ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୮ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମାଆ ଦୁର୍ଗାଙ୍କ ଆଶୀର୍ବାଦ ! ରୋଜଗାରର ଏକ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୮ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମାଆ ଦୁର୍ଗାଙ୍କ ଆଶୀର୍ବାଦ ! ରୋଜଗାରର ଏକ ନୂତନ ମାର୍ଗ ଉନ୍ମକ୍ତ ହେବ । ପରିବାରରେ ହସଖୁସିରେ ଦିନ ଅତିବାହିତ କରିବେ । ଆସନ୍ତୁ ଜାଣିବା :

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୨୬ ଅକ୍ଟୋବରରୁ ୦୧ ନଭେମ୍ବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଧାର୍ଯ୍ୟ କରିଥିବା କାର୍ଯ୍ୟକୁ ସଫଳତା ସହିତ ସପୂର୍ଣ୍ଣ କରିବେ । ମାନସିକ ସ୍ତରରେ ଖୁସି ଅନୁଭବ କରିବେ । କାର୍ଯ୍ୟାଳୟରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ନିକଟରେ ବିକଶିତ ହୋଇଥିବା ବ୍ୟବସାୟିକ ସମ୍ପର୍କ ଭବିଷ୍ୟତରେ ବହୁତ ଲାଭ ଦେବ । ବିଭିନ୍ନ କ୍ଷେତ୍ରରେ ଆପଣ ଉପକୃତ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ନୂତନ ଦାୟିତ୍ଵ ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଯଦି ଆପଣ କଠିନ ପରିଶ୍ରମ ସଙ୍ଗେ ସଙ୍ଗେ ନିଷ୍ଠା ସହିତ କାର୍ଯ୍ୟ କରନ୍ତି, ତେବେ ଆପଣ ସଫଳତା ନିଶ୍ଚୟ ପାଇପାରିବେ । ଗୁପ୍ତ ଶତ୍ରୁମାନେ ସମାଜରେ ଆପଣଙ୍କ ପ୍ରତିଛବିକୁ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବକୁ ଚେଷ୍ଟା କରନ୍ତୁ । କାର୍ଯ୍ୟର ବ୍ୟସ୍ତତା ହେତୁ ସହଧର୍ମୀଙ୍କ ସହ ସମୟ ଅତିବାହିତ କରିପାରିବେ ନାହିଁ, ଯାହାଦ୍ଵାରା ମନ ବହୁତ ଉଦାସ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣଙ୍କୁ ଆୟର ଏକ ନୂତନ ଉତ୍ସ ପ୍ରାପ୍ତ ହେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ବ୍ୟର୍ଥ କାର୍ଯ୍ୟକଳାପ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ୟଥା ଅଯଥାରେ ଅପମାନିତ ହେବାକୁ ପଡିପାରେ । ”ପର କଥାରେ ସର୍ବନାଶ” ! କାହାର କଥାରେ ଆସନ୍ତୁ ନାହିଁ, ଅନାବଶ୍ୟକ ଚିନ୍ତାଧାରାରେ ସମୟ ନଷ୍ଟ କରନ୍ତୁ ନାହିଁ । ଭ୍ରମଣରେ ସତର୍କତା ଅବଲମ୍ବନ କରନ୍ତୁ । ନୂତନ ସମ୍ପର୍କରେ ପଦୋମର୍ଯ୍ୟାଦା ବୃଦ୍ଧି ପାଇବ । ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହରେ ଆପଣଙ୍କର ଆୟ ବୃଦ୍ଧି ପାଇପାରେ । ଆପଣ ନିଜ ହୃଦୟର କଥା ନିଜ ପ୍ରେମି କିମ୍ବା ସହଧର୍ମୀଙ୍କୁ କୁହନ୍ତୁ ମନକୁ ଶାନ୍ତ ମିଳିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପୁରାତନ ରୋଗର ପାଦୁର୍ଭାବ ବଢିପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହ ଆପଣଙ୍କ ବୁଦ୍ଧିବଳରେ କାର୍ଯ୍ୟ ହାସଲ କରିବେ ଏବଂ ଆଗାମୀ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବେ । ଆପଣ ନିଜ ଜିନିଷର ଧ୍ୟାନ ରଖନ୍ତୁ, ନଚେତ ସେଗୁଡିକର ହଜିଯିବାର ଏବଂ ଚୋରି ହେବାର ସମ୍ଭାବନା ଅଛି । ଦୀର୍ଘ ସମୟରୁ ସ୍ଥଗିତ ଥିବା ଅସମାପ୍ତ କାଯ୍ୟ ଆଜି ପୂର୍ଣ୍ଣ ହେବ । ନେଣଦେଣ ସମ୍ବନ୍ଧୀୟ କାର୍ଯ୍ୟରେ ସାବଧାନ ରୁହନ୍ତୁ । ଅଫିସରେ କର୍ମଚାରୀଙ୍କ ଏବଂ ଘରେ ପରିବାର ସଦସ୍ୟଙ୍କ ସହ କିମ୍ବା ବିରୋଧୀମାନଙ୍କ ସହ ବିବାଦରେ ପଡିପାରନ୍ତି । ତଥାପି ଭାଗ୍ୟର ସହାୟତାରେ ଆପଣଙ୍କ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଆପଣ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ଚାକିରୀରେ ପଦୋନ୍ନତିର ଯୋଗ ରହିଛି । ଆପଣଙ୍କ ବ୍ୟବସାୟରେ ବିସ୍ତାରର ସମ୍ଭାବନା ରହିଛି । ଶାରୀରିକ ରୂପରେ ଫୁର୍ତିର ଅଭାବ ରହିବା ଯୋଗୁଁ ଥକ୍କା ଏବଂ ଦୁର୍ବଳତା ଅନୁଭବ ହେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଖର୍ଚ୍ଚର ମାତ୍ରା କିଛି ଅଧିକା ରହିବ । ଯଥାସମ୍ଭବ ବିବାଦୀୟ ପରିସ୍ଥିତିରୁ ଦୁରେଇ ରୁହନ୍ତୁ । କାହାରି ମନ ଯେପରି ଖରାପ ନହେବ, ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ ଏବଂ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣଙ୍କ ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି । ରୋଜଗାରରେ ବ୍ୟସ୍ତତା ରହିବ କିନ୍ତୁ ଆବଶ୍ୟକ କାର୍ଯ୍ୟକୁ ନିର୍ଦ୍ଧିଷ୍ଟ ସମୟରେ ପୂର୍ଣ୍ଣ କରିପାରିବେ ନାହିଁ । ନିଜର ଅହଙ୍କାରକୁ ସମ୍ପର୍କ ମଧ୍ୟରେ ଆସିବାକୁ ଦିଅନ୍ତୁ ନାହିଁ, ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଆଗାମୀ ସମୟରେ ଆପଣଙ୍କ ପାଖରେ ପ୍ରେମର ଅଭାବ ହୋଇପାରେ । ନୂଆ ବ୍ୟବସାୟ ଏବଂ ଚାକିରିର ପ୍ରସ୍ତାବ ମଧ୍ୟ ଆପଣଙ୍କୁ ମିଳିପାରେ । ବ୍ଲଡ଼ ପ୍ରେସରର ସମସ୍ୟା ବୃଦ୍ଧି ହୋଇପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ସମସ୍ତ ମାମଲାରେ ଅସୁବିଧାକୁ ଦୂର କରିବାରେ ସମର୍ଥ ହେବେ । ଚଳିତ ସପ୍ତାହରେ କୌଣସି କ୍ଷେତ୍ରରେ ବିନିଯୋଗ କରିବାକୁ ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଦେଖାଚାହିଁ ପଦକ୍ଷେପ ନିଅନ୍ତୁ । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ଆବଶ୍ୟକତା ରହିବ । ଆର୍ଥିକ ରୂପରେ ଆପଣ ଉପକୃତ ହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଆପଣଙ୍କୁ ଭୁଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ ଉପାୟରେ ନିଜ କଥାକୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହ ବିବାଦ ହୋଇପାରେ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ସୁସ୍ଥ ରହିବ । ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହଟି ଆପଣଙ୍କୁ ଉଭୟ ସୁଖ ଓ ଦୁଃଖର ପରିମାଣତି ପ୍ରଦାନ କରିବ । ସରକାରୀ ସ୍ତରରେ ଲାଭର ଆଶା ରଖିପାରନ୍ତି । ମଜାମସ୍ତି ଏବଂ ମନୋରଞ୍ଜନ ପଛରେ ଅଧିକ ଟଙ୍କା ଖର୍ଚ୍ଚ ହେବ । ଘନିଷ୍ଠ ସମ୍ପର୍କୀୟଙ୍କ ସହ ଭୁଲ ବୁଝାମଣା କିମ୍ବା ବିବାଦ ହେବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ ଓ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକି ଉଠିବ, ଯାହାଫଳରେ ଆପଣଙ୍କ ସଂପୂର୍ଣ୍ଣ ରୂପେ ନିରାଶ ଅନୁଭବ କରିବେ । କୌଣସି କାର୍ଯ୍ୟକୁ ନେଇ ମନରେ ଦ୍ୱନ୍ଦ୍ୱ ରହିବ । ଆପଣଙ୍କ ଜୀବନରେ ଆପଣ ଏକୁଟିଆ ଅନୁଭବ କରିବେ । ପ୍ରେମୀଙ୍କ ସହିତ ଫୋନରେ ବାର୍ତ୍ତାଳପ ହୋଇପାରେ । ଆର୍ଥିକ ସଞ୍ଚୟର ଭଲ ଯୋଗ ରହିଛି ଏବଂ ଏହା ସହିତ ଆମଦାନୀରେ ଆୟ ବୃଦ୍ଧି ସମ୍ଭବ ଅଟେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ହ୍ରାସତା ଆସିପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣ ବିଗତ କେତେ ଦିନଧରି ଯେଉଁ କାର୍ଯ୍ୟ ନିମନ୍ତେ ନିଜର ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବ । ପରିଶ୍ରମ ଅନୁଯାୟୀ ପରିଶ୍ରମିକ ମଧ୍ୟ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣ ନିଜ ପ୍ରିୟ ଲୋକଙ୍କ ଠାରୁ କିଛି ଏଭଳି ଖବର ଶୁଣିବାକୁ ମିଳିବ, ଯାହାଦ୍ୱାରା ମନକୁ ଆଶ୍ଵସ୍ତି ମିଳିବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ କିନ୍ତୁ ସପ୍ତାହର ଅନ୍ତରେ ସହକର୍ମୀମାନେ ଆପଣଙ୍କ ବିରୋଧରେ ହିଁ ଷଢଯନ୍ତ୍ର ରଚିବେ । ରାଜନୀତି ସହିତ ଜଡିତ ଲୋକମାନେ ଟିକିଏ ଯତ୍ନର ସହିତ କାମ କରିଲେ, ଭଲ ହେବ । ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି କଳହ ଉପୁଜିପାରେ । ଏହି ସପ୍ତାହ ରୋମାଞ୍ଚକର ସହିତ ପରିପୂର୍ଣ୍ଣ ହୋଇରହିବ । କିନ୍ତୁ ପାରସ୍ପରିକ ବିବାଦ ଏହି ପ୍ରେମମୟ ସହୃଦୟତାକୁ ନଷ୍ଟ କରିପାରେ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ ନାହିଁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣ ନିଜର ବ୍ୟବସାୟକୁ ବୃଦ୍ଧି କରିବାରେ ସଫଳତା ହୋଇପାରିବେ । ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିକୋଣରୁ ଦିନଟି ଭଲ ରହିବ । କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ମନରେ ସରସତା ରହିବ ନାହିଁ । ସପ୍ତାହ ଦୁଇ ଦିନ ପରେ ବ୍ୟବସାୟ ସମ୍ବନ୍ଧୀୟ ଲାଗିରହିଥିବା ସମସ୍ତ ବାଧାବିଘ୍ନ ଦୂର ହେବ । ଯଦି ଆପଣଙ୍କୁ ଆଜି କାର୍ଯ୍ୟସିଦ୍ଧି ଏବଂ ସଫଳତା ନ ମିଳେ, ତେବେ ନିରାଶ ହୁଅନ୍ତୁ ନାହିଁ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଘରୋଇ ଜୀବନରେ ବ୍ୟସ୍ତତା ରହିବ । ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ରହିବ । ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି । ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି । ଏହି ସପ୍ତାହ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭଲ ରହିବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ, ମାନସିକ ଅବସାଦର ଶିକାର ହୋଇପାରନ୍ତି । ଅନ୍ୟମାନଙ୍କ ଅସୁବିଧାଗୁଡ଼ିକୁ ମୁଣ୍ଡକୁ ପୁରାଇବା ଦ୍ଵାରା ମାନସିକ ଚାପର ବଶବର୍ତ୍ତୀ ହୋଇପାରନ୍ତି । ଆପଣଙ୍କ ଉପରେ ଉଚ୍ଚ ଅଧିକାରୀମାନଙ୍କର କୃପାଦୃଷ୍ଟି ରହିବ ଏବଂ ସମାଜରେ ଆପଣଙ୍କର ଆଧିପତ୍ୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରୟାସ କ୍ରମାଗତ ଭାବରେ ଜାରି ରହିବ । ମିତ୍ରତା ରୂପେ ଛଦ୍ମ ବେଶରେ ଲୁଚି ରହିଥିବା ଶତ୍ରୁମାନେ ଆପଣଙ୍କ ଉନ୍ନତି ପଥରେ ବାଧକ ସାଯିବେ । କାର୍ଯ୍ୟାଳୟରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ । ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରିବେ । ପ୍ରେମ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତନର ଲାଗି ରହିବ । ସ୍ୱାସ୍ଥ୍ୟକୁ ନେଇ ସାବଧାନତା ଅବଲମ୍ବନ କରନ୍ତୁ । ଅଣ୍ଟା ଯନ୍ତ୍ରଣା ଯୋଗୁଁ ମାନସିକ ସ୍ତରରେ ଚିନ୍ତିତ ରହିବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ପରିବାରରେ ଧାର୍ମିକ ଆୟୋଜନ ହେବ । କୋର୍ଟ କଚେରୀ ସମ୍ବନ୍ଧୀୟ ଫଳାଫଳ ଆପଣଙ୍କ ସପକ୍ଷରେ ରହିବ । ଅତ୍ୟଧିକ ଭାବପ୍ରବଣତା ହେତୁ ମନରେ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଫିସ କାର୍ଯ୍ୟରେ ପ୍ରତିକୂଳ ବଶତଃ ଅତ୍ୟାଧିକ ଚାପ ଯୋଗୁଁ ମନ ବିସ୍ତାପ ରହିବ ଏବଂ କିଛି ଭୁଲ୍ କାର୍ଯ୍ୟ କରିବାର ସମ୍ଭାବନା ରହିଛି । ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ପ୍ରିୟଜନଙ୍କ ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ସୁବର୍ଣ୍ଣ ସୁଯୋଗ ରହିଛି । ନିଜର ଭାବନାକୁ ପ୍ରକାଶ କରିବାକୁ ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ, ଭାବନକୁ ପ୍ରକାଶ କରିବା ଦ୍ଵାରା ଆପଣ ଆପଣଙ୍କର ସମ୍ପର୍କକୁ ଦୃଢ଼ କରିପାରିବେ । ଏହି ସପ୍ତାହରେ ବ୍ୟବସାୟରୁ ଲାଭ ମିଳିବାର ଯୋଗ ରହିଛି । ଭୋକ ଏବଂ ନିଦ୍ରା ଅଭାବରୁ ଦୁର୍ବଳତା ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ପ୍ରେମଭାର ରହିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ ଆପଣ ଦୃତ ଗତି ଉନ୍ନତିର ପାହାଚ ଚଡିବେ । ସପ୍ତାହର ପ୍ରାରମ୍ଭିକ ପର୍ଯ୍ୟାୟରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । କର୍ମକ୍ଷେତ୍ରରେ ବିରୋଧୀମାନଙ୍କ ସାମ୍ନା କରିବାକୁ ପଡିବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣଙ୍କୁ ଉପଯୁକ୍ତ ଯୋଜନା କରିବାକୁ ପଡିପାରେ । କାର୍ଯ୍ୟର ଯୋଜନାକୁ ଗୁପ୍ତ ରଖିବା ଦ୍ୱାରା ସଫଳ ହେବେ । ଯେଉଁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ସେଥିରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ସପ୍ତାହର ଶେଷ ପର୍ଯ୍ୟାୟରେ ଅନେକ କ୍ଷେତ୍ରରୁ ଲାଭ ହେବା ଦ୍ୱାରା ଆପଣଙ୍କ ଖୁସି ଦୁଇଗୁଣ ବୃଦ୍ଧି ହେବ । ରୋମାନ୍ସ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ବ୍ୟକ୍ତିଗତ ଜୀବନ ସୁଖର ସହିତ ଅତିବାହିତ ହେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ନିଜ ଜୀବନ ସାଥୀଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଆପଣଙ୍କୁ ନମ୍ର ରହିବାକୁ ପଡିବ । ବିବାଦୀୟ ପରିସ୍ଥିତି ମଧ୍ୟକୁ ଯାଆନ୍ତୁ ନାହିଁ ଏବଂ ଯଥାସମ୍ଭବ ଶାନ୍ତିର ସହିତ କଥାବାର୍ତ୍ତାକୁ ଜାରି ରଖନ୍ତୁ । ସାମାଜିକ ସ୍ତରରେ ଯେପରି ଆପଣଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଘରର ପରିବେଶ ଖୁସିପୂର୍ଣ୍ଣ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ ଏବଂ କୌଣସି ଦୂରାଗତ ସମ୍ପର୍କୀୟଙ୍କ ଠାରୁ ଭଲ ଖବର ଶୁଣିବାକୁ ମିଳିବ । ପ୍ରେମ ସମ୍ବନ୍ଧୀୟ ବିଷୟକୁ ନେଇ କିଛି ମତଭେଦ ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଯଥାସମ୍ଭବ ସ୍ଥିତିକୁ ମଜବୁତ କରିବା ଲାଗି ପ୍ରୟାସ କରିବେ ଓ ସଫଳ ମଧ୍ୟ ହେବେ । ଯେଉଁ ଯୁବକମାନେ ଗତ କିଛି ସମୟ ଧରି ଚାକିରୀ ପାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଏହି ସପ୍ତାହରେ ସଫଳତା ମିଳିପାରେ । ବ୍ୟର୍ଥ ଚିନ୍ତା ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ ।

Be the first to comment

Leave a Reply

Your email address will not be published.


*