ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ପ୍ରତ୍ୟେକ କ୍ଷେତ୍ରରେ ଆସିବ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ପ୍ରତ୍ୟେକ କ୍ଷେତ୍ରରେ ଆସିବ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ପ୍ରତ୍ୟେକ କ୍ଷେତ୍ରରେ ଆସିବ ସୁଧାର ଏବଂ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (22 ମାର୍ଚ୍ଚରୁ 28 ମାର୍ଚ୍ଚ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ, ଆପଣ କୋର୍ଟକଚେରୀ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତତା ରହିବେ । ଚଳିତ ସପ୍ତାହରେ ଆପଣଙ୍କ ମନରେ ସ୍ଵତଃ ଭାବରେ ଭକ୍ତି ଭାବନା ଓ ଆଧ୍ୟାତ୍ମିକ ଭାବନା ଜନ୍ମିବ । ଚଳିତ ସପ୍ତାହରେ ବ୍ୟବସାୟ, ବାଣିଜ୍ୟ ସମ୍ବନ୍ଧୀୟ କାରବାରରେ ସ୍ଥିତି ବିଶେଷ ଭଲ ରହିବ ନାହିଁ କିନ୍ତୁ ସପ୍ତାହର ଶେଷାର୍ଦ୍ଧରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସପ୍ତାହ ପ୍ରାରମ୍ଭରେ କର୍ମକ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । କୌଣସି ବିଷୟକୁ ଯେପର୍ଯ୍ୟନ୍ତ ସଠିକ୍ ଭାବରେ ବୁଝି ନାହାଁନ୍ତି ସେ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସାମାଜିକ କ୍ଷେତ୍ର ଅବା ଅଫିସରେ ସବୁ କଥାକୁ ହାଲୁକା ଭାବରେ ଗ୍ରହଣ କରିଲେ ଅସୁବିଧାରେ ପଡ଼ିପାରନ୍ତି । ମଧୁର ବାକ୍ୟଳାପ ଦ୍ଵାରା କେତେକ କାର୍ଯ୍ୟକୁ ସମ୍ପାଦନ କରିବାରେ ସମର୍ଥ ହେବେ । ଅପରିଚିତ ବ୍ୟକ୍ତିଙ୍କୁ ନିର୍ଭର କରି ଅସୁବିଧାରେ ପଡ଼ିପାରନ୍ତି । ବୈବାହିକ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଏହି ସପ୍ତାହରେ କାର୍ଯ୍ୟ ହାସଲ କରିବା ନିମନ୍ତେ ଅଧିକ ଖର୍ଚ୍ଚାନ୍ତ ବହନ କରିବାକୁ ପଡିବ । ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ମନରେ ସରସତା ରହିବ ନାହିଁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଚଳିତ ସପ୍ତାହରେ ପରିବାର ସଦସ୍ୟଙ୍କ ସହ ଭୁଲ୍ ବୁଝାମୁଣା ଯୋଗୁଁ ଚାଲିଥିବା ବିବାଦର ଅବସାନ ଘଟିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଯୋଗୁଁ ପଛରେ ନିନ୍ଦା ଶୁଣିବାକୁ ପାଇପାରନ୍ତି । ସପ୍ତାହଟି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ବ୍ୟବସାୟ ଓ ବାଣିଜ୍ୟରେ କାରବାର ଭଲ ରହିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । କିନ୍ତୁ ଯେକୌଣସି କାର୍ଯ୍ୟକୁ ହାସଲ କରିବା ନିମନ୍ତେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବ, ଯାହାଫଳରେ ମନ ଉଦାସ ରହିବ । ଚଳିତ ସପ୍ତାହରେ ପ୍ରିୟଜନ, ବନ୍ଧୁ ଓ ପରିବାର ସଦସ୍ୟଙ୍କ ସମର୍ଥନ ଯୋଗୁଁ ମନରେ ନୂତନ ଆତ୍ମବିଶ୍ୱାସ ଜାଗ୍ରତ ହେବ ଏବଂ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରୟାସ କରିବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଟିକିଏ ମାନସିକ ଚାପ ଏବଂ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ମତଭେଦ ଦେଖାଦେଇପାରେ । ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ସମ୍ୟକ ମୁଣ୍ଡ ବିନ୍ଧା ଓ ପେଟ ଯନ୍ତ୍ରଣା ଦେଖାଦେବାର ସମ୍ଭାବନା ରହିଛି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ସକରାତ୍ମକ ଚିନ୍ତାଧାରା ଉପରେ ଧ୍ୟାନ ଦେଇ କାର୍ଯ୍ୟ କରିଲେ ପ୍ରତ୍ୟେକ କ୍ଷେତ୍ରରେ ଯଥେଷ୍ଟ ଉପକୃତ ହେବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ସ୍ଵସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବା ସହ ଋଣ ପରିଶୋଧ କରିବାକୁ ଚିନ୍ତା କରିବେ । ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ମାନ ସମ୍ମାନ ପାଇବେ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ, ପଦୋନ୍ନତିର ଯୋଗ ରହିଛି । ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ । ଘରେ ଶାନ୍ତିର ପରିବେଶ ରହିବ କିନ୍ତୁ ଏହି ସପ୍ତାହ ପରିବାରର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବ । ଜୀବନ ସାଥୀଙ୍କ ମନର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଛାତ୍ରମାନଙ୍କରେ ଏକାଗ୍ରତାର ଅଭାବ ଦେଖିବାକୁ ମିଳିବ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଏବଂ ଆପଣ ଏଥିରୁ ଉପକୃତ ହେବେ । ସ୍ୱାସ୍ଥ୍ୟ ଅବସ୍ଥା ଅପରିବର୍ତ୍ତିତ ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚଳିତ ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଆପଣ ନୂତନ ଲୋକଙ୍କ ସହିତ ପରିଚିତ ସୃଷ୍ଟି ହେବ, ଯାହାଦ୍ଵାରା ଆପଣଙ୍କୁ ଆଗାମୀ ଦିନରେ ସେମାନଙ୍କ ସହାୟତାରେ ଯଥେଷ୍ଟ ଉନ୍ନତି କରିବେ । ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ କରିବା ସହ ଭାଗିଦାର ବ୍ୟବସାୟରେ ଆକସ୍ମିକ ଭାବେ ସାହାଯ୍ୟ ସହଯୋଗ ମିଳିବ । ସମାଜରେ ନିଜର ଦୁର୍ବଳ ପ୍ରଭାବକୁ ଆହୁରି ଉନ୍ନତ କରିବା ନିମନ୍ତେ ଆପଣଙ୍କ ଆପ୍ରାଣ ସଂଘର୍ଷ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବଢିଯିବ । ଯଦି ଆପଣ କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରିବାକୁ ଯାଉଛନ୍ତି, ତେବେ ସାବଧାନତା ଅବଲମ୍ବନ କରନ୍ତୁ । ପ୍ରତ୍ୟେକ ସ୍ଥଳରେ ଧୌର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ଉପକୃତ ମିଳିବ । ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ । ଚଳିତ ସପ୍ତାହରେ ଜୀବନ ସାଥୀଙ୍କ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବାକୁ ପଡିବ କାରଣ ସୁସ୍ଥ ରହିବା ଜୀବନ ବଞ୍ଚିବାର ସର୍ବୋତ୍ତମ ଉପାୟ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ଯେଉଁ କାମରେ ହାତ ଦେଇଛନ୍ତି, ତାହାକୁ ସଂପୂର୍ଣ୍ଣ କରିବା ପାଇଁ ଅକ୍ଲାନ୍ତ ପ୍ରୟାସ ଜାରି ରଖିବେ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ପ୍ରଶାସନରେ ସଫଳତା ମିଳିବ । ବ୍ୟବସାୟରେ ଟଙ୍କା ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ । କର୍ତ୍ତୃପକ୍ଷଙ୍କ ସହ ସାଧାରଣ କଥାରେ ଯୁକ୍ତିତର୍କ କରି ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ଆର୍ଥିକ ପରିସ୍ଥିତି ପ୍ରଗତିରେ ବାଧା ସୃଷ୍ଟି ହୋଇପାରେ । ଧାରା କରଜ କରିବାକୁ ପଡିବ । କୌଣସି ନୂତନ ବ୍ୟବସାୟ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ କେତେକ ସମସ୍ୟା ଯୋଗୁଁ ଆରମ୍ଭ କରିପାରିବେ ନାହିଁ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବା ଫଳରେ ଦଳର ମୁଖ୍ୟଙ୍କ ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । ପାରିବାରିକ ଜୀବନ ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ଓ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗରେ ଅଧିକ ଯନ୍ତ୍ରଣା ଭୋଗିପରାନ୍ତି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ନିଜ କାରବାରରେ ଆଶାତୀଟି ଲାଭ ପାଇବାର ସମ୍ଭାବନା ରହିଛି । ପୁଞ୍ଜି ବିନିଯୋଗ କରୁଥିବା ଲୋକମାନଙ୍କ ପାଇଁ ସମୟ ଲାଭଦାୟକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବ । କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । କିନ୍ତୁ ବୃତ୍ତିଗତ କର୍ମ ହେଉ ଅବା ଅଫିସର କୌଣସି କାର୍ଯ୍ୟକୁ ତରବାରିଆ ହୋଇ ସମ୍ପର୍ଣ୍ଣ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିପାରେ । ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ । ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନକଲ୍ୟାଣ କାର୍ଯ୍ୟ କରି ସମାଜରେ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାର ସମାଧାନ କରିବ । ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ଦୃଢ଼ତା ଆସିବ । ଦାମ୍ପତ୍ୟସୁଖ ବୃଦ୍ଧି ହେବା ସହ ପୂର୍ବ ଲାଗିରହିଥିବା ପାରିବାରିକ କଳହର ଅବସାନ ଘଟିବ । କ୍ୟାରିୟର ଏବଂ ଚାକିରି କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇପାରିବେ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସପ୍ତାହରେ ଆପଣ ନିଜର ପ୍ରତ୍ୟେକ କାର୍ଯ୍ୟକୁ ଯତ୍ନର ସହ କରନ୍ତୁ । ନୂତନ କର୍ମନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହେବେ । କର୍ମକ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ଲାଭଦାୟକ ରହିବ କିନ୍ତୁ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ପରିବାରରେ ଭାଇଭଉଣୀଙ୍କ ସହ ସମ୍ପର୍କରେ ମଧୁରତା ବଜାୟ ରହିବ । ଏହି ସପ୍ତାହରେ ଆପଣଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିପାରେ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ । ସମାଜର କିଛି ସମ୍ମାନନୀୟ ବ୍ୟକ୍ତି ଆପଣଙ୍କୁ ଭୁଲ୍ ବୁଝିବେ । ପତି ଓ ପତ୍ନୀ ଉଭୟ କୌଣସି ବିଷୟକୁ ନେଇ ତର୍କବିତର୍କ କରି ପରସ୍ପର ମଧ୍ୟରେ ମନାନ୍ତର ଦେଖାଦେଇପାରେ । ସ୍ଵସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣ ନିଜର ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ପ୍ରୟାସ କରିବେ । ବନ୍ଧୁ ଓ ସହଯୋଗୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପ୍ରଶାସନ ଓ ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ବ୍ୟବସାୟରେ ଆର୍ଥିକ ନେଣଦେଣ ପ୍ରତି ବିଶେଷ ସତର୍କତା ରହିବା ଆବଶ୍ୟକ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ମନମାଲ୍ୟନ ଯୋଗୁଁ କାର୍ଯ୍ୟାଳୟରୁ ସମ୍ପର୍କ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି । ଆର୍ଥିକ ପରିସ୍ଥିତି ପ୍ରଗତିରେ ବାଧା ସୃଷ୍ଟି ହୋଇପାରେ । ଆପଣଙ୍କ ଭିତରେ ଥିବା ସୃଜନଶୀଳତା ଗୁଣ ଯୋଗୁଁ ସମାଜରେ ଲୋକପ୍ରିୟତ ବଢିବ । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରନ୍ତୁ ନାହିଁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ସ୍ନେହପୂର୍ଣ୍ଣ ରହିବ । ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ । କ୍ୟାରିୟରରେ ହଠାତ୍ କିଛି ପରିବର୍ତ୍ତନ ହୋଇପାରେ । ସମସ୍ୟା ହ୍ରାସ ହୋଇପାରେ । ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟରେ ସମ୍ୟକ୍ ଦୁର୍ବଳତା ପରିଲକ୍ଷିତ ହୋଇପାରେ । ଆଲର୍ଜି ଜନିତ ସମସ୍ୟା ଯୋଗୁଁ ଅସହିଷ୍ଣୁତା ହୋଇପାରନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧନୁରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ରୋଜଗାର କ୍ଷେତ୍ରରେ ସଫଳତା ପାଇବେ । ଆପଣଙ୍କ ପାଇଁ ସପ୍ତାହଟି ସୁଖମୟ ରହିବ । ଏହି ସପ୍ତାହଟି ହେଉଛି ତୁମର କଠିନ ପରିଶ୍ରମ ଏବଂ ସଂଘର୍ଷର ସମୟ । ପତି ଓ ପତ୍ନୀଙ୍କ ମଧ୍ୟରେ ମତାନ୍ତର ଦେଖାଦେବ । ବ୍ୟବସାୟ, ବାଣିଜ୍ୟରେ କାରବାର ଉନ୍ନତ ହେବ କିନ୍ତୁ ଆତ୍ମବିଶ୍ୱାସର ଅଭାବ ଯୋଗୁଁ କେତେକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ସମାଜରେ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିବା ଫଳରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଦୈନନ୍ଦିନ ଜୀବନରେ ମଧ୍ୟ ପରିବର୍ତ୍ତନ ଦେଖାଦେବ । କଠିନ ପରିଶ୍ରମ କରିବା ଦ୍ଵାରା ଆଶାନୁରୂପକ ଫଳ ପାଇପାରିବେ । ବୈବାହିକ ଜୀବନରେ ଉଭୟ ପତି ଓ ପତ୍ନୀଙ୍କ ସମନ୍ଵୟ ବଜାୟ ରହିବ । ପତ୍ନୀଙ୍କ ପ୍ରେରଣାରେ କେତେକ କାର୍ଯ୍ୟ ଅତି ସହଜରେ ସମ୍ପାଦନ କରିପାରିବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଚଳିତ ସପ୍ତାହରେ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ । କର୍ମକ୍ଷେତ୍ରରେ ନୂତନ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ । କେତେକ ବିଶେଷ କାର୍ଯ୍ୟରେ ବନ୍ଧୁ, ସହକର୍ମୀ ଓ ନିକଟ ସମ୍ପର୍କୀୟମାନେ ସାହାଯ୍ୟ ସହଯୋଗ କରିବେ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଲାଭବାନ୍ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଅଫିସରେ ନିମ୍ନସ୍ଥ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିବେ । କମ୍ପ୍ୟୁଟର ଏବଂ ସମସ୍ତ ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ କିନ୍ତୁ ବକ୍ ଅସଂଯମତା କାରଣରୁ ସମ୍ପର୍କୀୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ, ତେଣୁ ନିଜର ଭାଷା ଓ ବ୍ୟବହାରକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଜୀବନ ସାଥିଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ସ୍ୱାଭାବିକ ରହିବ । ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଯାତ୍ରା କରାଯାଇପାରିବେ । ସଭାସମିତିରେ ବକ୍ତବ୍ୟ ଦେବା ସମୟରେ ସଂଯମତା ଆଚରଣ କରନ୍ତୁ ନଚେତ ଅପଦସ୍ଥ ହୋଇପାରନ୍ତି । କର୍ମକ୍ଷେତ୍ରରେ ସାଙ୍ଗସାଥିମାନଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ବ୍ୟବସାୟରେ ବିରୋଧୀମାନେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ ସହ ରୋଜଗାର କରିବାର ଏକ ନୂତ ସ୍ରୋତ ପାଇବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । କର୍ମକ୍ଷେତ୍ରରେ ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ସ୍ୱାର୍ଥର ବଶବର୍ତ୍ତୀ ହୋଇ ନିକଟ ସମ୍ପର୍କୀୟମାନେ ମଧୁର ବାକ୍ୟଳାପ କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ନିକଟସ୍ଥ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି । ଏହି ସପ୍ତାହରେ ସ୍ୱାସ୍ଥ୍ୟରେ ଉତ୍ଥାନପତନ ଲାଗି ରହିବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ଆପଣଙ୍କ ସ୍ଵଭାବ ଓ ବ୍ୟବହାର ପାଇଁ ଲୋକେ ପ୍ରଶଂସା କରିବେ । ନିଜର ବନ୍ଧୁ ଓ ସହକର୍ମୀଙ୍କ ଦ୍ଵାରା କର୍ମକ୍ଷେତ୍ରର ସ୍ଥଗିତ କାର୍ଯ୍ୟକୁ ସମ୍ପାଦନ କରିପାରିବେ । ବ୍ୟବସାୟ ବାଣିଜ୍ୟରେ କେତେକ ସମସ୍ୟା ଆସିଲେ ମଧ୍ୟ ଆପଣାଚାଏଁ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟରେ ଯୋଜନା ଅନୁଯାୟୀ କାମ କରନ୍ତୁ । ଚାକିରିରେ କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ନିଜର ଦକ୍ଷତାବଳରେ ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟକୁ ସମ୍ପାଦନ କରିବାରେ ସମର୍ଥ ହେବେ । ଅଫିସ କିମ୍ବା ସଭାସମିତିରେ ନୀରବ ରହି ଅନ୍ୟର ମନ୍ତବ୍ୟକୁ ଶୁଣନ୍ତୁ । ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ସମ୍ପର୍କୀୟଙ୍କ ସହ ଲାଗିରହିଥିବା ତିକ୍ତତା ଓ ମତପାର୍ଥକ୍ୟ ଦୂର ହେବ । ଆପୋସ ବୁଝାମୁଣା ଦ୍ଵାରା ଆଇନ ଅଦାଲତରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ପତି-ପତ୍ନୀ ଉଭୟ ଉଭଯଙ୍କୁ ସହଯୋଗ କରିବେ ।ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ଭଲ ରହିବ ।

Leave a Reply

Your email address will not be published. Required fields are marked *