ସାପ୍ତାହିକ ରାଶିଫଳ : ମାସର ଶେଷ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିମାନଙ୍କୁ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ ।

ସାପ୍ତାହିକ ରାଶିଫଳ : ମାସର ଶେଷ ସପ୍ତାହରେ ଏହି ୫ଟି ରାଶିର ବ୍ୟକ୍ତିମାନଙ୍କୁ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ । ଶତ୍ରୁମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୨୩ ନଭେମ୍ବରରୁ ୨୯ ନଭେମ୍ବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣ ଯେଉଁ ନିଷ୍ପତ୍ତି ନେବେ ସେହି ନିଷ୍ପତ୍ତିରେ ଆପଣ ଉପକୃତ ମଧ୍ୟ ହେବେ, ଏହା ଦ୍ଵାରା ଆପଣଙ୍କୁ ପ୍ରଶଂସା ମିଳିବ । ମନକୁ ସ୍ଥିର ରଖନ୍ତୁ ଓ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ ଏବଂ ନିଷ୍ଠାର ସହ କାର୍ଯ୍ୟ କରିଲେ, ସଫଳତା ନିଶ୍ଚୟ ଆପଣଙ୍କ ପାଦ ଛୁଇଁବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କେତେକ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟରେ ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚାକିରୀରେ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଲୋକଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସାମାଜରେ ଜନକଲ୍ୟାଣ କାର୍ଯ୍ୟରେ ଯୋଗଦେଇପାରନ୍ତି । ପ୍ରେମ ସମ୍ବନ୍ଧରେ ମନରେ ଦୃଢ଼ତା ଆସିବ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବନା ବଢ଼ିବ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିନ୍ତୁ ଓ ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ । ଅଯଥା ଚିନ୍ତା ମାନସିକ ସନ୍ତୁଳନରେ ବ୍ୟାହତ ସୃଷ୍ଟି କରିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣ ନିଜକୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କାହାରି ବ୍ୟକ୍ତିଗତ ମାମଲା କିମ୍ବା ବିବାଦୀୟ ପରିସ୍ଥତିର ମଧ୍ୟସ୍ଥତା କରନ୍ତୁ ନାହିଁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ସମ୍ଭବତଃ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଉଚ୍ଚ ପଦାଧିକାରୀଙ୍କ ପ୍ରେରଣା ଆପଣଙ୍କ ମନରେ କାର୍ଯ୍ୟ କରିବାର ଉତ୍ସାହକୁ ବଢାଇବ । ଚାକିରିରେ ପଦୋନ୍ନତିର ଯଥେଷ୍ଟ ସମ୍ଭାବନା ରହିଛି । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ସମସ୍ୟା ଉତ୍କଟ ରୂପ ନେଇପାରେ । ଯଥାସମ୍ଭବ ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ଓ ନୀରବ ରହିବାକୁ ପ୍ରୟାସ କରନ୍ତୁ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଶ୍ଵାସଜନିତ ରୋଗ, ମଳକଣ୍ଟକ ଭଳି ଯୋଗର ପାଦୁର୍ଭାବ ବଢିପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଯେକୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ଏହି ସପ୍ତାହଟି ଉପଯୁକ୍ତ ସମୟ ଅଟେ । କୌଣସି ନୂତନ ପ୍ରକଳ୍ପ ବା ପ୍ରୋଜେକ୍ଟ ଆରମ୍ଭ କରିବା ପୂର୍ବରୁ ବୟସ୍କ ବ୍ୟକ୍ତି ତଥା ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ । ଦୀର୍ଘ ଦିନରୁ ଅଟକିଥିବ କାର୍ଯ୍ୟକୁ ଆପଣ ଏହି ସପ୍ତାହରେ ପୂରଣ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଧୌର୍ଯ୍ୟ କାର୍ଯ୍ୟ କରନ୍ତୁ, ଧୀରେ ଧୀରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହା ସଙ୍ଗେ ସଙ୍ଗେ ବକେୟା ଅର୍ଥ ଆଦାୟ କରିବାରେ ମଧ୍ୟ କୌଣସି ଝଞ୍ଜଟ ହେବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ । ଦୂରତା ଯାତ୍ରା ନ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତୁ । ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରି ଘର ନିର୍ମାଣ କରିବାକୁ ଚେଷ୍ଟା କରିପାରନ୍ତି । ଜୀବନ ସାଥିଙ୍କ ସହିତ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ହେବ । କିନ୍ତୁ ଶ୍ଵାସ ସମ୍ବନ୍ଧୀୟ ରୋଗୀମାନେ ସତର୍କ ରହିବା ଭଲ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚଳିତ ସପ୍ତାହରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟର ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । କୌଣସି କାରଣ ବଶତଃ ବନ୍ଧୁମାନଙ୍କ ସହିତ ମତଭେଦ ଯୋଗୁଁ ମନରେ ସରସତା ରହିବ ନାହିଁ । ବ୍ୟର୍ଥ ଚିନ୍ତାରୁ ବଞ୍ଚିବା ପାଇଁ ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ବ୍ୟବସାୟରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ନିଜ କାର୍ଯ୍ୟ ସ୍ଥଳରେ ମଧୁର କଥା କହି ଅଧିନସ୍ଥ କର୍ମଚାରୀଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହ କରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ଦେଖାଦେଇପାରେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଅନ୍ୟର ବିବାଦୀୟ ଘଟଣାକୁ ପରିବାର ମଧ୍ୟରେ ଆଲୋଚନା କରିବେ, ଯାହାଫଳରେ ବୈବାହିକ ଜୀବନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ଯେଉଁଥି କାରଣରୁ ଆପଣ ନିରାଶା ଅନୁଭବ କରିବେ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରଶାସନିକ ସେବା ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ଅତ୍ୟାଧିକ କାର୍ଯ୍ୟଚାପ ଯୋଗୁଁ ମାନସିକ ଭାରସାମ୍ୟ ହୋରାଇପାରନ୍ତି ଓ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କୁ ଆର୍ଥିକ ଲାଭର ସମ୍ଭାବନା ଅଛି । ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସଂଘର୍ଷ ପରେ ହିଁ ସଫଳତା ମିଳିବ । ଏହି ସପ୍ତାହଟିରେ ଆର୍ଥିକ ନେଣଦେଣ ଠାରୁ ଦୂରେଇ ରହିବା ଆପଣ ପାଇଁ ଭଲ । ବିନା କାରଣରେ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ସନ୍ତାନ ସୁଖର ପ୍ରାପ୍ତି ହେବ । ଜୀବନସାଥୀର ସହଯୋଗ ପ୍ରାପ୍ତ ହେବ । ପେଟ ସମ୍ବନ୍ଧୀୟ ରୋଗରୁ ଚିନ୍ତିତ ରହିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆପଣ ଏକାଧିକ କାମରେ ବ୍ୟସ୍ତ ରହିବେ, ଯେଉଁଥି କାରଣରୁ ପରିବାର ପାଇଁ ଅଧିକ ସମୟ ଦେଇପାରିବେ ନାହିଁ । ଚାକିରୀ କରୁଥିବା ବ୍ୟକ୍ତିମାନେ ତରବାରିଆ ହୋଇ କୌଣସି ପଦକ୍ଷେପ ବା ନିଷ୍ପତ୍ତି ନିଅନ୍ତୁ ନାହିଁ । ବ୍ୟବସାୟରେ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବେ । ରାଜନୀତିର ଲୋକମାନେ ସେମାନଙ୍କ ସଫଳତାରେ ଖୁସି ହେବେ । ସମାଜରେ ଜନକଲ୍ୟାଣ ନିମନ୍ତେ କିଛି ଭଲ ଏବଂ ବଡ କାମ କରିବେ । ଏହି କାର୍ଯ୍ୟ ନିମନ୍ତେ ସମାଜରେ ଆପଣଙ୍କ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ । ଆପଣଙ୍କ ପ୍ରୟାସ ସଫଳ ହେବ ଏବଂ ଆପଣଙ୍କ କାର୍ଯ୍ୟଦକ୍ଷତା ଉନ୍ନତ ହେବ । ଲଭ୍-ପାର୍ଟନରଙ୍କ ଆଚରଣକୁ ନେଇ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ପେଟ ଯନ୍ତ୍ରଣା ଜନିତ ସମସ୍ୟାର ଦେଖାଦେଇପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ବୟୋଜ୍ୟୋଷ୍ଟଙ୍କ ଆଦେଶ, ସମାଜର ବରିଷ୍ଠ ବ୍ୟକ୍ତିଙ୍କ ପରମର୍ଶକୁ ପାଥେୟ କରି ଉନ୍ନତିର ପଥରେ ଅଗ୍ରସର ହେବେ । ବ୍ୟବସାୟ ବାଣିଜ୍ୟରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହାକୁ ଏକାକୀ ହିଁ ସମ୍ମୁଖୀନ କରିବେ ଓ ସମସ୍ୟାର ସମାଧାନ ମଧ୍ୟ କରିବାରେ ସମର୍ଥ ହେବେ । ଘର, ଜମିଜମା, ଆଦି କିଣିବା ପାଇଁ ଚଳିତ ସପ୍ତାହଟି ଭଲ ସମୟ ଅଟେ । ପରିବାର ସହିତ ମାଙ୍ଗଳିକ କାର୍ଯ୍ୟରେ ଲିପ୍ତ ରହିବେ । ବଡ ଭାଇ ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ଅବିବାହିତମାନଙ୍କ ଜୀବନରେ ପ୍ରେମର ଆଶା ସଞ୍ଚାର ହେବାର ସମ୍ଭାବନା ରହିଛି । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଜନିତ ସାମାନ୍ୟରେ ସମକ୍ୟ ଉନ୍ନତି ପରିଲକ୍ଷିତ ହେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆର୍ଥିକ ସମ୍ବନ୍ଧୀୟ ସଙ୍କଟ ଦୂର ହେବ । ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନ ଥିଲେ ମଧ୍ୟ ସଂଯମତା ରଖନ୍ତୁ, ଅପେକ୍ଷାର ଫଳ ଆପଣଙ୍କ ସପକ୍ଷରେ ହିଁ ରହିବ । ଚଳିତ ସପ୍ତାହର ଶେଷରେ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଅଧିନସ୍ଥ କର୍ମଚାରୀମାନେ ବିଶ୍ଵାସଘାତ କରିପାରନ୍ତି । ଆପଣଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାର ଶକ୍ତି ବଳରେ ଆପଣ ସଫଳତା ହାସଲ କରିବେ । ଯେଉଁ ବ୍ୟକ୍ତିମାନେ ଦଲାଲୀ କାର୍ଯ୍ୟ କରନ୍ତି, ସେମାନଙ୍କ ଅଟକି ରହିଥିବା ଟଙ୍କା ସହଜରେ ଆଦାୟ କରିପାରିବେ । ଆପଣଙ୍କ ବନ୍ଧୁତ୍ଵର ପରିସର ବୃଦ୍ଧି ପାଇପାରେ । କିଛି ନୂଆ ସ୍ଥାନକୁ ଯିବାର ସମ୍ଭାବନା ରହିଛି ଏବଂ ନୂତନ ଲୋକଙ୍କୁ ଭେଟି ଲାଭନୀତ୍ୱ ହେବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସହଧର୍ମୀଙ୍କ ସହଯୋଗ ପାଇବେ । ଚକ୍ଷୁ ସମ୍ବନ୍ଧୀୟ ସାମସ୍ୟା ଦେଖାଦେଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆପଣଙ୍କ ପରିବାର ସହିତ ଜଡିତ ସମସ୍ତ ଜଟିଳ ବିଷୟ ସୁରୁଖୁରୁରେ ସମ୍ପର୍ଣ୍ଣ ହେବ । ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଆୟ ବୃଦ୍ଧି ସଙ୍ଗେ ସଙ୍ଗେ ସମାଜରେ ମାନସମ୍ମାନ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟରେ ସମ୍ପ୍ରସାରଣ ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରି, ବ୍ୟବସାୟକୁ ଗତିଶୀଳ କରାଇବେ । ଏହି ସପ୍ତାହରେ ଆପଣ ବ୍ୟବସାୟକୁ କେନ୍ଦ୍ର କରି ଦୂର ସ୍ଥାନକୁ ଯାତ୍ରା କରିବେ । ବିନା ସ୍ଵାର୍ଥରେ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବେ । ନିଜ ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ ଏବଂ ଆପଣଙ୍କ ମନର ଭାବକୁ ଜୀବନସାଥିକୁ ଜଣାଇବେ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ନିଜକୁ ଆପଣ ସତେଜତା ଏବଂ ସୁଖ ଅନୁଭବ କରିବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ମାଧ୍ୟମ ଫଳ ପ୍ରଦାନ କରିବ । ଭାଇ ଓ ସମ୍ପର୍କୀୟଙ୍କ ସହିତ ପ୍ରେମ ସମ୍ପର୍କ ନିବିଢ ରହିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଅବହେଳା କରନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁତାପ କରିବାକୁ ପଡିପାରେ । ବ୍ୟବସାୟରେ ଅଗ୍ରଗତି କରିବେ । ସମୟର ମହତ୍ତ୍ୱକୁ ବୁଝିସୁଝି କାର୍ଯ୍ୟ କରନ୍ତୁ ଏବଂ ଭବିଷ୍ୟତ ପାଇଁ ନିଷ୍ପତ୍ତି ନିଅନ୍ତୁ । କୌଣସି ଦସ୍ତାବିଜ ବା ଦଲିଲକୁ ଭଲ ଭାବରେ ପଢି ଦସ୍ତକ୍ଷତ କରନ୍ତୁ । ଚାକିରିରେ ଅତ୍ୟଧିକ ଚାପ ହେତୁ, ମନରେ ସରସତା ରହିବ ନାହିଁ । ଅର୍ଥକ ପରିସ୍ଥିତି ସନ୍ତୋଷଜନକ ରହିବ । ଜୀବନସାଥୀ ସହିତ କୌଣସି କଥାକୁ ନେଇ ବିବାଦ ଲାଗିପାରେ, ଯାହାଫଳରେ ସମ୍ପର୍କର ଦୂରତା ବଢିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଚଳିତ ସପ୍ତାହରେ ଯେକୌଣସି ପଦକ୍ଷେପ ଉଠାଇବା ପୂର୍ବରୁ ଭଲଭାବରେ ଭାବିଚିନ୍ତି ଉଠାନ୍ତୁ । ଅତୀତର କେତେକ ଘଟଣାକୁ ମନେ ପକାଇ ମାନସିକ ଅବସାଦର ଶିକାର ହୋଇପାରନ୍ତି । ବ୍ୟବସାୟ ପାଇଁ ନୂତନ ଲୋକଙ୍କ ସହ ଯୋଗାଯୋଗ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ କୌଣସି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇପାରେ । ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିପାରନ୍ତି । ବେରୋଜଗାରୀମାନେ ଚାକିରୀ ସହ ଜଡ଼ିତ ଇଣ୍ଟରଭିୟୁରେ କୃତକାର୍ଯ୍ୟ ହେବେ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପାରିବାରିକ ଓ ବୈବାହିକ ଜୀବନରେ ସୁଖଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ନିଜର ଅହଙ୍କାର ଯୋଗୁଁ ସମ୍ପର୍କ ଫାଟ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଚଳିତ ସପ୍ତାହତି ବ୍ୟବସାୟମାନଙ୍କ ପାଇଁ ବେଶ୍ ଅନୁକୂଳ ରହିବ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସପ୍ତାହର ମଝିରେ କରିବାକୁ ପ୍ରୟାସ କରନ୍ତୁ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ ବଳାଇବେ । କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୟୋସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ସ୍ଥଗିତି ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ନିକଟ ସମ୍ପର୍କୀୟ ଓ ବନ୍ଧୁମାନେ ସାହାଯ୍ୟ କରିବେ । ଆୟ ବୃଦ୍ଧି ପାଇଁ ନୂତନ ମାର୍ଗ ଉନ୍ମକ୍ତ ହେବ । ଆର୍ଥିକ ନେଣଦେଣ ସମ୍ବନ୍ଧୀୟ କାରବାରରେ ଅନ୍ଧ ଭାବରେ ଅନ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଜୀବନରେ ପ୍ରେମ କିମ୍ବା ରୋମାନ୍ସର ଅଭାବ ଅନୁଭବ ହେବ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସହଧର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେବ । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗରେ ପୁନଶ୍ଚ ପୀଡିତ ହୋଇପାରନ୍ତି ।

Be the first to comment

Leave a Reply

Your email address will not be published.


*