଇପାରେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ ବଳାଇବେ । କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୟୋସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ନଚେତ୍ ଆପଣଙ୍କୁ ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିପାରେ । କିନ୍ତୁ ଚାକିରିରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ ସତ୍ତ୍ୱେ କାର୍ଯ୍ୟର ଚାପ ଅଧିକ ରହିବ । ଅର୍ଥକ ପରିସ୍ଥିତି ସନ୍ତୋଷଜନକ ରହିବ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସହଧର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେବ । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗରେ ପୁନଶ୍ଚ ପୀଡିତ ହୋଇପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଚଳିତ ସପ୍ତାହଟି ବ୍ୟସ୍ତତା ମଧ୍ୟରେ ଅତିବାହିତ କରିବେ । ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । ଆପଣ କୌଣସି ଏକ କଥାକୁ ନେଇ ଉତ୍ସାହିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ରହିବ ଏବଂ ଆପଣ ନିଜ କାମକୁ ନିଜ ଦକ୍ଷତା ଅନୁସାରେ ସମ୍ପୁର୍ଣ୍ଣ କରିବେ । ମାନସିକ ରୂପରେ ଆପଣ ଖୁସି ରହିବେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଲାଗିରଥିବା ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ମନମୁତାବିକ ଫଳ ପାଇବା ଯୋଗୁଁ ମନରେ ଅଜସ୍ର ଖୁସି ଅନୁଭବ କରିବେ । ବେରୋଜଗାରୀମାନେ ଚାକିରୀ ସହ ଜଡ଼ିତ ଇଣ୍ଟରଭିୟୁରେ କୃତକାର୍ଯ୍ୟ ହେବେ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପାରିବାରିକ ଓ ବୈବାହିକ ଜୀବନରେ ସୁଖଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣ ନିଜ ଜୀବନସାଥିଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନିଜକୁ ସୁସ୍ଥ ଅନୁଭବ କରିବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ଆର୍ଥିକ ନେଣଦେଣ କରନ୍ତୁ ନାହିଁ । ଆପଣ କିଛି ଅନୁଭବ ବ୍ୟକ୍ତିଙ୍କ ସହ ଦେଖା ସାକ୍ଷାତ କରିବାର ଅବସର ମିଳିବ । କୌଣସି ବିଶେଷ କାର୍ଯ୍ୟରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ଆଶାନୁରୂପକ ଅଗ୍ରଗତି କରିବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ ବଳାଇବେ । କିନ୍ତୁ କେତେକ କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଦ୍ୱନ୍ଦ୍ୱରେ ପଡିଯିବେ, ଯେଉଁଥିପାଇଁ ମାନସିକ ସ୍ତରରେ ଚିନ୍ତିତ ରହିବେ । ଅଫିସ କାର୍ଯ୍ୟାଳୟରେ ଅଧିନସ୍ଥ କର୍ମଚାରୀ ସମେତ ସହକର୍ମୀମାନେ ସହଯୋଗ କରିବେ କିନ୍ତୁ ଆପଣଙ୍କ ତରବାରିଆ ହୋଇ କୌଣସି ନିଷ୍ପତ୍ତି ନେଲେ ଅସୁବିଧାରେ ପଡ଼ିପାରନ୍ତି । ସମଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ବୈବାହିକ ଜୀବନରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ନିବିଢ ରହିବ । ସ୍ୱାସ୍ଥ୍ୟକୁ ନେଇ ଅବହେଳା କରିବା ଫଳରେ କିଛି ଅସୁବିଧା ଆସିପାରେ ।

Leave a Reply

Your email address will not be published. Required fields are marked *