ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ମିଳିବ । ଆର୍ଥିକ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ମିଳିବ । ଆର୍ଥିକ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ମିଳିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୨୪ ମଇରୁ ୩୦ ମଇ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଚଳିତ ସପ୍ତାହରେ ଆପଣ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ସମ୍ଭବତଃ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଉଚ୍ଚ ପଦାଧିକାରୀଙ୍କ ପ୍ରେରଣା, ଆପଣଙ୍କ ମନରେ କାର୍ଯ୍ୟ କରିବାର ଉତ୍ସାହକୁ ବଢାଇବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ସମ୍ଭବତଃ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ପ୍ରଶାସନ ଓ ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ପାରିବାରିକ ସମସ୍ୟା ଉତ୍କଟ ରୂପ ନେଇପାରେ । ଯଥାସମ୍ଭବ ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ଓ ନୀରବ ରହିବାକୁ ପ୍ରୟାସ କରନ୍ତୁ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ପେଟ ସମ୍ବନ୍ଧୀୟ ଯନ୍ତ୍ରଣା ଭୋଗିପରାନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆର୍ଥିକ ଜନିତ ସମସ୍ୟା କେତେକାଂଶରେ ଦୂରେଇ ଯିବ । ଧୌର୍ଯ୍ୟହାର ନ ହୋଇ କାର୍ଯ୍ୟ କରିଲେ, ସଫଳତା ନିଶ୍ଚୟ ପାଇବେ । ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ ଅଧିନସ୍ଥ କର୍ମଚାରୀମାନେ ବିଶ୍ଵାସଘାତ କରିପାରନ୍ତି । ଆପଣଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାର ଶକ୍ତି ବଳରେ ଆପଣ ସଫଳତା ହାସଲ କରିବେ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । କିନ୍ତୁ ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମପୂର୍ଣ୍ଣ ସମ୍ପର୍କ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଅଳ୍ପ ଦୁର୍ବଳ ହୋଇପାରେ । ଆଲର୍ଜି ଦ୍ୱାରା ମଧ୍ୟ ବିବ୍ରତ ହୋଇପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପାରିବାରିକ ସ୍ତରରେ ସୁଖ ଓ ଶାନ୍ତି ଅତୁଟ ରହିବ । ନିଜର କ୍ଷମତା ଓ ଦକ୍ଷତା ଏବଂ ଜ୍ଞାନ ବଳରେ ସମସ୍ୟାକୁ ସମାଧାନ କରିବେରେ ସମର୍ଥ ହେବେ । ଦୀର୍ଘଦିନ ଧରି ଅଫିସ ସହ ଜଡିତ ଥିବା ସମସ୍ୟାର ସମାଧାନ କରି, ଉଚ୍ଚାଧିକାରୀ ସମେତ କର୍ମଚାରୀଙ୍କ ଆଦରଣୀୟ ହୋଇପାରିବେ । ଆପଣ ନିଜର କଠିନ ପରିଶ୍ରମ ଏବଂ ଦକ୍ଷତା ବଳରେ ସଫଳତା ହାସଲ କରିବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ପ୍ରତିଟି କାର୍ଯ୍ୟକୁ ସମାଲୋଚନା କରିବେ । ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ପର୍କ ଦୃଢ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ପେଟରେ ଗ୍ୟାସ କିମ୍ବା ଅମ୍ଳତା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ, ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ଅଫିସରେ ନିଜ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ମଧ୍ୟ କରିବାରେ ସଫଳ ହେଲେ, ଯାହାଫଳରେ ଉଚ୍ଚାଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହେବେ । ଅନ୍ଧଭାବରେ କାହାରୀକୁ ବିଶ୍ଵାସ କରିଲେ ଅସୁବିଧାରେ ପଡ଼ିପାରନ୍ତି । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ମିତ୍ରତାର ଛଳରେ ଆପଣଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବେ ଓ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା ମଧ୍ୟ କରିବେ । ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କର ରୋଗ ଉପଚାର ନିମନ୍ତେ ଅର୍ଥ ବ୍ୟୟର ସୂଚନା ରହିଛି । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ । ଏହି ସପ୍ତାହରେ ଜୀବନ ସାଥିଙ୍କ ସମ୍ବନ୍ଧ ଭଲ ରହିବ । ଶାରୀରିକ ଦୃଷ୍ଟିକୋଣରୁ ଥକ୍କାପଣ ଅନୁଭବ କରିପାରନ୍ତି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିହକି ଅସୁବିଧାର ସମ୍ମୁଖୀନ କରିପାରନ୍ତି । କର୍ମକ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ଲାଭଦାୟକ ରହିବ କିନ୍ତୁ ନିବେଶ କରିବା ପୂର୍ବରୁ ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ । ସମାଜର କିଛି ସମ୍ମାନନୀୟ ବ୍ୟକ୍ତି ଆପଣଙ୍କୁ ଭୁଲ୍ ବୁଝିବେ । ପତି ଓ ପତ୍ନୀ ଉଭୟ କୌଣସି ବିଷୟକୁ ନେଇ ତର୍କବିତର୍କ କରି ପରସ୍ପର ମଧ୍ୟରେ ମନାନ୍ତର ଦେଖାଦେଇପାରେ । ସ୍ଵସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଲୋକମାନଙ୍କ ସହ କଥାବାର୍ତ୍ତରେ ସଂଯମତା ଆଚରଣ କରନ୍ତୁ ଅନ୍ୟଥା ବିବାଦରେ ଘରରେ ଛନ୍ଦି ହୋଇପାରନ୍ତି । କର୍ମକ୍ଷେତ୍ରରେ ବିରୋଧୀଙ୍କ କାର୍ଯ୍ୟକଳାପ ଯୋଗୁଁ ଚିନ୍ତିତ ରହିବେ । ଆପଣ ସମ୍ପର୍କକୁ ଗମ୍ଭୀରତାର ସହ ନେଇ ଭାବପ୍ରବଣତାରେ ନିମଗ୍ନ ହୋଇପାରନ୍ତି । ସମାଜରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ ହେବ, ଯାହାଫଳରେ ଉନ୍ନୟନ କାର୍ଯ୍ୟରେ ଉଗ୍ରଗତି ଘଟିବ । ଅଫିସରେ ସହକର୍ମୀଙ୍କ ସହଯୋଗରେ କେତେକ କାମ ପୂର୍ଣ୍ଣ କରିନେବେ । ସାମାଜିକ ପରିସ୍ଥିତିରେ ଅଗ୍ରଗତି କରିବେ, ଯାହାଫଳରେ ଲୋକପ୍ରିୟତା ବୃଦ୍ଧି ପାଇବ । ଶେୟାର ମାର୍କେଟରେ ନିବେଶ କରିବା ଲାଭଦାୟକ ସାବ୍ୟସ୍ତ ହେବ । ଏହି ସପ୍ତାହରେ ଧର୍ମପତ୍ନୀ ଓ ଆପଣଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିବ । ପିଠିରେ ଯନ୍ତ୍ରଣା ହୋଇପାରେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଚିନ୍ତତି ରହିବେ । କର୍ମକ୍ଷେତ୍ରରେ ବିରୋଧୀମାନେ ନାନା ପ୍ରକାର ପ୍ରତିରୋଧ କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଉତ୍ଥାନପତନ ଲାଗିରହିବ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଦୃଢ ମନୋବଳ ରଖିବେ । ଅବହେଳା କାରଣରୁ କେତେକ କ୍ଷେତ୍ରରେ ଭଲ ସୁଯୋଗ ଗୁଡିକ ହାତ ଛଡା ହୋଇପାରେ । ଅଫିସରେ ସହକର୍ମୀମାନଙ୍କ ସହଯୋଗରେ କାର୍ଯ୍ୟଗୁଡିକ ସୂଚାରୁ ରୂପେ ସମ୍ପାଦନ କରିପାରିବେ । ଉତ୍ତେଜନା ଏବଂ କ୍ରୋଧରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଯେକୌଣସି କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ, ଯେଉଁ ସମସ୍ୟାଗୁଡିକ ସାମ୍ନାକୁ ଆସିବା ଧୌର୍ଯ୍ୟର ସହ ସମ୍ମୁଖୀନ କରିବେ ଓ ସଫଳତା ମଧ୍ୟ ପ୍ରାପ୍ତ କରିବେ । ପାରିବାରିକ ସମସ୍ୟାକୁ ନେଇ ବୈବାହିକ ଜୀବନରେ ସାମୟିକ ମତପାର୍ଥକ୍ୟ ଦେଖାଦେଇପାରେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ କାର୍ଯ୍ୟର ଚାପରେ ଚିନ୍ତିତ ହୁଅନ୍ତୁ ନାହିଁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହ ଆପଣଙ୍କ ମନୋଭାବନା ସକାରାତ୍ମକ ରହିବ । ମନୋମୁତବକା କାର୍ଯ୍ୟ କରିବାରେ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣ କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ ନିଅନ୍ତୁ । ପରୋକ୍ଷ ଶତ୍ରୁତା ଆରଚରଣ କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ, ସେମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ କିନ୍ତୁ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସମାଜିକ କାର୍ଯ୍ୟରେ କେତେକ ବ୍ୟତିକ୍ରମ ଦେଖାଦେବ, ଯାହାଦ୍ୱାରା ମାନ ହାନୀ ହେବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯାହାଫଳରେ ଚିନ୍ତିତ ରହିବେ । ଶାରୀରିକ ଦୃଷ୍ଟିକୋଣରୁ ସୁସ୍ଥ ରହିବେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପରିବାର ସଦସ୍ୟଙ୍କ ସହିତ ହସଖୁସିରେ ସପ୍ତାହଟି ଅତିବାହିତ କରିବ । ବ୍ୟବସାୟ ଓ ବାଣିଜ୍ୟରେ କାରବାର ମାନ୍ଦା ରହିବ । କିନ୍ତୁ ଆର୍ଥିକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀମାନେ ସହଯୋଗର ହାତ ବଢାଇବେ । ଅଫିସ୍ କାର୍ଯ୍ୟାଳୟରେ ସୁସ୍ଥ ବାତାବରଣ ରହିବ । ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି କେତେକ କ୍ଷେତ୍ରରେ ଉପକୃତ ହେବେ । ସାମାଜିକ କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ କରି ପ୍ରଶଂସା ପାଇବେ । ରାଜନୀତି, ସାମାଜିକ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ବାକ୍ ଅସଂଯମତା ଯୋଗୁଁ ନିକଟ ସମ୍ପର୍କୀୟ କିମ୍ବା ଘନିଷ୍ଟ ବନ୍ଧୁଙ୍କ ସହ ମନାନ୍ତର ଦେଖାଦେଇପାରେ । ପରିବାରରେ କୌଣସି ବିଷୟକୁ ନେଇ ସଦସ୍ୟଙ୍କ ମଧ୍ୟରେ ବାଦବିବାଦ ହୋଇପାରେ । ସ୍ଵାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ, ମନରେ ଦୃଢ ସଂକଲ୍ପ ନେଇ ଲକ୍ଷ୍ୟ ପ୍ରାପ୍ତ ଦିଗରେ ଅଗ୍ରସର ହେବେ । ସପ୍ତାହର ଶେଷାର୍ଦ୍ଧରେ ଆର୍ଥିକ ଜନିତ ସଙ୍କଟ ଦୂରେଇ ଯିବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସହାୟତାରେ କୌଣସି ନୂତନ କର୍ମାରମ୍ଭ ବିଷୟରେ ମନସ୍ଥ କରିବେ । ଚାକିରୀ କରୁଥିବା ଲୋକଙ୍କ ପାଇଁ ସପ୍ତାହଟି ଭଲ ରହିବ । ସରକାରୀ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ସୁଦୃଢ ରହିବ । କିନ୍ତୁ ପାରିବାରିକ କ୍ଷେତ୍ରରେ ଏପରି କିଛି ଘଟଣାର ସମ୍ମୁଖୀନ କରିବେ, ଯାହାକୁ ଏଡାଇବା ସମ୍ଭବପର ନୁହେଁ । ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, କାରଣ ଏହି ସପ୍ତାହର ମଧ୍ୟ ଭାବରେ ଶରୀରରେ ଆଘାତ ଲାଗିବାର ଆଶଙ୍କା ରହିଛି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ କାର୍ଯ୍ୟ କରବେ । ପାରସ୍ପରିକ ବିଶ୍ୱାସ ଦ୍ୱାରା ପାରିବାରିକ ସମ୍ପର୍କ ମଜବୁତ ରହିବ । ଅବଶ୍ୟ ସପ୍ତାହର ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ କେତେକ ସମସ୍ୟାର ସମ୍ମୁଖୀନ ହେବେ କିନ୍ତୁ ପରବର୍ତ୍ତୀ ସମୟରେ ଆର୍ଥିକ ସଙ୍କଟ ଦୂରେଇ ଯିବ । ପରୋକ୍ଷ ଶତ୍ରୁତା ଯୋଗୁଁ ବୟବସାୟ ବାଣିଜ୍ୟରେ କେତେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଅଫିସ କାର୍ଯ୍ୟାଳୟରେ ପରିବେଶ ସୁସ୍ଥ ରହିଲେ ମଧ୍ୟ ଅଧିନସ୍ଥ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ଅଧିକ ରହିବ । ଚଳିତ ସପ୍ତାହରେ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଜନହିତକର କାର୍ଯ୍ୟରେ ସହଭାଗିତା କରିବେ । କିନ୍ତୁ ଆପଣଙ୍କ କ୍ରୋଧ ସ୍ଵଭାବ ଯୋଗୁଁ କେତେକ ଅଭାବନୀୟ ଘଟଣାର ସମ୍ମୁଖୀନ କରିବାକୁ ପଡିବ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ସତର୍କ ରୁହନ୍ତୁ ଏବଂ ଅଧିକ ସମୟ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସାମାଜିକ ସ୍ତରରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ କାରବାର ଭଲ ରହିବ କିନ୍ତୁ ଆକସ୍ମିକ ଭାବରେ କେତେକ ଅପ୍ରୀତିକର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟ ସମ୍ବନ୍ଧୀୟ କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବେ । କିନ୍ତୁ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ କ୍ଷେତ୍ରରେ ସତର୍କ ରୁହନ୍ତୁ । ପରିବାର ସଦସ୍ୟଙ୍କ ମଧ୍ୟରେ ହସଖୁସିରେ ସପ୍ତାହଟି ଅତିବାହିତ କରିବେ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗୀ ସମ୍ପନ୍ନର ବ୍ୟକ୍ତିମେନ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ ।

Leave a Reply

Your email address will not be published. Required fields are marked *