ସାପ୍ତାହିକ ରାଶିଫଳ : ସଫକତର ନୂଆ କାର୍ତ୍ତିମାନ ସ୍ଥାପନ କରିବେ ଏହି ୫ଟି ରାଶିର ବ୍ୟକ୍ତି ! ପ୍ରତ୍ୟେକ କ୍ଷେତ୍ରରେ

ସାପ୍ତାହିକ ରାଶିଫଳ : ସଫକତର ନୂଆ କାର୍ତ୍ତିମାନ ସ୍ଥାପନ କରିବେ ଏହି ୫ଟି ରାଶିର ବ୍ୟକ୍ତି ! ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା :

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୦୨ ନଭେମ୍ବର ୦୮ ନଭେମ୍ବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହ ଆପଣଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସାହସ ସହ କାର୍ଯ୍ୟ କରନ୍ତୁ । ଆପଣଙ୍କ ଯୋଜନାରେ ପରିବର୍ତ୍ତନ ହୋଇପାରେ । ଅନେକ ନୂତନ ଯୋଜନା ଆପଣଙ୍କ ସାମ୍ନାକୁ ଆସିପାରେ, ଯାହା ଆପଣଙ୍କ ବର୍ତ୍ତମାନର କାମ ତୁଳନାରେ ଲାଭଦାୟକ ହେବ । ଏହି ସପ୍ତାହରେ ଆପଣଙ୍କୁ ଅନେକ ଉତ୍ସରୁ ଲାଭ ମିଳିବାର ଆଶା ରହିଛି । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦଶ ଥର ଭାବିବା ଆବଶ୍ୟକ ଅଟେ । ବୁଲିବା ଏବଂ ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣଙ୍କ ମନ ମଧ୍ୟ ଭଲ ରହିବ । ବ୍ୟବସାୟରେ କୌଣସି ବିପଦ ଉଠାନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ଝଗଡା ହୋଇପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଚିନ୍ତା ରହିବ । ଶାରୀରିକ ଅବନତି ଦୁଶ୍ଚିନ୍ତାର କାରଣ ହୋଇପାରେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣଙ୍କୁ ସମ୍ପୂର୍ଣ୍ଣ ଧ୍ୟାନ ଓ ଉତ୍ସାହର ସହିତ କାମ କରିବା ଉଚିତ । ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ଦୀର୍ଘଦିନର ସ୍ଥଗିତ କାର୍ଯ୍ୟକୁ ବାସ୍ତବ ରୂପରେଖା ଦେଖାପାରନ୍ତି । ଜୀବନସାଥୀଙ୍କ ସହ ଭଲ କଥାବାର୍ତ୍ତା ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ସହିତ ଆୟ ମଧ୍ୟ ବୃଦ୍ଧି ପାଇବ । ଚାକିରୀ ବୃତ୍ତିର ଲୋକମାନଙ୍କୁ ଲାଭର ସୁଯୋଗ ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତିର ଅନୁଭବ ହେବ । ଜୀବନସାଥୀଙ୍କ ଠାରୁ ଖୁସି ଏବଂ ସୁଖ ମିଳିପାରେ । ନିଜ ମନର କଥା ଜୀବନସାଥୀଙ୍କ ସହିତ ସେୟାର କରିବେ । ସଫଳତା ପ୍ରାପ୍ତ କରିବା ପାଇଁ ଅତିରିକ୍ତ ଚେଷ୍ଟା କରିବାର ଆବଶ୍ୟକତା ରହିଛି । ମସଲାଯୁକ୍ତ ଭୋଜନରୁ ଦୂରେଇ ରୁହନ୍ତୁ । ପେଟ ସମ୍ବନ୍ଧୀୟ ଅସୁବିଧା ଦ୍ୱାରା ଚିନ୍ତାର ଯୋଗ ରହିଛି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଚଳିତ ସପ୍ତାହରେ ବରିଷ୍ଠ ସହକର୍ମୀ ଏବଂ ସମ୍ପର୍କୀୟମାନେ ସାହାଯ୍ୟର ହାତ ବଢାଇବେ । ଏହିଭଳି କେତେକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ, ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇ ପାରନ୍ତି । ଆପଣ ଅନ୍ୟମାନଙ୍କର ମାମଲାରେ ଟିକିଏ ମଧ୍ୟ ବାଧା ଦିଅନ୍ତୁ ନାହିଁ । ଆୟରେ ହ୍ରାସ ଆସିପାରେ ଏବଂ ଆପଣଙ୍କ ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି । କୌଣସି କଥାର ଅଜ୍ଞାତ ଭୟ ଆପଣଙ୍କୁ ଚିନ୍ତିତ କରିପାରେ । କୌଣସି କଥାରେ ବୁଡି ରହିବାର ଆବଶ୍ୟକତା ନାହିଁ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ପ୍ରେମପୂର୍ଣ୍ଣ ରହିବ । ବିବାଦୀୟ ମାମଲାରୁ ଦୂରେଇ ରହିବା ଆବଶ୍ୟକ, ନଚେତ ଅଯଥାରେ ଅପଦସ୍ଥ ହୋଇପାରନ୍ତି । କ୍ୟାରିଅରରେ ହଠାତ କିଛି ପରିବର୍ତ୍ତନ ଆସିପାରେ । ସ୍ଵସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଟିକିଏ ଦୁର୍ବଳ ହୋଇପାରେ । ଏଲର୍ଜି ଦ୍ୱାରା ମଧ୍ୟ ଚିନ୍ତିତ ହୋଇପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ବନ୍ଧୁଙ୍କ ସହିତ କୌଣସି ରମଣୀୟ ସ୍ଥାନକୁ ପର୍ଯ୍ୟଟନ କରିପାରନ୍ତି । ସନ୍ତାନମାନଙ୍କ ଠାରୁ ଶୁଭ ଖବର ମିଳିବ । ଲାଗିରହିଥିବା ବିବାଦର ସମାଧାନ କରିବାରେ ସମର୍ଥ ହେବେ । ବୃତ୍ତିଗତ ପ୍ରସଙ୍ଗରେ ଏକ ଛୋଟ ସମସ୍ୟା ପରବର୍ତ୍ତୀ ସମୟରେ ଜଟିଳ ହୋଇଯିବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କର୍ମକ୍ଷେତ୍ରରେ ଦେଖାଯାଉଥିବା ବିବାଦକୁ ସମାଧାନ କରିବାରେ ସମର୍ଥ ହେବ । ପରିଶ୍ରମ ଅନୁୟାଯୀ ସଫଳତା ନ ମିଳିବା ଦ୍ୱାରା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । କୌଣସି ବ୍ୟକ୍ତିଙ୍କୁ ସହଜରେ ବିଶ୍ଵାସ କରିବା ଦ୍ଵାରା ଆପଣ ହିଁ ନିଜେ ଅସୁବିଧାରେ ପଡ଼ିପାରନ୍ତି । ଚାକିରୀ କରୁଥିବା କର୍ମଜୀବିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ବ୍ୟବସାୟର କୌଣସି ମାମଲାକୁ ନେଇ ଆପଣଙ୍କର ଚିନ୍ତା ରହିପାରନ୍ତି । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୌଣସି ନୂତନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣଙ୍କୁ ଆପଣଙ୍କ ପରିବାରର ପୂର୍ଣ୍ଣ ସମର୍ଥନ ମିଳିବ । କିନ୍ତୁ ଆପଣ ନକାରତ୍ମକ ଚିନ୍ତାଧାରା ସମ୍ପନ୍ନ ଲୋକଙ୍କ ଠାରୁ ଦୂରେଇ ରହିବାର ଆବଶ୍ୟକତା । ଖର୍ଚ୍ଚରେ ପରିମାଣ ବୃଦ୍ଧି, ଆପଣଙ୍କ ନିମନ୍ତେ ଚିନ୍ତାର କାରଣ ହୋଇପାରେ । କିନ୍ତୁ ଆପଣଙ୍କ ଦୃଢା ମୋନବଳ ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ବିଜୟ ପ୍ରଦାନ କରିବ । ଆପଣଙ୍କର ଅଧୁରା କାର୍ଯ୍ୟ ପୂରଣ କରିବେ । ବ୍ୟବସାୟିକ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ । ମାତା ପିତାଙ୍କ ସହିତ ନିଜ ମଧ୍ୟ ଖୁସିରେ ଦିନ ଅତିବାହିତ କରିବେ । ପ୍ରେମ ପ୍ରସଙ୍ଗରେ ଆଶାତୀତ ସଫଳତା ପ୍ରାପ୍ତ ହେବ । ଧନ ପ୍ରାପ୍ତିରେ ଗତିରୋଧ ଦୂର ହେବ । କୋର୍ଟ ଏବଂ କଚେରୀରେ ଅନୁକୂଳତା ରହିବ । ସ୍ୱାସ୍ଥ୍ୟ ପାଇଁ ସପ୍ତାହଟି ଭଲ ହୋଇପାରେ । ଦୀର୍ଘ ଦିନର ଚିନ୍ତା, ସମସ୍ୟାର ଅନ୍ତ ହେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଶୁଭ ଖବର ମିଳିବ । କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଯାହା ଚିନ୍ତାର କାରଣ ହୋଇପାରେ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାହାକୁ ମଧ୍ୟ ଟଙ୍କା ଋଣ ଦିଅନ୍ତୁ ନାହିଁ, କାରଣ ଏହି ସପ୍ତାହରେ ଋଣ ଦେଲେ ଫେରସ୍ତ ପାଇବା କାଠିକର ପାଠ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ପରିଚୟ ବଢିବ । ବନ୍ଧୁଙ୍କ ମାଧୟମରେ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । କାର୍ଯ୍ୟକ୍ଷେତ୍ର ଯୋଜନା ଅନୁସାରେ କାର୍ଯ୍ୟ କରିବେ ଓ କାର୍ଯ୍ୟରେ ସଫଳତା ପାଇବେ । ଆପଣ, ଜୀବନସାଥୀଙ୍କ ସମର୍ଥନକୁ ଗୁରୁତ୍ୱପୂର୍ଣ୍ଣ ଦେବେ । ଚାକିରୀ ଏବଂ ବ୍ୟବସାୟରେ ସ୍ଥଳରେ ନିଷ୍ଠାର ସହିତ କାର୍ଯ୍ୟ କରିବେ । କିନ୍ତୁ ପ୍ରତ୍ୟେକ ସ୍ଥଳରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରହି କାର୍ଯ୍ୟ କରିବାକୁ ପଡିବ । ଶାରୀରିକ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ଥିଲେ ମଧ୍ୟ ମାନସିକ ସ୍ତରରେ ମନରେ ସରସତା ରହିବ ନାହିଁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣଙ୍କୁ ଦୃଷ୍ଟ ଲୋକଙ୍କ ଠାରୁ ସାବଧାନ ରହିବାର ଆବଶ୍ୟକତା ରହିଛି । ପାଟିବାରିକ ଚିନ୍ତା କର୍ମକ୍ଷେତ୍ରର କେତେକାଂଶରେ ବାଧା ସୃଷ୍ଟି କରିବ । ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । କେତେକ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଲାଭଦାୟକ ପ୍ରମାଣିତ ହେବ । ଆପଣଙ୍କ ଆଖପାଖରେ ଲୋକଙ୍କ ଉପରେ କଡା ନଜର ରଖନ୍ତୁ । ମଜାମସ୍ତି ଏବଂ ମନୋରଞ୍ଜନ ଯୋଗୁଁ ସମୟ ଭଲ ରହିବ । ସମସ୍ୟା ଏବଂ ବିବାଦ ଶେଷ ହେବାର ଯୋଗ ରହିଛି । ବ୍ୟବସାୟ ବାଣିଜ୍ୟ ସମ୍ବନ୍ଧିତ କୌଣସି ନୂତନ କାରବାର ଆରମ୍ଭ କରନ୍ତୁ । ପତି ପତ୍ନୀ ପରସ୍ପରକୁ ସହଯୋଗ କରିବେ । ଆର୍ଥିକ ଦୃଷ୍ଟିରୁ ଏହି ସପ୍ତାହ ମଧ୍ୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଥକ୍କାପଣ ଏବଂ ପିଠିରେ ଯନ୍ତ୍ରଣା ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣ କାହାର କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ଯେକୌଣସି ନିର୍ଣ୍ଣୟ ନେବା ସମୟରେ ଭାବିଚିନ୍ତି ନିଅନ୍ତୁ ଏବଂ ଅଭିଜ୍ଞ ବ୍ୟକ୍ତି ନଚେତ ପରିବାର ସଦସ୍ୟଙ୍କ ପରାମର୍ଶ ନିଅନ୍ତୁ । ଉଚ୍ଚ ପଦାଧିକାରୀଙ୍କ ପ୍ରୋତ୍ସାହନ ଦ୍ଵାରା ଆପଣ ମନରେ କାର୍ଯ୍ୟ କରିବାର ଉତ୍ସାହ ବଢିବ । ଆପଣଙ୍କୁ ଅନିୟନ୍ତ୍ରିତ କ୍ରୋଧ ଉପରେ ନିୟନ୍ତ୍ରଣ କରିବାକୁ ପଡିବ, ନଚେତ ଅସୁବିଧାରେ ପଡିପାରନ୍ତି । ପରିବାରରେ ପାରିବାରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଜୀବନ ସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ପ୍ରେମଜୀବନ ପାଇଁ ସପ୍ତାହ ଭଲ ଅଟେ । ଚାକିରୀରେ ଅଗ୍ରଗତି ହେବାର ଯୋଗ ଅଛି । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କାର୍ଯ୍ୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଅଧିକାଂଶ ସମୟ ସୋସିଆଲ ମିଡିଆର ବ୍ୟବହାର କରିବା ଦ୍ଵାରା ଆପଣ ସମସ୍ୟା ସମ୍ମୁଖୀନ କରିପାରନ୍ତି । ଆପଣଙ୍କ ମାତା-ପିତା ସହଯୋଗ କରିବେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ । ଆପଣଙ୍କ ମଧ୍ୟରୁ କିଛି ଲୋକଙ୍କୁ ଦୀର୍ଘ ଯାତ୍ରା କରିବାକୁ ପଡିପାରେ । କାର୍ଯ୍ୟସ୍ଥଳରେ ପରିବେଶ ଖୁସିମୟ ରହିବ । ଅଧିକାରୀ ଆପଣଙ୍କ ଉପରେ ଖୁସି ମଧ୍ୟ ହୋଇପାରନ୍ତି । ପ୍ରେମଜୀବନରେ ସମ୍ବେଦନଶୀଳତାକୁ ବୁଝନ୍ତୁ ବିତର୍କ ନକରି ସମସ୍ୟାର ସମାଧାନ ଖୋଜି ବାହାର କରନ୍ତୁ । ଆର୍ଥିକ ସମସ୍ୟାର ସମ୍ଭାବନା ରହିଛି । ଖାଦ୍ୟପେୟ ଏବଂ ନିଜର ଦିନଚର୍ଯ୍ୟାର ଧ୍ୟାନ ରଖିବା ଆବଶ୍ୟକ ବରଂ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହ ଆପଣ ନିଜପାଇଁ ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବେ । ଆପଣ ନିଜର ଲକ୍ଷ ପୂରଣ କରିବାରେ ଏବଂ କିଛି ଆଶକୁ ବାସ୍ତବ ରୂପରେଖା ଦେବା ପାଇଁ ଏକ ଦଳର ତିଆରି କରିପାରନ୍ତି । ଆବଶ୍ୟକରୁ ଅଧିକ ସମୟ ଏବଂ ମନୋରଞ୍ଜନ କର୍ଜକ୍ରମରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ନିଜ ଭାଇଙ୍କ ସହଯୋଗ ମିଳିବ । ଆପଣଙ୍କୁ ସରକାରୀ ମାମଲାରେ କିଛି ଅସୁବିଧା ଆସିପାରେ । ଆପଣ ନିଜର ପରିଶ୍ରମକୁ ଜାରି ରଖନ୍ତୁ । ଏହି ସପ୍ତାହ ଆପଣ ନିଜର କାର୍ଯ୍ୟକୁ ଯତ୍ନର ସହିତ କରିବେ । ବ୍ୟବସାୟର ବିସ୍ତାର କରିବେ । ଚାକିରୀରେ ପଦୋନ୍ନତି ହୋଇପାରେ । ଯାହା ଆପଣ ନିମନ୍ତେ ଲାଭଦାୟକ ସାବ୍ୟସ୍ତ ହେବ । ଜୀବନ ସାଥୀଙ୍କ ପାଇଁ ଆପଣଙ୍କ ସ୍ଵଭାଵ ଖରାପ ହୋଇପାରେ । ପ୍ରେମଜୀବନରେ ଉତ୍ଥାନ-ପତନ ଆସିପାରେ । ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପାଣିପାଗର ପରିବର୍ତ୍ତନ ହେତୁ ଶାରୀରିକ ସମସ୍ୟା ହୋଇପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହ ଆପଣ ନିଜର ସହକର୍ମୀମାନଙ୍କ ସହିତ ନିକଟସ୍ଥ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଚିନ୍ତା ନକରି ନିଷ୍ପତ୍ତି ନିଅନ୍ତୁ ନାହିଁ, ଏମିତି କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଜୁନିୟରମାନେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ଏହି ସପ୍ତାହରେ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ, ନିଜର ସହକର୍ମୀଙ୍କ ଉପରେ ବିଶ୍ୱାସ ରଖନ୍ତୁ । ନିଜର କାର୍ଯ୍ୟରେ ସମ୍ମାନ ଏବଂ ରୋଜଗାରର କିଛି ନୂଆ ସୁଯୋଗ ପ୍ରାପ୍ତ ହୋଇପାରେ । ପ୍ରେମଜୀବନ ପାଇଁ ସପ୍ତାହଟି ଠିକଠାକ ରହିବ । ଜୀବନ ସାଥୀଙ୍କ ଠାରୁ ପ୍ରେମ ଏବଂ ସୁଖ ମିଳିପାରେ । ଯୁବପୀଡିଙ୍କୁ ଚାକିରିର ସୁଯୋଗ ମିଳିପାରେ । ହାତ ଏବଂ ଗୋଡ଼ରେ ଯନ୍ତ୍ରଣା ହୋଇପାରେ । ସ୍ୱାସ୍ଥ୍ୟର ମାମଲାରେ ଧ୍ୟାନ ରଖନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହ ଖର୍ଚ୍ଚର ପରିମାଣ ଅଧିକ ହେବ ଏବଂ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । କିଛି ଦିନ ପରେ ସକରାତ୍ମକ ଫଳ ମିଳିପାରେ । କୌଣସି କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ ଅଧିକ ପ୍ରୟାସ କରିବାକୁ ପଡିପାରେ । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଉଚ୍ଚଧିକାରୀଙ୍କ ସହିତ ବାଦବିବାଦ କରନ୍ତୁ ନାହିଁ । ଆପଣଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାର ସହ କାର୍ଯ୍ୟ କରିବା ଦ୍ଵାରା ଉଚ୍ଚଧିକାରୀ ମଧ୍ୟ ଆପଣଙ୍କ ଉପରେ ଖୁସି ହେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମୟ ଅତିବାହିତ ହେବ । ଏହି ସପ୍ତାହ ଅତ୍ୟଧିକ କାର୍ଯ୍ୟ ହେତୁ ନିଜର ଜୀବନସାଥୀଙ୍କ ଠାରୁ ଦୂରରେ ରହିବାକୁ ପଡିବ । ଚାକିରୀ ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଭଲ ରହିବ । ଦୁର୍ବଳତା ବଢ଼ିପାରେ, କିନ୍ତୁ ପୁରୁଣା ରୋଗରୁ ମୁକ୍ତି ମିଳିବା ସହଜ ନୁହେଁ ।

Be the first to comment

Leave a Reply

Your email address will not be published.


*