ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି…

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (22 ଫେବୃୟାରୀରୁ 28 ଫେବୃୟାରୀ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣ ଅତୀତର କିଛି ପୁରୁଣା ବନ୍ଧୁଙ୍କ ସହ ଦେଖା ସାକ୍ଷାତ କରିବେ ଓ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ ଆପଣଙ୍କୁ କିଛି ପରାମର୍ଶ ଦେବେ । ବୃତ୍ତିଗତ କର୍ମରେ ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । ଏହି ସପ୍ତାହରେ, ଅଫିସରେ କାର୍ଯ୍ୟଭାର ଅଧିକ ରହିବା ସତ୍ତ୍ୱେ ଆପଣଙ୍କୁ ନିଜ କାର୍ଯ୍ୟକୁ ଯଥାଚିତ ସମୟରେ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଉଚ୍ଚାଧିକାରୀ ମଧ୍ୟ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ରହିବେ । ବେରୋଜଗାର ଥିବା ବ୍ୟକ୍ତି ବିଶେଷଙ୍କୁ କର୍ମ ନିଯୁକ୍ତିର ସୁଯୋଗ ରହିଛି । ଚଳିତ ସପ୍ତାହରେ ପାରିବାରିକ କେତେକ ସମସ୍ୟାକୁ ନେଇ ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ପରିବାରରେ କୌଣସି ମାଙ୍ଗଳିକ କଥାବାର୍ତ୍ତା ଅର୍ଥବା ବିବାହ ସମ୍ବନ୍ଧୀୟ କୌଣସି ଆଲୋଚନା ହୋଇପାରେ । ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହ ଅତ୍ୟନ୍ତ ଭଲ ରହିବ । ସରକାରୀ କର୍ମଚାରୀମାନେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟର ପାତ୍ର ହୋଇପାରିବେ । ସ୍ୱାସ୍ଥ୍ୟଜନିତ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଚଳିତ ସପ୍ତାହରେ, ଅତ୍ୟଧିକ ଖର୍ଚ୍ଚ ଦୁଶ୍ଚିନ୍ତାର କାରଣ ହେବ । ଲୋକମାନଙ୍କ କେତେକ ଗୁରୁତ୍ଵପୂର୍ଣ୍ଣ କାମଗୁଡିକ ସହଜରେ ଆପଣଙ୍କ ସମ୍ପାଦନ କରିବାରେ ସମର୍ଥ ହେବେ, ଯାହାଦ୍ୱାରା ସେମାନେ ଆପଣଙ୍କ ଉପରେ ବିଶ୍ଵାସ କରିନେବେ । କିନ୍ତୁ ବିବାଦୀୟ ପରିସ୍ଥିତିରେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା କରିବା ଆପଣଙ୍କ ସମାଧାନତା ଅବଲମ୍ବନ କରନ୍ତୁ, ଅନ୍ୟଥା ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ସାମାଜିକ ସ୍ତରରେ ଦୀର୍ଘର ଦିନର ଅଟକି ଥିବା କାର୍ଯ୍ୟକୁ ପୂରଣ କରିବା ଦ୍ଵାରା ସମାଜରେ ଆପଣଙ୍କ ଲୋକପ୍ରିୟତ ବୃଦ୍ଧି ପାଇବା ସହ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ । ଚଳିତ ସପ୍ତାହରେ, ଆପଣଙ୍କର ବିରୋଧୀମାନେ ସକ୍ରିୟ ହୋଇଉଠିବେ, ଆପଣଙ୍କ ଉନ୍ନତିପଥରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ନାନା ପ୍ରକାର ପ୍ରୟାସ କରିବେ । ଜୀବନ ସାଥିଙ୍କ ମନର ଭାବନକୁ ବୁଝିବେ ଓ ଜୀବନ ସାଥିଙ୍କ ସହ ଅଧିକ ସମୟ ଅତିବାହିକ କରିବେ । ଚଳିତ ସପ୍ତାହରେ ଆପଣ ବ୍ୟବସାୟ ସମ୍ବନ୍ଧୀୟ କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ପୂର୍ବ ଅପେକ୍ଷା ଭଲ ହେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଅତ୍ୟଧିକ କାର୍ଯ୍ୟର ଚାପ ରହିବ । କାର୍ଯ୍ୟର ଚାପ କାରଣରୁ ଆପଣ କ୍ରୋଧିତ ହୋଇପାରନ୍ତି । ବ୍ୟବସାୟ, ବାଣିଜ୍ୟ ପ୍ରସଙ୍ଗ ଅଗ୍ରଗତି କରିବ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଆପଣ କିଛି ନୂଆ ଯୋଜନା ଉପରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ । ଅଫିସରେ ସ୍ଥିତି ଭଲ ରହିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ସପ୍ତାହର ପ୍ରଥମାର୍ଦ୍ଧରେ କାର୍ଯ୍ୟର ଚାପ ଅଧିକ ରହିବ । ଆପଣ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମାଜର କିଛି ସମ୍ମାନନୀୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇବେ । ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ବିଭିନ୍ନ ଉତ୍ସରୁ ଟଙ୍କା ରୋଜଗାର କରିପାରିବାର ସୁଯୋଗ ଜୁଟିବ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ମଧୁମେହ ରୋଗୀ ଏବଂ ହୃଦୟ ରୋଗୀମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣ ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ଓ ସମସ୍ତଙ୍କ ସହ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହରେ ଆପଣ ସମାଜର ଦୀନଦାରିଦ୍ରଙ୍କ ଉନ୍ନତି ସକାଶେ କିଛି କାର୍ଯ୍ୟ କରିବେ । ଅତୀତର କଥାକୁ ସ୍ମରଣ କରି ମନ ଦୁଃଖ କରିବା ଅପେକ୍ଷା କିଛି ନୂତନ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ । ଚଳିତ ସପ୍ତାହରେ ଆପଣ ଏହିପରି କିଛି ସମସ୍ୟାର ସମ୍ମୁଖୀନ କରିପାରନ୍ତି, ଯାହା ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେବ । ଜୀବାନାଥୀଙ୍କୁ ସହଯୋଗ ଓ ସମର୍ଥନ ଯୋଗୁଁ ମନୋବଳ ଦୃଢ ରହିବ ଏବଂ ଜୀବନ ସାଥିଙ୍କ ପ୍ରେରଣାରେ କେତେକ କାର୍ଯ୍ୟ ଅତି ସହଜରେ ସମ୍ପର୍ଣ୍ଣ କରିପାରିବେ । ସପ୍ତାହର ପ୍ରଥମାର୍ଦ୍ଧରେ ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ ଏବଂ ବିଶ୍ରାମ ନିଅନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ନିଜ ଜୀବନର ଅସଜଡା ପରିସ୍ଥିତିକୁ ସଜାଡିବାକୁ ଚେଷ୍ଟା କରିବେ । ଚଳିତ ସପ୍ତାହରେ ସୁଖ ଏବଂସମୃଦ୍ଧିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଆଶାନୁରୁକ ଫଳ ପ୍ରାପ୍ତ କରିବେ । ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନଗୁଡିକ ସଠିକ୍ ଉତ୍ତର ପାଇପାରିବେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ରହିବ ଏବଂ ଲକ୍ଷ୍ୟ ପ୍ରାପ୍ତିର ଦ୍ଵାର ଉନ୍ମକ୍ତ ହେବ । ଆପଣଙ୍କ ପୂର୍ବ କାର୍ଯ୍ୟକଳାପ ଯୋଗୁଁ ସମାଜରେ ଚର୍ଚ୍ଚାର କେନ୍ଦ୍ର ସାଜିପାରନ୍ତି । ବ୍ୟବସାୟରେ ଆଶାତୀତ ଲାଭ ହେବାର ଯୋଗ ରହିଛି । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରିବା ପାଇଁ ମନସ୍ଥ କରିବେ କିନ୍ତୁ ସପ୍ତାହର ପ୍ରାରମ୍ଭରେ କରନ୍ତୁ ନାହିଁ । ଜୀବନ ସାଥୀଙ୍କ ନିକଟରେ ମନର ଭାବନକୁ ପରିପ୍ରକାଶ କରିପାରିବେ । ଏହି ସପ୍ତାହରେ ଜୀବନ ସାଥିଙ୍କ ସହ ନିକଟ କୌଣସି ବନ୍ଧୁଙ୍କ ଘରକୁ ଯାଇପାରନ୍ତି । ଶିକ୍ଷା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ବିଶେଷ ସଫଳତା ଅଛି । ସ୍ୱାସ୍ଥ୍ୟ ସଚେତନ ହେବାର ଆବଶ୍ୟକତା ଅଛି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭଦାୟକ ରହିବ । ଅନେକ ଦିନରୁ ଅଟକି ଥିବା କାର୍ଯ୍ୟକୁ ନିଜ ବୁଦ୍ଧି ଓ କୌଶଳ କ୍ରମେ ଏହି ସପ୍ତାହରେ ଶେଷ କରିପାରିବେ । ବ୍ୟବସାୟ, ବାଣିଜ୍ୟରେ ଯଥେଷ୍ଟ ଉନ୍ନତି କରିବେ । ସହକର୍ମୀଙ୍କ ସହ ଭଲ ସମ୍ପର୍କ ରହିବ । ପରିବାରର ଏକ ନିର୍ଦ୍ଧିଷ୍ଟ ବିଷୟରେ ଉପରେ ଆପଣଙ୍କ ମନ୍ତବ୍ୟ ଫଳପ୍ରଦ ସାବ୍ୟସ୍ତ ହେବ । ଲଟେରୀ କିମ୍ବା ଷ୍ଟକ୍ ମାର୍କେଟରୁ ଆଶାନୁରୂପକ ଫଳ ପାଇବେ । କୌଣସି ନୂତନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ଚିନ୍ତା କରିବେ ଏବଂ ସପ୍ତାହରେ ଶେଷାର୍ଦ୍ଧରେ ଆରମ୍ଭ ମଧ୍ୟ କରିପାରନ୍ତି । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ତାଳମେଳ ଭଲ ରହିବ । ଜୀବନ ସାଥୀ ସହିତ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାବେ ଏବଂ ଅତୀତର ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ମନେ ପକାଇବେ । ଅର୍ଥକ ସ୍ଥିତିରେ ଉନ୍ନତି ହେବ । ସ୍ୱାସ୍ଥ୍ୟ ପାଇଁ ଏହା ଏକ ଭଲ ସପ୍ତାହ ହେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ, ଆପଣ କାର୍ଯ୍ୟରୁ ବିରତି ନେବାକୁ ଇଚ୍ଛା ପ୍ରକାଶ କରିବେ । ଯାତ୍ରା କିମ୍ବା ନିକଟ ସମ୍ପର୍କୀୟଙ୍କ ଘରକୁ ଯିବାର ଯୋଜନା କରିପାରନ୍ତି । ବ୍ୟବସାୟରେ ହଠାତ୍ ଗ୍ରାହକଙ୍କ ସୁଅ ଛୁଟିବ । କିନ୍ତୁ ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଅଫିସରେ କାର୍ଯ୍ୟର ଚାପ ଅଧିକ ହେତୁ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିବାକୁ ପଡିବ । ସମାଜରେ ଲୋକମାନେ ସେମାନଙ୍କର ଅସୁବିଧାକୁ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବେ । ଭାଗ୍ୟର ସହାୟତାରେ କେତେକ ସମସ୍ୟା ଓ ପ୍ରତିବନ୍ଧକକୁ ଦୃଢତାର ସହିତ ମୁକାବିଲା କରିବାରେ ସମର୍ଥ ହେବେ । ଆପଣଙ୍କ ନିଜ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ । କର୍ମକ୍ଷେତ୍ରରେ ପୁଞ୍ଜି ବିନିଯୋଗ କଲେ ଯଥେଷ୍ଟ ଲାଭବାନ ହୋଇପାରିବେ । ଇଚ୍ଛା ପୂରଣ ପାଇଁ ଏହି ସପ୍ତାହ ଭଲ ହେବ । ମୁଣ୍ଡ ଏବଂ ପେଟ ଯନ୍ତ୍ରଣା ହୋଇପାରେ । ଖାଦ୍ୟରେ ସାବଧାନ ରଖନ୍ତୁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହ ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚାନ୍ତ ଅଧିକ ହୋଇପାରେ । କାର୍ଯ୍ୟ ଦକ୍ଷତାର ଗୁଣ ଯୋଗୁଁ ପ୍ରତ୍ୟକ କାର୍ଯ୍ୟକୁ ସହଜରେ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆପଣ ନିଜ ଭାଗ୍ୟ ଉପରେ ଯେତିକି ବିଶ୍ଵାସ କରୁଛନ୍ତି, ନିଜ ଉପରେ ମଧ୍ୟ ସେତିକି ବିଶ୍ଵାସ ରଖିବା ଦରକାର । ବ୍ୟବସାୟ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏହି ସପ୍ତାହରେ ଶେଷ ହେବ । ଆଖପାଖର ଲୋକଙ୍କ ଠାରୁ କିଛି ନୂଆ ଶିଖିବାର ଅବସର ମିଳିବ । ଜୀବନସାଥୀଙ୍କ ଆଶା ପୂରଣ ହେବ । ବୈବାହିକ ଜୀବନ ଅତ୍ୟନ୍ତ ସୁଖଦ ରହିବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିବାରେ ସକ୍ଷମ ହେବେ । କୌଣସି କଥା ଅନ୍ୟ କାହାରି ନିକଟରେ ସେୟାର କରନ୍ତୁ ନାହିଁ, ଯାହା ଆପଣଙ୍କୁ ଅସୁବିଧାରେ ପକାଇବ । ନୂତନ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ମିଳିପାରେ । ଚାକିରୀ କରୁଥିବା ଲୋକଙ୍କ ପାଇଁ ମଜାମସ୍ତିର ସମୟ ଅଟେ । କୌଣସି ବିଷୟକୁ ଅଧିକ ଚିନ୍ତା କରନ୍ତୁ ନାହିଁ, ଯାହାଦ୍ୱାରା ମାନସିକ ଶାନ୍ତି ହରାଇପାରନ୍ତି । ଖାଦ୍ୟ ଏବଂ ପାନୀୟର ଅନିୟମିତତା ହେତୁ ଶାରୀରିକ ଅସୁସ୍ଥାର କାରଣ ହୋଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ, ଆପଣ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେବେ । ନିଜ ଉପସ୍ଥତ ବୁଦ୍ଧି ବଳରେ ବିରୋଧୀଙ୍କୁ ପରାସ୍ତ କରିପାରିବେ । କ୍ୟାରିୟର ଏବଂ ଚାକିରି କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇପାରିବେ । ବ୍ୟବସାୟରେ ଆପଣ ସହଯୋଗୀଙ୍କ ସହ ତାଳମେଳ ରଖି ବ୍ୟବସାୟରେ ଗତି ବଢାଇବାକୁ ଚେଷ୍ଟା କରିବେ । କର୍ମସ୍ଥଳରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ଓ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ହେବେ । ନୂତନ କାର୍ଯ୍ୟାରମ୍ଭ କାର୍ଯ୍ୟ କିମ୍ବା ନୂତନ ଶିଳ୍ପାରମ୍ଭ କରିବା ନିମନ୍ତେ ସପ୍ତାହଟି ଶୁଭଦାୟକ ରହିବ । ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ବ୍ୟବସାୟରେ ବିକାଶ ସହିତ ଆୟ ବୃଦ୍ଧି କରିବା ପାଇଁ ପ୍ରୟାସ କରିବେ । ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ପେଟ ଜନିତ ସମସ୍ୟା ହେବାର ସମ୍ଭାବନା ରହିଛି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହ ସାଙ୍ଗମାନଙ୍କ ସହିତ ଆନନ୍ଦ କୌଣସି ରମଣୀୟ ସ୍ଥାନକୁ ଯାତ୍ରା କରିବା ପାଇଁ ସ୍ତିର କରିବେ । ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ସମାଧାନ ହୋଇଯିବ ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ ଏବଂ ବୟୋସ୍କଙ୍କ ଠାରୁ ପରାମର୍ଶ ନେବେ । ଟଙ୍କା ପଇସା ସମ୍ବନ୍ଧୀୟ କାରବାରରେ ଅନ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ବ୍ୟବସାୟକୁ କେନ୍ଦ୍ର କରି କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରୀକ୍ଷେତ୍ରରେ ଆପଣ ପଦୋନ୍ନତି ସୁଯୋଗ ପାଇପାରିବେ । ଆପଣ ଏକ ବଡ ନିଷ୍ପତ୍ତି ନେଇପାରନ୍ତି । ଅବିବାହିତ ଲୋକମାନଙ୍କର ପ୍ରେମ ସମ୍ପର୍କରେ ପାଚେରି ଉଠିପାରେ । ବ୍ୟବସାୟ କରୁଥିବା ଲୋକମାନେ କୌଣସି ନୂତନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିପାରନ୍ତି । ଆଣ୍ଠୁଗଣ୍ଠି ରୋଗୀଙ୍କୁ ଏହି ସପ୍ତାହରେ ଆରାମ ମିଳିପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ ଆପଣଙ୍କ ପାଇଁ ଉନ୍ନତିର ମାର୍ଗ ଉନ୍ମକ୍ତ ହେବାର ସମ୍ଭାବନା ରହିଛି । କୌଣସି ନୂତନ ପରିଯୋଜନାକୁ କାର୍ଯ୍ୟକାରୀ କରିବେ ଓ ଧନ ଅର୍ଜିତ କରିବାର ଆଶା କରାଯାଉଛି । ଲୋକଙ୍କୁ ଦେଇଥିବା ବକେୟା ଅର୍ଥ ବା ଋଣ ସହଜରେ ଆଦାୟ କରିପାରିବେ । ଆପଣଙ୍କ ବ୍ୟବସାୟରେ ବିସ୍ତାରର ସମ୍ଭାବନା ରହିଛି । ଅଫିସରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଉନ୍ନତିର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆପଣ ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରିବେ । ଅନ୍ୟମାନଙ୍କ ସହ ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ ଓ ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ । କୌଣସି କଥାକୁ ନେଇ ଘରେ କଳହ ସୃଷ୍ଟି ହୋଇପାରେ । ରକ୍ତଚାପ ତଥା ମଧୁମେହ ରୋଗରୁ ପ୍ରଭାବିତ ଲୋକ ସାବଧାନତା ଅବଲମ୍ବନ କରନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଯେକୌଣସି ନୂତ କାର୍ଯ୍ୟରମ୍ଭ କରିବା ପାଇଁ ହି ସପ୍ତାହ ହେଉଛି ଉପଯୁକ୍ତ ସମୟ । କୌଣସି ନୂତନ ପ୍ରକଳ୍ପ ବା ପ୍ରୋଜେକ୍ଟ ଆରମ୍ବ କରିବା ପୂର୍ବରୁ ବୟସ୍କ ବ୍ୟକ୍ତି ତଥା ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ । ଏହି ସପ୍ତାହରେ ଆପଣ ନିଜ ମନମୁତାବକ ଯେକୌଣସି କାର୍ଯ୍ୟ କରିବେ । ଦୀର୍ଘଦିନରୁ ଅଟକିଥିବ କାର୍ଯ୍ୟକୁ ଆପଣ ଏହି ସପ୍ତାହରେ ପୂରଣ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଧୌର୍ଯ୍ୟ କାର୍ଯ୍ୟ କରନ୍ତୁ, ଧୀରେ ଧୀରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହା ସଙ୍ଗେ ସଙ୍ଗେ ବକେୟା ଅର୍ଥ ଆଦାୟ କରିବାରେ ମଧ୍ୟ କୌଣସି ଝଞ୍ଜଟ ହେବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ । ଦୂରତା ଯାତ୍ରା ନ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତୁ । ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରି ଘର ନିର୍ମାଣ କରିବାକୁ ଚେଷ୍ଟା କରିପାରନ୍ତି । ଜୀବନ ସାଥିଙ୍କ ସହିତ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ହେବ । କିନ୍ତୁ ଶ୍ଵାସ ସମ୍ବନ୍ଧୀୟ ରୋଗୀମାନେ ସତର୍କ ରହିବା ଭଲ ।

Leave a Reply

Your email address will not be published. Required fields are marked *